ରୁଷିଆ-ୟୁକ୍ରେନ ଯୁଦ୍ଧ: ଦକ୍ଷିଣ-ପୂର୍ବର ୩ ଅଞ୍ଚଳକୁ ନିଜ ଅଧିନକୁ ନେଇଥିବା ଦାବି କଲା ୟୁକ୍ରେନ

କ୍ୱିଭ,୬ ।୯: ଦୀର୍ଘ ୬ ମାସରୁ ଊଦ୍ଧ୍ୱର୍ ସମୟ ଧରି ଜାରି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଏବେ ୟୁକ୍ରେନ ସେନା ରୁଷିଆ ସେନାଙ୍କ ଦ୍ୱାରା କବଜା କରାଯାଇଥିବା ୩ଟି ଅଞ୍ଚଳକୁ ପୁଣିଥରେ ନିଜ କବଜାକୁ ନେଇ ଆସିଥିବା ଦାବି କରିଛି । ଏଥିରେ ଦକ୍ଷିଣ ୟୁକ୍ରେନର ୨ଟି ଗାଁ ଓ ପୂର୍ବାଞ୍ଚଳର ଏକ ବସ୍ତିର ଏକ ତୃତିୟାଂଶ ଅଞ୍ଚଳକୁ ନିଜ କବଜାକୁ ଆଣିଥିବା ୟୁକ୍ରେନ୍ ଦାବି କରିଛି ।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କି ଏହା ଘୋଷଣା କରିବା ସହ ୟୁକ୍ରେନ ସେନାଙ୍କ ମନୋବଳ ବୃଦ୍ଧି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ରୁଷିଆ ସେନାଙ୍କ ଦ୍ୱାରା କବଜା କରାଯାଇଥିବା ଅନ୍ୟ ଅଞ୍ଚଳକୁ ୟୁକ୍ରେନ ସେନା ଖୁବ୍ କମ୍ ଦିନ ମଧ୍ୟରେ ନିଜ ନିୟନ୍ତ୍ରଣକୁ ନେଇ ଆସିବେ ।
ୟୁକ୍ରେନ ସେନା ମୁଖ୍ୟ ସୋମବାର କହିଛନ୍ତି, ତାଙ୍କ ସେନା ଖେରସାନରେ ରୁଷିଆ ସେନାଙ୍କ ଅଧିନରେ ଥିବା ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ଗମନାଗମନକୁ ବନ୍ଦ କରି ଦେଇଛନ୍ତି । ଅନେକ ବାଧା ପରେ ବି ୟୁକ୍ରେନ ସେନା ରୁଷିଆ ସେନାଙ୍କୁ କଡା ଜବାବ ଦେଇଛି ବୋଲି ସେନା ମୁଖ୍ୟ କହିଛନ୍ତି ।
ୟୁକ୍ରେନ୍ ରାଷ୍ଟ୍ରପତି କାର୍ଯ୍ୟାଳୟର ଉପ ମୁଖ୍ୟ କାୟରୋ ତିମୋଶେଂକୋ କହିଛନ୍ତି, ୟୁକ୍ରେନ୍ ସେନା ପୂର୍ବରେ ଲିସିଚଂସ୍କ-ସିବର୍ସ ଅଞ୍ଚଳକୁ ରୁଷିଆ ସେନାଙ୍କ କବଳରୁ ମୁକ୍ତ କରି ଦେଇଛନ୍ତି । ଏହାସହ ଦକ୍ଷିଣରେ ବୈସୋକୋପିଲ୍ୟା ତଥା ଖେରସାନ ଅଞ୍ଚଳରେ ଏକ ଗାଁ ଉପରେ ପୁଣିଥରେ କବଜା କରି ନେଇଛନ୍ତି ।
ଏହି ଅଞ୍ଚଳ ଉପରେ ରୁଷିଆ ଓ ୟୁକ୍ରେନ ଉଭୟର ଫୋକସ ରହିଛି । କାରଣ ରାଜନୈତିକ ଦୃଷ୍ଟି କୋଣରୁ ଏହା ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ । ଇତି ମଧ୍ୟରେ ଦିନିପ୍ରୋ ନଦୀ ଓ ଏହାର ଆଖପାଖ ଅଞ୍ଚଳରେ ଜବରଦସ୍ତ ସଂଘର୍ଷ ଜାରି ରହିଛି । ଏହି ନଦୀ ଖେରସାନ ଅଞ୍ଚଳକୁ ବିଭାଜିତ କରିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶରେ ସିଏଏକୁ ବିରୋଧ: ୟୁରୋପୀୟ ସଂଘର ୧୫୦ ସଦସ୍ୟ ଏକଜୁଟ; ବୁଧବାର ଆଲୋଚନା ଗୁରୁବାର ଭୋଟିଂ

ନୂଆଦିଲ୍ଲୀ/ବ୍ରସେଲ୍ସ୍‌,୨୮।୧: ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିଦେଶରେ ମଧ୍ୟ ବିରୋଧ କରାଯାଉଛି। ଏନେଇ ୪୫ଟି ଦେଶରେ ପ୍ରଦର୍ଶନ ଜାରି ରହିଥିବାବେଳେ...

କରୋନା ଟିକା ନେବାକୁ ଚାହୁଁନାହାନ୍ତି ଏହି ଦେଶର ଲୋକେ

ଓ୍ବାଶିଂଟନ,୨୫ା୧୨: ଆମେରିକାରେ କରୋନା ଟିକାକରଣ ଅଭିଯାନ ଦ୍ରୁତ ଗତିରେ ବଢ଼ିଚାଲିଛି। କୁହାଯାଉଛି, ଏ ପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଇଛି। ଏଠାରେ...

ଯିଏ ପକାଇଥିଲେ ଏସିଡ୍‌, ତାଙ୍କୁ ହେଲେ ବାହା

ତୁର୍କୀ,୨୬ା୧୨: ତୁର୍କୀର ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଉଦାରତା ଏବେ ଚର୍ଚ୍ଚାରେ ରହିଛିି। ଯେଉଁ ଯୁବକ ତାଙ୍କ ମୁହଁକୁ ଏସିଡ୍‌ ପକାଇଥିଲେ ସେହି ଯୁବକଙ୍କୁ ବିବାହ...

ଭବିଷ୍ୟତକୁ ମଜଭୁତ କରିବ ଭର୍ଚୁଆଲ ଗ୍ଲୋବାଲ କୋଲାବରେଶନ ଭିଲେଜ

ଡାଭୋସ୍‌,୨୪।୫: ସୁଇଜରଲାଣ୍ଡର ଡାଭୋସଠାରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌) ସମ୍ମିଳନୀରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସରକାରୀ ଓ ଘରୋଇ ଭାଗିଦାରୀ ମଧ୍ୟରେ ଭବିଷ୍ୟତକୁ...

ତାଲିବାନକୁ ବାଇଡେନଙ୍କ ଚେତାବନୀ

ୱାଶିଂଟନ,୩୧ ।୧: ଆଫଗାନିସ୍ତାନ ଉପରେ ପ୍ରାୟ ୨ଦଶକ ପରେ ଗତବର୍ଷ ତାଲିବାନ ଶାସନ କ୍ଷମତା ହାତେଇଥିବା ବେଳେ ଏବେ ଏହାର ଶାସନରେ ଅତିଷ୍ଠ ହୋଇପଡିଛନ୍ତି ଆଫଗାନବାସୀ...

ଆଫଗାନିସ୍ତାନ ସଂଘର୍ଷରେ ଗୋଟିଏ ମାସରେ ୧୫ଶହ ନାଗରିକ ମୃତ

କାବୁଲ,୩।୮: ଆଫଗାନିସ୍ତାନ ସଂଘର୍ଷକୁ ନେଇ ଏବେ ଜାତିସଂଘ ଏକ ରିପୋର୍ଟ ପ୍ରକାଶ କରିଛି। ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ଉକ୍ତ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ହୋଇଥିବା...

କୁଳଭୂଷଣ ଅଧ୍ୟାଦେଶ’ ଆଣିବେ ପାକ୍‌ ସରକାର

ଇସ୍‌ଲାମାବାଦ,୨୮।୭: ବିରୋଧୀ ଦଳ ଦ୍ୱାରା ସମାଲୋଚିତ ହୋଇଥିବା ଇମ୍ରାନ ଖାନ୍‌ ସରକାର ପାକିସ୍ତାନ ଜାତୀୟ ଆସେମ୍ବ୍ଲିରେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ) ସମୀକ୍ଷା ଓ ପୁନର୍ବିଚାର...

ଫାଟିଗଲା ରେଡ୍‌ ଓ୍ବାଇନ ଟ୍ୟାଙ୍କର, ଆଉ ତା’ ପରେ…

ମାଡ୍ରିଡ୍‌,୨୭ା୯: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓରେ ରେଡ୍‌ ଓ୍ବାଇନ୍‌ ଟ୍ୟାଙ୍କର ଫାଟି...

Advertisement
Archives

Model This Week