Home Left

‘ହିତାଧିକାରୀଙ୍କୁ ବ୍ୟାଙ୍କ ତୁରନ୍ତ ଋଣ ଦେଉ’

ଜଗତ୍‌ସିଂହପୁର ଅଫିସ,୯ା୪: ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କଗୁଡିକ ସକାରାତ୍ମକ ପଦକ୍ଷେପ ଗ୍ରହଣ କରନ୍ତୁ। ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇଯାଇଥିବାରୁ ଗତ ବର୍ଷର ସମସ୍ୟାଗୁଡିକୁ ଦୃଷ୍ଟିରେ ରଖି ବ୍ୟାଙ୍କରମାନେ ଆଗୁଆ ପଦକ୍ଷେପ ଗ୍ରହଣ…

ଡ୍ରାଫ୍ଟଚାର୍ଜରେ ସୀମିତ କାର୍ଯ୍ୟାନୁଷ୍ଠାନ

ଯାଜପୁର ଅଫିସ,୯ା୪: କୃଷି ବିଭାଗର ଅତିରିକ୍ତ ସଚିବଙ୍କୁ ଗତ ୨୯ ତାରିଖରେ ଉଦ୍ୟାନ ବିଭାଗ ନିର୍ଦ୍ଦେଶାଳୟର ପ୍ରଶାସନିକ ଅଧିକାରୀ ଦେଇଥିବା ତଥ୍ୟରେ ୨୦୧୪ରୁ ଏଯାଏ ୩୨ ଜଣ ବିଭାଗୀୟ ଦୁର୍ନୀତିଖୋର ଅଧିକାରୀଙ୍କ ନାମରେ ଡ୍ରାଫ୍ଟଚାର୍ଜ ହୋଇଛି। ହେଲେ ସେଥିରୁ ୧୭ ଜଣ…

ସୁପ୍ରିମକୋର୍ଟ ରାୟକୁ ନେଇ ମର୍ମାହତ: ଇମ୍ରାନ୍‌

ଇସ୍‌ଲାମାବାଦ,୯ା୪: ନ୍ୟାଶନାଲ ଆସେମ୍ବ୍ଲି ଉପବାଚସ୍ପତି କାସିମ୍‌ ସୁରିଙ୍କ ଅନାସ୍ଥା ଖାରଜ ନିଷ୍ପତ୍ତିକୁ ପଲଟାଇଦେଇଥିବା ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ନୈରାଶ୍ୟ ବ୍ୟକ୍ତ କରିଛନ୍ତି ପାକିସ୍ତାନ ତେହରିକ୍‌-ଏ-ଇନ୍‌ଶାଫ୍‌ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌। ଅନାସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ଇସ୍ତଫା ଦେବାକୁ ସେ…

୧୦ ଦିନରେ ଦୁର୍ବଳ ନଦୀବନ୍ଧ ଚିହ୍ନଟ ନିର୍ଦ୍ଦେଶ

ଭୁବନେଶ୍ୱର, ୯ା୪(ବ୍ୟୁରୋ): ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ଜଳସମ୍ପଦ ବିଭାଗ। ୧୦ ଦିନ (ଏପ୍ରିଲ୍‌ ୧୬ରୁ ୨୬) ମଧ୍ୟରେ ଦୁର୍ବଳ ନଦୀବନ୍ଧଗୁଡ଼ିକୁ ଚିହ୍ନଟ କରିବାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ…

ବିଚାରପତିଙ୍କୁ ସରକାର ବଦନାମ କରିବା ଧାରା ଦୁର୍ଭାଗ୍ୟଜନକ: ସିଜେଆଇ

ନୂଆଦିଲ୍ଲୀ,୯ା୪ : ବିଚାରପତିମାନଙ୍କୁ ସରକାର ବଦନାମ କରିବାର ନୂଆ ଧାରା ଦେଶରେ ଆରମ୍ଭ ହୋଇଯାଇଛି। ଏହା ଦୁର୍ଭାଗ୍ୟଜନକ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା କହିଛନ୍ତି। ସିଜେଆଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ କ୍ରିଷ୍ଣା ମୁରାରୀ ଏବଂ ହିମା କୋହଲିଙ୍କୁ ନେଇ…

କୋଭିଡ୍‌ ମୃତକଙ୍କ ପରିବାର ପାଇଁ ଆର୍ଥିକ ସହାୟତା ସମୟ ବଢ଼ିଲା

ଭୁବନେଶ୍ୱର,୯।୪(ବ୍ୟୁରୋ): କୋଭିଡ୍‌-୧୯ରେ ମୃତ୍ୟୁ ପାଇଁ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଉଛି। ଏହା ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ ଯୋଗାଇ ଦିଆଯାଉଛି। ଯେଉଁ ବ୍ୟକ୍ତିମାନେ ୨୦୨୨ ମାର୍ଚ୍ଚ ୨୦ କିମ୍ବା ଏହା ପୂର୍ବରୁ କୋଭିଡ୍‌ରେ…

କେଜରିୱାଲଙ୍କ ଦାବି ୫ ବର୍ଷରେ ପୂରଣ କରିବେ ୨୦ ଲକ୍ଷ ରୋଜଗାର ଦେବାର ଲକ୍ଷ୍ୟ

ନୂଆଦିଲ୍ଲୀ,୯ ।୪: ଦିଲ୍ଲୀ ସରକାର ରୋଜଗାର ବଜେଟକୁ କାର୍ଯ୍ୟକାରୀ କରିବାକୁ ଏବେ ଅଣ୍ଟା ଭିଡିବା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ବଜେଟରେ କରାଯାଇଥିବା ଘୋଷଣାକୁ କାର୍ଯ୍ୟରେ ପରିଣତ କରିବାକୁ ନେଇ ସମସ୍ତ ମନ୍ତ୍ରୀ, ସବୁ ବିଭାଗର ଅଧିକାରୀଙ୍କୁ…

ବୁଚାରେ କଟା ହାତ: ନେଲ୍‌ପଲିସରୁ ମିଳିଲା ପରିଚୟ

କିଭ୍‌,୯ା୪: ୟୁକ୍ରେନ୍‌ର ବୁଚା ଗଣହତ୍ୟା ପରେ ଅନେକ ହୃଦୟବିଦାରକ ଛବି ସାମ୍ନାକୁ ଆସିବାରେ ଲାଗିଛି। ତନ୍ମଧ୍ୟରୁ ଏକ କଟା ହାତର ଫଟୋ ଏବେ ଭାଇରାଲ ହୋଇଛି। ଏହା ୫୨ ବର୍ଷୀୟା ମେକ୍‌ଅପ୍‌ ଆର୍ଟିଷ୍ଟ ଇରିନା ଫିଲ୍‌କିନାଙ୍କ ହାତ ବୋଲି ଜଣାପଡ଼ିଛି। ଇରିନା…

ନୂଆପଡ଼ାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ କାର୍ଯ୍ୟକ୍ରମ

ନୂଆପଡ଼ା ଅଫିସ,୯।୪: କଳାହାଣ୍ଡି ପରେ ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ସେବା ପାଇଁ କଟକ ବଡମେଡିକାଲ ଏବଂ ବୀର ସୁରେନ୍ଦ୍ର ସାଏ ମେଡିକାଲରୁ ୭ଜଣ ବିଶେଷଜ୍ଞ ଡାକ୍ତରୀ ଟିମ୍‌ ଶୁକ୍ରବାର ସ୍ବତନ୍ତ୍ର…

ମହୁ ପାଇଁ ଜଙ୍ଗଲ ଜଳୁଛି

କେନ୍ଦ୍ରାପଡ଼ା ଅଫିସ, ୯ା୪: ଜାତୀୟ ଉଦ୍ୟାନ ଭିତରକନିକାରେ ଗତ ୪ ବର୍ଷ ମଧ୍ୟରେ ୧୧ ସ୍ଥାନରେ ନିଆଁ ଲାଗିଛି। ନିଆଁ ଲିଭିବା ପୂର୍ବରୁ ଏକର ଏକର କାଜୁ, ହେନ୍ତାଳ ଜଙ୍ଗଲ ଜଳିଯାଉଛି। ନିଆଁ ଲାଗିବାର କାରଣ ସମ୍ପର୍କରେ ଅନୁସନ୍ଧାନ ବେଳେ ମହୁ…

ପ୍ରଦୀପ ମୁନି ବିଜେଡିରୁ ନିଲମ୍ବିତ

ଫୁଲବାଣୀ ଅଫିସ, ୯ା୪: ଫୁଲବାଣୀ ପୌର ପରିଷଦ ନିର୍ବାଚନରେ ଦଳ ବିରୋଧରେ କାମ କରିବା ଅଭିଯୋଗରେ କନ୍ଧମାଳ ଜିଲା ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ ମୁନିଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ଏକ…

ସବୁ ହିତାଧିକାରୀଙ୍କୁ କେବେ ମିଳିବ ପକ୍କାଘର: ଭାଜପା

ଭୁବନେଶ୍ୱର,୯।୪(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସମସ୍ତଙ୍କୁ ପକ୍କାଘର’ ଯୋଗାଇବା ଲାଗି ଦେଖିଥିବା ସ୍ବପ୍ନକୁ ଧୂଳିସାତ୍‌ କରିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ଷଡ଼ଯନ୍ତ୍ର ଚଳାଇଛନ୍ତି। କେବେ ସୁଦ୍ଧା ପୂର୍ଣ୍ଣାଙ୍ଗ, ପ୍ରକୃତ ଓ ନିରପେକ୍ଷ ହିତାଧିକାରୀ ତାଲିକା ପ୍ରସ୍ତୁତ ହୋଇପାରିବ ତଥା ଗରିବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri