Posted inଜାତୀୟ

ଅସ୍ତ୍ରଶସ୍ତ୍ରରେ ପଛାଉଛି ଭାରତ

‘ମେକ୍‌ ଇନ୍‌ ଇଣ୍ଡିଆ’ ନୀତିରେ ମୋବାଇଲଠାରୁ ଆରମ୍ଭ କରି ଫାଇଟର ଜେଟ୍‌ ନିର୍ମାଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋତ୍ସାହିତ କରୁଛନ୍ତି। ହେଲେ ପ୍ରତିରକ୍ଷା କ୍ଷେତ୍ରରେ ଏହାର ବିପରୀତ ପ୍ରଭାବ ଦେଖାଯିବା ଆଶଙ୍କା ଉପୁଜିଛି। କେନ୍ଦ୍ରର କଟକଣା ଯୋଗୁ ଭାରତୀୟ ବାୟୁସେନା, ସ୍ଥଳ ଏବଂ ନୌସେନା ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧାସ୍ତ୍ର ନିର୍ମାଣ ନିମନ୍ତେ ଯନ୍ତ୍ରାଂଶ ଆମଦାନୀ କରିପାରୁନାହାନ୍ତି। ଏଥିଯୋଗୁ ପୁରୁଣା ହୋଇଯାଉଥିବା ଅସ୍ତ୍ରଶସ୍ତ୍ରର ମରାମତି କଷ୍ଟକର ହୋଇପଡ଼ିବ। ସ୍ବଦେଶୀ ଜ୍ଞାନକୌଶଳ ଏବଂ କଞ୍ଚାମାଲ ବ୍ୟବହାରରେ ଗତ ୮ ବର୍ଷରେ ଭାରତର ଯୁଦ୍ଧାସ୍ତ୍ର ଆବଶ୍ୟକତା ପୂରଣ ହୋଇପାରିନାହିଁ। ଫଳରେ ଆଗକୁ ଭାରତୀୟ ସେନାରେ ହେଲିକପ୍ଟର, ଯୁଦ୍ଧବିମାନର ଅଭାବ ଉପୁଜିବ। ଏପରି ହେଲେ ଚାଇନା ଓ ପାକିସ୍ତାନ ପଟୁ ବଢ଼ୁଥିବା ଆହ୍ବାନର ମୁକାବିଲା କଷ୍ଟକର ହୋଇପଡ଼ିବ।

ହେଲିକପ୍ଟର ସଙ୍କଟ ଜାରି

ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଭାରତୀୟ ସେନାରେ ହେଲିକପ୍ଟର ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ତିନି ସେନା ୫୦ ବର୍ଷରୁ ଅଧିକ ସମୟ ହେଲା ଫ୍ରାନ୍ସ ନିର୍ମିତ ହେଲିକପ୍ଟର ଉପରେ ନିର୍ଭରଶୀଳ। ମୋଟ ହେଲିକପ୍ଟରର ୮୦%ରୁ ଅଧିକ ୩୦ ବର୍ଷର ଜୀବନକାଳ ପୂରଣ କରିସାରିଛି। ସିଙ୍ଗଲ-ଇଞ୍ଜିନ ହେଲିକପ୍ଟରଗୁଡ଼ିକୁ ୨୦୨୬ ସୁଦ୍ଧା ଗ୍ରାଉଣ୍ଡ କରିବାକୁ ପଡ଼ିବ। ହେଲେ ଘରୋଇ ଭାବେ ନିର୍ମିତ ଲାଇଟ୍‌ ହେଲିକପ୍ଟରଗୁଡିକ ୨୦୩୦ ଶେଷ ପୂର୍ବରୁ ସମ୍ପୂର୍ଣ୍ଣ ନିର୍ମାଣ ସମ୍ଭାବନା କମ୍‌। ରୁଷୀୟ କାମୋଭ୍‌-୨୨୬ଟି ହେଲିକପ୍ଟର ପ୍ରସ୍ତୁତ ପାଇଁ ଯୋଜନା ହୋଇଥିଲେ ହେଁ ଏ ଯାଏ ଏହାର ମୂଲ୍ୟ ଏବଂ ଏଥିରେ ଲାଗିବାକୁ ଥିବା ପାର୍ଟସ୍‌ଗୁଡ଼ିକର ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ କରାଯାଇପାରିନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ପୁରୁଣା ହେଲିକପ୍ଟର ଯୋଗୁ ସେନା କର୍ମଚାରୀଙ୍କ ଜୀବନ ଯାଉଛି। ରେକର୍ଡ ଅନୁସାରେ, ୨୦୧୭ରୁ ୨୦୨୧ ଡିସେମ୍ବର ୩୧ ସୁଦ୍ଧା ହେଲିକପ୍ଟର ଦୁର୍ଘଟଣାରେ ୩୧ ଯବାନ ଶହୀଦ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri