ସୁନାଇଟା ନାଁରେ ୧୦ଲକ୍ଷ ଲୁଟ୍‌

ନବରଙ୍ଗପୁର,୯।୯(ବି.ପ୍ର.):ସୁନାଇଟା କିଣିବାକୁ ସାଙ୍ଗର ସ୍ବାମୀଙ୍କୁ ଡକାଇଲେ। ନକଲି ସୁନାଇଟା ଦେଖାଇ ଯୋଜନା ମୁତାବକ ଲୁଟିନେଲେ୧୦ ଲକ୍ଷ ଟଙ୍କା। ସାଙ୍ଗରେ ଯାଇ ଥାନାରେ ଅଭିଯୋଗ ମଧ୍ୟ କଲେ। କିନ୍ତୁ ପୋଲିସ ହାତରେ ଧରାପଡ଼ିଗଲେ ଘଟଣାର ମାଷ୍ଟରମାଇଣ୍ଡ ମିଥୁନ ସାହୁ। ଏହି ଘଟଣାରେ ପୋଲିସ ଆଉ ୩ ଜଣଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ହୁଗୁଳାପଟା ଗାଁର ମିଥୁନ ସାହୁ, ବଂଶୀଧର ପରିଡ଼ା, ଖଲିଗୁଡ଼ା ଗ୍ରାମର ଟୁନା ଓ ଯତୀନ୍ଦ୍ର ଖରା। ଟୁନା ଓ ଯତୀନ୍ଦ୍ର ସମ୍ପର୍କରେ ଶ୍ୱଶୁର ଜ୍ୱାଇଁ। ଅଭିଯୁକ୍ତ ବଂଶୀଧର ଟଙ୍କା ବ୍ୟାଗ୍‌କୁ ନେଇ ଯତୀନ୍ଦ୍ର ସହ ଯାଇଥିଲେ। ଉକ୍ତ ଟଙ୍କାକୁ ଏକ ଟେଡି ବିୟରରେ ରଖି କଣ୍ଢେଇଟିକୁ ସିମେଣ୍ଟ ଅଖାରେ ପୂରାଇ ତାହାକୁ ଏକ ବିଦ୍ୟାଳୟ ପାଇଖାନା ଭିତରେ ରଖିଥିଲେ। ପୋଲିସ ବଂଶୀଧରଙ୍କୁ ନେଇ ଉକ୍ତ ଟଙ୍କା ଜବତ କରିଛି। ଅଭିଯୁକ୍ତମାନଙ୍କଠାରୁ ୪ ଲକ୍ଷ ୬୦ ହଜାର ଟଙ୍କା, ଏକ ଖଣ୍ଡା, ଛୁରି, ଗୋଟିଏ ଖୁର ଓ ତିନୋଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ନବରଙ୍ଗପୁର ଅତିରିକ୍ତ ଏସ୍‌ପି ଜୟକୃଷ୍ଣ ବେହେରା ନବରଙ୍ଗପୁର ଥାନାରେ ଏକ ଖବରଦାତା ସମ୍ମିଳନୀ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ମୁଖ୍ୟ ଅଭିଯୁକ୍ତ ମିଥୁନ ବ୍ରହ୍ମପୁର ବଡ଼ବଜାର ଥାନା ଅଧୀନ ରଘୁପତିନଗର ଅଞ୍ଚଳର ସାଗର ଗୌଡ଼ଙ୍କ ସ୍ତ୍ରୀଙ୍କ ସାଙ୍ଗ। ଏକ ସୁନାଇଟା କିଣିବା ପାଇଁ ମିଥୁନ ସାଗରଙ୍କୁ ପ୍ରସ୍ତାବ ଦେଇ ନବରଙ୍ଗପୁର ଡାକିଥିଲେ l ଉକ୍ତ ସୁନାଇଟାଟି ପ୍ରାୟ ୪ କିଲୋ ୩୦୦ ଗ୍ରାମ। ୧୦ ଲକ୍ଷ ଟଙ୍କା ଦେଲେ ମିଳିଯିବ ବୋଲି ମିଥୁନ ସାଗରଙ୍କୁ କହିଥିଲେ। ମିଥୁନ ସ୍ତ୍ରୀଙ୍କ ସାଙ୍ଗ ହୋଇଥିବାରୁ ତାଙ୍କ କଥାରେ ବିଶ୍ୱାସକରି ସାଗର ନିଜ ୨ ସାଥୀଙ୍କ ସହ ଅଗଷ୍ଟ ୩୦ ସାରେ ୧୦ ଲକ୍ଷ ଟଙ୍କା ନେଇ ନବରଙ୍ଗପୁରରେ ପହଞ୍ଚତ୍ଥିଲେ। ମିଥୁନ ୬ ଜଣଙ୍କ ସହ ସାଗରଙ୍କୁ ଏକ ନିଛାଟିଆ ଜାଗାକୁ ନେଇଥିଲେ। ସେଠାରେ ସାଗରଙ୍କୁ ସୁନାଇଟା ଦେଖାଇଥିଲେ। ଇଟା ଯାଞ୍ଚ କରିବାକୁ ସାଗର କହିବା ପରେ ମିଥୁନଙ୍କ ସାଙ୍ଗରେ ଆସିଥିବା ଲୋକେ ଖଣ୍ଡା, ଛୁରି ଦେଖାଇ ସାଗରଙ୍କଠାରୁ ୧୦ ଲକ୍ଷ ଟଙ୍କା ଓ ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ସାଗର ଟଙ୍କା ଫେରାଇବାକୁ ମିଥୁନଙ୍କୁ କହିଥିଲେ। ଅଭିଯୁକ୍ତମାନେ ଟଙ୍କା ଫେରସ୍ତ ନ କରିବାରୁ ସାଗର ନବରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନବରଙ୍ଗପୁର ପୋଲିସ ମିଥୁନଙ୍କ ଉପରେ ସନ୍ଦେହକରି ତାଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ। ମିଥୁନ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଥିଲେ। ପଚରାଉଚୁରା ବେଳେ ମିଥୁନ ଅନ୍ୟମାନଙ୍କ ନାଁ କହିବା ପରେ ଏସ୍‌ଆଇ ସବୀର ଅହମ୍ମଦ, ଏଏସ୍‌ଆଇ ଅଶୋକ ଦେଓ, କନଷ୍ଟେବଳ ଅନୀଲ ପୃଷ୍ଟି, ବିକାଶ ବେନିଆ ଓ ସାଗର ମାଝି ବିଭିନ୍ନ ସ୍ଥାନରେ ଚଢ଼ାଉକରି ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। କେସ୍‌ ନଂ.୧୪୩/୨୨ରେ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖବରଦାତା ସମ୍ମିଳନୀରେ ଏଏସ୍‌ପି ସୂଚନା ଦେଇଛନ୍ତି। ଘଟଣାରେ ସମ୍ପୃକ୍ତ ଅନ୍ୟ ୩ ଅଭିଯୁକ୍ତଙ୍କୁ ଫେରାର ଅଛନ୍ତି। ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ନିହାର ରଞ୍ଜନ ପ୍ରଧାନ, ଥାନା ଅଧିକାରୀ ନରେଶ କୁମାର ପ୍ରଧାନ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?