ସୁନାଇଟା ନାଁରେ ୧୦ଲକ୍ଷ ଲୁଟ୍‌

ନବରଙ୍ଗପୁର,୯।୯(ବି.ପ୍ର.):ସୁନାଇଟା କିଣିବାକୁ ସାଙ୍ଗର ସ୍ବାମୀଙ୍କୁ ଡକାଇଲେ। ନକଲି ସୁନାଇଟା ଦେଖାଇ ଯୋଜନା ମୁତାବକ ଲୁଟିନେଲେ୧୦ ଲକ୍ଷ ଟଙ୍କା। ସାଙ୍ଗରେ ଯାଇ ଥାନାରେ ଅଭିଯୋଗ ମଧ୍ୟ କଲେ। କିନ୍ତୁ ପୋଲିସ ହାତରେ ଧରାପଡ଼ିଗଲେ ଘଟଣାର ମାଷ୍ଟରମାଇଣ୍ଡ ମିଥୁନ ସାହୁ। ଏହି ଘଟଣାରେ ପୋଲିସ ଆଉ ୩ ଜଣଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ହୁଗୁଳାପଟା ଗାଁର ମିଥୁନ ସାହୁ, ବଂଶୀଧର ପରିଡ଼ା, ଖଲିଗୁଡ଼ା ଗ୍ରାମର ଟୁନା ଓ ଯତୀନ୍ଦ୍ର ଖରା। ଟୁନା ଓ ଯତୀନ୍ଦ୍ର ସମ୍ପର୍କରେ ଶ୍ୱଶୁର ଜ୍ୱାଇଁ। ଅଭିଯୁକ୍ତ ବଂଶୀଧର ଟଙ୍କା ବ୍ୟାଗ୍‌କୁ ନେଇ ଯତୀନ୍ଦ୍ର ସହ ଯାଇଥିଲେ। ଉକ୍ତ ଟଙ୍କାକୁ ଏକ ଟେଡି ବିୟରରେ ରଖି କଣ୍ଢେଇଟିକୁ ସିମେଣ୍ଟ ଅଖାରେ ପୂରାଇ ତାହାକୁ ଏକ ବିଦ୍ୟାଳୟ ପାଇଖାନା ଭିତରେ ରଖିଥିଲେ। ପୋଲିସ ବଂଶୀଧରଙ୍କୁ ନେଇ ଉକ୍ତ ଟଙ୍କା ଜବତ କରିଛି। ଅଭିଯୁକ୍ତମାନଙ୍କଠାରୁ ୪ ଲକ୍ଷ ୬୦ ହଜାର ଟଙ୍କା, ଏକ ଖଣ୍ଡା, ଛୁରି, ଗୋଟିଏ ଖୁର ଓ ତିନୋଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ନବରଙ୍ଗପୁର ଅତିରିକ୍ତ ଏସ୍‌ପି ଜୟକୃଷ୍ଣ ବେହେରା ନବରଙ୍ଗପୁର ଥାନାରେ ଏକ ଖବରଦାତା ସମ୍ମିଳନୀ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ମୁଖ୍ୟ ଅଭିଯୁକ୍ତ ମିଥୁନ ବ୍ରହ୍ମପୁର ବଡ଼ବଜାର ଥାନା ଅଧୀନ ରଘୁପତିନଗର ଅଞ୍ଚଳର ସାଗର ଗୌଡ଼ଙ୍କ ସ୍ତ୍ରୀଙ୍କ ସାଙ୍ଗ। ଏକ ସୁନାଇଟା କିଣିବା ପାଇଁ ମିଥୁନ ସାଗରଙ୍କୁ ପ୍ରସ୍ତାବ ଦେଇ ନବରଙ୍ଗପୁର ଡାକିଥିଲେ l ଉକ୍ତ ସୁନାଇଟାଟି ପ୍ରାୟ ୪ କିଲୋ ୩୦୦ ଗ୍ରାମ। ୧୦ ଲକ୍ଷ ଟଙ୍କା ଦେଲେ ମିଳିଯିବ ବୋଲି ମିଥୁନ ସାଗରଙ୍କୁ କହିଥିଲେ। ମିଥୁନ ସ୍ତ୍ରୀଙ୍କ ସାଙ୍ଗ ହୋଇଥିବାରୁ ତାଙ୍କ କଥାରେ ବିଶ୍ୱାସକରି ସାଗର ନିଜ ୨ ସାଥୀଙ୍କ ସହ ଅଗଷ୍ଟ ୩୦ ସାରେ ୧୦ ଲକ୍ଷ ଟଙ୍କା ନେଇ ନବରଙ୍ଗପୁରରେ ପହଞ୍ଚତ୍ଥିଲେ। ମିଥୁନ ୬ ଜଣଙ୍କ ସହ ସାଗରଙ୍କୁ ଏକ ନିଛାଟିଆ ଜାଗାକୁ ନେଇଥିଲେ। ସେଠାରେ ସାଗରଙ୍କୁ ସୁନାଇଟା ଦେଖାଇଥିଲେ। ଇଟା ଯାଞ୍ଚ କରିବାକୁ ସାଗର କହିବା ପରେ ମିଥୁନଙ୍କ ସାଙ୍ଗରେ ଆସିଥିବା ଲୋକେ ଖଣ୍ଡା, ଛୁରି ଦେଖାଇ ସାଗରଙ୍କଠାରୁ ୧୦ ଲକ୍ଷ ଟଙ୍କା ଓ ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ସାଗର ଟଙ୍କା ଫେରାଇବାକୁ ମିଥୁନଙ୍କୁ କହିଥିଲେ। ଅଭିଯୁକ୍ତମାନେ ଟଙ୍କା ଫେରସ୍ତ ନ କରିବାରୁ ସାଗର ନବରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନବରଙ୍ଗପୁର ପୋଲିସ ମିଥୁନଙ୍କ ଉପରେ ସନ୍ଦେହକରି ତାଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ। ମିଥୁନ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଥିଲେ। ପଚରାଉଚୁରା ବେଳେ ମିଥୁନ ଅନ୍ୟମାନଙ୍କ ନାଁ କହିବା ପରେ ଏସ୍‌ଆଇ ସବୀର ଅହମ୍ମଦ, ଏଏସ୍‌ଆଇ ଅଶୋକ ଦେଓ, କନଷ୍ଟେବଳ ଅନୀଲ ପୃଷ୍ଟି, ବିକାଶ ବେନିଆ ଓ ସାଗର ମାଝି ବିଭିନ୍ନ ସ୍ଥାନରେ ଚଢ଼ାଉକରି ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। କେସ୍‌ ନଂ.୧୪୩/୨୨ରେ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖବରଦାତା ସମ୍ମିଳନୀରେ ଏଏସ୍‌ପି ସୂଚନା ଦେଇଛନ୍ତି। ଘଟଣାରେ ସମ୍ପୃକ୍ତ ଅନ୍ୟ ୩ ଅଭିଯୁକ୍ତଙ୍କୁ ଫେରାର ଅଛନ୍ତି। ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ନିହାର ରଞ୍ଜନ ପ୍ରଧାନ, ଥାନା ଅଧିକାରୀ ନରେଶ କୁମାର ପ୍ରଧାନ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri