Home Left

ପୋଲିସ ଅବହେଳା ଜୀବନ ନେଲା

ଭୁବନେଶ୍ୱର,(ବ୍ୟୁରୋ)/କଟକ ସଦର,୨୫ା୬(ଡି.ଏନ.ଏ.): ଗୁଣନିଧିଙ୍କ ମୃତ୍ୟୁକୁ ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଗୁରୁତ୍ୱର ସହ ନେଇଛନ୍ତି। ଏହି ଘଟଣାରେ କମିଶନ ଶୁକ୍ରବାର ନିଜ ଆଡୁ ଏକ ମାମଲା (ନଂ. ୧୨୦୯/୨୨) ରୁଜୁ କରି ଡିଜିପି ଏବଂ ଆଇଜିଙ୍କୁ ତଦନ୍ତ ରିପୋର୍ଟ ମାଗିଛନ୍ତି। କମିଶନ…

ବନ୍ଧୁକ ବିଲ୍‌ ଆମେରିକା କଂଗ୍ରେସରେ ଗୃହୀତ

ଓ୍ବାଶିଂଟନ,୨୫।୬: ଆମେରିକାରେ ବନ୍ଧୁକ ନିୟନ୍ତ୍ରଣ ଲାଗି ଅଣାଯାଇଥିବା ଐତିହାସିକ ବାଇପାର୍ଟିସନ ଗନ୍‌ ଭାଓଲେନ୍ସ ବିଲ୍‌ ଶୁକ୍ରବାର କଂଗ୍ରେସର ଅନୁମୋଦନ ଲାଭ କରିବା ପରେ ଏହାକୁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସ୍ବୀକୃତି ପାଇଁ ପଠାଯାଇଛି। ଗୁରୁବାର ସିନେଟରେ ବିଲ୍‌ ସପକ୍ଷରେ ୬୫ ଓ…

ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଭାଜପା-କଂଗ୍ରେସ ବାକ୍‌ଯୁଦ୍ଧ

ଭୁବନେଶ୍ୱର,୨୫ା୬(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନକୁ ନେଇ ଭାଜପା ଓ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଭାଜପା ସମର୍ଥିତ ଏନ୍‌ଡିଏ ସରକାର ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଏହାକୁ ସମର୍ଥନ କରିସାରିଛି। ହେଲେ କଂଗ୍ରେସ କିନ୍ତୁ ନୀତିଗତ…

ଆଫଗାନିସ୍ତାନ ଭୂକମ୍ପ: ଭାରତ ପଠାଇଲା ମାନବୀୟ ସହାୟତା

କାବୁଲ,୨୫ ।୬: ଆଫଗାନିସ୍ତାନର ପୂର୍ବ ପାକ୍ତିକା ଅଞ୍ଚଳରେ ଆସିଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୧୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହାସହ ହଜର ହଜାର ଲୋକ ଆହତ ବି ହୋଇଥିଲେ । ଏଭଳି ପରିସ୍ଥିତିରେ ଆଫଗାନିସ୍ତାନକୁ ସହାୟତା ଯୋଗାଇଛି ଭାରତ…

କଠୋର ହେଲେ ଠାକ୍‌ରେ

ମୁମ୍ବାଇ/ଗୁଆହାଟୀ/ନୂଆଦିଲ୍ଲୀ,୨୫ା୬: ଶିବସେନାର ଦୁଇ ନମ୍ବର ନେତା ଏକନାଥ ସିନ୍ଧେ ଭାଜପା ଶାସିତ ଆସାମର ଏକ ହୋଟେଲରେ ବିଦ୍ରୋହୀ ବିଧାୟକମାନଙ୍କୁ ଧରି ମହାରାଷ୍ଟ୍ର ଦଖଲ ପାଇଁ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ। ଶୁକ୍ରବାର ଆଉ ଦୁଇଜଣ ଶିବସେନା ବିଧାୟକ ବିଦ୍ରୋହୀ ଶିବିରରେ ସାମିଲ ହେବା…

ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶ ସୁପ୍ରିମକୋର୍ଟରେ କାଏମ

ନୂଆଦିଲ୍ଲୀ,୨୫।୬: ଜଣେ ୭.୫ ବର୍ଷର ଶାରୀରିକ ଓ ମାନସିକ ଭିନ୍ନକ୍ଷମ ବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଓ ହତ୍ୟା ମାମଲାରେ ଅପରାଧୀଙ୍କୁ ମିଳିଥିବା ମୃତ୍ୟୁ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ ଶୁକ୍ରବାର କାଏମ ରଖିଛନ୍ତି। ୨୦୧୫ ମେ’ ୨୯ରେ ରାଜସ୍ଥାନ ହାଇକୋର୍ଟ ଅଭିଯୁକ୍ତ ମନୋଜ…

ନବୀନଙ୍କୁ ଧନ୍ୟବାଦ ଦେଲେ ନଡ୍ଡା

ଭୁବନେଶ୍ୱର,୨୫ା୬(ବ୍ୟୁରୋ): ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନିଃସର୍ତ୍ତ ସମର୍ଥନ କରିବା ବିଜେଡିର ରାଜନୈତିକ ସମୀକରଣକୁ ବଦଳାଇ ଦେଇଛି। ଭାଜପା ଓ କଂଗ୍ରେସ ସହ ସମଦୂରତ୍ୱ ରକ୍ଷା କରୁଥିବା ବିଜେଡି ଏନ୍‌ଡିଏ ପ୍ରାର୍ଥୀ ମୁର୍ମୁଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଛି। ଓଡ଼ିଶାର ଝିଅଙ୍କୁ ସବୁ ଦଳ…

ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଉଚ୍ଛେଦ ଆରମ୍ଭ

ସାକ୍ଷୀଗୋପାଳ, ୨୫।୬(ସ୍ବ.ପ୍ର./ଡି.ଏନ୍‌.ଏ.): ପୁରୀ ଜିଲା ବକୁଳବନରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା କରାଯାଉଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଆବଶ୍ୟକ ହେଉଥିବା ଜମି ପାଇଁ ଶୁକ୍ରବାର ସତ୍ୟବାଦୀ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସେହି ଅନୁସାରେ ଉକ୍ତ ଜମିରୁ ପ୍ଲଟ…

ତିନି ରଥରେ ଲାଗିଲା ଦୁଆର ବେଢ଼ା

ପୁରୀ ଅଫିସ ୨୫ା୬:ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀନଅରସ୍ଥିତ ରଥଖଳାରେ ରଥର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଶୁକ୍ରବାର ତିନିରଥର ବେଦୀ ସିଂହାସନ ସମେତ ବେଦୀ ଚତୁଃପାଶର୍‌ବରେ ପଟା ପଡ଼ିବା ସମ୍ପୂର୍ଣ୍ଣ ହୋଇଛି। ତିନିରଥର ୧୨ଟି ଦୁଆରବେଢ଼ା ସହ…

ଏକାଠି ଦୃଶ୍ୟମାନ ୫ ଗ୍ରହ

ନୂଆଦିଲ୍ଲୀ,୨୫ା୬: ସୌରଜଗତର ୫ ଗ୍ରହ ଏକାଠି ଦୃଶ୍ୟମାନ ହୋଇଛନ୍ତି। କୋଟି କୋଟି କିଲୋମିଟର ଦୂରରେ ନିଜ କକ୍ଷ ପଥରେ ଘୂରୁଥିବା ଗ୍ରହମାନେ ଏବେ ଗୋଟିଏ ସରଳରେଖାରେ ଅବସ୍ଥାପିତ । ବୁଧ, ମଙ୍ଗଳ, ଶୁକ୍ର, ବୃହସ୍ପତି ଏବଂ ଶନି ଗ୍ରହ ଏକ ସରଳରେଖାରେ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଆତଙ୍କରାଜ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ ସୀମା ଟପିଛି। ଶୁକ୍ରବାର ଅପରାହ୍ନରେ ୫ ଗାଡିରେ ୧୦ରୁ ଅଧିକ ଅଣଛାତ୍ର ପହଞ୍ଚତ୍ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଛନ୍ତି। ଭୟରେ ଛାତ୍ରୀଛାତ୍ର ଦୌଡ଼ି ଜୀବନ ବଞ୍ଚାଇଥିବାବେଳେ ଯେଉଁମାନେ ପ୍ରତିବାଦ କରିଛନ୍ତି ସେମାନଙ୍କୁ…

୨୭ରେ ଘଟଣାସ୍ଥଳ ଯିବ ଏସ୍‌ଆଇଟି

ଭୁବନେଶ୍ୱର,୨୫।୬(ବ୍ୟୁରୋ): କଟକ ଜିଲା ଆଠଗଡ଼ ବନଖଣ୍ଡରୁ ଉଦ୍ଧାର ହୋଇଥିବା ଦୁଇଟି ହାତୀ କଙ୍କାଳ ଘଟଣାରେ ରାଜ୍ୟ ସରକାର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌(ଏସ୍‌ଆଇଟି) ଗଠନ କରିଛନ୍ତି। ମାସକ ଭିତରେ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମିଳିଥିବା ସୂଚନାନୁସାରେ, ଏସ୍‌ଆଇଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri