ଅରବାଜଙ୍କ ସମ୍ପର୍କରେ ମୁହଁ ଖୋଲିଲେ ମଲାଇକା…

ମୁମ୍ବାଇ : ଛାଡପତ୍ର ପରେ ମଲାଇକା ଆରୋରା ଏବଂ ଅରବାଜ ଖାନ ନିଜ ଜୀବନରେ ଆଗକୁ ବଢ଼ିଛନ୍ତି। ୨୦୧୭ରେ ଉଭୟ ଛାଡପତ୍ର ଘୋଷଣା କରିଥିଲେ। ଯାହା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୧୮ ବର୍ଷ ବିବାହ ପରେ ଅରବାଜ ଏବଂ ମଲାଇକା ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଉଭୟଙ୍କର ଏକ ପୁଅ ମଧ୍ୟ ଅଛନ୍ତି। ଛାଡପତ୍ର ପରେ ପୁଅ ଅରହାନ ମଲାଇକାଙ୍କ ସହ ରହୁଛନ୍ତି। ଛାଡପତ୍ର ପରେ ଅରବାଜଙ୍କ ସହ ତାଙ୍କର ସମ୍ପର୍କ କିପରି ଅଛି ବୋଲି ମଲାଇକା ବର୍ତ୍ତମାନ କହିଛନ୍ତି। ଏକ ସାକ୍ଷାତକାରରେ ଛାଡପତ୍ର ପରେ ମଲାଇକା ତାଙ୍କ ଏବଂ ଅରବାଜଙ୍କ ସମ୍ପର୍କ ଉପରେ ନୀରବତା ଭାଙ୍ଗିଛନ୍ତି।

ମଲାଇକା ଅର୍ଜୁନ କପୁରଙ୍କୁ ଡେଟ କରୁଥିବାବେଳେ ଅରବାଜ ଜର୍ଜିଆ ଆଣ୍ଡ୍ରିଆନିଙ୍କ ସହ ସମ୍ପର୍କ ରଖିଛନ୍ତି। ମଲାଇକା କହିଛନ୍ତି ଯେ ବର୍ତ୍ତମାନ ଅରବାଜଙ୍କ ସହ ତାଙ୍କର ଇକ୍ୟୁଏଶନ ଭଲ ଅଛି।

ମଲାଇକା ଏକ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ଅରବାଜ ବହୁତ ଖୁସି ଏବଂ ଶାନ୍ତ ଲୋକ। ମଲାଇକା ଆହୁରି କହିଛନ୍ତି ଅରବାଜ ଜଣେ ଅଦ୍ଭୁତ ବ୍ୟକ୍ତି ଏବଂ ତାଙ୍କ ପାଇଁ ମୋର ଶୁଭେଚ୍ଛା ରହିଛି। ବେଳେବେଳେ ଲୋକମାନେ ବହୁତ ଭଲ ହୋଇଥାନ୍ତି କିନ୍ତୁ ସେମାନେ ଏକାଠି ରହି ପାରି ନଥାନ୍ତି। ଅରବାଜ ସେପରି ଜଣେ ଲୋକ। ମୁଁ ସବୁବେଳେ ତାଙ୍କର ଶୁଭକାମନା କରୁଛି।

ତାଙ୍କ ବିବାହ ବନ୍ଧନ ସମାପ୍ତ କରିବା ବିଷୟରେ କଥାବାର୍ତ୍ତା କରି ମଲାଇକା କହିଛନ୍ତି , ମୁଁ ପ୍ରଥମେ କରି ଏହି ନିଷ୍ପତ୍ତି ନେଇଥିଲି। ଏହା କରିବା ପରେ, ମୁଁ ପୂର୍ବ ଅପେକ୍ଷା ଜଣେ ଭଲ ବ୍ୟକ୍ତି ହୋଇପାରିଛି। ମୋ ପୁଅ ସହିତ ମୋର ସମ୍ପର୍କ ଅଧିକ ଭଲ ହୋଇ ପାରିଛି।

ମଲାଇକା କହିଛନ୍ତି ପୂର୍ବତନ ସ୍ବାମୀ ଅରବାଜ ଖାନଙ୍କ ସହ ତାଙ୍କର ବର୍ତ୍ତମାନ ଭଲ ସମ୍ପର୍କ ଅଛି। ଏହି ନିଷ୍ପତ୍ତିରେ ସେ ବହୁତ ଖୁସି ଅଛନ୍ତି। ମଲାଇକା ଶେଷରେ କହିଥିଲେ ଯେ, ବାହାରେ ଥିବା ସମସ୍ତ ମହିଳାଙ୍କୁ, ମୁଁ କହିବାକୁ ଚାହେଁ ଯେ ସେମାନେ ତାଙ୍କର ହୃଦୟ ଯାହା କରିବାକୁ ଚାହୁଁଛି ତାହା କରିବାକୁ ଭୟ କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri