ଗୀତ ଗାଇଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପତ୍ନୀ

ଜୟପୁର,୨ ।୧୦: ରାଜସ୍ଥାନ ରାଜନୀତି ଏବେ ବେଶ ସରଗରମ ଥିବା ବେଳେ ଚର୍ଚ୍ଚାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପତ୍ନୀ । ତେବେ ରାଜନୀତି ନୁହେଁ ବରଂ ମନୋରଞ୍ଜନକୁ ନେଇ ସେ ଆସିଛନ୍ତି ଚର୍ଚ୍ଚାକୁ । ଅଶୋକ ଗେହଲୋଟଙ୍କ ପତ୍ନୀ ସୁନିତା ଗେହଲୋଟ ରାଜସ୍ଥାନୀ ଲୋକଗୀତ ‘ୟେ ଶୁଭ ଘଡିୟାଁ’ ଗାଇ ଏହାକୁ ୟୁଟ୍ୟୁବରେ ଅପଲୋଡ କରିଛନ୍ତି । ସୁନିତା ଗେହଲୋଟ ଜନତାଙ୍କ ନିକଟରେ ତାଙ୍କ ଲୋକଗୀତ ପହଞ୍ଚାଇବାକୁ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ‘ସିଙ୍ଗର ସୁନିତା ଗେହଲୋଟ’ ଆରମ୍ଭ କରିଛନ୍ତି । ତେବେ ୨୯ ସେପ୍ଟେମ୍ବର ସନ୍ଧ୍ୟାରେ ସେ ଏଥିରେ ତାଙ୍କର ପ୍ରଥମ ଗୀତ ଅପଲୋଡ କରିଛନ୍ତି । ଏବେ ପର୍ଯ୍ୟନ୍ତ ତାଙ୍କ ଗୀତକୁ ୟୁଟ୍ୟୁବରେ ପ୍ରାୟ ୩ହଜାର ୭୦୦ ଲୋକ ଦେଖି ସାରିଲେଣି । ଏହି ଗୀତରେ ବନ୍ନା-ବନ୍ନୀର ପ୍ୟାରାସା ଝଲକ ବି ଦେଖିବାକୁ ମିଳିଛି । ସବୁଠାରୁ ବଡ କଥା ହେଲା ଏହି ଗୀତର କମ୍ପୋଜର ଓ ସିଙ୍ଗର ନିଜେ ସୁନିତା ।

ସୁନିତା କାହିଁକି ଗୀତ ଗାଇଛନ୍ତି ତାହା ମଧ୍ୟ ଶେୟାର କରିଛନ୍ତି । ସେ କହିଛନ୍ତି, ମୋ ମାଆ ବିବାହ ଅବସରରେ ମାଧଉର୍ଯ୍ୟ ଓ ଉତ୍ସାହର ସହ ଗୀତ ଗାଉଥିଲେ । ଦର୍ଶକ ବି ଏହାକୁ ଶୁଣଇ ଖଉବ୍ ଖୁସି ହେଉଥିଲେ ।ସେ କହିଛନ୍ତି ରାଜସ୍ଥାନର ସଂସ୍କୃତିକୁ ବଞ୍ଚାଇବାକୁ ସେ ଏମିତି ଗୀତ ଗାଇଛନ୍ତି । ଆଗକୁ ମଧ୍ୟ ସେ ଏହାକୁ ଜାରି ରଖିବେ । ତେବେ ସୁନିତା ଖୁବ୍ ସୁନ୍ଦର ଭାବେ ଗୀତ ଗାଇଥିବା ଦେଖାଯାଇଛି । ଏହାମଧ୍ୟ ଅନୁମାନ କରାଯାଉଛି କି ତାଙ୍କର ସୁରତାଳ ଉପରେ ଭଲ ଜ୍ଞାନ ରହିଛି । ଏହାସହ ସୁନିତା ରାଜସ୍ଥାନ ଲୋକଗୀତକୁ ପୁର୍ନଜୀବିତ କରିଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଘୋଡ଼ାହାଡ଼ ଡ୍ୟାମ୍‌ରେ ବଢୁଛି ଜଳପତ୍ତନ: ଗୋଟିଏ ଗେଟ୍‌ ଖୋଲି ନଦୀକୁ ଛଡ଼ାଗଲା ପାଣି

ଦିଗପହଣ୍ଡି,୨୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଘୋଡ଼ାହାଡ଼ ଡ୍ୟାମ୍‌ରୁ ସ୍ପିଲ ଓ୍ବେ ମୁଖ୍ୟ ଫାଟକର ଗୋଟିଏ ଗେଟ୍‌ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ଶନିବାର ସକାଳ ପ୍ରାୟ…

‘ଟ୍ରମ୍ପ ଆମ ଜୀବନ ବଞ୍ଚାଇଥିଲେ’ ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଏବେ ମଧ୍ୟ ଭୁଲିନାହିଁ ପାକିସ୍ତାନ; ମନେ ପକାଇ କହିଲା…

ଇସଲାମାବାଦ,୨୬।୯: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମେ’ ୨୦୨୫ରେ ଭାରତ ଦ୍ୱାରା ପାକିସ୍ତାନ ବିରୋଧରେ ଆରମ୍ଭ କରାଯାଇଥିବା ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଭୁଲି ନାହାନ୍ତି; ସେଥିପାଇଁ ସେ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ଅଭାବନୀୟ ଘଟଣା: ୪ର୍ଥ ମହଲାରୁ ଖସି ଶିଷ୍ୟଙ୍କ ମୃତ୍ୟୁ, ଗୁପ୍ତାଙ୍ଗ କଟା, ମୁଣ୍ଡରେ ଗଭୀର ଆଘାତ

ନୂଆଦିଲ୍ଲୀ,୨୬।୯: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ ଆଶ୍ରମର ଚତୁର୍ଥ ମହଲାରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି। ଘଟଣାଟି ବୃନ୍ଦାବନ ଅଞ୍ଚଳର ଗୁରୁ…

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ଲୁଣାଘେରି ବନ୍ଧ, ତତ୍ପରତା ଦେଖାଉନି ଜଳସମ୍ପଦ ବିଭାଗ

ମହାକାଳପଡ଼ା,୨୬ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପ ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ରେ ଜରି ପଲିଥିନରେ ନଦୀ ପାର୍ଶ୍ୱମାଟି ଅତଡ଼ା ଖସିବା ଯୋଗୁ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି।…

ପାର୍ୱଣ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ବୋନସକୁ ନେଇ ଆସିଲା ଖରାପ ଖବର

ନୂଆଦିଲ୍ଲୀ,୨୬।୯: ପାର୍ୱଣ ଋତୁ ପୂର୍ୱରୁ କର୍ମଚାରୀମାନେ ବୋନସକୁ ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ସରକାରୀ ଏବଂ ଘରୋଇ ସଂସ୍ଥା ବୋନସ ଘୋଷଣା ମଧ୍ୟ କରୁଛନ୍ତି। ଏହି ସମୟରେ…

ବଡ଼ ବିମାନ ଦୁର୍ଘଟଣା; ଦୁଇ ବରିଷ୍ଠ ସାମରିକ ଅଧିକାରୀଙ୍କ ସମେତ ୧୪ ମୃତ

କିନଶାସା,୨୬।୯: ଆଫ୍ରିକୀୟ ଦେଶ ‘ଡେମୋକ୍ରାଟିକ ରିପବ୍ଲିକ ଅଫ ଦ କଙ୍ଗୋ’ (DRC) ରେ ଏକ ବିମାନ ଦୁର୍ଘଟଣାରେ ୧୪ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଦେଶର…

ନିଜ ପତ୍ନୀଙ୍କ ଅପେକ୍ଷା ରୋହିତ ଶର୍ମାଙ୍କୁ ଅଧିକ ଭଲ ପାଆନ୍ତି ଧାୱନ! ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୯: କ୍ରିକେଟ ଦୁନିିଆରେ କିଛି ଖେଳାଳି କେବଳ ସେମାନଙ୍କ ଖେଳ ପାଇଁ ନୁହେଁ, ବରଂ ସେମାନଙ୍କ ବନ୍ଧୁତା ପାଇଁ ମଧ୍ୟ ବେଶ ଜଣାଶୁଣା। ପୂର୍ବତନ ଭାରତୀୟ ଅଧିନାୟକ…

ହୀରାକୁଦରେ ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ: ଜାରି ରହିଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର, ୨୬।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ସୁପରିଚାଳନା ଏବଂ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?