୬୭ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା

ସୋନପୁର,୨।୧୦(ନି.ପ୍ର.): ଦୁଷ୍ଟ ବିନାଶ ପାଇଁ ଧରାବତରଣ କରିଛନ୍ତି ଜଗତଜନନୀ ମା ଦୁର୍ଗା। ଶନିବାରଠାରୁ ଦେବୀଙ୍କ ପୀଠରେ ଆରମ୍ଭ ହୋଇଛି ମହିଷା ମର୍ଦ୍ଦିନୀଙ୍କ ତ୍ରିଦିନାତ୍ମକ ଦୁର୍ଗାପୂଜା। ରବିବାର ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଥିବା ପୂଜା ମଣ୍ଡପରେ ସପ୍ତମୀ ପୂଜା ଆରମ୍ଭ ହେବ। ସୁବର୍ଣ୍ଣପୁର ଜିଲାର ୬୭ଟି ମଣ୍ଡପରେ ମା ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ସୋନପୁର ଥାନା ଅଞ୍ଚଳରେ ୧୪ଟି, ଉଲୁଣ୍ଡା ଥାନା ଅଞ୍ଚଳରେ ୭ଟି, ତରଭା ଅଞ୍ଚଳରେ ୫ଟି, ବୀରମହାରାଜପୁରରେ ୧୧ଟି, ଡୁଙ୍ଗୁରିପାଲି ଥାନା ଅଞ୍ଚଳରେ ୧୦ଟି, ରାମପୁରରେ ୫ଟି, ବିନିକାରେ ୧୨ଟି ଓ ସୁବଳୟା ଅଞ୍ଚଳରେ ୩ଟି ସ୍ଥାନରେ ମା’ଙ୍କୁ ପୂଜା କରାଯାଉଛି। ସେହିଭଳି ସୋନପୁର ସହରର ବ୍ଲକ ଛକ, ଗଡଭିତର, ଦୁର୍ଗାମଣ୍ଡପ ଛକ, ଅନନ୍ତରାମ ମଣ୍ଡପ, ଘୋଡାଘାଟପଡା, ଗୁଣ୍ଡିଚାମନ୍ଦିର, କୁମ୍ଭାରପଡା, ଟିକିରିପଡା, ଥନାପତିପଡା ଓ ପଟାଭାଡି ଆଦି ୧୦ଟି ସ୍ଥାନରେ ଦୁର୍ଗାପୂଜା ହେଉଛି । ସେହିପରି ସୋନପୁର ଥାନାର ଖମ୍ବେଶ୍ୱରୀପାଲି, ହରଡଖୋଲ, ସାଗରପାଲି ଓ କୁଲିପାଲିରେ ସାର୍ବଜନୀନ ଦୁର୍ଗାପୂଜା ମହାସମାରୋହରେ ପାଳିତ ହେଉଛି। କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ଧରି ସରକାରଙ୍କ ଗାଇଡଲାଇନ୍‌ ଅନୁଯାୟୀ ପୂଜା କମିଟି ଗୁଡିକ ପକ୍ଷରୁ ମା’ଙ୍କର କେବଳ ପୂଜା ବିଧି ପାଳନ ହୋଇଥିଲା। ଭକ୍ତମାନେ ଉପବାସ ରହି ସାମାଜିକ ଦୂରତ୍ୱ ଅବଲମ୍ବନ କରି ମା’ଙ୍କ ଦର୍ଶନ କରିଥିଲେ। କୋଭିଡ କଟକଣା ହଟିବା ପରେ ଚଳିତ ଥର ଦୁର୍ଗା ପୂଜା ମହାସମାରୋହରେ କରିବା ପାଇଁ ପୂଜା କମିଟିଗୁଡିକ ନିଷ୍ପତ୍ତି ନେଇଛନ୍ତି। ପୂଜା ମଣ୍ଡପ ଗୁଡିକରେ ଶନିବାର ମୃଣ୍ମୟୀ ଦେବୀଙ୍କ ବିଲ୍ବବରଣ ଆମନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରବିବାର ସପ୍ତମୀ ପୂଜା, ସୋମବାର ମହାଷ୍ଟମୀ ଓ ସନ୍ଧିପୂଜା, ମଙ୍ଗଳବାର ମହାନବମୀ ପୂଜା ଓ ବୁଧବାର ଦଶମୀ ପୂଜା ଅନୁଷ୍ଠିତ ହେବ। ପୂଜା ମଣ୍ଡପ ଗୁଡିକ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଆଲୋକମାଳାରେ ଝଲସୁଛି। ସୋନପୁର ସହରର ଥନାପତିପଡାରେ ନବରାତ୍ର ଦୁର୍ଗାପୂଜା ଅନୁଷ୍ଠିତ ହେଉଛି। ପୂଜା କମିଟି ପକ୍ଷରୁ ଗତଦଶ ଦଶନ୍ଧି ଧରି ଏଠାରେ ଦୁର୍ଗା ପୂଜା ନିଷ୍ଠାର ସହ ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ଲୁଣାଘେରି ବନ୍ଧ, ତତ୍ପରତା ଦେଖାଉନି ଜଳସମ୍ପଦ ବିଭାଗ

ମହାକାଳପଡ଼ା,୨୬ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପ ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ରେ ଜରି ପଲିଥିନରେ ନଦୀ ପାର୍ଶ୍ୱମାଟି ଅତଡ଼ା ଖସିବା ଯୋଗୁ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି।…

ପାର୍ୱଣ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ବୋନସକୁ ନେଇ ଆସିଲା ଖରାପ ଖବର

ନୂଆଦିଲ୍ଲୀ,୨୬।୯: ପାର୍ୱଣ ଋତୁ ପୂର୍ୱରୁ କର୍ମଚାରୀମାନେ ବୋନସକୁ ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ସରକାରୀ ଏବଂ ଘରୋଇ ସଂସ୍ଥା ବୋନସ ଘୋଷଣା ମଧ୍ୟ କରୁଛନ୍ତି। ଏହି ସମୟରେ…

ବଡ଼ ବିମାନ ଦୁର୍ଘଟଣା; ଦୁଇ ବରିଷ୍ଠ ସାମରିକ ଅଧିକାରୀଙ୍କ ସମେତ ୧୪ ମୃତ

କିନଶାସା,୨୬।୯: ଆଫ୍ରିକୀୟ ଦେଶ ‘ଡେମୋକ୍ରାଟିକ ରିପବ୍ଲିକ ଅଫ ଦ କଙ୍ଗୋ’ (DRC) ରେ ଏକ ବିମାନ ଦୁର୍ଘଟଣାରେ ୧୪ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଦେଶର…

ନିଜ ପତ୍ନୀଙ୍କ ଅପେକ୍ଷା ରୋହିତ ଶର୍ମାଙ୍କୁ ଅଧିକ ଭଲ ପାଆନ୍ତି ଧାୱନ! ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୯: କ୍ରିକେଟ ଦୁନିିଆରେ କିଛି ଖେଳାଳି କେବଳ ସେମାନଙ୍କ ଖେଳ ପାଇଁ ନୁହେଁ, ବରଂ ସେମାନଙ୍କ ବନ୍ଧୁତା ପାଇଁ ମଧ୍ୟ ବେଶ ଜଣାଶୁଣା। ପୂର୍ବତନ ଭାରତୀୟ ଅଧିନାୟକ…

ହୀରାକୁଦରେ ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ: ଜାରି ରହିଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର, ୨୬।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ସୁପରିଚାଳନା ଏବଂ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ…

ପହିଲାରୁ ବଦଳିବ LPG Gasର ୫ ବଡ଼ ନିୟମ! ବୁକିଂ କରିବା ପୂର୍ବରୁ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୯: ଅକ୍ଟୋବର ୧ ତାରିଖରୁ ଏଲପିଜି ସିଲିଣ୍ଡର ସହିତ ଜଡିତ ଅନେକ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ଗ୍ୟାସ ବୁକିଂ ଓ ରିଫିଲିଂକୁ ପ୍ରଭାବିତ…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ SBI କଲା ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍ଲୀ,୨୬।୯: ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ର ଗ୍ରାହକ ଏବଂ ଆଗାମୀ ଦିନରେ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଟଙ୍କାର ଅଭାବ ହେବା ଚିନ୍ତାରେ ବ୍ୟସ୍ତ…

ଆରପାରିରେ ଆଦର୍ଶ ଶିକ୍ଷକ ସନାତନ: ପାଟଣା ଅଞ୍ଚଳରେ ଶୋକର ଛାୟା

ପାଟଣା, ୨୬।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍‌ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?