ବ୍ୟାପକ ହେଉଛି ଚାଷଜମିର କିସମ ପରିବର୍ତ୍ତନ

ପଟ୍ଟାମୁଣ୍ଡାଇ,୨।୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ୨୦୧୮ରୁ ୨୦୨୧ ମଧ୍ୟରେ ପ୍ରାୟ ୧ ହଜାର ହେକ୍ଟର ଅଧିକ ଅମଳକ୍ଷମ ଉର୍ବର ଚାଷଜମି ହ୍ରାସ ପାଇଛି। ଯଦି ଏଭଳି ଧାରାରେ ଚାଷଜମି ସଂଖ୍ୟା ହ୍ରାସ ପାଏ ତେବେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ଚାଷଜମି ୨ ଦଶନ୍ଧି ମଧ୍ୟରେ ଶେଷ ହୋଇଯିବ ବୋଲି ଆକଳନ କରାଯାଉଛି। ଫଳରେ ଚାଷୀ ଜୀବିକା ହରାଇବାର ସମ୍ଭାବନା ସୃଷ୍ଟି ହେବ।
ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଓ ଏହାର ଆଖପାଖରେ ଥିବା ଜମି ଦର ଆକାଶଛୁଅଁା ହୋଇଛି। ପୌରାଞ୍ଚଳ ଓ ନିକଟବର୍ତ୍ତୀ ଅଞ୍ଚଳ ବିଶେଷକରି ରାଜନଗର ପୂର୍ତ୍ତ ବିଭାଗ ରାସ୍ତାର ଦୁଇ ପାଖ ସମେତ ପଟ୍ଟାମୁଣ୍ଡାଇ-ତାତନା ରାସ୍ତା, କଟକ-ଚାନ୍ଦବାଲି ରାସ୍ତାର ପୋହଳ ଛକଠାରୁ ପଟ୍ଟାମୁଣ୍ଡାଇ ବାଇପାସ୍‌ ଛକ ପର୍ଯ୍ୟନ୍ତ ରାସ୍ତା, ବାଲିପାଟଣା ରାସ୍ତା, ଚଉଦକୁଲାଟ ରାସ୍ତା ଓ ନୀଳକଣ୍ଠପୁର ରାସ୍ତାର ଦୁଇପାଶର୍‌ବରେ ଘରସବୁ ଗଢ଼ିଉଠୁଛି। ଅନ୍ୟପକ୍ଷରେ ୩ ଦଶନ୍ଧି ମଧ୍ୟରେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରୁ ବାହାରିଥିବା ପୋଖରିଆପଡା ମାଇନର କେନାଲର ଚିହ୍ନବର୍ଣ୍ଣ ଆଉ ନାହିଁ। ଏହାର ଉଭୟ ପାଶର୍‌ବରେ ଥିବା ଚାଷଜମି ସବୁ ଘରବାଡି କିସମରେ ପରିଣତ ହୋଇ କୋଠାବାଡି ହୋଇ ସହରରେ ପରିଣତ ହୋଇଛି। ଫଳରେ ଉକ୍ତ କେନାଲକୁ ଜଳସମ୍ପଦ ବିଭାଗ ମୃତ ଘୋଷଣା କଲା ପରେ ଏହାକୁ ଅନ୍ୟ ବିଭାଗକୁ ହସ୍ତାନ୍ତର କରିଦିଆଯାଇଛି। ଗ୍ରାମାଞ୍ଚଳର ଚନ୍ଦନନଗର, କଖାରୁଣୀରେ ମଧ୍ୟ ଏହି ଧାରାରେ ଜମିର ଦାମ୍‌ କମ୍‌ ନୁହେଁ। ରାସ୍ତାକଡ଼ରେ ଥିବା ଏକ ଗୁଣ୍ଠ ଜମିର ଦାମ୍‌ ୧୫ ଲକ୍ଷରୁ ୩୦ ଲକ୍ଷ ମୂଲ୍ୟରେ ପହଞ୍ଚତ୍ଛି। ଏହି ଅଞ୍ଚଳରେ ଜଣେ ସାଧାରଣ ଚାକିରିଆ ଓ ନିମ୍ନମଧ୍ୟବିତ୍ତ ପରିବାର ନିମନ୍ତେ ଘର ଖଣ୍ଡିଏ ପାଇଁ ଜମି କିଣିବା ପ୍ରାୟତଃ ସାତସପନ। ଏପରି ସ୍ଥିତିରେ ଗ୍ରାମାଞ୍ଚଳରେ ଚାଷଜମି କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ପୌରାଞ୍ଚଳରେ ପୋଖରିଆପଡା କେନାଲ ପାଖ ଜମି ସବୁ କୋଠା ବାଡ଼ିରେ ପରିଣତ ହୋଇଥିବା ବେଳେ ପଟ୍ଟାମୁଣ୍ଡାଇରୁ ତାତନା ରାସ୍ତାର ଦୁଇପାଶର୍‌ବ ଜମି ସବୁ କୋଠାବାଡି ହୋଇସାରିଛି। ସେହିଭଳି ଏମ୍‌ଏନ୍‌ ହାଇସ୍କୁଲଠାରୁ ବକ୍ତାରପୁର ଦେଇ କଖାରୁଣୀ ପୋଲ ପର୍ଯ୍ୟନ୍ତ ଦୁଇପାଶର୍‌ବ ଜମିରେ କୋଠାବାଡ଼ି ଗଢ଼ି ଉଠୁଛି। ପୁନଶ୍ଚ ପଟ୍ଟାମୁଣ୍ଡାଇ ଜଳସମ୍ପଦ ଅଫିସଠାରୁ ପହରାଜପୁର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶର୍‌ବରେ କୋଠାବାଡ଼ି ହୋଇସାରିଛି। ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ବଜାର ସଂଲଗ୍ନ ବେଲତଳ, ଦକ୍ଷିଣଦିଆ, ପୋଖରିଆପଡା ପୋତା ଗୋବରୀ ନଦୀର ଦୁଇପାଶର୍‌ବ ଜମିକୁ ୧୯୩୦ ବନ୍ଦୋବସ୍ତରେ ବ୍ୟାପକ ହେର୍‌ଫେର ଓ ଚଞ୍ଚକତା କରାଯାଇଛି। ଏହି ସମୟରେ ବହୁ ମୂଲ୍ୟବାନ୍‌ ସରକାରୀ ଜମିକୁ କେତେଜଣ ମୁଷ୍ଟିମେୟ ଲୋକ ହାତେଇ ନେଇଛନ୍ତି। ପୋତି ହୋଇପଡିଥିବା ଗୋବରୀ ନଦୀ ଜାତୀୟ ସମ୍ପତ୍ତି ହୋଇଥିଲେ ମଧ୍ୟ ଜମିଦାର ଓ ଗୁମାସ୍ତାଙ୍କଠାରୁ ହାତଲେଖା ଆଣି କେତେଜଣ ଚତୁର ଏବଂ ପ୍ରଭାବଶାଳୀ ଲୋକ ତହସିଲ କାର୍ଯ୍ୟାଳୟରୁ ଲିଜ୍‌ ନେଇ ଭୋଗଦଖଲ କରୁଛନ୍ତି। ଏଥିସହ ଜଳାଶୟକୁ ବିକ୍ରିକରି ସେଠାରେ ବଡ଼ ବଡ଼ କୋଠା ଛିଡ଼ା କରୁଛନ୍ତି। ପୋତାନଈ କିସମ ଜଳାଶୟ ରହିଛି। ହେଲେ ବେଆଇନ ଭାବେ ଏହାକୁ ପୋତାଯାଇ ପକ୍କାଘର ନିର୍ମାଣ କରାଯାଉଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ୨୦ କିମି ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡିଛି। ଏଥିସହ ପାଣି ଅଭାବ ଯୋଗୁ ହଜାର ହଜାର ଏକର ଉର୍ବର ଚାଷଜମି ପଡ଼ିଆ ପଡୁଛି। ଫଳରେ ଲୋକଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ ଘଟିପାରୁନାହିଁ। ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ରାସ୍ତାଗୁଡିକର ଦୁଇପାଶର୍‌ବରେ ଥିବା ନୟନଯୋରି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଫଳରେ ଉଭୟ ପାଶର୍‌ବ ଜମିକୁ ଜଳସେଚନ ହୋଇପାରୁ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଚାଷ ପ୍ରତି ବିମୁଖ ଭାବ ସୃଷ୍ଟି ହେବାରୁ ଜମି ପଡ଼ିଆ ରହୁଛି। ଏ ଦିଗରେ ରାଜ୍ୟ ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri