ବ୍ୟାପକ ହେଉଛି ଚାଷଜମିର କିସମ ପରିବର୍ତ୍ତନ

ପଟ୍ଟାମୁଣ୍ଡାଇ,୨।୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ୨୦୧୮ରୁ ୨୦୨୧ ମଧ୍ୟରେ ପ୍ରାୟ ୧ ହଜାର ହେକ୍ଟର ଅଧିକ ଅମଳକ୍ଷମ ଉର୍ବର ଚାଷଜମି ହ୍ରାସ ପାଇଛି। ଯଦି ଏଭଳି ଧାରାରେ ଚାଷଜମି ସଂଖ୍ୟା ହ୍ରାସ ପାଏ ତେବେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ଚାଷଜମି ୨ ଦଶନ୍ଧି ମଧ୍ୟରେ ଶେଷ ହୋଇଯିବ ବୋଲି ଆକଳନ କରାଯାଉଛି। ଫଳରେ ଚାଷୀ ଜୀବିକା ହରାଇବାର ସମ୍ଭାବନା ସୃଷ୍ଟି ହେବ।
ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଓ ଏହାର ଆଖପାଖରେ ଥିବା ଜମି ଦର ଆକାଶଛୁଅଁା ହୋଇଛି। ପୌରାଞ୍ଚଳ ଓ ନିକଟବର୍ତ୍ତୀ ଅଞ୍ଚଳ ବିଶେଷକରି ରାଜନଗର ପୂର୍ତ୍ତ ବିଭାଗ ରାସ୍ତାର ଦୁଇ ପାଖ ସମେତ ପଟ୍ଟାମୁଣ୍ଡାଇ-ତାତନା ରାସ୍ତା, କଟକ-ଚାନ୍ଦବାଲି ରାସ୍ତାର ପୋହଳ ଛକଠାରୁ ପଟ୍ଟାମୁଣ୍ଡାଇ ବାଇପାସ୍‌ ଛକ ପର୍ଯ୍ୟନ୍ତ ରାସ୍ତା, ବାଲିପାଟଣା ରାସ୍ତା, ଚଉଦକୁଲାଟ ରାସ୍ତା ଓ ନୀଳକଣ୍ଠପୁର ରାସ୍ତାର ଦୁଇପାଶର୍‌ବରେ ଘରସବୁ ଗଢ଼ିଉଠୁଛି। ଅନ୍ୟପକ୍ଷରେ ୩ ଦଶନ୍ଧି ମଧ୍ୟରେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରୁ ବାହାରିଥିବା ପୋଖରିଆପଡା ମାଇନର କେନାଲର ଚିହ୍ନବର୍ଣ୍ଣ ଆଉ ନାହିଁ। ଏହାର ଉଭୟ ପାଶର୍‌ବରେ ଥିବା ଚାଷଜମି ସବୁ ଘରବାଡି କିସମରେ ପରିଣତ ହୋଇ କୋଠାବାଡି ହୋଇ ସହରରେ ପରିଣତ ହୋଇଛି। ଫଳରେ ଉକ୍ତ କେନାଲକୁ ଜଳସମ୍ପଦ ବିଭାଗ ମୃତ ଘୋଷଣା କଲା ପରେ ଏହାକୁ ଅନ୍ୟ ବିଭାଗକୁ ହସ୍ତାନ୍ତର କରିଦିଆଯାଇଛି। ଗ୍ରାମାଞ୍ଚଳର ଚନ୍ଦନନଗର, କଖାରୁଣୀରେ ମଧ୍ୟ ଏହି ଧାରାରେ ଜମିର ଦାମ୍‌ କମ୍‌ ନୁହେଁ। ରାସ୍ତାକଡ଼ରେ ଥିବା ଏକ ଗୁଣ୍ଠ ଜମିର ଦାମ୍‌ ୧୫ ଲକ୍ଷରୁ ୩୦ ଲକ୍ଷ ମୂଲ୍ୟରେ ପହଞ୍ଚତ୍ଛି। ଏହି ଅଞ୍ଚଳରେ ଜଣେ ସାଧାରଣ ଚାକିରିଆ ଓ ନିମ୍ନମଧ୍ୟବିତ୍ତ ପରିବାର ନିମନ୍ତେ ଘର ଖଣ୍ଡିଏ ପାଇଁ ଜମି କିଣିବା ପ୍ରାୟତଃ ସାତସପନ। ଏପରି ସ୍ଥିତିରେ ଗ୍ରାମାଞ୍ଚଳରେ ଚାଷଜମି କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ପୌରାଞ୍ଚଳରେ ପୋଖରିଆପଡା କେନାଲ ପାଖ ଜମି ସବୁ କୋଠା ବାଡ଼ିରେ ପରିଣତ ହୋଇଥିବା ବେଳେ ପଟ୍ଟାମୁଣ୍ଡାଇରୁ ତାତନା ରାସ୍ତାର ଦୁଇପାଶର୍‌ବ ଜମି ସବୁ କୋଠାବାଡି ହୋଇସାରିଛି। ସେହିଭଳି ଏମ୍‌ଏନ୍‌ ହାଇସ୍କୁଲଠାରୁ ବକ୍ତାରପୁର ଦେଇ କଖାରୁଣୀ ପୋଲ ପର୍ଯ୍ୟନ୍ତ ଦୁଇପାଶର୍‌ବ ଜମିରେ କୋଠାବାଡ଼ି ଗଢ଼ି ଉଠୁଛି। ପୁନଶ୍ଚ ପଟ୍ଟାମୁଣ୍ଡାଇ ଜଳସମ୍ପଦ ଅଫିସଠାରୁ ପହରାଜପୁର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶର୍‌ବରେ କୋଠାବାଡ଼ି ହୋଇସାରିଛି। ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ବଜାର ସଂଲଗ୍ନ ବେଲତଳ, ଦକ୍ଷିଣଦିଆ, ପୋଖରିଆପଡା ପୋତା ଗୋବରୀ ନଦୀର ଦୁଇପାଶର୍‌ବ ଜମିକୁ ୧୯୩୦ ବନ୍ଦୋବସ୍ତରେ ବ୍ୟାପକ ହେର୍‌ଫେର ଓ ଚଞ୍ଚକତା କରାଯାଇଛି। ଏହି ସମୟରେ ବହୁ ମୂଲ୍ୟବାନ୍‌ ସରକାରୀ ଜମିକୁ କେତେଜଣ ମୁଷ୍ଟିମେୟ ଲୋକ ହାତେଇ ନେଇଛନ୍ତି। ପୋତି ହୋଇପଡିଥିବା ଗୋବରୀ ନଦୀ ଜାତୀୟ ସମ୍ପତ୍ତି ହୋଇଥିଲେ ମଧ୍ୟ ଜମିଦାର ଓ ଗୁମାସ୍ତାଙ୍କଠାରୁ ହାତଲେଖା ଆଣି କେତେଜଣ ଚତୁର ଏବଂ ପ୍ରଭାବଶାଳୀ ଲୋକ ତହସିଲ କାର୍ଯ୍ୟାଳୟରୁ ଲିଜ୍‌ ନେଇ ଭୋଗଦଖଲ କରୁଛନ୍ତି। ଏଥିସହ ଜଳାଶୟକୁ ବିକ୍ରିକରି ସେଠାରେ ବଡ଼ ବଡ଼ କୋଠା ଛିଡ଼ା କରୁଛନ୍ତି। ପୋତାନଈ କିସମ ଜଳାଶୟ ରହିଛି। ହେଲେ ବେଆଇନ ଭାବେ ଏହାକୁ ପୋତାଯାଇ ପକ୍କାଘର ନିର୍ମାଣ କରାଯାଉଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ୨୦ କିମି ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡିଛି। ଏଥିସହ ପାଣି ଅଭାବ ଯୋଗୁ ହଜାର ହଜାର ଏକର ଉର୍ବର ଚାଷଜମି ପଡ଼ିଆ ପଡୁଛି। ଫଳରେ ଲୋକଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ ଘଟିପାରୁନାହିଁ। ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ରାସ୍ତାଗୁଡିକର ଦୁଇପାଶର୍‌ବରେ ଥିବା ନୟନଯୋରି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଫଳରେ ଉଭୟ ପାଶର୍‌ବ ଜମିକୁ ଜଳସେଚନ ହୋଇପାରୁ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଚାଷ ପ୍ରତି ବିମୁଖ ଭାବ ସୃଷ୍ଟି ହେବାରୁ ଜମି ପଡ଼ିଆ ରହୁଛି। ଏ ଦିଗରେ ରାଜ୍ୟ ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?