ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦାବି

କେନ୍ଦ୍ରାପଡ଼ା ଅଫିସ, ୨।୧୦: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବାର୍‌ହାପୁରଠାରେ ଗହୀରମଥା ମେରାଇନ ଟର୍ଟଲ ପ୍ରୋଟେକ୍ସନ ଆଣ୍ଡ ମ୍ୟାନ୍‌ଗ୍ରୁଭ କଞ୍ଜରଭେଶନ ସୋସାଇଟିର ଏକ ଆଲୋଚନାଚକ୍ର ଶନିବାର ଅନୁଷ୍ଠିତ ହୋଇଥିଲା। ସୋସାଇଟି ସଭାପତି ସତ୍ୟପ୍ରକାଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାବି ହୋଇଛି। ଏଥିରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ, ପ୍ରଭୁପ୍ରସାଦ ମହାପାତ୍ର, ଆଶିଷ କୁମାର ସେନାପତି ଆଲୋଚକ ଭାବେ ଯୋଗଦେଇଥିଲେ। ସେମାନେ କହିଥିଲେ, ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପରି ଏଠାରେ ଧଳା ବଉଳା କୁମ୍ଭୀର, ଡଲ୍‌ଫିନ, ଅଲିଭ୍‌ ରିଡ୍‌ଲେ, ଅକ୍ଟୋପସ୍‌, ଅଶ୍ୱ ଖୁରାକୃତି ନୀଳରକ୍ତର କଙ୍କଡ଼ା, ଶାମୁକା ଆଦି ବିଶ୍ୱପ୍ରସିଦ୍ଧ। ତେବେ ଏମାନଙ୍କ ଜୀବନଚର୍ଯ୍ୟା, ସ୍ଥାନୀୟ ପରିବେଶ, ଔଷଧୀୟ ଗୁଣବତ୍ତା ଆଦି ଏବେ ରହସ୍ୟଘେରରେ।
ନିର୍ଦ୍ଦିଷ୍ଟ ସମୟରେ ବିରଳ ଅଲିଭ୍‌ ରିଡ୍‌ଲେଙ୍କ ଏହି ଅଞ୍ଚଳକୁ ଆଗମନ, ଅଣ୍ଡାଦାନ ପରେ ମାଈ ଅଲିଭ୍‌ ରିଡ୍‌ଲେଙ୍କ ପଳାୟନ, ଦେଢ଼ମାସ ପରେ ଶାବକଙ୍କ ପଶ୍ଚାତ୍‌ଗମନ ଆଦି ଏବେ ବି ରହସ୍ୟଘେରରେ ରହିଛି। ସେହିପରି ପୁରୀର ରାମଚଣ୍ଡୀ ତଟାଦେଶରେ ୨୦୧୨ ମସିହାରୁ ଅଦ୍ୟାବଧି ଅଲିଭ୍‌ ରିଡ୍‌ଲେଙ୍କ ଦେଖା ନ ଯିବାର କାରଣ ଖୋଜିବା ସହ ଗବେଷଣାଗାରରେ ଏହି ସାମୁଦ୍ରିକ ଜୀବର ଜୀବନଚକ୍ର ଅନୁଧ୍ୟାନ ହୋଇପାରିବ। ସେହିପରି ଏହି ଅଞ୍ଚଳର ବିରଳ ଧଳା କୁମ୍ଭୀର ଗୋରୀ ଏହାର ରଙ୍ଗ ପାଇଁ ବିଶ୍ୱ ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛି। ଗୋରୀ କୁମ୍ଭୀର ଡାଙ୍ଗମାଳର ଆବଦ୍ଧ ସୀମାରେ ଥିଲେ ମଧ୍ୟ ଚଳିତ ବର୍ଷ ୧୬ଟି ଧଳା କୁମ୍ଭୀରଙ୍କ ଗଣନା ହୋଇଛି, ଯାହା ଗବେଷକଙ୍କ ଗବେଷଣା ପାଇଁ ଆହ୍ବାନ କରୁଛି। ଅପରପକ୍ଷରେ ଏଠାରେ ଦେଖାଯାଉଥିବା ଜେଲି ଫିସ୍‌, ଡଲ୍‌ଫିନ, ଅକ୍ଟୋପସ୍‌ ଆଦି ସାମୁଦ୍ରିକ ଜୀବ ସମ୍ପର୍କରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଅଧିକ ସଚେତନତା ସୃଷ୍ଟିର ଆବଶ୍ୟକତା ଅଛି। ସେହିପରି ବିରଳ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ଏଠାରେ ଏକ ଆହ୍ବାନ ହୋଇଛି। ଏହି କଙ୍କଡ଼ା ଓ ଶାମୁକାରୁ ପ୍ରସ୍ତୁତ ଔଷଧ ମାନବ ସମାଜ ପାଇଁ କେତେଦୂର ଉପଯୋଗୀ ହୋଇପାରିବ, ତାହାର ଗବେଷଣା ଜରୁରୀ ହୋଇପଡ଼ିଛି। ଅପରପକ୍ଷରେ କେନ୍ଦ୍ରାପଡ଼ା ଜିଲାରେ ତଟକ୍ଷୟ ଉଗ୍ରରୂପ ଧାରଣ କରିଛି। ଏହାର ନିରାକରଣ ସମ୍ପର୍କରେ ଗବେଷଣା ହୋଇପାରିବ। ସାମୁଦ୍ରିକ ଜୀବଙ୍କ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଜାତୀୟ ଉଦ୍ୟାନ ମଧ୍ୟରେ ଏକ ଗବେଷଣାଗାର ପ୍ରତିଷ୍ଠା ପାଇଁ ସେମାନେ ଏହି ଆଲୋଚନାଚକ୍ର ମାଧ୍ୟମରେ ଦାବି କରିଛନ୍ତି। ଏଡିଏମ୍‌ ପୀତାମ୍ବର ସାମଲ ଏହି ପ୍ରସ୍ତାବକୁ ସ୍ବାଗତ କରିଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri