ଶେଷ ଯାଏ ସେବା କରିବା ଲକ୍ଷ୍ୟ

ଛେଣ୍ଡିପଦା,୨।୧୦(ଅଜିତ ଧଳ): ୩୮ ବର୍ଷ ତଳେ ଭାରତୀୟ ନୌସେନାରେ ଯୋଗଦେଇ ଦେଶ ମାତୃକାର ସେବା କରିବାର ସୁଯୋଗ ପାଇଥିଲେ। ଏପରି କି ଶ୍ରୀଲଙ୍କା ଯାଇଥିବା ଶାନ୍ତିସେନାରେ ସେ ସଦସ୍ୟ ମଧ୍ୟ ଥିଲେ। ହେଲେ ସେଠାରେ ଘଟିଥିବା ଏକ ଦୁର୍ଘଟଣା ତାଙ୍କୁ ଶାରୀରିକ ଅକ୍ଷମ କରିଦେବା ସହ ଅଧିକ ଦିନଧରି ଦେଶ ସେବାରୁ ବଞ୍ଚିତ କରିଥିଲା। ମାତ୍ର ୬ ବର୍ଷ ସେନାରେ ରହିବା ପରେ ସେ ଅବସର ନେଇ ଫେରିଥିଲେ ନିଜ ଗଁା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା ଗ୍ରାମକୁ। ପରେ ପରିବାର ଲୋକେ ରହୁଥିବା ମାମୁଘର ପରାକୁ କିଛି ଦିନ ପାଇଁ ଚାଲିଯାଇଥିଲେ। ସେବେଠାରୁ ବାଲ୍ୟ ବିବାହ ରୋକିବା, ଶିଶୁ ଶ୍ରମିକଙ୍କ ଉଦ୍ଧାର ସହ ସମାଜରେ ଶାନ୍ତି ଓ ମୈତ୍ରୀପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିଆସୁଛନ୍ତି ଅବସରପ୍ରାପ୍ତ ନୌସେନା ଅଧିକାରୀ ଅନିରୁଦ୍ଧ ସାହୁ।
ଜରପଡା ଗ୍ରାମରେ ୨୨ ଏପ୍ରିଲ ୧୯୬୬ରେ ଜନ୍ମିତ ଅନିରୁଦ୍ଧ ୫ ଜୁଲାଇ ୧୯୮୪ରେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ। ତାଙ୍କୁ ରେଡିଓ ଓ ରାଡାର ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ଷେତ୍ରରେ ବେଶ୍‌ ପାରଙ୍ଗମତା ପ୍ରଦର୍ଶନ ଯୋଗୁ ତାଙ୍କୁ ୧୯୮୮ରେ ଶ୍ରୀଲଙ୍କା ପଠାଯାଇଥିବା ଶାନ୍ତି ସେନାରେ ସାମିଲ କରାଯାଇଥିଲା। ହେଲେ ଶ୍ରୀଲଙ୍କାରେ ରାଡାର ଆଣ୍ଟିନା ମରାମତି ବେଳେ ଦୁର୍ଘଟଣା ଘଟି ତାଙ୍କ ଶରୀରର ବାମପାର୍ଶ୍ୱ ଅଙ୍ଗ ସାମାନ୍ୟ ଅଚଳ ହୋଇଯାଇଥିଲା। ଦୀର୍ଘଦିନ ଧରି ଚିକିତ୍ସା ସତ୍ତ୍ୱେ ସେ ନୌସେନାରେ କାମ କରିବା ପାଇଁ ଆଉ ସକ୍ଷମ ହୋଇପାରି ନ ଥିଲେ। ଏହାପରେ ଆନ୍ଧ୍ରପ୍ରଦେଶସ୍ଥିତ ପ୍ରତିରକ୍ଷା ପ୍ରକଳ୍ପରେ କାମ କରିବାର ସୁଯୋଗ ତାଙ୍କୁ ଦିଆଯାଇଥିଲା। ସେଠାରେ ୨ ବର୍ଷ ୨ମାସ କାର୍ଯ୍ୟ କରିବା ପରେ ତାଙ୍କୁ ୧୯୯୦ରେ ଦାୟିତ୍ୱମୁକ୍ତ କରାଯାଇଥିଲା। ସେନାରୁ ଅବସର ନେବା ପରଠାରୁ ସେ ସମାଜ ସେବାରେ ନିଜକୁ ବ୍ରତୀ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ମାମୁଘର ପରା ଓ ନିଜ ଗ୍ରାମ ଜରପଡ଼ା ଅଞ୍ଚଳର ବିକାଶ ନିମନ୍ତେ ବିଭିନ୍ନ ସାହାଯ୍ୟ ସହଯୋଗ କଲେ। ପଡିଆଜମିରେ ବନୀକରଣ କରି ସବୁଜ ପରିବେଶ ସୃଷ୍ଟି କଲେ। ଅଧିକ ପାଠ ପଢ଼ିବାକୁ ଆଗ୍ରହ ହେବାରୁ ସେ ୧୯୯୧ରେ ବନ୍ତଳା ମହାବିଦ୍ୟାଳୟରେ ଯୁକ୍ତ ୩ରେ ନାମ ଲେଖାଇ ୧୯୯୪ରେ ଗ୍ରାଜୁଏଶନ ପାସ କଲେ। ପ୍ରୌଢ ଶିକ୍ଷା, ସମଗ୍ର ଶିକ୍ଷା ଅଭିଯାନକୁ ଆଗକୁ ନେବାରେ ସହାୟତା କଲେ। ତେବେ କଲେଜ ଯିବା ସମୟରେ ଶିଶୁଶ୍ରମିକମାନଙ୍କୁ ଦେଖି ସେ ତାହାର ନିରାକରଣ ଦିଗରେ କାର୍ଯ୍ୟ ଆରମ୍ଭ କଲେ। ଜିଲା ପ୍ରଶାସନ ସହାୟତାରେ ସେମାନଙ୍କୁ କିପରି ଉଦ୍ଧାର କରାଯିବ ସେଥିରେ ଦିନରାତି ଲାଗିପଡ଼ିଲେ। ଆଖପାଖ ଅଞ୍ଚଳରେ ହେଉଥିବା ନାବାଳିକା ବିବାହ ରୋକିବାରେ ପ୍ରଶାସନକୁ ସହାୟତାର ହାତ ବଢ଼ାଇଲେ। ମଠ, ମନ୍ଦିର, ସ୍କୁଲ ଆଦି ବୁଲି ସମସ୍ୟା ଜାଣି ତାହାର ସମାଧାନ ଦିଗରେ ସମୟ ଦେଲେ। ଦୀର୍ଘ ୩୨ ବର୍ଷ ମଧ୍ୟରେ ଏ କ୍ଷେତ୍ରରେ ତାଙ୍କୁ ଅନେକ ସଫଳତା ସହ ପୁରସ୍କାର ମିଳିଛି। କୋଭିଡ୍‌ ବେଳେ ନିଜେ ଅର୍ଥ ଦେଇ ରୋଗୀଙ୍କୁ ମେଡିକାଲ ପଠାଇବା, ସଚେତନତା କାର୍ଯ୍ୟ କରିବା ଓ ଛାମୁଅଁା ଯୋଦ୍ଧାଙ୍କୁ ଖାଦ୍ୟ ଯୋଗାଇ ଦେଇ ସେ ଜିଲାରେ ବେଶ୍‌ ପ୍ରଶଂସା ଅର୍ଜନ କରିଥିଲେ। ସମାଜସେବା ପାଇଁ ନିଜ ପେନସନ ଅର୍ଥ ବ୍ୟୟ କରୁଥିବା ଏହି ଅବସରପ୍ରାପ୍ତ ନୌସେନା ଅଧିକାରୀ ୨୦୦୮ରେ ହଣ୍ଡପା ଗ୍ରାମର ବନିତା ସାହୁଙ୍କୁ ବିବାହ କରିଥିଲେ। ଗାନ୍ଧୀ ଓ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବାରୁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସମାଜସେବା କରିବାକୁ ଶପଥ ନେଇଥିବା ଅନିରୁଦ୍ଧ ପ୍ରକାଶ କରିଛନ୍ତି। ଅବସରପ୍ରାପ୍ତ ଏହି ନୌସେନା ଅଧିକାରୀଙ୍କ ଏପରି ସେବାମୂଳକ କାର୍ଯ୍ୟକୁ ଦେଖି ତାଙ୍କୁ ପଦ୍ମ ପୁରସ୍କାର-୨୦୨୩ ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଗତ ଜୁଲାଇ ୨୯ରେ ପ୍ରସ୍ତାବ ପଠାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?