ଆଜି ବସିବ ଛତିଶା ନିଯୋଗ ବୈଠକ
ପୁରୀ ଅଫିସ, ୨୫।୫: ପୁରୀ ଶ୍ରୀମନ୍ଦିରରେ ବୁଧବାର ଛତିଶା ନିଯୋଗ ବୈଠକ ବସିବ । ନୀଳାଦ୍ରି ଭକ୍ତ ନିବାସରେ ଦିନ ୧୨ଟାରେ ଏହି ବୈଠକ ବସିବ । ପ୍ରଥମେ ବିଶେଷକରି ରାଜେନ୍ଦ୍ରା ଭିଷେକ, ରୁକ୍ମିଣୀ ହରଣ ଏକାଦଶୀ, ଚମ୍ପକ ଦ୍ୱାଦଶୀ, ଦଇତାପତି…
୧୯ ଦେଶରେ ୧୩୧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ଜେନେଭା,୨୫।୫: ଚିନ୍ତା ବଢାଉଛି ମଙ୍କିପକ୍ସ ଭୂତାଣୁ। ଏବେ ୧୯ ଦେଶରେ ମୋଟ ୧୩୧ ମାମଲା ଚିହ୍ନଟ ହୋଇଛି। ଏ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଆଉ ୧୦୬ରୁ ଅଧିକ ଲୋକ ସଂକ୍ରମିତ ଥିବା ସନ୍ଦେହ କରାଯାଉଛି।…
ଆଜିଠୁ ବଢ଼ିବ ତାପମାତ୍ରା
ଭୁବନେଶ୍ୱର, ୨୫।୫(ବ୍ୟୁରୋ): ରାଜ୍ୟରେ ବୁଧବାରଠାରୁ ତାପମାତ୍ରା କ୍ରମଶଃ ବଢ଼ିବ। ଦିନବେଳା ତାପମାତ୍ରା ୨ରୁ ୩ଡିଗ୍ରୀ ବଢ଼ିିବ । ସୋମବାର ରାତିରେ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇଛି । ଢେଙ୍କାନାଳରେ ସର୍ବାଧିକ ୬୭.୬ ମିଲିମିଟର ବର୍ଷା ରେକର୍ଡ ହୋଇ ଥିବା…
ଆଜି ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
ପୁରୀ ଅଫିସ,୨୫।୫ : ଶ୍ରୀମନ୍ଦିରରେ ଜ୍ୟେଷ୍ଠ କୃଷ୍ଣ ଦଶମୀ ତିଥି ଅବସରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ସେଥିଲାଗି ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଏ ନେଇ ଶ୍ରୀମନ୍ଦିର…
ଗୋରୁ ବ୍ୟବସାୟକୁ କେନ୍ଦ୍ରକରି ଗୁଳିକାଣ୍ଡ: ବ୍ୟବସାୟୀଙ୍କ ମୃତ୍ୟୁ
ବାରିପଦା ଅଫିସ,୨୫।୫: ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ହାଟବାଦଡା ଗୋରୁ ହାଟରେ ବ୍ୟବସାୟକୁ କେନ୍ଦ୍ରକରି ଗୁଳିକାଣ୍ଡ ହୋଇଛି। ଏଥିରେ ଜଣେ ବ୍ୟବସାୟୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ତାଙ୍କ ନିକଟରେ ଥିବା ୨୦ ଲକ୍ଷ ଟଙ୍କା…
ଛୁରାମାଡ ଘଟଣାରେ ୩ ଗିରଫ
ପୁରୀ ଅଫିସ,୨୫।୫: ପୁରୀରେ ଛୁରାମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ବୁଧବାର ପୋଲିସ ଗିରଫ କରିଛି । ସେମାନେ ହେଲେ ଗୋଖା ସାହିର ଦୁପୁନା ବେହେରା, ବିଭୁନା ଭୋଇ ଓ ଶିବୁନା ପାତ୍ର । ଆଜି ଅଭିଯୁକ୍ତ ମାନଙ୍କୁ…
କାଜୁ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ
ପାଟଣା,୨୫।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୂଷାଖୋରୀ ପଞ୍ଚାୟତ ଦକ୍ଷିଣ ପଶି କାଜୁ ଜଙ୍ଗଲରୁ ବୁଧବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ମୂଷାଖରୀ ପଞ୍ଚାୟତ ଧନୁର୍ଯ୍ୟୟପୁର କାଶିଆ ଗ୍ରାମର ସଞ୍ଜନ ମହାରଣା (୨୫)…
ଟେକ୍ସାସ ଗୁଳିକାଣ୍ଡ: ବାଇଡେନ କହିଲେ ବହୁତ ହେଲା ଏବେ ଆକ୍ସନର ସମୟ
ୱାଶିଂଟନ,୨୫ ।୫: ଆମେରିକାର ଟେକ୍ସାସରେ ଥିବା ଏକ ପ୍ରାଥମିକ ସ୍କୁଲରେ ହୋଇଥିବା ଗୁଳିକାଣ୍ଡରେ ୧୮ ନିରିହ ଶିଶୁଙ୍କ ସମେତ ୨୧ ଜଣଙ୍କ ମୃତ୍ୟୁ ସମ୍ପୂର୍ଣ୍ଣ ଆମେରିକାକୁ ସ୍ତବ୍ଧ କରିଦେଇଛି । ପ୍ରଥମରୁ ଚତୁର୍ଥ ଶ୍ରେଣୀର ପିଲାଙ୍କୁ ଜଣେ ୧୮ ବର୍ଷିୟ ବାଳକ…
କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩ କରୋନା ପଜିଟିଭ୍
ଭୁବନେଶ୍ୱର,୨୫।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୩୯୦ ଜଣକୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ…
ସମନ୍ବୟରେ ହେଉ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ
ପୁରୀ ଅଫିସ,୨୫।୫: ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ଗୋବର୍ଦ୍ଧନ ମଠକୁ ଯାଇ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଭେଟିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କୁ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଛି। ଶଙ୍କରାଚାର୍ଯ୍ୟ ସମସ୍ତ ପକ୍ଷଙ୍କୁ ଶୁଣି…
ଘେବ୍ରେୟସ୍ ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଭାବେ ପୁନଃନିର୍ବାଚିତ
ଜେନେଭା,୨୫ା୫: ପ୍ରଥମ ଆଫ୍ରିକୀୟ ଭାବେ ଟେଡ୍ରୋସ୍ ଅଧନୋମ୍ ଘେବ୍ରେୟସ୍(୫୭) ଦ୍ୱିତୀୟ ଥର ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ମୁଖ୍ୟ ନିର୍ବାଚିତ ହୋଇଛନ୍ତି। ଡବ୍ଲ୍ୟୁଏଚ୍ଓର ୧୬୦ ସଦସ୍ୟଙ୍କ ମଧ୍ୟରୁ ସେ ୧୫୫ ଭୋଟ୍ ପାଇଥିବା ଜଣାପଡ଼ିଛି। ଏପରି ସମର୍ଥନ ପାଇଁ ସେ…
ମେକ୍ସିକୋରେ ଗୁଳିକାଣ୍ଡ: ୧୧ ମୃତ
ମେକ୍ସିକୋ ସିଟି,୨୫।୫:ମେକ୍ସିକୋର ଗୌନାଜୁଆଟୋ ରାଜ୍ୟ ଅନ୍ତର୍ଗତ ସେଲାୟା ସହରରେ ମଙ୍ଗଳବାର ରାତିରେ ପ୍ରାୟ ୧୫ଜଣ ବନ୍ଧୁକଧାରୀ ହୋଟେଲ ଓ ବାର୍ରେ ପଶି ଆଖିବୁଜା ଗୁଳି ଚଳାଇବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିବା ସହ ୫ ଜଣ ଆହତ ହୋଇଛନ୍ତି। ସେମାନେ ହୋଟେଲର…
Archives


