୯ମ,୧୦ମ ପାଇଁ ୪ ନୂଆ ପାଠ୍ୟକ୍ରମ

କଟକ ଅଫିସ, ୧୮ା୧୦:ଶିକ୍ଷାବର୍ଷ ଅଧାରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ନବମ ଓ ଦଶମ ଶ୍ରେଣୀ ପାଇଁ ବୋର୍ଡ ନୂଆ ପାଠ୍ୟକ୍ରମ ଆଣିଛି। ନବମ ଓ ଦଶମ ଶ୍ରେଣୀରେ ୪ଟି ନୂଆ ବିଷୟ ରହିବ। ବୁକ୍‌ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ-କରିକୁଲାର ଆକ୍ଟିଭିଟିଜ, ବେସିକ ଆଇଟି ସ୍କିଲ୍ସ ସମେତ ମୋଟ ୪ ପାଠ୍ୟକ୍ରମ ସାମିଲ କରିବା ପାଇଁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ଶିକ୍ଷାବର୍ଷ ୨୦୨୨-୨୩ ପାଇଁ ଏହାକୁ ଲାଗୁ କରାଯାଇଛି। ପ୍ରଥମ କରି ଏହା ଚଳିତବର୍ଷ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ଆରମ୍ଭ ହେବ। ପରବର୍ତ୍ତୀ ଶିକ୍ଷାବର୍ଷରେ ଏହା ଉଭୟ ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ଲାଗୁ କରାଯିବ। ହାଇସ୍କୁଲ ସାର୍ଟିଫିକେଟ ଏବଂ ମଧ୍ୟମା ପରୀକ୍ଷାରେ ଏହି ପାଠ୍ୟକ୍ରମ ଲାଗୁ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ବୋର୍ଡ ପକ୍ଷରୁ ଛାତ୍ରୀଛାତ୍ରଙ୍କ ଫର୍ମେଟିଭ ଓ ସମ୍ମେଟିଭ ଆସେସମେଣ୍ଟରେ ଆସ୍‌ପିରେଶନାଲ କମ୍ପୋନେଣ୍ଟ ବିଷୟକୁ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ସୋମବାର ବଜ୍ରକବାଟୀସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।
ବୋର୍ଡ ସଭାପତି କହିଛନ୍ତି, ୪ଟି ପର୍ଯ୍ୟାୟରେ ଏହି ପରୀକ୍ଷା କରାଯିବ। ପ୍ରଥମ ୩ଟି ପର୍ଯ୍ୟାୟରେ ୫ ମାର୍କ ଲେଖାଏ ଏବଂ ଶେଷ ପର୍ଯ୍ୟାୟରେ ୧୦ ମାର୍କ ଲାଗି ପରୀକ୍ଷା କରାଯିବ। ଏଭଳି ଭାବେ ଉକ୍ତ ୪ଟି ବିଷୟରେ ମୋଟ ୧୦୦ ମାର୍କର ପରୀକ୍ଷା ହେବ। ସ୍କୁଲ ପକ୍ଷରୁ ଉକ୍ତ ପରୀକ୍ଷା କରାଯିବ ଓ ସମ୍ପୃକ୍ତ ସ୍କୁଲର ଶିକ୍ଷକ ଏହାର ମୂଲ୍ୟାୟନ କରିବେ। ଏହି ବିଷୟ ପରୀକ୍ଷାରେ କୌଣସି ଛାତ୍ରୀଛାତ୍ର ଫେଲ୍‌ ହେବେନାହିଁ କିମ୍ବା ସେମାନଙ୍କ କ୍ୟାରିୟର ମାର୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଛାତ୍ରୀଛାତ୍ରମାନେ ରଖିଥିବା ମାର୍କ ଅନୁଯାୟୀ ଗ୍ରେଡ୍‌ ଦିଆଯିବ। ଏହି ଗ୍ରେଡ୍‌ ହାଇସ୍କୁଲ ସାର୍ଟିଫିକେଟରେ ପ୍ରତିଫଳିତ ହେବ। ଛାତ୍ରୀଛାତ୍ରଙ୍କ ପାଇଁ ଏହି ପରୀକ୍ଷା ବାଧ୍ୟତାମୂଳକ। ବୁକ୍‌ ରିଭ୍ୟୁରେ ଛାତ୍ରୀଛାତ୍ର ଏକ ବହି ପଢ଼ିବେ ଓ ଏହାର ସାରାଂଶ (ସମରି) ଲେଖିବେ। ଆତ୍ମଜୀବନୀ ପୁସ୍ତକ କିମ୍ବା ଉପନ୍ୟାସ ବ୍ୟତୀତ ଛାତ୍ରୀଛାତ୍ର ଅନ୍ୟ ସମସ୍ତ ପୁସ୍ତକ ଅନୁସରଣ କରିପାରିବେ। ଏହାବାଦ ସେମାନେ ନିଜ ପୂର୍ବ ଶ୍ରେଣୀର ପାଠ୍ୟପୁସ୍ତକକୁ ରିଭ୍ୟୁ କରିପାରିବେ। ସେହିଭଳି ପ୍ରୋଜେକ୍ଟ ୱାର୍କରେ ଛାତ୍ରୀଛାତ୍ରମାନେ ପାଠ୍ୟକ୍ରମ ଅନ୍ତର୍ଗତ ଓ ବହିର୍ଗତ ବିଷୟକୁ ନେଇପାରିବେ। କିନ୍ତୁ ଫର୍ମେଟିଭ ଆସେସମେଣ୍ଟରେ ଯେଉଁ ବିଷୟରେ ପ୍ରୋଜେକ୍ଟ ୱାର୍କ କରିଥିବେ, ସେହି ବିଷୟରେ ଆଉଥରେ ପ୍ରୋଜେକ୍ଟ ୱାର୍କ କରିପାରିବେ ନାହିଁ। କୋ-କରିକୁଲାଇ ଆକ୍ଟିଭିଟିଜରେ ପ୍ରାୟ ୭ଟି ଆକ୍ଟିଭିଟିକୁ ସାମିଲ କରାଯାଇଥିବାବେଳେ ଏଥିରୁ ୩ଟିକୁ ଛାତ୍ରୀଛାତ୍ର ବାଛିବେ। ଫିଜିକାଲ ଡେଭେଲପମେଣ୍ଟ ଆକ୍ଟିଭିଟି ବାଧ୍ୟତାମୂଳକ ହୋଇଥିବା ବେଳେ ଅନ୍ୟ ୬ଟି ଯଥା ଲିଟେରାସି, କଲଚରାଲ ଡେଭେଲପମେଣ୍ଟ, ସୋସିଆଲ ଡେଭେଲପମେଣ୍ଟ, ସିଟିଜେନଶିପ୍‌ ଟ୍ରେନିଂ, ଲିଜର ଟାଇମ୍‌, ଇଣ୍ଟରନ୍ୟାଶନାଲ ଆଣ୍ଡ୍‌ ନ୍ୟାଶନାଲ ଇଣ୍ଟିଗ୍ରେଶନ ଡେଭେଲପମେଣ୍ଟ ଆକ୍ଟିଭିଟି ମଧ୍ୟରୁ ୨ଟିକୁ ଚୟନ କରିବାକୁ ପଡ଼ିବ। କିନ୍ତୁ ଯଦି କୌଣସି ଛାତ୍ରୀଛାତ୍ର ରାଜ୍ୟ ତଥା ଜାତୀୟସ୍ତରରେ ଭାଗ ନେଇଛନ୍ତି ତା’ହାଲେ କେବଳ ଗୋଟିଏ ଆକ୍ଟିଭିଟି ନେଇପାରିବେ। ଅନ୍ୟ ୨ଟି ଆକ୍ଟିଭିଟି ସେମାନଙ୍କ ନିମନ୍ତେ ଇଚ୍ଛାଧୀନ। ସେହିପରି ବେସିକ ଆଇଟି ସ୍କିଲ୍‌ସରେ ଛାତ୍ରୀଛାତ୍ରଙ୍କୁ ଇଣ୍ଟରନେଟ, କମ୍ପ୍ୟୁଟର ଅପରେଟିଂ, ଟ୍ୟାପିଂ, ଏମ୍‌ସ ଅଫିସ, ଏକ୍ସେଲ ଓ ପାୱାର ପଏଣ୍ଟ ଆଦି ଉପରେ ପଢିବାକୁ ହେବ। ଏହି ସମସ୍ତ ବିଷୟରେ ମୋଟ ୧୦୦ ମାର୍କ ପରୀକ୍ଷା ହେବ ଏବଂ ଏହାର ଆସେସମେଣ୍ଟକୁ ଗାଇଡ୍‌ ଶିକ୍ଷକଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ। ଏହାପରେ ଛାତ୍ରୀଛାତ୍ରଙ୍କୁ ମାର୍କ ପ୍ରଦାନ କରାଯିବ। ୮୦ ପ୍ରତିଶତ ମାର୍କ ରଖିଥିବା ପିଲାଙ୍କୁ ଏ ଗ୍ରେଡ୍‌, ୬୦ରୁ ୮୦ ପ୍ରତିଶତ ମାର୍କ ମଧ୍ୟରେ ବି ଗ୍ରେଡ୍‌, ୪୦ରୁ ୬୦ ପ୍ରତିଶତ ମାର୍କ ପାଇଁ ସି ଗ୍ରେଡ୍‌ ଏବଂ ୪୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରୀଛାତ୍ରଙ୍କୁ ଡି ଗ୍ରେଡ ମିିଳିବ। ଏହି ଗ୍ରେଡ୍‌ ହାଇସ୍କୁଲ ସାର୍ଟିଫିକେଟରେ ରହିବ। ଛାତ୍ରୀଛାତ୍ରମାନେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ କୌଣସି କଲେଜରେ ନାମ ଲେଖାଇଲେ, ଯଦି ଏହି ସମସ୍ତ ଆକ୍ଟିଭିଟି ସମ୍ପୃକ୍ତ କଲେଜରେ ଥିବା ତା’ହେଲେ ସେମାନେ ଏଥିରେ ଭାଗ ନେଇପାରିବେ ବୋଲି ହାଜରା କହିଛନ୍ତି। ଖବରଦାତା ସମ୍ମିଳନୀରେ ବୋର୍ଡ ଉପସଭାପତି ଡ. ନୀହାର ରଞ୍ଜନ ମହାନ୍ତି ଏବଂ ସମ୍ପାଦକ ଶ୍ରୀକାନ୍ତ ତରାଇ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?