୮ ବର୍ଷରେ ୪୧ ହାଜତ ମୃତ୍ୟୁ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ):ରାଜ୍ୟର ବିଭିନ୍ନ ଥାନା ହାଜତରେ ଅଭିଯୁକ୍ତ ତଥା ସନ୍ଦିଗ୍ଧମାନଙ୍କୁ ପୋଲିସ ଅନେକ ସମୟରେ ନିର୍ଯାତନା ଦେବା ସହ ମାଡ଼ ମାରିବାର ନଜିର ରହିଛି। ଫଳରେ ପୋଲିସ ହେପାଜତରେ ବା ଥାନା ହାଜତରେ ଥାଇ ବହୁ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। କେତେକ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ମଧ୍ୟ ବହୁ ଘଟଣା ଫାଇଲ ତଳେ ଚାପି ହୋଇଯାଇଛି। ଅନେକ କ୍ଷେତ୍ରରେ ବିବାଦରେ ଛନ୍ଦି ହୋଇଯାଇଥିବା ପୋଲିସ ବଦନାମ ଭୟରେ ନିଜ ନାମରେ ଆସୁଥିବା ଏପରି ଅଭିଯୋଗକୁ ନାନାଭାବେ ଏଡାଇ ଯାଇଥିବା ଅଭିଯୋଗ ରହିଛି। ତେବେ ଦୋଷୀ ପୋଲିସ ବିରୋଧରେ ସେଭଳି କୌଣସି ବଳିଷ୍ଠ ପଦକ୍ଷେପ ନିଆଯାଉ ନ ଥିବାରୁ ହାଜତ ମୃତ୍ୟୁ ମାମଲାରେ ରୋକ ଲାଗିପାରୁ ନ ଥିବା କୁହାଯାଉଛି। ଗତ ୮ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୧୫ରୁ ୨୦୨୨ ଜୁଲାଇ ସୁଦ୍ଧା ରାଜ୍ୟରେ ୪୧ଟି ହାଜତ ମୃତ୍ୟ ଘଟଣା ଘଟିଛି। ରାଜ୍ୟ ପୋଲିସର ମାନବିକ ଅଧିକାର ସୁରକ୍ଷା ସେଲ୍‌ (ଏଚ୍‌ଆର୍‌ପିସି) ପକ୍ଷରୁ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋଙ୍କୁ ଦିଆଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।
ତଥ୍ୟ ଅନୁଯାୟୀ, ୨୦୧୫ରେ ରାଜ୍ୟରେ ସର୍ବାଧିକ ୮ଟି ହାଜତ ମୃତ୍ୟୁ ହୋଇଥିଲା। ସେହିପରି ୨୦୧୬ରେ ୪, ୨୦୧୭ରେ ୩, ୨୦୧୮ରେ ୩, ୨୦୧୯ରେ ୭, ୨୦୨୦ରେ ୭, ୨୦୨୧ରେ ୫ ଏବଂ ୨୦୨୨ ଜୁଲାଇ ଶେଷ ସୁଦ୍ଧା ୪ଟି ହାଜତ ମୃତ୍ୟୁ ଘଟଣା ଘଟିଛି। ସାମାଜିକ ଏବଂ ଆର୍ଥିକ ସ୍ତରରେ ସ୍ବଚ୍ଛଳ ନ ଥିବା ସାଧାରଣ ନାଗରିକମାନେ ହାଜତ ମୃତ୍ୟୁର ଅଧିକ ଶିକାର ହୁଅନ୍ତି। ଥାନା ହାଜତରେ ଘଟୁଥିବା ଘଟଣାରେ ଉପରିସ୍ଥ ପୋଲିସ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ନ ଥିବାରୁ ଏଭଳି ଘଟଣା ଘଟୁଥିବା କୁହାଯାଉଛି। ଅନ୍ୟପକ୍ଷରେ ବଢ଼ୁଥିବା ହାଜତ ମୃତ୍ୟୁ ଘଟଣାକୁ ନେଇ ୧୯୯୭ରେ ଡି.କେ ବାସୁ ବନାମ ପଶ୍ଚିମବଙ୍ଗ ମାମଲାରେ ସୁପ୍ରିମକୋର୍ଟ ୧୧ଟି ସର୍ତ୍ତାବଳୀ ମାନିବାକୁ ପୋଲିସ ଏବଂ ତଦନ୍ତକାରୀ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଥିଲେ। ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାର ୨୪ ଘଣ୍ଟା ମଧ୍ୟରେ ପୋଲିସ କୋର୍ଟ ଚାଲାଣ କରିବ, ଗିରଫ ପରେ ଅଭିଯୁକ୍ତଙ୍କ ପରିବାର ଲୋକ ଓ ତାଙ୍କ ଓକିଲଙ୍କୁ ପୋଲିସ ଖବର ଦେବ, ପୋଲିସ ଯାହାଙ୍କୁ ପଚରାଉଚରା କରୁଛି ସେମାନଙ୍କ ପରିବାର ତଥା ସମ୍ପର୍କୀୟଙ୍କୁ ଜଣାଇବ, ଜଣେ ଅଭିଯୁକ୍ତଙ୍କୁ କେଉଁଠୁ ଗିରଫ କରାଗଲା, ସେଦିନର ତାରିଖ, ଥାନାକୁ କିପରି ଅଣାଗଲା ଆଦି ତଥ୍ୟକୁ ପୋଲିସ ଏହାର କେସ୍‌ ଡାଏରୀରେ ଉଲ୍ଲେଖ କରିବ। ଏଭଳି ଏକାଧିକ ସର୍ତ୍ତାବଳୀ ମାନିବାକୁ ସୁପ୍ରିମ କୋର୍ଟ କହିଥିଲେ। ତେବେ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କହିଛନ୍ତି, ୨୦୧୫ରୁ ୨୦୨୨ ମଧ୍ୟରେ ରାଜ୍ୟରେ କେତେ ହାଜତ ମୃତ୍ୟୁ ଘଟଣା ଘଟିଥିଲା, ସେଥିରୁ କେତୋଟି ଜାତୀୟ ମାନବିକ ଅଧିକାର କମିଶନ ଓ ରାଜ୍ୟ କମିଶନରେ ଅଭିଯୋଗ ହୋଇଥିଲା, କେଉଁ ଘଟଣାରେ କେତେ କ୍ଷତିପୂରଣ ପ୍ରଦାନ କରାଯାଇଛି, କେଉଁ ସବୁ ଘଟଣାରେ ସମ୍ପୃକ୍ତଙ୍କ ବିରୋଧରେ ଶୃଙ୍ଖଳାଗତ ଓ ଫୌଜଦାରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ପ୍ରତି ହାଜତ ମୃତ୍ୟୁ ଘଟଣାର ସଂକ୍ଷିପ୍ତ ବିବରଣୀ ପ୍ରଦାନ ପାଇଁ ତଥ୍ୟ ମଗାଯାଇଥିଲା। ହେଲେ ଏସଂକ୍ରାନ୍ତରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇନାହିଁ। ପ୍ରକୃତ ତଥ୍ୟ ସର୍ବସାଧାରଣରେ ପ୍ରଘଟ ହେଲେ ପୋଲିସ ବିଭାଗ ପଦାରେ ପଡ଼ିଯିବା ଆଶଙ୍କାରେ ସୂଚନା ଆଇନକୁ ଉଲ୍ଲଂଘନ କରାଯାଇଛି। ତେବେ ଏହା ବିରୋଧରେ ସେ ସୂଚନା କମିଶନ ଓ ଉପଯୁକ୍ତ ସ୍ତରରେ ପ୍ରଥମ ଅପିଲ କରିବେ ବୋଲି ବିଶ୍ୱପ୍ରିୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ମିଗଜୋମ’ର ପ୍ରଭାବ: ଏହି ଜିଲାରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତର

ବଲାଙ୍ଗୀର,୫।୧୨: ବଲାଙ୍ଗୀର ଜିଲା ଟିଟିଲାଗଡ଼ କତରକେଲା ରେଲ ଫାଟକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ୍‌ ଯାଉଥିବା ଏକ ପିକଅପ୍‌ ଭ୍ୟାନ...

ଖୁବଶୀଘ୍ର ଗଠନ ହେବ ପଦ୍ମପୁର ଜିଲା, ଜିଲାପାଳ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ

ପଦ୍ମପୁର, ୪ା୧୨(ପ୍ରଦୀପ୍ତ ଦାଶ ) ପଦ୍ମପୁରରେ ନୂତନ ଜିଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୂପଣ ପାଇଁ ଉତ୍ତରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଲାଇଙ୍କ ନେତୃତ୍ୱରେ ଏକ...

ଜେଲରୁ ମୁକୁଳିବେ ଅର୍ଚ୍ଚନା ନାଗ୍‌ : ଇଡି ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ୱର,୪।୧୧ (ସତ୍ୟଜିତ୍‌ ରାଉତ): ବହୁଚର୍ଚ୍ଚିତ ହନିଟ୍ରାପ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ଖୁବ୍‌ଶୀଘ୍ର ଝାରପଡ଼ା ଜେଲରୁ ମୁକୁଳିବେ। ପୂର୍ବରୁ...

୨୧ ବର୍ଷ ପରେ ପୋଲିସ ଇନ୍ସପେକ୍ଟରଙ୍କୁ ୨ ବର୍ଷ ଜେଲ

ବ୍ରହ୍ମପୁର, ୪ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ୨୧ ବର୍ଷ ପରେ ଏକ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌...

କମେଣ୍ଟମରାକୁ ନେଇ ଛାତ୍ର-ଅଣଛାତ୍ର ମାରପିଟ୍‌

ରାୟଗଡ଼ା,୪।୧୨(ଆଶିଷ ରଞ୍ଜନ ପଣ୍ଡା): କମେଣ୍ଟମରାକୁ କେନ୍ଦ୍ର କରି ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ସୋମବାର ମାରପିଟ୍‌ ହୋଇଛି । ଖବରପାଇ ପୋଲିସ...

ବାତ୍ୟା ମିଗଜୋମ୍‌ ଲାଗି ଚାଷୀଙ୍କୁ ସତର୍କ

ବୁଗୁଡା,୪ା୧୨(କାଳି ଚରଣ ଦାଶ): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମିଗଜୋମ୍‌ର ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଅନେକ ସ୍ଥାନରେ ଜଳାର୍ଣ୍ଣବ...

ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବଢ଼ାଇଲେ ସରକାର

ଭୁବନେଶ୍ୱର,୪ା୧୨: କଟକର ପ୍ରସିଦ୍ଧ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ଐତିହାସିକ ବାଲିଯାତ୍ରାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri