୮ ବର୍ଷରେ ୪୧ ହାଜତ ମୃତ୍ୟୁ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ):ରାଜ୍ୟର ବିଭିନ୍ନ ଥାନା ହାଜତରେ ଅଭିଯୁକ୍ତ ତଥା ସନ୍ଦିଗ୍ଧମାନଙ୍କୁ ପୋଲିସ ଅନେକ ସମୟରେ ନିର୍ଯାତନା ଦେବା ସହ ମାଡ଼ ମାରିବାର ନଜିର ରହିଛି। ଫଳରେ ପୋଲିସ ହେପାଜତରେ ବା ଥାନା ହାଜତରେ ଥାଇ ବହୁ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। କେତେକ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ମଧ୍ୟ ବହୁ ଘଟଣା ଫାଇଲ ତଳେ ଚାପି ହୋଇଯାଇଛି। ଅନେକ କ୍ଷେତ୍ରରେ ବିବାଦରେ ଛନ୍ଦି ହୋଇଯାଇଥିବା ପୋଲିସ ବଦନାମ ଭୟରେ ନିଜ ନାମରେ ଆସୁଥିବା ଏପରି ଅଭିଯୋଗକୁ ନାନାଭାବେ ଏଡାଇ ଯାଇଥିବା ଅଭିଯୋଗ ରହିଛି। ତେବେ ଦୋଷୀ ପୋଲିସ ବିରୋଧରେ ସେଭଳି କୌଣସି ବଳିଷ୍ଠ ପଦକ୍ଷେପ ନିଆଯାଉ ନ ଥିବାରୁ ହାଜତ ମୃତ୍ୟୁ ମାମଲାରେ ରୋକ ଲାଗିପାରୁ ନ ଥିବା କୁହାଯାଉଛି। ଗତ ୮ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୧୫ରୁ ୨୦୨୨ ଜୁଲାଇ ସୁଦ୍ଧା ରାଜ୍ୟରେ ୪୧ଟି ହାଜତ ମୃତ୍ୟ ଘଟଣା ଘଟିଛି। ରାଜ୍ୟ ପୋଲିସର ମାନବିକ ଅଧିକାର ସୁରକ୍ଷା ସେଲ୍‌ (ଏଚ୍‌ଆର୍‌ପିସି) ପକ୍ଷରୁ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋଙ୍କୁ ଦିଆଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।
ତଥ୍ୟ ଅନୁଯାୟୀ, ୨୦୧୫ରେ ରାଜ୍ୟରେ ସର୍ବାଧିକ ୮ଟି ହାଜତ ମୃତ୍ୟୁ ହୋଇଥିଲା। ସେହିପରି ୨୦୧୬ରେ ୪, ୨୦୧୭ରେ ୩, ୨୦୧୮ରେ ୩, ୨୦୧୯ରେ ୭, ୨୦୨୦ରେ ୭, ୨୦୨୧ରେ ୫ ଏବଂ ୨୦୨୨ ଜୁଲାଇ ଶେଷ ସୁଦ୍ଧା ୪ଟି ହାଜତ ମୃତ୍ୟୁ ଘଟଣା ଘଟିଛି। ସାମାଜିକ ଏବଂ ଆର୍ଥିକ ସ୍ତରରେ ସ୍ବଚ୍ଛଳ ନ ଥିବା ସାଧାରଣ ନାଗରିକମାନେ ହାଜତ ମୃତ୍ୟୁର ଅଧିକ ଶିକାର ହୁଅନ୍ତି। ଥାନା ହାଜତରେ ଘଟୁଥିବା ଘଟଣାରେ ଉପରିସ୍ଥ ପୋଲିସ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ନ ଥିବାରୁ ଏଭଳି ଘଟଣା ଘଟୁଥିବା କୁହାଯାଉଛି। ଅନ୍ୟପକ୍ଷରେ ବଢ଼ୁଥିବା ହାଜତ ମୃତ୍ୟୁ ଘଟଣାକୁ ନେଇ ୧୯୯୭ରେ ଡି.କେ ବାସୁ ବନାମ ପଶ୍ଚିମବଙ୍ଗ ମାମଲାରେ ସୁପ୍ରିମକୋର୍ଟ ୧୧ଟି ସର୍ତ୍ତାବଳୀ ମାନିବାକୁ ପୋଲିସ ଏବଂ ତଦନ୍ତକାରୀ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଥିଲେ। ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାର ୨୪ ଘଣ୍ଟା ମଧ୍ୟରେ ପୋଲିସ କୋର୍ଟ ଚାଲାଣ କରିବ, ଗିରଫ ପରେ ଅଭିଯୁକ୍ତଙ୍କ ପରିବାର ଲୋକ ଓ ତାଙ୍କ ଓକିଲଙ୍କୁ ପୋଲିସ ଖବର ଦେବ, ପୋଲିସ ଯାହାଙ୍କୁ ପଚରାଉଚରା କରୁଛି ସେମାନଙ୍କ ପରିବାର ତଥା ସମ୍ପର୍କୀୟଙ୍କୁ ଜଣାଇବ, ଜଣେ ଅଭିଯୁକ୍ତଙ୍କୁ କେଉଁଠୁ ଗିରଫ କରାଗଲା, ସେଦିନର ତାରିଖ, ଥାନାକୁ କିପରି ଅଣାଗଲା ଆଦି ତଥ୍ୟକୁ ପୋଲିସ ଏହାର କେସ୍‌ ଡାଏରୀରେ ଉଲ୍ଲେଖ କରିବ। ଏଭଳି ଏକାଧିକ ସର୍ତ୍ତାବଳୀ ମାନିବାକୁ ସୁପ୍ରିମ କୋର୍ଟ କହିଥିଲେ। ତେବେ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କହିଛନ୍ତି, ୨୦୧୫ରୁ ୨୦୨୨ ମଧ୍ୟରେ ରାଜ୍ୟରେ କେତେ ହାଜତ ମୃତ୍ୟୁ ଘଟଣା ଘଟିଥିଲା, ସେଥିରୁ କେତୋଟି ଜାତୀୟ ମାନବିକ ଅଧିକାର କମିଶନ ଓ ରାଜ୍ୟ କମିଶନରେ ଅଭିଯୋଗ ହୋଇଥିଲା, କେଉଁ ଘଟଣାରେ କେତେ କ୍ଷତିପୂରଣ ପ୍ରଦାନ କରାଯାଇଛି, କେଉଁ ସବୁ ଘଟଣାରେ ସମ୍ପୃକ୍ତଙ୍କ ବିରୋଧରେ ଶୃଙ୍ଖଳାଗତ ଓ ଫୌଜଦାରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ପ୍ରତି ହାଜତ ମୃତ୍ୟୁ ଘଟଣାର ସଂକ୍ଷିପ୍ତ ବିବରଣୀ ପ୍ରଦାନ ପାଇଁ ତଥ୍ୟ ମଗାଯାଇଥିଲା। ହେଲେ ଏସଂକ୍ରାନ୍ତରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇନାହିଁ। ପ୍ରକୃତ ତଥ୍ୟ ସର୍ବସାଧାରଣରେ ପ୍ରଘଟ ହେଲେ ପୋଲିସ ବିଭାଗ ପଦାରେ ପଡ଼ିଯିବା ଆଶଙ୍କାରେ ସୂଚନା ଆଇନକୁ ଉଲ୍ଲଂଘନ କରାଯାଇଛି। ତେବେ ଏହା ବିରୋଧରେ ସେ ସୂଚନା କମିଶନ ଓ ଉପଯୁକ୍ତ ସ୍ତରରେ ପ୍ରଥମ ଅପିଲ କରିବେ ବୋଲି ବିଶ୍ୱପ୍ରିୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?