ଷ୍ଟଡି ମାଟେରିଆଲ ଚିନ୍ତାରେ ପରୀକ୍ଷାର୍ଥୀ

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ):ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓସିଏସ୍‌ ପରୀକ୍ଷା ଏବେ ଓଡ଼ିଆ ଭାଷାରେ ଦିଆଯାଇ ପାରିବ। ପ୍ରିଲିମ୍‌, ମେନ୍‌ ପରୀକ୍ଷା ସହିତ ଇଣ୍ଟରଭ୍ୟୁ(ସାକ୍ଷାତ୍‌କାର) ମଧ୍ୟ ଓଡ଼ିଆରେ ହେବ। ଉଭୟ ଓଡ଼ିଆ ଏବଂ ଇଂଲିଶ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ। ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତିକୁ ନେଇ ପରୀକ୍ଷାର୍ଥୀ ଉତ୍ସାହିତ ଅଛନ୍ତି। ହେଲେ ଦ୍ୱନ୍ଦ୍ୱ ବି କିଛି କମ୍‌ ନାହିଁ। କାରଣ ବଜାରରେ ଏଯାଏ ଓଡ଼ିଆ ଭାଷାରେ ଷ୍ଟଡି ମାଟେରିଆଲ ଉପଲବ୍ଧ ନାହିଁ। ସେହିପରି ସରକାରଙ୍କ ପକ୍ଷରୁ କୌଣସି କୋଚିଂ ବୁକ୍‌ ମଧ୍ୟ ପ୍ରସ୍ତୁତ ହୋଇନାହିଁ। ତେଣୁ ଏବେ ଓଡ଼ିଆ ଷ୍ଟଡି ମାଟେରିଆଲ୍‌ ସମସ୍ୟାକୁ ସରକାର କିପରି ଦୂର କରିବେ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ୧୯୮୦ରୁ ସର୍ବଭାରତୀୟ ପ୍ରଶାସନିକ ସେବାରେ ବହୁ ଭାଷାରେ ପରୀକ୍ଷା ହୋଇଆସୁଛି। ବର୍ତ୍ତମାନ ୨୨ଟି ଭାଷାରେ ପରୀକ୍ଷା ହେଉଛି। କିନ୍ତୁ ଓସିଏସ୍‌ ପରୀକ୍ଷା ପୂର୍ବରୁ ଓଡ଼ିଆ ଭାଷାରେ ହୋଇପାରୁ ନ ଥିଲା। ଏନେଇ ଭାଷାପ୍ରେମୀଙ୍କ ପକ୍ଷରୁ ୨୦୧୧ରେ ହାଇକୋର୍ଟରେ ପିଟିଶନ ଦାଏର କରାଯାଇଥିଲା। ଉକ୍ତ ଆବେଦନର ବିଚାର କରି ଓଡ଼ିଆ ଭାଷାରେ ପରୀକ୍ଷା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା। ବର୍ତ୍ତମାନ ଏହାକୁ ଲାଗୁ କରାଯାଇଥିବାରୁ ସବୁଠି ଏହାକୁ ସ୍ବାଗତ କରାଯାଇଛି। ବିଶେଷ କରି ପଛୁଆ ତଥା ଆଦିବାସୀ ଅଞ୍ଚଳର ମେଧାବୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ପୂର୍ବରୁ କେବଳ ଓଡ଼ିଆ ପେପର ପାଇଁ ଓଡ଼ିଆରେ ଉତ୍ତର ଲେଖିବାକୁ ଅନୁମତି ମିଳିଥିଲା। କିନ୍ତୁ ଅନ୍ୟ କୌଣସି ବିଷୟ ପାଇଁ ନ ଥିଲା। ଏବେ ଛାତ୍ରୀଛାତ୍ର ଚାହିଁଲେ ସବୁ ବିଷୟରେ ଓଡ଼ିଆରେ ଲେଖିପାରିବେ। ତେବେ ଯେଉଁମାନେ ଲିଖିତ ପରୀକ୍ଷା ଏବଂ ସାକ୍ଷାତ୍‌କାର ଓଡ଼ିଆ କିମ୍ବା ଇଂଲିଶରେ ଦେବେ ସେ ନେଇ ପରୀକ୍ଷାର୍ଥୀମାନେ ଫର୍ମ ପୂରଣ ବେଳେ ଭାଷା ବାଛିବାକୁ ପଡ଼ିବ। ହେଲେ ଓଡ଼ିଆ ଭାଷାରେ ଷ୍ଟଡି ମାଟେରିଆଲ୍‌ସ ନ ଥିବାରୁ ପରୀକ୍ଷାର୍ଥୀମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆସନ୍ତା ବର୍ଷରୁ ଏହି ନୂଆ ବ୍ୟବସ୍ଥା ଲାଗୁ ହେବାକୁ ଥିବାରୁ ବର୍ତ୍ତମାନ ପରିସ୍ଥିତିରେ ପିଲାଙ୍କୁ ଓଡ଼ିଆରେ ଷ୍ଟଡି ମାଟେରିଆଲ୍‌ ଯୋଗାଇବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଶିକ୍ଷାବିତ୍‌ମାନେ ମତପ୍ରକାଶ କରୁଛନ୍ତି। ।
ଏ ସମ୍ପର୍କରେ ଜଣେ ପରୀକ୍ଷା ଆଶାୟୀ ରାକେଶ କୁମାର ସାହୁ କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ। କିନ୍ତୁ ଇଂଲିଶରେ ପଢ଼ି ଓଡ଼ିଆରେ ଉତ୍ତର ଲେଖିବା କଷ୍ଟକର ହେବ। ଓଡ଼ିଆ ମିଡିୟମ ପିଲାଙ୍କ ପାଇଁ ଏହା ଏକ ବଡ଼ ସମସ୍ୟା। ତେଣୁ ଓଡ଼ିଆ ଭାଷାରେ ଷ୍ଟଡି ମାଟେରିଆଲ ଆବଶ୍ୟକ ରହୁଛି। ଆସନ୍ତା ଶିକ୍ଷାବର୍ଷରୁ ଏହି ବ୍ୟବସ୍ଥା ଲାଗୁ କରାଯିବାକୁ ଯୋଜନା ରହିଥିବାରୁ ଏବେଠାରୁ ଓଡ଼ିଆରେ ମାଟେରିଆଲ୍ସ ମିଳିଯିବା ଦରକାର। ଫଳରେ ପରୀକ୍ଷାର୍ଥୀ ଭଲଭାବେ ପ୍ରସ୍ତୁତ ହୋଇପାରିବେ। ଏ ନେଇ ନାଇଜର ପ୍ରାଧ୍ୟାପକ ଅମରେନ୍ଦ୍ର ଦାସ କହିଛନ୍ତି, ୟୁଜି ସ୍ତରର କିଛି ପୁସ୍ତକ ଓଡ଼ିଆରେ ଅଛି। ହ୍ୟୁମାନିଟିଜ୍‌ ବିଷୟଗୁଡ଼ିକର ପ୍ରାୟତଃ ଓଡ଼ିଆ ଭାଷାରେ ରହିଛି। କିନ୍ତୁ ସାଇନ୍ସର କିଛି ନାହିଁ। ତେଣୁ ଏବେଠୁ ଚିନ୍ତା କରିବା ଉଚିତ୍‌। ପ୍ରଥମେ ପ୍ରଥମେ ଅସୁବିଧା ହୋଇପାରେ। ଭଲ ଷ୍ଟଡି ମାଟେରିଆଲ୍ସ ଆସିବା ପାଇଁ ମଧ୍ୟ ବର୍ଷେ କି ଦୁଇବର୍ଷ ଲାଗିଯିବ। ଯେହେତୁ ଆସନ୍ତା ବର୍ଷ ଓଡ଼ିଆରେ ଓସିଏସ୍‌ ପରୀକ୍ଷା ଦେବା ଲାଗୁ କରାଯିବା ପାଇଁ ଚିନ୍ତା କରାଯାଇଛି, ତେଣୁ ଏତେ କମ୍‌ ସମୟରେ ମାଟେରିଆଲ ପ୍ରସ୍ତୁତ କରିବା ନିଶ୍ଚିତ ଭାବେ ବଡ଼ ଚ୍ୟାଲେଞ୍ଜ ହେବ। ସେଥିପାଇଁ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ଟେକ୍ସଟ ବ୍ୟୁରୋକୁ କହି ସଙ୍ଗେ ସଙ୍ଗେ ଷ୍ଟଡି ମାଟେରିଆଲ ପ୍ରସ୍ତୁତ କରିବା ଦରକାର। ଏନେଇ ଓପିଏସ୍‌ସି ଅଧ୍ୟକ୍ଷ ସତ୍ୟଜିତ୍‌ ମହାନ୍ତିଙ୍କୁ ପଚାରିବାରେ, ଆଜି ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଇଂଲିଶିରେ ପରୀକ୍ଷା ଦେଉଥିଲେ। ଓଡ଼ିଆ ଭାଷା ବିକଳ୍ପ ରହିବ ା ସମସ୍ତଙ୍କୁ ବାଧ୍ୟ କରାଯିବ ନାହିଁ ଓଡିଆରେ ଲେଖିବାକୁ ା ସାକ୍ଷାତ୍‌କାର ସମୟରେ ଓଡ଼ିଆ ଭାଷା ସବୁଠାରୁ ବଡ଼ ସୁବିଧା ହେବ। ଓଡ଼ିଆ ମିଡିୟମରେ ବହୁ ପିଲା ପଢୁଥିବା କାରଣରୁ ସାକ୍ଷାତ୍‌କାରରେ ଅଧିକାଂଶ ଓଡିଆରେ କହିବାକୁ ଚାହିଁବେ ା ଯେଉଁ ସବୁ ବିଷୟରେ ପରୀକ୍ଷା ହେଉଛି ତାହାର କୌଣସି ପାଠ୍ୟପୁସ୍ତକ ନ ଥାଏ। ପିଲାମାନେ ଟେକ୍ସଟ ବୁକ୍‌ ଏବଂ ନୋଟ୍‌ସ ଆଦି ପଢି ପରୀକ୍ଷା ପାଇଁ ପ୍ରସ୍ତୁତି କରନ୍ତି ା ଏନେଇ କୌଣସି ସ୍ବତନ୍ତ୍ର ପୁସ୍ତକ ନ ଥାଏ ା ମ୍ୟାଟେରିଆଲ ଯୋଗାଇବା ଓପିଏସ୍‌ସି ଦାୟିତ୍ୱ ନୁହେଁ ା ଓପିଏସ୍‌ସି କେବଳ ପରୀକ୍ଷା କରାଇଥାଏ। ତେବେ ଚାହିଦା ନେଇ ଖୁବ୍‌ଶୀଘ୍ର ମାଟେରିଆଲ ଉପଲବ୍ଧ କରାଯିବ ବୋଲି ମହାନ୍ତି କହିଛନ୍ତି।
ଅପରପକ୍ଷେ ଷ୍ଟଡି ମାଟେରିଆଲ୍ସ ସମସ୍ୟା ଦୂର କରିବା ଲାଗି ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପ୍ରସ୍ତୁତି ଆରମ୍ଭ କରିଛି। ପୂର୍ବରୁ ଇଞ୍ଜିନିୟରିଂ ଏବଂ ଆଇଏଏସ୍‌ ପରୀକ୍ଷା ପାଇଁ ସଂସ୍ଥା ପୁସ୍ତକ ପ୍ରସ୍ତୁତି କରିସାରିଛି। ତେଣୁ ଏବେ ସରକାରଙ୍କ ଅନୁମତି ମିଳିଲେ ଆଶାୟୀଙ୍କୁ କୋଚିଂ ସହ ଅନ୍‌ଲାଇନ୍‌ କ୍ଲାସ୍‌ ଏବଂ ଓଡ଼ିଆ ଷ୍ଟଡି ମାଟେରିଆଲ୍ସ ଯୋଗାଯାଇପାରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ସଂସ୍ଥାର ଉପାଧ୍ୟକ୍ଷା ସିପ୍ରା ମଲ୍ଲିକ କହିଛନ୍ତି, ଗତ ୧୦ବର୍ଷ ହେଲା ସଂସ୍ଥା ପକ୍ଷରୁ ଆଇଏଏସ୍‌ ପାଇଁ ଓଡ଼ିଆରେ କୋଚିଂ ଦିଆଯାଉଛି। ଆଇଏଏସ୍‌ ଓ ଓଏଏସ୍‌ର ପାଠ୍ୟକ୍ରମ ପ୍ରାୟତଃ ସମାନ। ଆମ ପାଖେ ଆଇଏଏସ୍‌ ଷ୍ଟଡି ମାଟେରିଆଲ ଅଛି। ଯାହାକୁ ଆମେ ଓଏଏସ୍‌ ପାଇଁ ମଧ୍ୟ ଯୋଗାଇପାରିବୁ। ସରକାର ଚାହିଁଲେ ଆମେ ଦେଇପାରିବୁୁ। ଆଶାୟୀମାନେ ମଧ୍ୟ ଚାହିଁଲେ ସହଯୋଗ କରିପାରିବୁ। ଏଥିସହିତ ଆମ ପାଖେ କୋଚିଂ ଦେଉଥିବା ଅଭିଜ୍ଞ ଶିକ୍ଷକ ମଧ୍ୟ ଅଛନ୍ତିି। ଓସିଏସ୍‌ ଆଶାୟୀମାନେ ଯଦି ଚାହିଁବେ ଆମେ ତାଙ୍କୁ ଅନ୍‌ଲାଇନ୍‌ କୋଚିଂ ଦେଇପାରିବୁ। ନଚେତ୍‌ ଆମ ସେଣ୍ଟରକୁ ଆସି ମଧ୍ୟ କୋଚିଂ ନେଇପାରିବେ ବୋଲି ମଲ୍ଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ…

ବଡ଼ ଖବର! ଏହି ରାଜ୍ୟରେ ଅକ୍ଟୋବର ୧ରୁ ମିଳିବନି ପେଟ୍ରୋଲ୍-ଡିଜେଲ୍

ଚଣ୍ଡିଗଡ଼,୧୬।୯: ହରିୟାଣାରେ ୧ ଅକ୍ଟୋବର ୨୦୨୬ରୁ ଯାନବାହନ ଚଳାଚଳକୁ ନେଇ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏନ୍‌ସିଆର ଅଞ୍ଚଳରେ ପୁରୁଣା…

ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଜ୍ବରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ, ଅଞ୍ଚଳରେ ଶୋକର ଛାୟା

ପାତ୍ରପୁର,୧୬।୯(ଉମା ଚରଣ ନେପାକ): ପାତ୍ରପୁର ବ୍ଲକ ଗୁଣ୍ଡୁରା ଗ୍ରାମର ପ୍ରତାପ ବାଡ଼ତ୍ୟା ଓ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ହାଇଦ୍ରାବାଦରେ ଶ୍ରମିକ ଭାବେ କାମ କରୁଥିଲେ । ତେବେ…

ଦିଗପହଣ୍ଡିରେ ମଧୁବୈଶ୍ଯ ସମାଜର ବାର୍ଷିକ ସମ୍ମିଳନୀ ; ପାରମ୍ପରିକ ବ୍ୟବସାୟର ପ୍ରଚାର ପ୍ରସାର ଉପରେ ବିଧାୟକଙ୍କ ଗୁରୁତ୍ୱ

ଦିଗପହଣ୍ଡି,୧୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହାଟତୋଟା ସ୍ଥିତ ଗୁପ୍ତେଶ୍ବର ଶୈବପୀଠ ପରିସରରେ ବଡଖେମୁଣ୍ଡି ତାଲୁକା ମଧୁବୈଶ୍ଯ (ଗୁଡିଆ) ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

ବାପାଙ୍କ ଛୁରାମାଡ଼ରେ ପୁଅଙ୍କ ଚାଲିଗଲା ଜୀବନ, ନୂଆଁଖାଇରେ ହୋଇଥିଲା ରକ୍ତପାତ

ଝରିଗାଁ,୧୬।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁସୁମପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତ ମଙ୍ଗଳବାର ରାତିରେ ବାପାର ଛୁରା ମାଡ଼ରେ…

କନ୍ନଡ ଅଭିନେତା ଅନନ୍ତ ନାଗ୍‌ ପାଇବେ ଦାଦା ସାହେବ ଫାଲ୍‌କେ ଆୱାର୍ଡ

ନୂଆଦିଲ୍ଲୀ,୧୬।୯: ଭାରତୀୟ ସିନେମାରେ ନିଜର ଦୀର୍ଘ ଓ ସ୍ମରଣୀୟ ଅବଦାନ ପାଇଁ ଦାଦାସାହେବ ଫାଲ୍‌କେ ପୁରସ୍କାର ପାଇବେ କନ୍ନଡ଼ ସିନେମାର ଭେଟେରାନ୍‌ ଅଭିନେତା ଅନନ୍ତ ନାଗ ।…

ଦେଶରେ ହଇଚଇ! Gen-Z ଙ୍କୁ ନୂଆ ମେସେଜ୍ ଦେଲେ ଓୱେସି, ଯିଏ ସ୍ତ୍ରୀଙ୍କ କଥା ମାନି ଚଳେ….

ଭୋପାଳ,୧୬।୯: ୟୁନିଫର୍ମ ସିଭିଲ୍ କୋଡ୍ (UCC) ବିରୋଧରେ ଭୋପାଳରେ ଆୟୋଜିତ ରାଲିରେ AIMIM ମୁଖ୍ୟ ତଥା ଲୋକସଭା ଏମପି ଅସଦୁଦ୍ଦିନ ଓୱେସି Gen Z ଯୁବପିଢ଼ିଙ୍କୁ ସମ୍ବୋଧିତ…

ଆଶାକର୍ମୀଙ୍କୁ ବଡ଼ ଉପହାର, ୨ଗୁଣା ବଢିଲା ଦରମା; ଏବେ ମିଳିବ…

ନୂଆଦିଲ୍‌ଲୀ,୧୬।୯: ଆଶା କର୍ମୀ (ASHA Workers) ମାନଙ୍କୁ ଏକ ବଡ଼ ଉପହାର। ଦିଲ୍ଲୀ ସରକାର ଆଶା କର୍ମୀମାନଙ୍କୁ ମିଳୁଥିବା ମାସିକ ପ୍ରୋତ୍ସାହନ ଭତ୍ତାକୁ ୩,୦୦୦ ଟଙ୍କାରୁ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?