ଷ୍ଟଡି ମାଟେରିଆଲ ଚିନ୍ତାରେ ପରୀକ୍ଷାର୍ଥୀ

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ):ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓସିଏସ୍‌ ପରୀକ୍ଷା ଏବେ ଓଡ଼ିଆ ଭାଷାରେ ଦିଆଯାଇ ପାରିବ। ପ୍ରିଲିମ୍‌, ମେନ୍‌ ପରୀକ୍ଷା ସହିତ ଇଣ୍ଟରଭ୍ୟୁ(ସାକ୍ଷାତ୍‌କାର) ମଧ୍ୟ ଓଡ଼ିଆରେ ହେବ। ଉଭୟ ଓଡ଼ିଆ ଏବଂ ଇଂଲିଶ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ। ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତିକୁ ନେଇ ପରୀକ୍ଷାର୍ଥୀ ଉତ୍ସାହିତ ଅଛନ୍ତି। ହେଲେ ଦ୍ୱନ୍ଦ୍ୱ ବି କିଛି କମ୍‌ ନାହିଁ। କାରଣ ବଜାରରେ ଏଯାଏ ଓଡ଼ିଆ ଭାଷାରେ ଷ୍ଟଡି ମାଟେରିଆଲ ଉପଲବ୍ଧ ନାହିଁ। ସେହିପରି ସରକାରଙ୍କ ପକ୍ଷରୁ କୌଣସି କୋଚିଂ ବୁକ୍‌ ମଧ୍ୟ ପ୍ରସ୍ତୁତ ହୋଇନାହିଁ। ତେଣୁ ଏବେ ଓଡ଼ିଆ ଷ୍ଟଡି ମାଟେରିଆଲ୍‌ ସମସ୍ୟାକୁ ସରକାର କିପରି ଦୂର କରିବେ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ୧୯୮୦ରୁ ସର୍ବଭାରତୀୟ ପ୍ରଶାସନିକ ସେବାରେ ବହୁ ଭାଷାରେ ପରୀକ୍ଷା ହୋଇଆସୁଛି। ବର୍ତ୍ତମାନ ୨୨ଟି ଭାଷାରେ ପରୀକ୍ଷା ହେଉଛି। କିନ୍ତୁ ଓସିଏସ୍‌ ପରୀକ୍ଷା ପୂର୍ବରୁ ଓଡ଼ିଆ ଭାଷାରେ ହୋଇପାରୁ ନ ଥିଲା। ଏନେଇ ଭାଷାପ୍ରେମୀଙ୍କ ପକ୍ଷରୁ ୨୦୧୧ରେ ହାଇକୋର୍ଟରେ ପିଟିଶନ ଦାଏର କରାଯାଇଥିଲା। ଉକ୍ତ ଆବେଦନର ବିଚାର କରି ଓଡ଼ିଆ ଭାଷାରେ ପରୀକ୍ଷା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା। ବର୍ତ୍ତମାନ ଏହାକୁ ଲାଗୁ କରାଯାଇଥିବାରୁ ସବୁଠି ଏହାକୁ ସ୍ବାଗତ କରାଯାଇଛି। ବିଶେଷ କରି ପଛୁଆ ତଥା ଆଦିବାସୀ ଅଞ୍ଚଳର ମେଧାବୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ପୂର୍ବରୁ କେବଳ ଓଡ଼ିଆ ପେପର ପାଇଁ ଓଡ଼ିଆରେ ଉତ୍ତର ଲେଖିବାକୁ ଅନୁମତି ମିଳିଥିଲା। କିନ୍ତୁ ଅନ୍ୟ କୌଣସି ବିଷୟ ପାଇଁ ନ ଥିଲା। ଏବେ ଛାତ୍ରୀଛାତ୍ର ଚାହିଁଲେ ସବୁ ବିଷୟରେ ଓଡ଼ିଆରେ ଲେଖିପାରିବେ। ତେବେ ଯେଉଁମାନେ ଲିଖିତ ପରୀକ୍ଷା ଏବଂ ସାକ୍ଷାତ୍‌କାର ଓଡ଼ିଆ କିମ୍ବା ଇଂଲିଶରେ ଦେବେ ସେ ନେଇ ପରୀକ୍ଷାର୍ଥୀମାନେ ଫର୍ମ ପୂରଣ ବେଳେ ଭାଷା ବାଛିବାକୁ ପଡ଼ିବ। ହେଲେ ଓଡ଼ିଆ ଭାଷାରେ ଷ୍ଟଡି ମାଟେରିଆଲ୍‌ସ ନ ଥିବାରୁ ପରୀକ୍ଷାର୍ଥୀମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆସନ୍ତା ବର୍ଷରୁ ଏହି ନୂଆ ବ୍ୟବସ୍ଥା ଲାଗୁ ହେବାକୁ ଥିବାରୁ ବର୍ତ୍ତମାନ ପରିସ୍ଥିତିରେ ପିଲାଙ୍କୁ ଓଡ଼ିଆରେ ଷ୍ଟଡି ମାଟେରିଆଲ୍‌ ଯୋଗାଇବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଶିକ୍ଷାବିତ୍‌ମାନେ ମତପ୍ରକାଶ କରୁଛନ୍ତି। ।
ଏ ସମ୍ପର୍କରେ ଜଣେ ପରୀକ୍ଷା ଆଶାୟୀ ରାକେଶ କୁମାର ସାହୁ କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ। କିନ୍ତୁ ଇଂଲିଶରେ ପଢ଼ି ଓଡ଼ିଆରେ ଉତ୍ତର ଲେଖିବା କଷ୍ଟକର ହେବ। ଓଡ଼ିଆ ମିଡିୟମ ପିଲାଙ୍କ ପାଇଁ ଏହା ଏକ ବଡ଼ ସମସ୍ୟା। ତେଣୁ ଓଡ଼ିଆ ଭାଷାରେ ଷ୍ଟଡି ମାଟେରିଆଲ ଆବଶ୍ୟକ ରହୁଛି। ଆସନ୍ତା ଶିକ୍ଷାବର୍ଷରୁ ଏହି ବ୍ୟବସ୍ଥା ଲାଗୁ କରାଯିବାକୁ ଯୋଜନା ରହିଥିବାରୁ ଏବେଠାରୁ ଓଡ଼ିଆରେ ମାଟେରିଆଲ୍ସ ମିଳିଯିବା ଦରକାର। ଫଳରେ ପରୀକ୍ଷାର୍ଥୀ ଭଲଭାବେ ପ୍ରସ୍ତୁତ ହୋଇପାରିବେ। ଏ ନେଇ ନାଇଜର ପ୍ରାଧ୍ୟାପକ ଅମରେନ୍ଦ୍ର ଦାସ କହିଛନ୍ତି, ୟୁଜି ସ୍ତରର କିଛି ପୁସ୍ତକ ଓଡ଼ିଆରେ ଅଛି। ହ୍ୟୁମାନିଟିଜ୍‌ ବିଷୟଗୁଡ଼ିକର ପ୍ରାୟତଃ ଓଡ଼ିଆ ଭାଷାରେ ରହିଛି। କିନ୍ତୁ ସାଇନ୍ସର କିଛି ନାହିଁ। ତେଣୁ ଏବେଠୁ ଚିନ୍ତା କରିବା ଉଚିତ୍‌। ପ୍ରଥମେ ପ୍ରଥମେ ଅସୁବିଧା ହୋଇପାରେ। ଭଲ ଷ୍ଟଡି ମାଟେରିଆଲ୍ସ ଆସିବା ପାଇଁ ମଧ୍ୟ ବର୍ଷେ କି ଦୁଇବର୍ଷ ଲାଗିଯିବ। ଯେହେତୁ ଆସନ୍ତା ବର୍ଷ ଓଡ଼ିଆରେ ଓସିଏସ୍‌ ପରୀକ୍ଷା ଦେବା ଲାଗୁ କରାଯିବା ପାଇଁ ଚିନ୍ତା କରାଯାଇଛି, ତେଣୁ ଏତେ କମ୍‌ ସମୟରେ ମାଟେରିଆଲ ପ୍ରସ୍ତୁତ କରିବା ନିଶ୍ଚିତ ଭାବେ ବଡ଼ ଚ୍ୟାଲେଞ୍ଜ ହେବ। ସେଥିପାଇଁ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ଟେକ୍ସଟ ବ୍ୟୁରୋକୁ କହି ସଙ୍ଗେ ସଙ୍ଗେ ଷ୍ଟଡି ମାଟେରିଆଲ ପ୍ରସ୍ତୁତ କରିବା ଦରକାର। ଏନେଇ ଓପିଏସ୍‌ସି ଅଧ୍ୟକ୍ଷ ସତ୍ୟଜିତ୍‌ ମହାନ୍ତିଙ୍କୁ ପଚାରିବାରେ, ଆଜି ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଇଂଲିଶିରେ ପରୀକ୍ଷା ଦେଉଥିଲେ। ଓଡ଼ିଆ ଭାଷା ବିକଳ୍ପ ରହିବ ା ସମସ୍ତଙ୍କୁ ବାଧ୍ୟ କରାଯିବ ନାହିଁ ଓଡିଆରେ ଲେଖିବାକୁ ା ସାକ୍ଷାତ୍‌କାର ସମୟରେ ଓଡ଼ିଆ ଭାଷା ସବୁଠାରୁ ବଡ଼ ସୁବିଧା ହେବ। ଓଡ଼ିଆ ମିଡିୟମରେ ବହୁ ପିଲା ପଢୁଥିବା କାରଣରୁ ସାକ୍ଷାତ୍‌କାରରେ ଅଧିକାଂଶ ଓଡିଆରେ କହିବାକୁ ଚାହିଁବେ ା ଯେଉଁ ସବୁ ବିଷୟରେ ପରୀକ୍ଷା ହେଉଛି ତାହାର କୌଣସି ପାଠ୍ୟପୁସ୍ତକ ନ ଥାଏ। ପିଲାମାନେ ଟେକ୍ସଟ ବୁକ୍‌ ଏବଂ ନୋଟ୍‌ସ ଆଦି ପଢି ପରୀକ୍ଷା ପାଇଁ ପ୍ରସ୍ତୁତି କରନ୍ତି ା ଏନେଇ କୌଣସି ସ୍ବତନ୍ତ୍ର ପୁସ୍ତକ ନ ଥାଏ ା ମ୍ୟାଟେରିଆଲ ଯୋଗାଇବା ଓପିଏସ୍‌ସି ଦାୟିତ୍ୱ ନୁହେଁ ା ଓପିଏସ୍‌ସି କେବଳ ପରୀକ୍ଷା କରାଇଥାଏ। ତେବେ ଚାହିଦା ନେଇ ଖୁବ୍‌ଶୀଘ୍ର ମାଟେରିଆଲ ଉପଲବ୍ଧ କରାଯିବ ବୋଲି ମହାନ୍ତି କହିଛନ୍ତି।
ଅପରପକ୍ଷେ ଷ୍ଟଡି ମାଟେରିଆଲ୍ସ ସମସ୍ୟା ଦୂର କରିବା ଲାଗି ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପ୍ରସ୍ତୁତି ଆରମ୍ଭ କରିଛି। ପୂର୍ବରୁ ଇଞ୍ଜିନିୟରିଂ ଏବଂ ଆଇଏଏସ୍‌ ପରୀକ୍ଷା ପାଇଁ ସଂସ୍ଥା ପୁସ୍ତକ ପ୍ରସ୍ତୁତି କରିସାରିଛି। ତେଣୁ ଏବେ ସରକାରଙ୍କ ଅନୁମତି ମିଳିଲେ ଆଶାୟୀଙ୍କୁ କୋଚିଂ ସହ ଅନ୍‌ଲାଇନ୍‌ କ୍ଲାସ୍‌ ଏବଂ ଓଡ଼ିଆ ଷ୍ଟଡି ମାଟେରିଆଲ୍ସ ଯୋଗାଯାଇପାରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ସଂସ୍ଥାର ଉପାଧ୍ୟକ୍ଷା ସିପ୍ରା ମଲ୍ଲିକ କହିଛନ୍ତି, ଗତ ୧୦ବର୍ଷ ହେଲା ସଂସ୍ଥା ପକ୍ଷରୁ ଆଇଏଏସ୍‌ ପାଇଁ ଓଡ଼ିଆରେ କୋଚିଂ ଦିଆଯାଉଛି। ଆଇଏଏସ୍‌ ଓ ଓଏଏସ୍‌ର ପାଠ୍ୟକ୍ରମ ପ୍ରାୟତଃ ସମାନ। ଆମ ପାଖେ ଆଇଏଏସ୍‌ ଷ୍ଟଡି ମାଟେରିଆଲ ଅଛି। ଯାହାକୁ ଆମେ ଓଏଏସ୍‌ ପାଇଁ ମଧ୍ୟ ଯୋଗାଇପାରିବୁ। ସରକାର ଚାହିଁଲେ ଆମେ ଦେଇପାରିବୁୁ। ଆଶାୟୀମାନେ ମଧ୍ୟ ଚାହିଁଲେ ସହଯୋଗ କରିପାରିବୁ। ଏଥିସହିତ ଆମ ପାଖେ କୋଚିଂ ଦେଉଥିବା ଅଭିଜ୍ଞ ଶିକ୍ଷକ ମଧ୍ୟ ଅଛନ୍ତିି। ଓସିଏସ୍‌ ଆଶାୟୀମାନେ ଯଦି ଚାହିଁବେ ଆମେ ତାଙ୍କୁ ଅନ୍‌ଲାଇନ୍‌ କୋଚିଂ ଦେଇପାରିବୁ। ନଚେତ୍‌ ଆମ ସେଣ୍ଟରକୁ ଆସି ମଧ୍ୟ କୋଚିଂ ନେଇପାରିବେ ବୋଲି ମଲ୍ଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri