Home Left

ଗୋଟିଏ ଶୋ’ରେ ଏକାଠି ନଜର ଆସିବେ ତିନି ଖାଁ

ବମ୍ବେ: ଗୋଟିଏ ମଞ୍ଚରେ ଏକାଠି ହେବେ ବଲିଉଡ୍‌ର ତିନି ଖାଁ, ଶାହାରୁଖ, ସଲମାନ ଏବଂ ଆମିର। ନିର୍ଦ୍ଦେଶକ ତଥା ହୋଷ୍ଟ କରନ୍‌ ଜୋହରଙ୍କ ଲୋକପ୍ରିୟ ‘କଫି ଉଇଥ୍‌ କରନ୍‌’ର ୭ମ ସିଜନ୍‌ରେ ସେମାନେ ଅତିଥି ଭାବେ ଯୋଗଦେବେ। ଗୋଟିଏ ମଞ୍ଚରେ ସେମାନେ…

ଗୁଳିବିଦ୍ଧ ଦନ୍ତାର ଚାଲିଛି ଚିକିତ୍ସା

ଭୁବନେଶ୍ୱର,୮।୬(ବ୍ୟୁରୋ): କଟକ ଜିଲା ନରସିଂହପୁର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାର ଚିକିତ୍ସା କରାଯାଉଛି। ପ୍ରଥମେ ହାତୀଟି କାହାକୁ ତା’ ପାଖକୁ ଆସିବାକୁ ଦେଉ ନ ଥିବାରୁ ଚିକିତ୍ସାରେ ବିଳମ୍ବ ପରିଲକ୍ଷିତ ହୋଇଥିଲା। ହେଲେ ହାତୀର ଦେହରେ ଥିବା କ୍ଷତ ୧୫ ଦିନ ତଳର…

ହାତକୁ ଦୁଇ ହାତ ହେବେ ସୁନ୍ଦରୀ ନୟନତାରା

ହାଇଦ୍ରାବାଦ: ୨୦୧୫ରୁ ଡେଟିଂ। ଶେଷରେ ପ୍ରେମିକଙ୍କ ସହ ଆଉ ପାଦେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଭାରତୀୟ ସିନେମାର ଅନ୍ୟତମ ସୁନ୍ଦରୀ ଅଭିନେତ୍ରୀ ନୟନତାରା। ରାତି ପାହିଲେ ତାଙ୍କ ବିବାହ। ଦୀର୍ଘ ଦିନର ସାଥୀ ବିଘ୍ନେଶଙ୍କ ହାତ ଧରିବେ ସେ।…

ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସାରସକଣା,୮ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ସିଣ୍ଡିକେଟ୍‌ ବ୍ୟାଙ୍କ ଏଟିଏମ୍‌ କାଉଣ୍ଟରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଲୁଟ୍‌ ଉଦ୍ଦେଶ୍ୟରେ ଏଟିଏମ୍‌ ଗ୍ୟାସ କଟର ସାହାଯ୍ୟରେ କାଟି ଟଙ୍କା ବାହାର କରିନେଇଛନ୍ତି। ଘଟଣାସ୍ଥଳରେ ଜିଲା ଆରକ୍ଷୀ ଅଧୀକ୍ଷକ…

ଫିଲ୍ମ ଷ୍ଟାଇଲ୍‌ରେ କରିଥିଲେ ହତ୍ୟା: ଶେଷରେ ପଡ଼ିଲେ ଧରା

ବାଲେଶ୍ୱର ଅଫିସ,୮ା୬: ବାଲେଶ୍ୱର ଜିଲା ଚାନ୍ଦିପୁର ରୋଡ୍‌ ସତ୍ୟବ୍ରତ ଦାସ ଓରଫ ବାପୁନୁ ହତ୍ୟାକାଣ୍ଡ ଘଟଣାରେ ୭ ହତ୍ୟାକାରୀ ଧରା ପଡ଼ିଛନ୍ତି। ବ୍ୟବସାୟିକ ଟଙ୍କା କାରବାର ଓ ଜମିଜମା ବିବାଦକୁ ନେଇ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ…

ଶାଢି ପିନ୍ଧି ସ୍କେଟିଂ କଲେ ଯୁବତୀ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିବାକୁ ଆଶ୍ଚର୍ଯ୍ୟ ଲାଗିଥାଏ। ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଶାଢି ପିନ୍ଧି ଜଣେ ଯୁବତୀ ବହୁତ ଭଲ ସ୍କେଟିଂ କରୁଥିବା…

ଉଦ୍‌ଘାଟନ ବେଳେ ଭାଙ୍ଗିଗଲା ପୋଲ

ମେକ୍ସିକୋ,୮।୬:ମେକ୍ସିକୋର କୁର୍ନାଭାକାରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଲ ଉଦ୍‌ଘାଟନ ସମୟରେ ଏହା ଭାଙ୍ଗିଯିବାରୁ ମେୟର ସମେତ ୧୨ରୁ ଅଧିକ ଲୋକ ନାଳରେ ପଡି ଆହତ ହୋଇଛନ୍ତି। କୁର୍ନାଭାକା ସହରରେ ଥିବା ଏକ ନଦୀ ଉପରେ ଛୋଟ ପୋଲ(ଫୁଟ୍‌ବ୍ରିଜ୍‌) ନିର୍ମାଣ କରାଯାଇଥିଲା।…

ପ୍ରେମିକଙ୍କ ସହ ଗୋଆରେ ପାଳିବେ ଜନ୍ମଦିନ

ବମ୍ବେ: ଆଉ ଦିନ କେଇଟାରେ ଜନ୍ମଦିନ। ଏହାକୁ ବେଶ ରୋମାଣ୍ଟିକ୍‌ ଭାବେ ପାଳନ କରିବାକୁ ଚାହାନ୍ତି ଅଭିନେତ୍ରୀ ତେଜସ୍ବୀ ପ୍ରକାଶ। ଏଥିଲାଗି ଗୋଆକୁ ବାଛିଛନ୍ତି ସେ। ଦୁଇ ଦିନ ପୂର୍ବରୁ ପ୍ରେମିକ କରନ୍‌ କୁନ୍ଦ୍ରାଙ୍କ ସହ ସେ ସେଠାକୁ ଯାଇଛନ୍ତି। ଉଭୟଙ୍କୁ…

ସିଗାରେଟ୍‌ ପାଇଁ ୧୦ ଟଙ୍କା ନ ଦେବାରୁ ନାବାଳକଙ୍କୁ ପିଟିପିଟି ମାରିଦେଲେ

ନୂଆଦିଲ୍ଲୀ,୮।୬: ଦିଲ୍ଲୀର ଆନନ୍ଦ ପ୍ରଭାତ ଅଞ୍ଚଳରେ ଏକ ଜଘନ୍ୟ ଘଟଣା ଘଟିଛି। ସିଗାରେଟ୍‌ ଟାଣିବାକୁ ୧୦ ଟଙ୍କା ନ ଦେବାକୁ ଜଣେ ନାବାଳକଙ୍କ ହତ୍ୟା କରାଯାଇଛି। ଏହା ପରେ ମୃତକଙ୍କ ପର୍ସ ଲୁଟ କରି ନିଆଯାଇଛି। ପୋଲିସର ସୂଚନାନୁସାରେ, ସୋମବାର ସନ୍ଧ୍ୟାରେ…

ୟୁପି ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ଲକ୍ଷ୍ନୌ,୮।୬: ୟୁପି ବିଧାନ ପରିଷଦ ନିର୍ବାଚନ ପାଇଁ ଭାଜପା ଗୁରୁବାର ନଅ ଜଣ ପ୍ରାର୍ଥୀ ଘୋଷଣା କରିଛି। ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ସମେତ ସେହି ସମସ୍ତ ମନ୍ତ୍ରୀଙ୍କୁ ବିଧାନ ପରିଷଦକୁ ପଠାଇବାକୁ ଦଳ ନିଷ୍ପତ୍ତି ନେଇଛି, ଯେଉଁମାନେ ଏପର୍ଯ୍ୟନ୍ତ ଉଭୟ…

କୂଅରେ ପଡ଼ିଥିବା ଚିତା ଉଦ୍ଧାର

ରେଢ଼ାଖୋଲ, ୮।୬(ଡି.ଏନ୍‌.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ଚାରମାଳ ରେଞ୍ଜ ଅଧୀନ ସାନ ହିଣ୍ଡୋଲ-ମୂଷାକଟା ରାସ୍ତାରେ ଥିବା ଏକ ପରିତ୍ୟକ୍ତ କୂଅରେ ମଙ୍ଗଳବାର ରାତିରେ ଏକ ଚିତାବାଘ ପଡ଼ିଯାଇଥିଲା। ବାଘଟିକୁ ବୁଧବାର ସକାଳେ ବନବିଭାଗ ଓ ଅଗ୍ନିଶମ ବିଭାଗ ମିଳିତ ଉଦ୍ୟମରେ…

କାଳବୈଶାଖୀ ତାଣ୍ଡବ: ବ୍ୟାପକ କ୍ଷୟକ୍ଷତି

ପାଟଣା,୮।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଅଞ୍ଚଳରେ ମଙ୍ଗଳବାର ରାତିରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ବର୍ଷା, ଘଡଘଡ଼ି ସହ ପବନର ବେଗ ଅଧିକ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିରେ ଅନେକ ଲୋକଙ୍କ ଘର ଉପରେ ଗଛ ଡାଳ ପଡ଼ି ବ୍ୟାପକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri