Advertisement

ବାଣ ବିସ୍ଫୋରଣରେ ଆହତ ଛାତ୍ରଙ୍କୁ ସହାୟତାର ସୁଅ

ମାଲକାନଗିରି,୩୦।୧୦(ଡି.ଏନ୍‌.ଏ): ଦୀପାବଳି ଅବସରରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ମାଟିହାଣ୍ଡିରେ ବାଣ ରଖି ଫୁଟାଇବାବେଳେ ଏହା ବିସ୍ଫୋରଣ ହୋଇଥିଲା। ଫଳରେ ଛାତ୍ରଟି ଗୁରୁତର ଆହତ ହୋଇ ମାଲକାନଗିରି ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେ ହେଲେ ମାଲକାନଗିରି ସଦର ମହକୁମା ତଳସାହିରେ ରହୁଥିବା ବାନ୍ଧବ ଭତ୍ରାଙ୍କ ପୁଅ ବାଦଲ ଭତ୍ରା(୧୩)। ସେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ତାଙ୍କ ମା’ ସୁକାନ୍ତି ଭତ୍ରା ଟେଲରିଂ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି।

ବିସ୍ଫୋରଣ ପରେ ପରିବାର ଲୋକ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ଏହି ପରିପ୍ରେକ୍ଷୀରେ ରବିବାର ମାଲକାନଗିରି ଜିଲା ଦର୍ଜି ସଂଘର ସମ୍ପାଦକ ଏ. ବାଲାରାଜୁ, କୋଷାଧ୍ୟକ୍ଷ ବକ୍ସିଧର ସେଠୀ, ଗୁପ୍ତେଶ୍ୱର ମହାନ୍ତିଙ୍କ ସହ ୨୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଡାକ୍ତରଖାନାକୁ ଯାଇ ବାଦଲଙ୍କୁ ଭେଟିବା ସହ ୫ ହଜାର ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି। ଏପରି କି ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନିଲ ମିଶ୍ର ଏବଂ ଡାକ୍ତରଖାନା ମ୍ୟାନେଜର ଶଶାଙ୍କ ଶେଖର ପଣ୍ଡିତରାଙ୍କ ଉପସ୍ଥିତିରେ ବାଦଲଙ୍କ ଚିକିତ୍ସା କରାଯାଉଛି। ଖୁବ୍‌ ଶୀଘ୍ର ସେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଡା. ମିଶ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାରେ ସୃଷ୍ଟି ହୋଇପାରେ ୩ୟ ମୁହାଣ

କୃଷ୍ଣପ୍ରସାଦ, ୧୫ା୪ (ଡି.ଏନ.ଏ.): ମହାମାରୀ କରୋନା ଭୟ ଲାଗି ରହିଥିବାବେଳେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାଜହଂସଠାରେ ବଙ୍ଗୋପସାଗର କୂଳ ଲଘିଂବାରେ ଲାଗିଛି। ସମୁଦ୍ର ଓ...

ହୋମ କ୍ବାରାଣ୍ଟାଇନ୍‌ରେ ୧୪ ଶିଷ୍ୟଙ୍କ ସହ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ, ୨୪।୩: ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ହୋମ କ୍ବାରାଣ୍ଟାଇନରେ ରହିଛନ୍ତି। ଶଙ୍କରାଚାର୍ଯ୍ୟ ସୋମବାର ସନ୍ଧ୍ୟାରେ ବିମାନ ଯୋଗେ...

ପ୍ରେମ ବିବାହକୁ ବିରୋଧ କରି ହତ୍ୟା ଉଦ୍ୟମ ଅଭିଯୋଗ: ଶଳାଙ୍କ ଟାଙ୍ଗିଆ ଚୋଟରେ ଭିଣୋଇ ଗୁରୁତର

ପରଜଙ୍ଗ, ୨ା୫(ଡି.ଏନ.ଏ.)- ପରିବାରର ବିନା ସ୍ବୀକୃତିରେ ପ୍ରେମ ବିବାହ କରିଥିବା ଯୋଗୁ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କଳଦା ଗ୍ରାମର...

ସୁବର୍ଣ୍ଣରେଖାରେ ବାରମ୍ବାର ବନ୍ୟା; ଖରିଫ ଧାନଚାଷ ବ୍ୟାପକ କ୍ଷତି

ଜଳେଶ୍ୱର, ୭ା୧୦(ଡି.ଏନ.ଏ.)-ଉତ୍ତର ବାଲେଶ୍ୱର ସହିତ ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣି ଜଳେଶ୍ୱର, ଭୋଗରାଇ, ବାଲିଆପାଳର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ କରିଥିଲା। ସେହିପରି ସୁବର୍ଣ୍ଣରେଖା ନଦୀରେ ବାରମ୍ବାର ବନ୍ୟା...

ନୋସିରେ ୯୭୦ ବରିଷ୍ଠ ତୀର୍ଥଯାତ୍ରୀ, ୩୦ ଅଧିକାରୀ

ବାଲେଶ୍ୱର ଅଫିସ, ୧୩।୧୨-ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଗରିବ ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ବୁଲାଇବା ଉଦ୍ଦେଶ୍ୟରେ ଗତ ୨୦୧୬ ମସିହାରେ...

ଜଙ୍ଗଲ ନିଆଁ ଲିଭାଇଲେ ଥାନା ଆଇଆଇସି

ଖଡିଆଳ,୩୧।୩: ନୂଆପଡ଼ା ଜିଲା ଖଡିଆଳ ବ୍ଲକ ବରଗାଁ ସ୍ଥିତ ଚକା ଜଙ୍ଗଲରେ କିଛି ବ୍ୟକ୍ତି ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ଖଡିଆଳ ଆଇଆଇସି କୈଳାଶ...

ବିଦ୍ୟୁତ୍‌ କର୍ମଚାରୀଙ୍କୁ ମାଡ଼

ଡୁବୁରୀ, ୨୬।୨ (ଡି.ଏନ୍‌.ଏ.): କଳିଙ୍ଗନଗର ଥାନା ଅଧୀନ ଡୋଲାପଥର ଗ୍ରାମରୁ ବକେୟା ବିଲ ଆଦାୟ କରିବାକୁ ଯାଇଥିବା କେତେଜଣ କର୍ମଚାରୀଙ୍କୁ ଗ୍ରାମର ପ୍ରତାପ କୁମାର ଓଝା...

ଧାନ ଚାଷ ଉଜାଡ଼ିଲେ ହାତୀପଲ

କୁଆମରା,୫ା୧୧(ଡି.ଏନ୍‌.ଏ.)- ନୀଳଗିରି ରେଞ୍ଜ ଅଧୀନ କୁଲଡିହା ଜଙ୍ଗଲରୁ ୬ ଦିନ ହେଲା ଦନ୍ତା ସମେତ ମୋଟ ସାତଟି ହାତୀ ବାଟବଣା ହୋଇ କୁଆମରା ଫରେଷ୍ଟ ଅଞ୍ଚଳରେ...

Advertisement
Archives

Model This Week