ଏଏପି ନେତାଙ୍କୁ ନୋଟିସ୍ ପଠାଇଲେ ଉପରାଜ୍ୟପାଳ: ୪୮ଘଣ୍ଟାରେ ଜବାବ ଦିଅ
ନୂଆଦିଲ୍ଲୀ,୫।୯: ଦିଲ୍ଲୀରେ ଆମ ଆଦମୀ ପାର୍ଟି(ଏଏପି) ଓ ଉପରାଜ୍ୟପାଳ ମଧ୍ୟରେ ଜାରି ରହିଥିବା ବିବାଦ ବର୍ତ୍ତମାନ ଏକ ଆଇନଗତ ନୋଟିସରେ ପହଞ୍ଚିଛି। ନିକଟରେ ଦିଲ୍ଲୀରେ ଏହାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଥିବା ବେଳେ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି।…
ଗୁରୁଦିବସରେ ୪୭ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର
ନୂଆଦିଲ୍ଲୀ,୫।୯: ବିଦ୍ୟାଳୟ ଶିକ୍ଷାକ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ୪୬ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଗୁରୁଦିବସ ଅବସରରେ ଜାତୀୟ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପଞ୍ଜାବ, ମହାରାଷ୍ଟ୍ର, ରାଜସ୍ଥାନ, ହିମାଚଳ ପ୍ରଦେଶ, ତେଲେଙ୍ଗାନା ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ବିହାର, ସିକିମ୍,…
ଓଡ଼ିଶାରେ ଭାଜପା ପ୍ରଭାରୀ ବଂଶଲ: ୨୦୨୪ ପାଇଁ ପ୍ରସ୍ତୁତ କରିବେ ରଣନୀତି
ଭୁବନେଶ୍ବର,୫।୯(ବ୍ୟୁରୋ): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଭାଜପା ପ୍ରଭାରୀ ସୁନୀଲ ବଂଶଲ। ସୋମବାର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଗସ୍ତ ସମୟରେ ବଂଶଲ ୨୦୨୪ ସାଧାରଣ ନିର୍ବାଚନ ଲାଗି ପ୍ରଥମ ରଣନୀତି…
ବୃଦ୍ଧାଙ୍କୁ କଚାଡ଼ି ମାରିଲା ଦନ୍ତା
ଦେବଗଡ଼,୫ା୯(ଡି.ଏନ୍.ଏ.): ଦେବଗଡ଼ ଜିଲା ବାରକୋଟ ବ୍ଲକ ବସାଲଇ ପଞ୍ଚାୟତ କାଲକାଠ ନିକଟ ଫଟାଟାଙ୍ଗର ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ଯଶପିନ କୁଜୁର (୬୨)ଙ୍କ ମୃତ୍ୟୁ ଘଟିଛି। ସେ ଉକ୍ତ ଗ୍ରାମର ସ୍ବର୍ଗତ ରାଜୁ କୁଜୁରଙ୍କ ସ୍ତ୍ରୀ। ଯଶପିନ ନିଜ ଚାଷଜମିରୁ ଏକ ଜଙ୍ଗଲିଆ…
ରାହୁଲଙ୍କୁ ଭେଟିଲେ ନୀତୀଶ: ୫୦ମିନିଟ୍ ଧରି ଚାଲିଲା ଆଲୋଚନା
ନୂଆଦିଲ୍ଲୀ,୫।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ନୀତୀଶ କୁମାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତକାର ପ୍ରାୟ ୫୦ମିନିଟ ଧରି…
ଚାଇନାରେ ଭୂକମ୍ପ: ଚାଲିଗଲା ୩୦ ଜୀବନ
ବେଜିଂ,୫।୯: ଚାଇନାର ସିଚୁଆନ ପ୍ରଦେଶର ଲୁଣ୍ଡିଙ୍ଗ୍ କାଉଣ୍ଟିରେ ସୋମବାର ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୬.୮ ଥିବା ନେଇ ଜାତୀୟ ଭୂଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଭୂକମ୍ପ ଫଳରେ ୩୦…
ବିଜେଡିରେ ମିଶିଲେ ୩ ହଜାର କର୍ମୀ
ପୋଲସରା,୫ା୯(ଡି.ଏନ୍.ଏ.): ବିଜୁ ଜନତା ଦଳର ପୋଲସରା ନିର୍ବାଚନ ମଣ୍ଡଳୀସ୍ତରୀୟ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଭାଜପା ଓ କଂଗ୍ରେସ ଛାଡି ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। କାର୍ଯ୍ୟକ୍ରମରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ…
ରିଜଓ୍ବାନଙ୍କ ହେବ ଏମ୍ଆରଆଇ ସ୍କାନ
ଦୁବାଇ,୫ା୯: ସତର୍କତାମୂଳକ ପଦକ୍ଷେପ ସ୍ବରୂପ ପାକିସ୍ତାନ ଉଇକେଟକିପର ବ୍ୟାଟର ମହମ୍ମଦ ରିଜଓ୍ବାନଙ୍କର ଏମ୍ଆର୍ଆଇ ସ୍କାନ କରାଯିବ। ଚାଲିଥିବା ଏସିଆ କପ୍ କ୍ରିକେଟ ଭାରତ ବିପକ୍ଷ ୫ ଉଇକେଟ ବିଜୟ ମ୍ୟାଚ ବେଳେ ତାଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା। ରିପୋର୍ଟ ଅନୁସାରେ…
ପ୍ରତାରଣାର ଶିକାର ହୋଇ ଧାରଣା ଦେଲେ ପ୍ରେମିକା
ଭଦ୍ରକ ଅଫିସ, ୫।୯: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ମେରାଇନ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଜଣେ ଯୁବକ ପ୍ରେମରେ ଫସାଇ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଏନେଇ ଯୁବତୀ ଜଣକ…
ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଟ୍ରସଙ୍କ ନେତୃତ୍ୱରେ ଭାରତ-ବ୍ରିଟେନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ ହେବାକୁ ଯାଉଛି। ନୂତନ ଦାୟିତ୍ୱ ଓ ସଫଳ କାର୍ଯ୍ୟକାଳ…
ଲେଡି ବାଉନ୍ସର୍ ଭୂମିକାରେ ନଜର ଆସିବେ ତମନ୍ନା
ସାଉଥ୍ ଅଭିନେତ୍ରୀ ତମନ୍ନା ଭାଟିଆ ଲୁକ୍ ଏବଂ ଅଭିନୟ ପାଇଁ ଚର୍ଚ୍ଚାରେ ରୁହନ୍ତି। ବାହୁବଳୀ-୧ରେ ଦମ୍ଦାର ଅଭିନୟ କରି ଅନେକ ପ୍ରଶଂସା ସାଉଁଟିଥିଲେ। ବର୍ତ୍ତମାନ ତମନ୍ନା ଫିଲ୍ମ ‘ବବଲି ବାଉନ୍ସର୍’ରେ ନଜର ଆସିବେ। ଯାହାର ଟ୍ରେଲର ସୋମବାର ରିଲିଜ୍ ହୋଇଛି। ସେଥିରେ…
ଆସନ୍ତା ୯ ଯାଏ କର୍ନାଟକରେ ପ୍ରବଳ ବର୍ଷା: ସତର୍କ କଲା ଆଇଏମ୍ଡି
ବେଙ୍ଗାଲୁରୁ, ୫।୯: ବେଙ୍ଗାଲୁରୁ ଏବଂ ଉପକୂଳ କର୍ନାଟକର ବିଭିନ୍ନ ଅଞ୍ଚଳରେ ଆସନ୍ତା ୯ ତାରିଖ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତ ପାଣିପାଗ ବିଭାଗ (ଆଇଏମ୍ଡି) ସୋମବାର ପୂର୍ବାନୁମାନ କରିଛି। ଆଇଏମ୍ଡି ସୂଚନାନୁଯାୟୀ, ସେପ୍ଟେମ୍ବର ୫ ତାରିଖରୁ…
Archives


