Posted inଜାତୀୟ

ହିମାଚଳ ପ୍ରଦେଶରେ ଏଏପିକୁ ଶକ୍ତ ଧକ୍କା

କୁଲୁ,୧୦ା୧୨: ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରଥମ ଥର ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ରାଜ୍ୟର ତୃତୀୟ ତଥା ଶ୍ରେଷ୍ଠ ବିକଳ୍ପ ଦଳ ଭାବେ ନିଜକୁ ଉପସ୍ଥାପିତ କରିଥିଲା। ତେବେ ନିର୍ବାଚନ ଫଳାଫଳ ଏହି ଦଳ ପାଇଁ ଶକ୍ତ ଧକ୍କା ହୋଇଛି। ଦଳ ଏଠାରେ ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିବାବେଳେ ସମସ୍ତ ୬୭ ଜଣ ପ୍ରାର୍ଥୀ ଅମାନତ ହରାଇଛନ୍ତି। କାରଣ ଜଣେ ହେଲେ ମୋଟ ବୈଧ ଭୋଟର ସର୍ବନିମ୍ନ ୬ ଭାଗରୁ ଭାଗେ ଭୋଟ ପାଇନାହାନ୍ତି। ଏଏପି ଟିକେଟରେ ଲଢ଼ିଥିବା ପୂର୍ବତନ ଲୋକ ସଭା ସଦସ୍ୟ ରାଜନ ସୁଶାନ୍ତ ମଧ୍ୟ ହାରିଯାଇଛନ୍ତି। ପଞ୍ଜାବରେ ଏଏପି କ୍ଷମତାରେ ଥିବାବେଳେ ଏହାର ପଡୋଶୀ ରାଜ୍ୟ ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ଏଏପି ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବାରମ୍ବାର ହିମାଚଳପ୍ରଦେଶ ଯାଇ ଏକାଧିକ ରୋଡ୍‌ ଶୋ’ କରିଥିଲେ। ତେବେ ପ୍ରଚାର ମଧ୍ୟଭାଗରୁ ଦଳ ନିରାଶ ହୋଇପଡ଼ିଥିଲା। ପ୍ରଚାର ଶେଷ ପର୍ଯ୍ୟାୟରେ କେବଳ ଭାଜପା ଏବଂ କଂଗ୍ରେସ ରାଲି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ବାହାରିଲା ବୃଦ୍ଧାଙ୍କ ପଚାସଢା ମୃତଦେହ : କାନ୍ଧ ଦେଲେନି ବନ୍ଧୁପରିଜନ, ଶେଷରେ ସତ୍କାର କଲେ ଆଇଆଇସି

ପୁରୁଷୋତ୍ତମପୁର,୨୮। (ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ପରିବାର ଓ ବନ୍ଧୁବର୍ଗଙ୍କ ମାନବିକତା ହଜିଯାଇଛି…

CJP ଆନ୍ଦୋଳନରେ ପୋଲିସର ବର୍ବରତାକୁ ନେଇ ରାଗିଗଲେ ସୁପ୍ରିମକୋର୍ଟ, ସିଧା ଶୁଣାଇଦେଲେ…

ନୂଆଦିଲ୍ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ବିକ୍ଷୋଭ ସମ୍ବନ୍ଧୀୟ ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି (CJI) ସ୍ପଷ୍ଟ ଭାବରେ କହିଛନ୍ତି…

ବଢୁଛି ବୈତରଣୀ: ଚାରିଆଡ଼େ ଜଳମଗ୍ନ

କେନ୍ଦୁଝର, ୨୮।୭: (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲାରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ନଦୀର ଜଳ ସ୍ତର ବୃଦ୍ଧି ପାଇବାରେ…

ସକାଳୁ କାମରେ ଆସୁଥିଲେ ସୁଶାନ୍ତ: ପଛପଟୁ ଧକ୍କା ଦେଇ ଚମ୍ପଟ ମାରିଲା କାର୍‌, ଅବସ୍ଥା ଗୁରୁତର ହେବାରୁ…

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି – ରାୟଗଡ଼ା ୩୨୬ନଂ ଜାତୀୟ ରାଜପଥର ପୁଞ୍ଜିକଂୟା ଛକ ନିକଟ ବିଏସଏନଏଲ ଅଫିସ ସମ୍ମୁଖରେ ମଙ୍ଗଳବାର ସକାଳେ ଏକ ଦ୍ରୁତଗାମୀ କାର୍‌…

ଗଞ୍ଜେଇ ଚାଲାଣରେ ରାଜସ୍ଥାନ ସିଣ୍ଡିକେଟ୍‌ର ପର୍ଦ୍ଦାଫାଶ କଲା STF

ଭୁବନେଶ୍ୱର,୨୮।୭: ଗଞ୍ଜେଇ ଚାଲାଣରେ ରାଜସ୍ଥାନ ସିଣ୍ଡିକେଟର ପର୍ଦ୍ଦାଫାଶ କରିଛି STF ଟିମ୍‌। ଟାର୍ଗେଟରେ ଥିବା ଗଞ୍ଜାମ ଜିଲାର ୩ଜଣ ଗଞ୍ଜେଇ ମାଫିଆ ଗିରଫ ହୋଇଛନ୍ତି। STF ଗିରଫ…

ଅନ୍ତରଙ୍ଗ ଦୃଶ୍ୟକୁ ନା… ନିହାରିକାଙ୍କ ମନର କଥା

କଣ୍ଟେଣ୍ଟ କ୍ରିଏଟର ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନିହାରିକା ଏନଏମ ଅଭିନେତା ରାଘବ ଜୁୟାଲଙ୍କ ସହ ‘ଭାଇ ତେରା ଷ୍ଟାର ହୈ’ ଜରିଆରେ…

ବଡ଼ ଘୋଷଣା କରିଦେଲେ ଶରଦ ପାୱାର: ରାଜନୀତିରେ ପଡିଗଲା ଚହଳ

ମୁମ୍ବାଇ,୨୮।୭: ମହାରାଷ୍ଟ୍ରରେ ଏନ୍‌ସିପିର ଉଭୟ ଗୋଷ୍ଠୀର ମିଶ୍ରଣ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପିି-ଏସପି (NCP-SP) ର ମୁଖ୍ୟ ଶରଦ ପାୱାରଙ୍କ ଏକ…

ଭାରୋତ୍ତଳନ ପ୍ରତିଯୋଗିତାରେ ଚମକିଲେ ଭଞ୍ଜନଗରର ଶିବା: ଜିତିଲେ ସ୍ବର୍ଣ୍ଣ

ଭଞ୍ଜନଗର, ୨୮।୭ (ବାବୁଲା ପ୍ରଧାନ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଗତ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୨ୟ ଓଡ଼ିଶା ଭାରୋତ୍ତଳନ ପ୍ରତିଯୋଗିତାରେ ଭଞ୍ଜନଗରର ଉଦୀୟମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri