ଜୟଆଲୁକ୍କାସ୍‌ର ‘ସିଜନ୍‌ ଅଫ୍‌ ଗିଭିଙ୍ଗ୍‌’ ଅଭିଯାନ

ନୂଆଦିଲ୍ଲୀ,୧୦ା୧୨: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍କାସ ପକ୍ଷରୁ ଚଳିତ ବର୍ଷର ‘ସିଜନ ଅଫ୍‌ ଗିଭିଙ୍ଗ୍‌’ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଗାମୀ ବଡ଼ଦିନ ଓ ନବବର୍ଷରେ(ଫେଷ୍ଟିଭ ସେଲିବ୍ରେଶନ) ପୃଷ୍ଠପୋଷକଙ୍କ ପାଇଁ ଉତ୍ସବ ପାଳନ ସହ ଜୟଆଲୁକ୍କାସ୍‌ରେ ଦାନଋତୁ ପାଳନ କରୁଛି। ବିଶେଷକରି ଜୟଆଲକ୍କାସ୍‌ ଦାନର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ହୀରା ଉପରେ ଆକର୍ଷଣୀୟ ଅଫର ପ୍ରଦାନ କରୁଛି। ସେହିଭଳି ଏହାର ଗ୍ରାହକମାନେ ଡାଇମଣ୍ଡ ଉପରେ ଆକର୍ଷଣୀୟ ୨୫% ରିହାତି ସହ ବଛା ବଛା ଡାଇମଣ୍ଡ କଲେକ୍ସନ ଉପରେ ଆକର୍ଷଣୀୟ ଅଫର ଓ ଉପହାର ଚଳିତ ବର୍ଷ ଡିସେମ୍ବର ୯ ତାରିଖରୁ ଆରମ୍ଭ ହେଉଛି। ଅପରପକ୍ଷରେ ଜୟଆଲୁକ୍କାସ୍‌ ଦାନଋତୁ ସମୟରେ ସ୍ବତନ୍ତ୍ର ଭାବେ ଡିଜାଇନ କରିଥିବା ଡାଇମଣ୍ଡ ଜୁଏଲେରିର ସମ୍ଭାର ଏବଂ ଆକର୍ଷଣୀୟ ରିହାତିଯୁକ୍ତ ମୂଲ୍ୟରେ ଅଧିକ ସଞ୍ଚୟ କରିବାକୁ ଗ୍ରାହକ ସକ୍ଷମ ହେବେ ବୋଲି ଘୋଷଣା କରୁଛୁ। ଏ ସମ୍ପର୍କରେ ଜୟଆଲକ୍କାସ୍‌ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଜୟ ଆଲୁକ୍କାସ୍‌ କହିଛନ୍ତି, ଆମର ଲକ୍ଷ୍ୟ ଗ୍ରାହକମାନଙ୍କ ପାଇଁ ସଦାସର୍ବଦା ଉତ୍ସବକୁ ସ୍ମରଣୀୟ କରି ରଖିବା। ଏପରିକି ଗ୍ରାହକମାନଙ୍କୁ ଆନନ୍ଦିତ ଓ ପୁଲକିତ କରିବା ପାଇଁ ଅଫରଗୁଡ଼ିକ ପରିକଳ୍ପନା କରାଯାଇଛି। ଚଳିତ ବର୍ଷ ହୋଲିଡେ ସିଜନରେ ଆମ୍ଭେମାନେ ଆମର ବିଭିନ୍ନ ପ୍ରକାର ଡାଇମଣ୍ଡ ଜୁଏଲେରି କଲେକ୍ସନରେ ବ୍ୟାପକ ସମ୍ଭାର ଗ୍ରାହକଙ୍କ ପାଇଁ ଆଣିଦେଉଛି। ଏହି ପରିପ୍ରେକ୍ଷୀରେ ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ସହ ନବବର୍ଷର ଅଭିନନ୍ଦନ ମଧ୍ୟ ଜଣାଉଛି ବୋଲି ଜୟ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ଦାନଋତୁ ଅଫରଗୁଡ଼ିକ ଚଳିତ ଡିସେମ୍ବର ୯ତାରିଖଠାରୁ ଭାରତବ୍ୟାପୀ ସମସ୍ତ ଜୟଆଲୁକ୍କାସ୍‌ ପକ୍ଷରୁ ମଧ୍ୟ ବର୍ଷର ମାଗଣା ବୀମା ଏବଂ ନିଶ୍ଚିତ ଆଜୀବନ ମାଗଣା ମେଣ୍ଟେନାନ୍ସ ସୁବିଧା ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?