ବୀମା କ୍ଷେତ୍ର ପ୍ରତି ଉତ୍ସାହ ବଢ଼ିଛି

ଭୁବନେଶ୍ୱର,୧୦ା୧୨: ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌ (ୟୁଆଇଆଇସିଏଲ୍‌)ର କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୟୁଆଇଆଇସିଏଲ୍‌ର ଚେୟାରମ୍ୟାନ କମ୍‌ ମ୍ୟାନେଜିଂ ଡାଇରେକ୍ଟର ସତ୍ୟଜିତ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୟୁଆଇଆଇସିଏଲ୍‌ର କାରବାର ଓ ଓଡ଼ିଶା ବଜାର ସମ୍ପର୍କରେ ବିସ୍ତୃତ ମତ ଉପସ୍ଥାପନ କରିଥିଲେ। ସେହିଭଳି ଓଡ଼ିଶା ଏକ ପ୍ରମୁଖ ଖୁଚୁରା ବୀମା ବଜାର ହୋଇଥିବାରୁ କମ୍ପାନୀ ମଧ୍ୟ ବେଶ୍‌ ଆଶାବାଦୀ ରହିଛି। ଏପରିକି ଗତବର୍ଷ ଅପେକ୍ଷା ଚଳିତ ବର୍ଷର ଧାର୍ଯ୍ୟଲକ୍ଷ୍ୟ ୧୩୨ କୋଟି ଟଙ୍କା ରହିଥିବା ବେଳେ ବିଭିନ୍ନ ବର୍ଗର ବୀମା ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବୀମା ଯୋଜନାର ହିତାଧିକାରୀ ସଂଖ୍ୟା ବୃଦ୍ଧିକୁ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ବେଶ୍‌ ଗୁରୁତ୍ୱାରୋପ କରାଯାଇଛି। ସେହିପରି ବିଗତ ବର୍ଷଗୁଡ଼ିକ ଅପେକ୍ଷା ବର୍ତ୍ତମାନ ବୀମା କ୍ଷେତ୍ର ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଛି। ବିଶେଷ କରି ମଧ୍ୟବିତ୍ତ ଶ୍ରେଣୀର ଲୋକେ ବହୁ କଷ୍ଟରେ ସମ୍ପତ୍ତି ଉର୍ପାଜନ କରିଥାନ୍ତି। ସେଥିପାଇଁ ସେସବୁର ଉପଯୁକ୍ତ ସୁରକ୍ଷା ନିମନ୍ତେ ବୀମାକୁ ହିଁ ସେମାନେ ପ୍ରାଥମିକତା ଦେଇଥାନ୍ତି। ଯଦି କୌଣସି କାରଣବଶତଃ ସେସବୁ ସମ୍ପତ୍ତିର କୌଣସି ପ୍ରକାର କ୍ଷତି ହୁଏ, ତା’ ହେଲେ ବୀମା ବାବଦକୁ ଅଧାରୁ ଅଧିକ ସମ୍ପତ୍ତିର ପୁନରୁଦ୍ଧାର ହୋଇପାରିବ ବୋଲି ସେମାନଙ୍କ ଆଶା ରହିଥାଏ। ଅପରପକ୍ଷରେ ଓଡ଼ିଶା ଏକ ପ୍ରାକୃତିକ ଦୁର୍ବିପାକପ୍ରବଣ ଅଞ୍ଚଳ ଭାବେ ପରିଗଣିତ ହୋଇଥିବାରୁ କୌଣସି ସମୟରେ ମଧ୍ୟ ପ୍ରାକୃତିକ ଘଟଣା ଘଟିପାରେ ବୋଲି ଆଶଙ୍କା କରି ଲୋକେ ବୀମା କରିଥାନ୍ତି ବୋଲି ତ୍ରିପାଠୀ ମତବ୍ୟକ୍ତି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ଆଥର୍ର୍କ ବର୍ଷର ୨ୟ ତ୍ରୈମାସିକ ଶେଷ ସୁଦ୍ଧା କମ୍ପାନୀ ୨୩%ରୁ ଅଧିକ କାରବାର ବୃଦ୍ଧି କରିପାରିଛି। ଏପରିକି ଗତବର୍ଷ ଏହି ସମୟ ମଧ୍ୟରେ କମ୍ପାନୀ ପ୍ରାୟ ୪୭ (୪୬.୫୫) କୋଟି ଟଙ୍କା କାରବାର କରିଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା କମ୍ପାନୀ ୫୭ (୫୭.୩୪) କୋଟିରୁ ଅଧିକ ଟଙ୍କାର କାରବାର କରିଛି। ଅପରପକ୍ଷରେ ୟୁଆଇଆଇସିଏଲ୍‌ର ସିଆର୍‌ଏମ୍‌ ମହାଦେବ ସେଠୀ ଆଜିର କାର୍ଯ୍ୟକ୍ରମର ଆଭିମୁଖ୍ୟ ସହ କମ୍ପାନୀର ଓଡ଼ିଶାର କ୍ଷେତ୍ରର କାରବାର ସମ୍ପର୍କରେ ମଧ୍ୟ ବିସ୍ତୃତ ମତ ଉପସ୍ଥାପନ କରିଥିଲେ। କମ୍ପାନୀର ଓଡ଼ିଶା ଆର୍‌ଏମ୍‌ ଚନ୍ଦ୍ରାଣୀ କୁମାରୀ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ପରିବର୍ତ୍ତିତ ଜିଏସ୍‌ଟି

ଭୁବନେଶ୍ୱର,୧୮ା୭: ଗତ କିଛି ଦିନ ତଳେ ସାମଗ୍ରୀ ଓ ସେବା ଟିକସ (ଜିଏସଟି) କାଉନସିଲ ବୈଠକର ନିଷ୍ପତ୍ତି ଅନୁସାରେ ଜୁଲାଇ ୧୮ରୁ ସାରା ଦେଶରେ ନୂଆ...

ନାଏକାର ପିଙ୍କ୍‌ ସମର ସେଲ୍‌

ନୂଆଦିଲ୍ଲୀ,୭।୫: ଦେଶର ପ୍ରମୁଖ ଅନ୍‌ଲାଇନ ମଲ୍ଟି ବ୍ରାଣ୍ଡ୍‌ ନାଏକା ଫ୍ୟାଶନ ପକ୍ଷରୁ ପ୍ରଥମ ଥର ପାଇଁ ଏକ ଅଭିନବ ସେଲ୍‌ ‘ପିଙ୍କ୍‌ ସମର ସେଲ୍‌’ର ଶୁଭାରମ୍ଭ...

ସାମ୍‌ସଙ୍ଗ୍‌ ସ୍ମାର୍ଟଫୋନ୍‌ରେ ନୂଆ ସୁରକ୍ଷା ଫିଚର

ନୂଆଦିଲ୍ଳୀ: ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ସାମ୍‌ସଙ୍ଗ୍‌ ପକ୍ଷରୁ ଫୋନ୍‌ର ପ୍ରିଭେସି ଓ ସୁରକ୍ଷା ବୃଦ୍ଧି ଲାଗି ଏକ ନୂଆ ଫିଚର ଆଲଟ୍‌ଜେଡ୍‌ ଲାଇଫ ପ୍ରାଇଭେଟ ମୋଡ୍‌ର...

ପୂର୍ବତଟ ରେଳପଥ ପୁରସ୍କୃତ

ଭୁବନେଶ୍ୱର୨୩-୭(ବ୍ୟୁରୋ): ନିଜ ପରିସୀମା ମଧ୍ୟରୁ ଲକ୍ଷ୍ୟ ଧାର୍ଯ୍ୟର ବହୁ ପୂର୍ବରୁ ମାନବ ବିହୀନ ରେଳ ଲେଭଲ କ୍ରସିଂ ହଟାଇବା କ୍ଷେତ୍ରରେ ପୂର୍ବତଟ ରେଳପଥ ପୁରସ୍କୃତ ହୋଇଛି।...

ଦ୍ୱିତୀୟ ତ୍ରୈମାସ ଅଭିବୃଦ୍ଧି ୭.୮% ଖସିପାରେ

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଭାରତର ଅଭିବୃଦ୍ଧି ହାର ୭.୮% ଖସିପାରେ। ବ୍ୟାଙ୍କ ଅଫ୍‌ ଆମେରିକା ପକ୍ଷରୁ ଭାରତ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧିକୁ...

ଏଫ୍‌ପିଆଇ ମାଲିକାନା ୧୯.୫%କୁ ହ୍ରାସ

ନୂଆଦିଲ୍ଲୀ,୯ା୫: ଘରୋଇ ଶେୟାର ବଜାରରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ)ର ମାଲିକାନା ଗତ ମାର୍ଚ୍ଚରେ ୧୯.୫%କୁ ହ୍ରାସ ପାଇ ୬୧୯ ବିଲିୟନ ଡଲାରରେ ପହଞ୍ଚିଛି। ନ୍ୟାଶନାଲ୍‌...

ଆଇବିଏମ୍‌ଠାରୁ ବଡ଼ କମ୍ପାନୀ ହେଲା ଟିସିଏସ୍‌

ନୂଆଦିଲ୍ଲୀ,୧୨ା୬: ଦେଶର ଶୀର୍ଷ ଆଇଟି ସେବା ପ୍ରଦାନକାରୀ କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସ(ଟିସିଏସ୍‌) ବିଶ୍ୱର ଶୀର୍ଷ କମ୍ପାନୀମାନଙ୍କ ମଧ୍ୟରେ ଅନ୍ୟତମ ଆଇବିଏମ୍‌କୁ ବଜାର ପୁଞ୍ଜୀକରଣରେ ପଛରେ...

କୋଇଲା ଅଭାବ, ରେଲଓ୍ବେ ପକ୍ଷରୁ ଚଳାଚଳ କରୁଛି ୩ କିଲୋମିଟର ଲମ୍ବ ଡ୍ରାଗନ ର଼୍ୟାକ…

ନୂଆଦିଲ୍ଲୀ, ୧୭।୫ : ଦେଶରେ ତାତି ବଢ଼ିବା ସହିତ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ତେବେ ରେଳଓ୍ବେ ପକ୍ଷରୁ ଉତ୍ତର ଭାରତରେ ବିଦ୍ୟୁତ୍‌ ସଙ୍କଟର ମୁକାବିଲା ପାଇଁ...

Advertisement
Archives

Model This Week