ସ୍ଥିତି ଏମିତି ହେଲେ ୨୦୨୪ରେ ନୋଟା ସହ ଲଢ଼ିବ କଂଗ୍ରେସ: ମୋକିମ

ଭୁବନେଶ୍ବର,୧୦ା୧୨(ବ୍ୟୁରୋ): ଓଡ଼ିଶାରେ କଂଗ୍ରେସ ଦାୟିତ୍ୱରେ ଥିବା ମୁଖିଆମାନେ ଆସନ ଛାଡ଼ି ଅବସର ନିଅନ୍ତୁ। ତାଙ୍କ ମୁହଁ ଦେଖିବାକୁ ଲୋକେ ଆଉ ଚାହୁଁନାହାନ୍ତି। ସେମାନେ ଆକର୍ଷଣ ହରାଇ ସାରିଲେଣି। ୟୁପି ଓ ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ କଂଗ୍ରେସ ଦଳ ମୂଳପୋଛ ହେବାକୁ ବସିଛି। ୨୦୨୪ରେ ଏଭଳି ସ୍ଥିତି ରହିଲେ ନୋଟା ସହ ଲଢ଼ିବାକୁ ପଡ଼ିବ ବୋଲି ଶୁକ୍ରବାର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି।
ସେ ଆହୁରି କହିଛନ୍ତି, ବାରମ୍ବାର ଉପନିର୍ବାଚନ ଓ ନିର୍ବାଚନ ପରାଜୟ ପରେ କଂଗ୍ରେସ ମୁଖ୍ୟଙ୍କୁ ଗୁରୁତର ସହ ଚିନ୍ତା କରିବାର ସମୟ ଆସିଯାଇଛି। ଯେଉଁମାନେ ଓଡ଼ିଶାରେ କଂଗ୍ରେସର ନେତୃତ୍ୱ ନେଉଛନ୍ତି ତଥା ଯେଉଁମାନେ ଦିଲ୍ଲୀରୁ କଂଗ୍ରେସକୁ ମନିଟର କରିବା ପାଇଁ ଆସୁଛନ୍ତି ସେମାନଙ୍କ ପ୍ରତି ସନ୍ଦେହ ସୃଷ୍ଟି ହେଲାଣି। ଗତ ୫ ବର୍ଷ ଧରି ଯେତେ ଉପନିର୍ବାଚନ ବା ନିର୍ବାଚନ ହେଉଛି ଦଳୀୟ ଭୋଟ ହାର କମି ୨ରୁ ୩ ପ୍ରତିଶତରେ ପହଞ୍ଚିଗଲାଣି। ନୋଟା ସହିତ ଏବେ କଂଗ୍ରେସର ଭୋଟ ହାର ସମାନ ହୋଇଗଲାଣି। କାହିଁକି ଏ ବାବଦରେ ସମୀକ୍ଷା ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଯେଉଁମାନଙ୍କୁ ଦିଲ୍ଲୀରୁ ଦାୟିତ୍ୱ ଦିଆଯାଇଛି ସେମାନେ ଏଠାରେ କାହିଁକି କଂଗ୍ରେସକୁ ତିଆରି କରିବା ପାଇଁ ପ୍ରଚେଷ୍ଟା କରୁନାହାନ୍ତି। ଯଦି ଭାରତବର୍ଷର ପ୍ରଧାନମନ୍ତ୍ରୀ ୫୪ କି.ମି. ରୋଡ୍‌ ଶୋ କରିପାରୁଛନ୍ତି ଓ ଗୋଟିଏ ରାଜ୍ୟରେ ନିର୍ବାଚନ ଜିତାଇବା ପାଇଁ ବାରମ୍ବାର ଗସ୍ତ କରିପାରୁଛନ୍ତି ତା’ହେଲେ ଏଠାରେ ଯେଉଁମାନେ ପ୍ରଭାରୀ ଅଛନ୍ତି ଓ ଯେଉଁମାନେ ଦଳ ଦାୟିତ୍ୱରେ ଅଛନ୍ତି ନିର୍ବାଚନକୁ ପର୍ଯ୍ୟଟନ ସ୍ଥଳ ବୁଲିବା ଭଳି କାହିଁକି ଭାବୁଛନ୍ତି ବୋଲି ସେ କହିଛନ୍ତି। ଦଳର ଶୋ’ କଲ୍ଡ ସିନିୟର ଲିଡରଙ୍କ ମୁହଁ ଦେଖି ଲୋକେ ଆଉ ଭୋଟ ଦେବାକୁ ଚାହୁଁନାହାନ୍ତି। ସେମାନେ କଂଗ୍ରେସ ପାଇଁ ଏବେ ସମ୍ପତ୍ତି ନୁହେଁ ବରଂ ବୋଝ ପାଲଟିଗଲେଣି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଭଳି ତାଙ୍କ ଦଳ ପାଇଁ ନିଷ୍ପତ୍ତି ନେଉଛନ୍ତି କଂଗ୍ରେସ ତାକୁ ଅନୁସରଣ କରିବା ଉଚିତ।
ମୋକିମ କହିଛନ୍ତି, ଦିଲ୍ଲୀର ନେତାମାନଙ୍କ ଉପରେ ଏବେ ସନ୍ଦେହ ହେଲାଣି। ସେମାନେ ମଧ୍ୟ ଏଥିରେ ସମ୍ପୃକ୍ତ ରହୁଛନ୍ତି। କାରଣ କଂଗ୍ରେସ ପ୍ରତି ଉପନିର୍ବାଚନରେ ବିଫଳତା ସ୍ବାଦ ଚାଖୁଛି। ଏହାସତ୍ତ୍ୱେ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯଦି ଏଭଳି ସ୍ଥିତି ଲାଗି ରହେ କଂଗ୍ରେସ ଦଳ ଓଡ଼ିଶାରୁ ବିଲୁପ୍ତ ହୋଇଯିବ। ଯଦି ପ୍ରାର୍ଥୀ ଦିଆଯାଉଛି କିନ୍ତୁ ଖର୍ଚ୍ଚ ତୁଲାଇପାରୁନାହାନ୍ତି ତେବେ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନେ ଦାୟିତ୍ୱ ଛାଡ଼ନ୍ତୁ। ଓଡ଼ିଶାରେ କଂଗ୍ରେସ ନେତା ବୋଲି ଏବେ ପରିଚୟ ଦେବା କଷ୍ଟ ହେଲାଣି। ଲୋକେ ଆଗେଇ ଆସି ଦଳର ଦାୟିତ୍ୱ ନେଇଥିବା ନେତାଙ୍କୁ ବିତାଡ଼ିତ କରନ୍ତୁ। ଢଗ କହିଲା ଭଳି ୯ରୁ ୯୦ କହିଲେ ହେବନି। ପିସିସି ସଭାପତିଙ୍କ କଥା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି। ତେବେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ପିସିସି ସଭାପତିଙ୍କୁ ପରୋକ୍ଷରେ ଟାର୍ଗେଟ କରି କହିଛନ୍ତି, ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଦିନକ ପୂର୍ବରୁ ପିସିସି ସଭାପତି ଦଳ ହାରିବ ବୋଲି କେମିତି ଜାଣିଲେ। ଲୋକମାନେ କହୁଛନ୍ତି କଂଗ୍ରେସ ଭୋଟ ବିକିଦେଲା। ପିସିସି ସଭାପତି ତୁରନ୍ତ ଏନେଇ ବୈଠକ ଡକାଇବା ସହିତ ଏହାର ତର୍ଜମା କରିବା ଦରକାର। ଏହାସହ ସେ ନିଜକୁ ମଧ୍ୟ ଏବେ ପରଖିବା ଦରକାର ବୋଲି ତାରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri