ସ୍ଥିତି ଏମିତି ହେଲେ ୨୦୨୪ରେ ନୋଟା ସହ ଲଢ଼ିବ କଂଗ୍ରେସ: ମୋକିମ

ଭୁବନେଶ୍ବର,୧୦ା୧୨(ବ୍ୟୁରୋ): ଓଡ଼ିଶାରେ କଂଗ୍ରେସ ଦାୟିତ୍ୱରେ ଥିବା ମୁଖିଆମାନେ ଆସନ ଛାଡ଼ି ଅବସର ନିଅନ୍ତୁ। ତାଙ୍କ ମୁହଁ ଦେଖିବାକୁ ଲୋକେ ଆଉ ଚାହୁଁନାହାନ୍ତି। ସେମାନେ ଆକର୍ଷଣ ହରାଇ ସାରିଲେଣି। ୟୁପି ଓ ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ କଂଗ୍ରେସ ଦଳ ମୂଳପୋଛ ହେବାକୁ ବସିଛି। ୨୦୨୪ରେ ଏଭଳି ସ୍ଥିତି ରହିଲେ ନୋଟା ସହ ଲଢ଼ିବାକୁ ପଡ଼ିବ ବୋଲି ଶୁକ୍ରବାର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି।
ସେ ଆହୁରି କହିଛନ୍ତି, ବାରମ୍ବାର ଉପନିର୍ବାଚନ ଓ ନିର୍ବାଚନ ପରାଜୟ ପରେ କଂଗ୍ରେସ ମୁଖ୍ୟଙ୍କୁ ଗୁରୁତର ସହ ଚିନ୍ତା କରିବାର ସମୟ ଆସିଯାଇଛି। ଯେଉଁମାନେ ଓଡ଼ିଶାରେ କଂଗ୍ରେସର ନେତୃତ୍ୱ ନେଉଛନ୍ତି ତଥା ଯେଉଁମାନେ ଦିଲ୍ଲୀରୁ କଂଗ୍ରେସକୁ ମନିଟର କରିବା ପାଇଁ ଆସୁଛନ୍ତି ସେମାନଙ୍କ ପ୍ରତି ସନ୍ଦେହ ସୃଷ୍ଟି ହେଲାଣି। ଗତ ୫ ବର୍ଷ ଧରି ଯେତେ ଉପନିର୍ବାଚନ ବା ନିର୍ବାଚନ ହେଉଛି ଦଳୀୟ ଭୋଟ ହାର କମି ୨ରୁ ୩ ପ୍ରତିଶତରେ ପହଞ୍ଚିଗଲାଣି। ନୋଟା ସହିତ ଏବେ କଂଗ୍ରେସର ଭୋଟ ହାର ସମାନ ହୋଇଗଲାଣି। କାହିଁକି ଏ ବାବଦରେ ସମୀକ୍ଷା ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଯେଉଁମାନଙ୍କୁ ଦିଲ୍ଲୀରୁ ଦାୟିତ୍ୱ ଦିଆଯାଇଛି ସେମାନେ ଏଠାରେ କାହିଁକି କଂଗ୍ରେସକୁ ତିଆରି କରିବା ପାଇଁ ପ୍ରଚେଷ୍ଟା କରୁନାହାନ୍ତି। ଯଦି ଭାରତବର୍ଷର ପ୍ରଧାନମନ୍ତ୍ରୀ ୫୪ କି.ମି. ରୋଡ୍‌ ଶୋ କରିପାରୁଛନ୍ତି ଓ ଗୋଟିଏ ରାଜ୍ୟରେ ନିର୍ବାଚନ ଜିତାଇବା ପାଇଁ ବାରମ୍ବାର ଗସ୍ତ କରିପାରୁଛନ୍ତି ତା’ହେଲେ ଏଠାରେ ଯେଉଁମାନେ ପ୍ରଭାରୀ ଅଛନ୍ତି ଓ ଯେଉଁମାନେ ଦଳ ଦାୟିତ୍ୱରେ ଅଛନ୍ତି ନିର୍ବାଚନକୁ ପର୍ଯ୍ୟଟନ ସ୍ଥଳ ବୁଲିବା ଭଳି କାହିଁକି ଭାବୁଛନ୍ତି ବୋଲି ସେ କହିଛନ୍ତି। ଦଳର ଶୋ’ କଲ୍ଡ ସିନିୟର ଲିଡରଙ୍କ ମୁହଁ ଦେଖି ଲୋକେ ଆଉ ଭୋଟ ଦେବାକୁ ଚାହୁଁନାହାନ୍ତି। ସେମାନେ କଂଗ୍ରେସ ପାଇଁ ଏବେ ସମ୍ପତ୍ତି ନୁହେଁ ବରଂ ବୋଝ ପାଲଟିଗଲେଣି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଭଳି ତାଙ୍କ ଦଳ ପାଇଁ ନିଷ୍ପତ୍ତି ନେଉଛନ୍ତି କଂଗ୍ରେସ ତାକୁ ଅନୁସରଣ କରିବା ଉଚିତ।
ମୋକିମ କହିଛନ୍ତି, ଦିଲ୍ଲୀର ନେତାମାନଙ୍କ ଉପରେ ଏବେ ସନ୍ଦେହ ହେଲାଣି। ସେମାନେ ମଧ୍ୟ ଏଥିରେ ସମ୍ପୃକ୍ତ ରହୁଛନ୍ତି। କାରଣ କଂଗ୍ରେସ ପ୍ରତି ଉପନିର୍ବାଚନରେ ବିଫଳତା ସ୍ବାଦ ଚାଖୁଛି। ଏହାସତ୍ତ୍ୱେ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯଦି ଏଭଳି ସ୍ଥିତି ଲାଗି ରହେ କଂଗ୍ରେସ ଦଳ ଓଡ଼ିଶାରୁ ବିଲୁପ୍ତ ହୋଇଯିବ। ଯଦି ପ୍ରାର୍ଥୀ ଦିଆଯାଉଛି କିନ୍ତୁ ଖର୍ଚ୍ଚ ତୁଲାଇପାରୁନାହାନ୍ତି ତେବେ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନେ ଦାୟିତ୍ୱ ଛାଡ଼ନ୍ତୁ। ଓଡ଼ିଶାରେ କଂଗ୍ରେସ ନେତା ବୋଲି ଏବେ ପରିଚୟ ଦେବା କଷ୍ଟ ହେଲାଣି। ଲୋକେ ଆଗେଇ ଆସି ଦଳର ଦାୟିତ୍ୱ ନେଇଥିବା ନେତାଙ୍କୁ ବିତାଡ଼ିତ କରନ୍ତୁ। ଢଗ କହିଲା ଭଳି ୯ରୁ ୯୦ କହିଲେ ହେବନି। ପିସିସି ସଭାପତିଙ୍କ କଥା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି। ତେବେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ପିସିସି ସଭାପତିଙ୍କୁ ପରୋକ୍ଷରେ ଟାର୍ଗେଟ କରି କହିଛନ୍ତି, ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଦିନକ ପୂର୍ବରୁ ପିସିସି ସଭାପତି ଦଳ ହାରିବ ବୋଲି କେମିତି ଜାଣିଲେ। ଲୋକମାନେ କହୁଛନ୍ତି କଂଗ୍ରେସ ଭୋଟ ବିକିଦେଲା। ପିସିସି ସଭାପତି ତୁରନ୍ତ ଏନେଇ ବୈଠକ ଡକାଇବା ସହିତ ଏହାର ତର୍ଜମା କରିବା ଦରକାର। ଏହାସହ ସେ ନିଜକୁ ମଧ୍ୟ ଏବେ ପରଖିବା ଦରକାର ବୋଲି ତାରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri