ଧାରଣାରେ ବସିଲେ ୩ ଶ୍ରମିକ ସଂଗଠନ
ବଅଁରପାଳ,୧୨ା୯(ଡି.ଏନ୍.ଏ.): ଆଲୁମିନିୟମ ସଂଘ, ନେପୁ ଏବଂ ନେସ୍ ପକ୍ଷରୁ ସୋମବାର ସକାଳ ୭ରୁ ନାଲ୍କୋ ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ୩ଟି ପ୍ରମୁଖ ଶ୍ରମିକ ସଂଗଠନ କର୍ତ୍ତୃପକ୍ଷଙ୍କ ସହ ଉପସ୍ଥିତ ରହି ଇନ୍ସେଟିଭ୍, ପାରାମିଟର ସମ୍ପର୍କରେ ପୂର୍ବରୁ ଆଲୋଚନା କରିଥିଲେ।…
୧୦୦ କୋଟି କ୍ଲବ୍ରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’
ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଛି। ‘ବ୍ରହ୍ମାସ୍ତ୍ର’ ତିନି ଦିନ ମଧ୍ୟରେ୧୦୦କୋଟି କ୍ଲବରେ ଏଣ୍ଟ୍ରି କରିଛି। ଏହାକୁ ଦେଖି କୁହାଯାଇପାରେ ଯେ, କିଛି ଦିନ ମଧ୍ୟରେ ଏହି ଫିଲ୍ମ…
ବିଷ ପିଇଥିଲେ ଆଇଟିଆଇ ଛାତ୍ର: ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
କଟକ ଅଫିସ,୧୨ା୯: ବିଷ ପିଇ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିବା ଆଇଟିଆଇ ଛାତ୍ର ଆଶୁତୋଷ ମଲ୍ଲିକଙ୍କ ମୃତ୍ୟୁ ଘଟିଛି। ଆଶୁତୋଷ ଭଦ୍ରକର ଏକ ଘରୋଇ ଆଇଟିଆଇ କଲେଜରେ ପ୍ରଥମ ବର୍ଷ ଇଲେକ୍ଟ୍ରି ବିଭାଗର ଛାତ୍ର ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରବିବାର…
ଏସିଆ କପ୍ ଚାମ୍ପିଅନ୍ ଦଳକୁ ମିଳିଲା ଏତିକି ଟଙ୍କା ପୁରସ୍କାର ରାଶି
ଦୁବାଇ,୧୨।୯: ଏସିଆ କପର ୧୫ତମ ସିଜନ ଶେଷ ହୋଇଛି। ରବିବାର ଖେଳାଯାଇଥିବା ଟି-୨୦ ଟୁର୍ନାମେଣ୍ଟର ଫାଇନାଲରେ ଶ୍ରୀଲଙ୍କା ପାକିସ୍ତାନକୁ ୨୩ ରନରେ ପରାସ୍ତ କରି ଶ୍ରୀଲଙ୍କା ଟାଇଟଲ ଜିତିଛି। ସାମଗ୍ରିକ ଭାବେ ଏହା ହେଉଛି ଦଳର ଷଷ୍ଠ ଟାଇଟଲ। ଭାରତ ସର୍ବାଧିକ…
ଭୋ ଭୋ ହୋଇ କାନ୍ଦିଲେ ବାହୁବଳୀ ପ୍ରଭାସ
ତେଲୁଗୁର ଜଣାଶୁଣା ଅଭିନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ୟୁଭି କ୍ରିଷ୍ଣମ ରାଜୁଙ୍କ ପରଲୋକ ଘଟିଛି। ତାଙ୍କ ଦେହାନ୍ତରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। କ୍ରିଷ୍ଣମ ରାଜୁ ବାହୁବଳୀ ଫେମ ଅଭିନେତା ପ୍ରଭାସଙ୍କ ଅଙ୍କଲ ଥିଲେ। ତାଙ୍କ ମୃତ୍ୟୁରେ…
ରୋଟାଭାଇରସ୍ ଇନ୍ଫେକ୍ଶନ ଓ ଡାଇବେଟିସ୍
ଆଜିକାଲି ଡାଇବେଟିସ୍ ବା ମଧୁମେହ ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ପୁଣି ଆମ ଦେଶରେ ଏହି ରୋଗୀଙ୍କ ସଂଖ୍ୟା ଏତେ ବେଶି ଯେ ଭାରତକୁ ‘ଡାଇବେଟିସ୍ର ରାଜଧାନୀ’ ବୋଲି କୁହାଯାଇଥାଏ। ତେବେ ଡାଇବେଟିସ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ, ଯଥା: ଟାଇପ୍-୧…
ସମର୍ଥାଧିକ ଉପଯୋଗ ଶରୀର ପାଇଁ କ୍ଷତିକାରକ
ସାର୍ ଆଇଜାକ୍ ନିଉଟନ୍ଙ୍କ ତୃତୀୟ ନିୟମ ଅନୁସାରେ ‘ପ୍ରତ୍ୟେକ କ୍ରିୟାର ସମାନ ଏବଂ ବିପରୀତ ପ୍ରତିକ୍ରିୟା ରହିଛି।’ ଯେପରି ଗୋଟିଏ ରବରକୁ ଆମେ ସ୍ବଳ୍ପ ବଳ ପ୍ରୟୋଗ କରି ଟାଣିଲେ ତାହା ସ୍ଥିତିସ୍ଥାପକ ଶକ୍ତି ଯୋଗୁ କାର୍ଯ୍ୟରେ ଲାଗିଥାଏ, ହେଲେ ମାତ୍ରାଧିକ…
ରଣଜୀ କ୍ରିକେଟରଙ୍କୁ ମନ ଦେଇ ବସିଲେ ବେଦା
ନୂଆଦିଲ୍ଲୀ,୧୨।୯: ଭାରତୀୟ କ୍ରିକେଟର ବେଦା କ୍ରିଷ୍ଣାମୂର୍ତ୍ତି ଗତ କିଛି ଦିନ ହେବ ଦଳରୁ ବାଦ୍ ପଡିଛନ୍ତି। ସେ ଏବେ ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଖୁବ୍ଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି। ବେଦା ନିଜେ ସୋସିଆଲ…
ଓଲଟିଲା ତୀର୍ଥଯାତ୍ରୀ ବସ୍
ରୂପ୍ସା,୧୨ା୯(ଡି.ଏନ୍.ଏ.): ବାଲେଶ୍ୱର ୬୦ନଂ ଜାତୀୟ ରାଜପଥର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ଠାରେ ସୋମବାର ଭୋର୍ ସମୟରେ ଏକ ତୀର୍ଥଯାତ୍ରୀ ବସ୍ ଓଲଟି ପଡ଼ିଛି। ଫଳରେ ୬୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ୫ ଜଣ ଗୁରୁତର ହୋଇଥିବା…
ମା’ଙ୍କ ମୃତ୍ୟୁ ପରେ ନିରାଶ୍ରୟ ହୋଇଗଲେ ତିନି ଝିଅ
କୁଡୁମୁଲୁଗୁମ୍ମା,୧୨ା୯(ଡି.ଏନ.ଏ.): ମାଲାକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡା ପଞ୍ଚାୟତର ତାଗାବେଡା ଗ୍ରାମରେ ଗୋଟିଏ ପରିବାରର ୩ ଭଉଣୀ ନିରାଶ୍ରୟ ହୋଇପଡିଛନ୍ତି। ସେମାନେ ପିଲାଟି ଦିନରୁ ବାପାଙ୍କୁ ହରାଇଥିବା ବେଳେ ଗତମାସରେ ମା’ ଛନକି ଶିଶାଙ୍କ ମୃତ୍ୟୁ ହୋଇଛି। ଫଳରେ ଏହି…
କାର୍ଯ୍ୟକ୍ଷମ ହେଉନି ଆଦିବାସୀ ଛାତ୍ରୀନିବାସ
ଝାରସୁଗୁଡ଼ା ଅଫିସ,୧୨ା୯: ଝାରସୁଗୁଡା ଜିଲା କୋଲାବିରା ପଞ୍ଚାୟତ ସମିତି ଡିଗ୍ରୀ କଲେଜ ପରିସରରେ ଆଦିବାସୀ କଲ୍ୟାଣ ବିଭାଗ ତରଫରୁ ୮ ଲକ୍ଷ ଟଙ୍କା ବ୍ୟୟରେ ଛାତ୍ରୀନିବାସ ନିର୍ମାଣ ହୋଇଛି। ୨୦୦୧ ମେ ୩ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ହେମାନନ୍ଦ…
କମିଲା ସଂକ୍ରମଣ: ଆଜି ରାଜ୍ୟରୁ ୧୯୪ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୧୨ା୯(ବ୍ୟୁରୋ): ରାଜ୍ୟରୁ ସୋମବାର ୧୯୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୦,୪୩୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୧୫ ଜଣ ଚିହ୍ନଟ ହୋଇଥିବା…
Archives


