‘ଗୁଜରାଟ କଂସେଇ ଏବେ ପ୍ରଧାନମନ୍ତ୍ରୀ’

ନ୍ୟୁୟର୍କ/ନୂଆଦିଲ୍ଲୀ,୧୭।୧୨: ଅଲ୍‌-କାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ ମୃତ। କିନ୍ତୁ ଗୁଜରାଟର କଂସେଇ ଏବେ ବି ଜୀବିତ ଏବଂ ସେ ଭାରତର ପ୍ରଧାନମନ୍ତ୍ରୀ ବୋଲି ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରି ସମାଲୋଚନା କରିଛନ୍ତି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ପାକିସ୍ତାନକୁ ‘ଆତଙ୍କବାଦର କେନ୍ଦ୍ରସ୍ଥଳ’ ବୋଲି ଅଭିହିତ କରିଥିବାବେଳେ ଏହାର ଜବାବ ଦେବାକୁ ଯାଇ ବିଲାଓ୍ବଲ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ଯାହାକୁ ନେଇ ଝଡ଼ ସୃଷ୍ଟି ହୋଇଛି।
ଡିସେମ୍ବର ପାଇଁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ଅଧ୍ୟକ୍ଷତା ଭାରତ ଭାଗରେ ପଡ଼ିଛି। ଚଳିତ ଅଧିବେଶନରେ ପ୍ରସଙ୍ଗ ରହିଛି ‘ନ୍ୟୁ ଓରିଏଣ୍ଟେଶନ ଫର୍‌ ରିଫର୍ମଡ୍‌ ମଲ୍ଟିଲେଟରାଲିଜମ୍‌’ ଅର୍ଥାତ୍‌ ସଂସ୍କାରିତ ବହୁପକ୍ଷବାଦ ପାଇଁ ନୂତନ ଅଭିବିନ୍ୟାସ। ଜାତିସଂଘ ମୁଖ୍ୟାଳୟରେ ଗୁରୁବାର ବହିର୍ବ୍ୟାପାର ମନ୍ତ୍ରୀ ଡ. ସୁବମଣ୍ୟମ୍‌ ଜୟଶଙ୍କର ଏ ସମ୍ପର୍କିତ ଖୋଲା ବିତର୍କରେ ଅଧ୍ୟକ୍ଷତା କରି କହିଥିଲେ, ସୁରକ୍ଷା ପରିଷଦରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇବା ଅନୁଚିତ। ଯେଉଁ ଦେଶ ୯/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଲାଡେନ୍‌ଙ୍କୁ ସୁରକ୍ଷା ପ୍ରଦାନ କରିଥିଲା, ସେହି ରାଷ୍ଟ୍ର ଏବେ ଜାତିସଂଘରେ ପ୍ରବଚନ ଦେବାର ବିଶ୍ୱସନୀୟତା ହରାଇଛି। ସାରା ବିଶ୍ୱ ପାକିସ୍ତାନକୁ ‘ଆତଙ୍କବାଦର କେନ୍ଦ୍ରସ୍ଥଳୀ’ ଭାବେ ଦେଖୁଛି। ପାକିସ୍ତାନ ନିଜ କର୍ମରେ ଶୁଦ୍ଧତା ଆଣି ଏକ ଭଲ ପଡ଼ୋଶୀ ହେବାକୁ ଉଦ୍ୟମ କରିବା ଉଚିତ। ଆତଙ୍କବାଦର ଉତ୍ପତ୍ତି କେଉଁଠୁ ହୋଇଛି ତାହା ବିଶ୍ୱ ଭୁଲିନାହିଁ। ଏହି ଅବସରରେ ସେ ଇସ୍‌ଲାମାବାଦ ଉଦ୍ଦେଶ୍ୟରେ ଆମେରିକାର ପୂର୍ବତନ ପରରାଷ୍ଟ୍ର ସଚିବ ହିଲାରି କ୍ଲିଣ୍ଟନ ଦେଇଥିବା ସନ୍ଦେଶର ଅବତାରଣା କରି କହିଥିଲେ, ଘରେ ସାପ ପାଳିଥିବା ଲୋକେ ଶେଷରେ ନିଜେ ହିଁ ଦଂଶନର ଶିକାର ହୋଇଥାଆନ୍ତି। ସାପ କେବଳ ପଡ଼ୋଶୀଙ୍କୁ କାମୁଡ଼ିବ ବୋଲି ଭାବିବା ଅନୁଚିତ। ତାକୁ ରଖିଥିବା ଲୋକେ ବି ସର୍ପ ଦଂଶନରେ ମରିଥାଆନ୍ତି ବୋଲି ୨୦୧୧ ଅକ୍ଟୋବରରେ ପାକିସ୍ତାନ ଗସ୍ତ ବେଳେ ହିଲାରି କହିଥିବା ଜୟଶଙ୍କର ପ୍ରକାଶ କରିଥିଲେ। ହିଲାରିଙ୍କ ଏହି ପୁରୁଣା କାହାଣୀକୁ ମନେପକାଇ ଜୟଶଙ୍କର ଦେଇଥିବା ମନ୍ତବ୍ୟ ଉପରେ ପାକିସ୍ତାନର ବହିର୍ବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରି ପ୍ରତିକ୍ରିୟା ରଖି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରିବାକୁ ପଛାଇ ନ ଥିଲେ। ବିଲାଓ୍ବଲ କହିଥିଲେ, ଲାଡେନ୍‌ ଆଉ ନାହାନ୍ତି। କିନ୍ତୁ ଗୁଜରାଟର କଂସେଇ ଏବେ ଭାରତର ପ୍ରଧାନମନ୍ତ୍ରୀ ହୋଇଯାଇଛନ୍ତି। ବିଲାଓ୍ବଲଙ୍କ ମନ୍ତବ୍ୟକୁ ଭାରତରେ ଦୃଢ଼ ନିନ୍ଦା କରାଯାଇଛି। ଲାଡେନଙ୍କୁ ଜଣେ ଶହୀଦ ଭାବେ ମହିମାମଣ୍ଡିତ କରୁଥିବା ପାକିସ୍ତାନ ଲଖ୍‌ଭି, ହାଫିଜ୍‌ ସଇଦ, ମାସୁଦ୍‌ ଆଝାର, ସାଜିଦ ମିର୍‌ ଓ ଦାଉଦ୍‌ ଇବ୍ରାହିମ୍‌ଙ୍କୁ ଆଶ୍ରୟ ଦେଇଛି। କିନ୍ତୁ ଆତଙ୍କବାଦୀଙ୍କୁ ପୂର୍ବ ଭଳି ବ୍ୟବହାର କରିପାରୁ ନାହିଁ। ଏଥିଲାଗି ହତାଶ ହୋଇ ବିଲାଓ୍ବଲ ଏପରି ଅଭଦ୍ର ଟିପ୍ପଣୀ ଦେଇଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି କହିଛନ୍ତି, ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଯେଉଁ ଭାଷା ପ୍ରୟୋଗ କରିଛନ୍ତି, ସେଥିରୁ ବୁଝାପଡ଼ୁଛି ଯେ ତାଙ୍କ ଦେଶ ଉଭୟ ଆର୍ଥିକ ଓ ମାନସିକ ସ୍ତରରେ ଦେବାଳିଆ ହୋଇଯାଇଛି। ସେ ଜଣେ ବିଫଳ ରାଷ୍ଟ୍ରର ପ୍ରତିନିଧି। ଏଭଳି ମାନସିକତା ଥିବା ବ୍ୟକ୍ତିଙ୍କଠାରୁ ଆଉ କ’ଣ ଆଶା କରାଯାଇପାରେ। ସେହିପରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ବିଲାଓ୍ବଲଙ୍କ ମନ୍ତବ୍ୟକୁ ‘ଖଳ ଓ ଲଜ୍ଜାଜନକ’ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି, ବୋଧହୁଏ ପାକିସ୍ତାନ ୧୯୭୧ର ଯନ୍ତ୍ରଣାକୁ ଭୁଲିପାରି ନାହିଁ। ସେତେବେଳେ ୯୩,୦୦୦ରୁ ଅଧିକ ପାକିସ୍ତାନୀ ସୈନ୍ୟ ଆମତ୍ସମର୍ପଣ କରିଥିଲେ। ବିଲାଓ୍ବଲଙ୍କ ଜେଜେବାପା ତଥା ପୂର୍ବତନ ରାଷ୍ଟ୍ରପତି ଜୁଲଫିକର ଅଲି ଭଟ୍ଟୋ ପରାଜୟ ପରେ କାନ୍ଦିଥିଲେ।
ପ୍ରକାଶ ଯେ, ୨୦୦୨ରେ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଦଙ୍ଗାରେ ୧,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ମୋଦିଙ୍କୁ କ୍ଲିନ୍‌ଚିଟ୍‌ ମିଳିସାରିଛି। ଏହାକୁ ଇଙ୍ଗିତ କରି ବିଲାଓ୍ବଲ ଦେଇଥିବା ମନ୍ତବ୍ୟର ପ୍ରତିବାଦରେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସ ଆଗରେ ଭାଜପା କର୍ମୀମାନେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ସ୍ଲେଗାନ ଦେଇଛନ୍ତି, ପାକିସ୍ତାନ ହାଏ ହାଏ, ବିଲାଓ୍ବଲ ଭୁଟ୍ଟୋ କ୍ଷମା ମାଗ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri