‘ଗୁଜରାଟ କଂସେଇ ଏବେ ପ୍ରଧାନମନ୍ତ୍ରୀ’

ନ୍ୟୁୟର୍କ/ନୂଆଦିଲ୍ଲୀ,୧୭।୧୨: ଅଲ୍‌-କାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ ମୃତ। କିନ୍ତୁ ଗୁଜରାଟର କଂସେଇ ଏବେ ବି ଜୀବିତ ଏବଂ ସେ ଭାରତର ପ୍ରଧାନମନ୍ତ୍ରୀ ବୋଲି ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରି ସମାଲୋଚନା କରିଛନ୍ତି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ପାକିସ୍ତାନକୁ ‘ଆତଙ୍କବାଦର କେନ୍ଦ୍ରସ୍ଥଳ’ ବୋଲି ଅଭିହିତ କରିଥିବାବେଳେ ଏହାର ଜବାବ ଦେବାକୁ ଯାଇ ବିଲାଓ୍ବଲ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ଯାହାକୁ ନେଇ ଝଡ଼ ସୃଷ୍ଟି ହୋଇଛି।
ଡିସେମ୍ବର ପାଇଁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ଅଧ୍ୟକ୍ଷତା ଭାରତ ଭାଗରେ ପଡ଼ିଛି। ଚଳିତ ଅଧିବେଶନରେ ପ୍ରସଙ୍ଗ ରହିଛି ‘ନ୍ୟୁ ଓରିଏଣ୍ଟେଶନ ଫର୍‌ ରିଫର୍ମଡ୍‌ ମଲ୍ଟିଲେଟରାଲିଜମ୍‌’ ଅର୍ଥାତ୍‌ ସଂସ୍କାରିତ ବହୁପକ୍ଷବାଦ ପାଇଁ ନୂତନ ଅଭିବିନ୍ୟାସ। ଜାତିସଂଘ ମୁଖ୍ୟାଳୟରେ ଗୁରୁବାର ବହିର୍ବ୍ୟାପାର ମନ୍ତ୍ରୀ ଡ. ସୁବମଣ୍ୟମ୍‌ ଜୟଶଙ୍କର ଏ ସମ୍ପର୍କିତ ଖୋଲା ବିତର୍କରେ ଅଧ୍ୟକ୍ଷତା କରି କହିଥିଲେ, ସୁରକ୍ଷା ପରିଷଦରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇବା ଅନୁଚିତ। ଯେଉଁ ଦେଶ ୯/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଲାଡେନ୍‌ଙ୍କୁ ସୁରକ୍ଷା ପ୍ରଦାନ କରିଥିଲା, ସେହି ରାଷ୍ଟ୍ର ଏବେ ଜାତିସଂଘରେ ପ୍ରବଚନ ଦେବାର ବିଶ୍ୱସନୀୟତା ହରାଇଛି। ସାରା ବିଶ୍ୱ ପାକିସ୍ତାନକୁ ‘ଆତଙ୍କବାଦର କେନ୍ଦ୍ରସ୍ଥଳୀ’ ଭାବେ ଦେଖୁଛି। ପାକିସ୍ତାନ ନିଜ କର୍ମରେ ଶୁଦ୍ଧତା ଆଣି ଏକ ଭଲ ପଡ଼ୋଶୀ ହେବାକୁ ଉଦ୍ୟମ କରିବା ଉଚିତ। ଆତଙ୍କବାଦର ଉତ୍ପତ୍ତି କେଉଁଠୁ ହୋଇଛି ତାହା ବିଶ୍ୱ ଭୁଲିନାହିଁ। ଏହି ଅବସରରେ ସେ ଇସ୍‌ଲାମାବାଦ ଉଦ୍ଦେଶ୍ୟରେ ଆମେରିକାର ପୂର୍ବତନ ପରରାଷ୍ଟ୍ର ସଚିବ ହିଲାରି କ୍ଲିଣ୍ଟନ ଦେଇଥିବା ସନ୍ଦେଶର ଅବତାରଣା କରି କହିଥିଲେ, ଘରେ ସାପ ପାଳିଥିବା ଲୋକେ ଶେଷରେ ନିଜେ ହିଁ ଦଂଶନର ଶିକାର ହୋଇଥାଆନ୍ତି। ସାପ କେବଳ ପଡ଼ୋଶୀଙ୍କୁ କାମୁଡ଼ିବ ବୋଲି ଭାବିବା ଅନୁଚିତ। ତାକୁ ରଖିଥିବା ଲୋକେ ବି ସର୍ପ ଦଂଶନରେ ମରିଥାଆନ୍ତି ବୋଲି ୨୦୧୧ ଅକ୍ଟୋବରରେ ପାକିସ୍ତାନ ଗସ୍ତ ବେଳେ ହିଲାରି କହିଥିବା ଜୟଶଙ୍କର ପ୍ରକାଶ କରିଥିଲେ। ହିଲାରିଙ୍କ ଏହି ପୁରୁଣା କାହାଣୀକୁ ମନେପକାଇ ଜୟଶଙ୍କର ଦେଇଥିବା ମନ୍ତବ୍ୟ ଉପରେ ପାକିସ୍ତାନର ବହିର୍ବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରି ପ୍ରତିକ୍ରିୟା ରଖି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରିବାକୁ ପଛାଇ ନ ଥିଲେ। ବିଲାଓ୍ବଲ କହିଥିଲେ, ଲାଡେନ୍‌ ଆଉ ନାହାନ୍ତି। କିନ୍ତୁ ଗୁଜରାଟର କଂସେଇ ଏବେ ଭାରତର ପ୍ରଧାନମନ୍ତ୍ରୀ ହୋଇଯାଇଛନ୍ତି। ବିଲାଓ୍ବଲଙ୍କ ମନ୍ତବ୍ୟକୁ ଭାରତରେ ଦୃଢ଼ ନିନ୍ଦା କରାଯାଇଛି। ଲାଡେନଙ୍କୁ ଜଣେ ଶହୀଦ ଭାବେ ମହିମାମଣ୍ଡିତ କରୁଥିବା ପାକିସ୍ତାନ ଲଖ୍‌ଭି, ହାଫିଜ୍‌ ସଇଦ, ମାସୁଦ୍‌ ଆଝାର, ସାଜିଦ ମିର୍‌ ଓ ଦାଉଦ୍‌ ଇବ୍ରାହିମ୍‌ଙ୍କୁ ଆଶ୍ରୟ ଦେଇଛି। କିନ୍ତୁ ଆତଙ୍କବାଦୀଙ୍କୁ ପୂର୍ବ ଭଳି ବ୍ୟବହାର କରିପାରୁ ନାହିଁ। ଏଥିଲାଗି ହତାଶ ହୋଇ ବିଲାଓ୍ବଲ ଏପରି ଅଭଦ୍ର ଟିପ୍ପଣୀ ଦେଇଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି କହିଛନ୍ତି, ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଯେଉଁ ଭାଷା ପ୍ରୟୋଗ କରିଛନ୍ତି, ସେଥିରୁ ବୁଝାପଡ଼ୁଛି ଯେ ତାଙ୍କ ଦେଶ ଉଭୟ ଆର୍ଥିକ ଓ ମାନସିକ ସ୍ତରରେ ଦେବାଳିଆ ହୋଇଯାଇଛି। ସେ ଜଣେ ବିଫଳ ରାଷ୍ଟ୍ରର ପ୍ରତିନିଧି। ଏଭଳି ମାନସିକତା ଥିବା ବ୍ୟକ୍ତିଙ୍କଠାରୁ ଆଉ କ’ଣ ଆଶା କରାଯାଇପାରେ। ସେହିପରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ବିଲାଓ୍ବଲଙ୍କ ମନ୍ତବ୍ୟକୁ ‘ଖଳ ଓ ଲଜ୍ଜାଜନକ’ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି, ବୋଧହୁଏ ପାକିସ୍ତାନ ୧୯୭୧ର ଯନ୍ତ୍ରଣାକୁ ଭୁଲିପାରି ନାହିଁ। ସେତେବେଳେ ୯୩,୦୦୦ରୁ ଅଧିକ ପାକିସ୍ତାନୀ ସୈନ୍ୟ ଆମତ୍ସମର୍ପଣ କରିଥିଲେ। ବିଲାଓ୍ବଲଙ୍କ ଜେଜେବାପା ତଥା ପୂର୍ବତନ ରାଷ୍ଟ୍ରପତି ଜୁଲଫିକର ଅଲି ଭଟ୍ଟୋ ପରାଜୟ ପରେ କାନ୍ଦିଥିଲେ।
ପ୍ରକାଶ ଯେ, ୨୦୦୨ରେ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଦଙ୍ଗାରେ ୧,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ମୋଦିଙ୍କୁ କ୍ଲିନ୍‌ଚିଟ୍‌ ମିଳିସାରିଛି। ଏହାକୁ ଇଙ୍ଗିତ କରି ବିଲାଓ୍ବଲ ଦେଇଥିବା ମନ୍ତବ୍ୟର ପ୍ରତିବାଦରେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସ ଆଗରେ ଭାଜପା କର୍ମୀମାନେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ସ୍ଲେଗାନ ଦେଇଛନ୍ତି, ପାକିସ୍ତାନ ହାଏ ହାଏ, ବିଲାଓ୍ବଲ ଭୁଟ୍ଟୋ କ୍ଷମା ମାଗ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?