ତହସିଲଦାର, ପୂର୍ବତନ ସରପଞ୍ଚଙ୍କ ନାଁରେ ମାମଲା

ଧାମନଗର,୧୬।୧୨(ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ତହସିଲଦାର କ୍ଷୀରୋଦ ଚନ୍ଦ୍ର ପଣ୍ଡା ଓ ଆନନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶରତ ଚନ୍ଦ୍ର ମାଝିଙ୍କ ବିରୋଧରେ ଧାମନଗର ଥାନାରେ ମାମଲା (ନଂ. ୪୪୯/୨୨) ରୁଜୁ ହୋଇଛି। ଆନନ୍ଦପୁର ପଞ୍ଚାୟତର ବୈତରଣୀ ନଦୀ ଉତେଇପୁର-୨ ବାଲିଘାଟରୁ ବେଆଇନ ଭାବେ ବାଲି ଉଠାଣ ଓ ଚାଲାଣ ନେଇ ସ୍ଥାନୀୟ ଯୁବକ ମନୋଜ କୁମାର ଦାସଙ୍କ ଅଭିଯୋଗକୁ ଭିତ୍ତିକରି ଗୁରୁବାର ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ। ପ୍ରକାଶ ଯେ, ଉତେଇପୁର-୨ ବାଲିଘାଟକୁ ଶରତ ୨୦୧୭ରେ ନିଲାମ ନେଇଥିଲେ। ୨୦୨୨ ମାର୍ଚ୍ଚ ୩୧ ଯାଏ ବାଲିଘାଟ ଲିଜ୍‌ ଅବଧି ଥିଲା। ମାର୍ଚ୍ଚ ୩୧ରେ ସିଟିଓ (କନ୍‌ସେଣ୍ଟ ଟୁ ଅପରେଟ) ଅବଧି ସରିଥିବାରୁ ଏହି ବାଲିଘାଟରୁ ଆଉ ବାଲି ଉତ୍ତୋଳନ କରାଯିବା କଥା ନୁହେଁ। ଏନେଇ ତହସିଲ ପକ୍ଷରୁ ଶରତଙ୍କୁ ଅବଗତ କରାଯିବାର ଥିଲା। ଏଥିସହ ଶରତଙ୍କୁ ଦିଆଯାଇଥିବା ଟ୍ରାଞ୍ଜିଟ ପାସ୍‌ ଫେରସ୍ତ ନେବାର ଥିଲା। ହେଲେ ତହସିଲଦାର ପଣ୍ଡା ଏ ବାବଦରେ ନିରବ ରହି ବେଆଇନ ବାଲି ଉତ୍ତୋଳନକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଥିଲା। ଏପରିକି ଏପ୍ରିଲରେ ଏ ସମ୍ପର୍କରେ ଗାଁ ଲୋକେ ତହସିଲଦାରଙ୍କୁ ବାରମ୍ବାର ଜଣାଇଥିଲେ ବି ସେ ନିରବ ରହିଥିଲେ। ପରେ ମନୋଜ ବାଲିଘାଟର ନିଲାମ ସମ୍ପର୍କରେ ସମସ୍ତ ତଥ୍ୟର ସାର୍ଟିଫାଏଡ୍‌ କପି ମାଗିଥିଲେ। ତହସିଲ ପକ୍ଷରୁ ଏଥିଲାଗି ୭୨ଦିନ ସମୟ ନିଆଯାଇଥିଲା। ସାର୍ଟିଫାଏଡ୍‌ କପି ପ୍ରଦାନ ପରେ ବାଲିଘାଟ ପାଇଁ ସିଟିଓର ଅବଧି ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ଏଥିରୁ ଜଣାପଡ଼ିଥିଲା। ଏହାପରେ ସେ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟକୁ ଆର୍‌ଟିଆଇ ମାଗି ଜାଣିବାକୁ ପାଇଲେ ଯେ, ଉତ୍ତେଇପୁର-୨ ବାଲିଘାଟକୁ ଆଉ ସିଟିଓ ପ୍ରଦାନ କରାଯାଇ ନାହିଁ କି ପୁରୁଣା ସିଟିଓର ନବୀକରଣ ହୋଇନାହିଁ। ସମସ୍ତ ତଥ୍ୟକୁ ଭିତ୍ତିକରି ମନୋଜ ଅନ୍‌ଲାଇନ ପ୍ଲାଟଫର୍ମରେ ଏତଲା ଦେଇଥିଲେ। ମାଇନର ମିନେରାଲ ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ ଆକ୍ଟ, ଇନଭାଇରନମେଣ୍ଟ ପ୍ରୋଟେକ୍‌ସନ ଆକ୍ଟ, ୱାଟର ଆକ୍ଟ, ଏୟାର ପଲ୍ୟୁଶନ ଆକ୍ଟ ଏବଂ ସରକାରୀ ସମ୍ପତ୍ତି ଚୋରି ଭଳି ସଙ୍ଗୀନ ଦଫାରେ ମାମଲା ରୁଜୁ ପାଇଁ ସେ ନିବେଦନ କରିଥିଲେ। ପୋଲିସ କେବଳ ଚୋରି ଆକ୍ଟରେ ଦଫା ଲଗାଇଥିବା ମନୋଜ କହିଛନ୍ତି। ଘଟଣାର ତଦନ୍ତ ପରେ ଆବଶ୍ୟକ ହେଲେ ଅନ୍ୟ ଦଫା ସବୁ ଲଗାଯିବ ବୋଲି ଥାନାଧିକରୀ ବନମାଳୀ ବାରିକ କହିଛନ୍ତି। ଏ ସମ୍ପର୍କରେ ତହସିଲଦାର ପଣ୍ଡା କହିଛନ୍ତି, ଉକ୍ତ ବାଲିଘାଟର ଲିଜ୍‌ ଅବଧି ସରିବା ପୂର୍ବରୁ ଶରତଙ୍କୁ ମାର୍ଚ୍ଚ ୨୨ରେ ଲିଖିତ ଭାବେ ଅବଗତ କରାଯାଇଥିଲା। ସିଟିଓ ନବୀକରଣ ପାଇଁ କୁହାଯାଇଥିଲା। ସେ ମାର୍ଚ୍ଚ ୩୦ ଭିତରେ ନବୀକରଣ ନ କରିବାରୁ ୩୧ରେ ଅବଧି ସରିବା ପରେ ସେଠାରୁ ବାଲି ଉଠାଣ ବନ୍ଦ କରାଯାଇଥିଲା। ପରେ ସେ ଓ୍ବାଇ ଫର୍ମର ଅପବ୍ୟବହାର କରି ବାଲି ଉଠାଣ କରିଥିଲେ ଦଣ୍ଡ ପାଇବେ। ତେବେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ନେଇ କୌଣସି ନୋଟିସ୍‌ ଆସି ନ ଥିବା ତହସିଲଦାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri