ତହସିଲଦାର, ପୂର୍ବତନ ସରପଞ୍ଚଙ୍କ ନାଁରେ ମାମଲା

ଧାମନଗର,୧୬।୧୨(ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ତହସିଲଦାର କ୍ଷୀରୋଦ ଚନ୍ଦ୍ର ପଣ୍ଡା ଓ ଆନନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶରତ ଚନ୍ଦ୍ର ମାଝିଙ୍କ ବିରୋଧରେ ଧାମନଗର ଥାନାରେ ମାମଲା (ନଂ. ୪୪୯/୨୨) ରୁଜୁ ହୋଇଛି। ଆନନ୍ଦପୁର ପଞ୍ଚାୟତର ବୈତରଣୀ ନଦୀ ଉତେଇପୁର-୨ ବାଲିଘାଟରୁ ବେଆଇନ ଭାବେ ବାଲି ଉଠାଣ ଓ ଚାଲାଣ ନେଇ ସ୍ଥାନୀୟ ଯୁବକ ମନୋଜ କୁମାର ଦାସଙ୍କ ଅଭିଯୋଗକୁ ଭିତ୍ତିକରି ଗୁରୁବାର ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ। ପ୍ରକାଶ ଯେ, ଉତେଇପୁର-୨ ବାଲିଘାଟକୁ ଶରତ ୨୦୧୭ରେ ନିଲାମ ନେଇଥିଲେ। ୨୦୨୨ ମାର୍ଚ୍ଚ ୩୧ ଯାଏ ବାଲିଘାଟ ଲିଜ୍‌ ଅବଧି ଥିଲା। ମାର୍ଚ୍ଚ ୩୧ରେ ସିଟିଓ (କନ୍‌ସେଣ୍ଟ ଟୁ ଅପରେଟ) ଅବଧି ସରିଥିବାରୁ ଏହି ବାଲିଘାଟରୁ ଆଉ ବାଲି ଉତ୍ତୋଳନ କରାଯିବା କଥା ନୁହେଁ। ଏନେଇ ତହସିଲ ପକ୍ଷରୁ ଶରତଙ୍କୁ ଅବଗତ କରାଯିବାର ଥିଲା। ଏଥିସହ ଶରତଙ୍କୁ ଦିଆଯାଇଥିବା ଟ୍ରାଞ୍ଜିଟ ପାସ୍‌ ଫେରସ୍ତ ନେବାର ଥିଲା। ହେଲେ ତହସିଲଦାର ପଣ୍ଡା ଏ ବାବଦରେ ନିରବ ରହି ବେଆଇନ ବାଲି ଉତ୍ତୋଳନକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଥିଲା। ଏପରିକି ଏପ୍ରିଲରେ ଏ ସମ୍ପର୍କରେ ଗାଁ ଲୋକେ ତହସିଲଦାରଙ୍କୁ ବାରମ୍ବାର ଜଣାଇଥିଲେ ବି ସେ ନିରବ ରହିଥିଲେ। ପରେ ମନୋଜ ବାଲିଘାଟର ନିଲାମ ସମ୍ପର୍କରେ ସମସ୍ତ ତଥ୍ୟର ସାର୍ଟିଫାଏଡ୍‌ କପି ମାଗିଥିଲେ। ତହସିଲ ପକ୍ଷରୁ ଏଥିଲାଗି ୭୨ଦିନ ସମୟ ନିଆଯାଇଥିଲା। ସାର୍ଟିଫାଏଡ୍‌ କପି ପ୍ରଦାନ ପରେ ବାଲିଘାଟ ପାଇଁ ସିଟିଓର ଅବଧି ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ଏଥିରୁ ଜଣାପଡ଼ିଥିଲା। ଏହାପରେ ସେ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟକୁ ଆର୍‌ଟିଆଇ ମାଗି ଜାଣିବାକୁ ପାଇଲେ ଯେ, ଉତ୍ତେଇପୁର-୨ ବାଲିଘାଟକୁ ଆଉ ସିଟିଓ ପ୍ରଦାନ କରାଯାଇ ନାହିଁ କି ପୁରୁଣା ସିଟିଓର ନବୀକରଣ ହୋଇନାହିଁ। ସମସ୍ତ ତଥ୍ୟକୁ ଭିତ୍ତିକରି ମନୋଜ ଅନ୍‌ଲାଇନ ପ୍ଲାଟଫର୍ମରେ ଏତଲା ଦେଇଥିଲେ। ମାଇନର ମିନେରାଲ ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ ଆକ୍ଟ, ଇନଭାଇରନମେଣ୍ଟ ପ୍ରୋଟେକ୍‌ସନ ଆକ୍ଟ, ୱାଟର ଆକ୍ଟ, ଏୟାର ପଲ୍ୟୁଶନ ଆକ୍ଟ ଏବଂ ସରକାରୀ ସମ୍ପତ୍ତି ଚୋରି ଭଳି ସଙ୍ଗୀନ ଦଫାରେ ମାମଲା ରୁଜୁ ପାଇଁ ସେ ନିବେଦନ କରିଥିଲେ। ପୋଲିସ କେବଳ ଚୋରି ଆକ୍ଟରେ ଦଫା ଲଗାଇଥିବା ମନୋଜ କହିଛନ୍ତି। ଘଟଣାର ତଦନ୍ତ ପରେ ଆବଶ୍ୟକ ହେଲେ ଅନ୍ୟ ଦଫା ସବୁ ଲଗାଯିବ ବୋଲି ଥାନାଧିକରୀ ବନମାଳୀ ବାରିକ କହିଛନ୍ତି। ଏ ସମ୍ପର୍କରେ ତହସିଲଦାର ପଣ୍ଡା କହିଛନ୍ତି, ଉକ୍ତ ବାଲିଘାଟର ଲିଜ୍‌ ଅବଧି ସରିବା ପୂର୍ବରୁ ଶରତଙ୍କୁ ମାର୍ଚ୍ଚ ୨୨ରେ ଲିଖିତ ଭାବେ ଅବଗତ କରାଯାଇଥିଲା। ସିଟିଓ ନବୀକରଣ ପାଇଁ କୁହାଯାଇଥିଲା। ସେ ମାର୍ଚ୍ଚ ୩୦ ଭିତରେ ନବୀକରଣ ନ କରିବାରୁ ୩୧ରେ ଅବଧି ସରିବା ପରେ ସେଠାରୁ ବାଲି ଉଠାଣ ବନ୍ଦ କରାଯାଇଥିଲା। ପରେ ସେ ଓ୍ବାଇ ଫର୍ମର ଅପବ୍ୟବହାର କରି ବାଲି ଉଠାଣ କରିଥିଲେ ଦଣ୍ଡ ପାଇବେ। ତେବେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ନେଇ କୌଣସି ନୋଟିସ୍‌ ଆସି ନ ଥିବା ତହସିଲଦାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…

ଅକ୍ଟୋବର ୧୭ରେ ସୂର୍ଯ୍ୟଙ୍କ ବଡ଼ ଗୋଚର: ୩ ରାଶି ରୁହନ୍ତୁ ସାବଧାନ! ପାଖରୁ ଚାଲିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅକ୍ଟୋବର ମଧ୍ୟଭାଗରେ ଗ୍ରହ ସ୍ଥିତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ପ୍ରକୃତରେ, ବୈଦିକ କ୍ୟାଲେଣ୍ଡର ଅନୁସାରେ, ଆସନ୍ତା ଅକ୍ଟୋବର ୧୭…

ଲୋକଙ୍କ ଅଭିଯୋଗ ଶୁଣିଲେ ବିଧାୟକ

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତରେ ଗୁରୁବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?