ଆରମ୍ଭ ହେଲା ମିଳିତ ତଦନ୍ତ

ବାରିପଦା ଅଫିସ,୧୭ା୧୨: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ମହାବଳ ଶିକାର ପରେ ଚମଡ଼ା ବିକ୍ରି ଘଟଣାରେ ମିଳିତ ତଦନ୍ତ ଆରମ୍ଭ ହୋଇଛି। ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ(ପିସିସିଏଫ୍‌) ଓ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌)ର ସ୍ବତନ୍ତ୍ର ପ୍ରତିନିଧି ଦଳ ଅଭୟାରଣ୍ୟକୁ ଆସି ତଦନ୍ତ ଜାରି ରଖିଛନ୍ତି। ବାଘ ଓ ଦନ୍ତାହାତୀ ଶିକାର ଘଟଣାକୁ ନେଇ ସବିଶେଷ ରିପୋର୍ଟ ସଂଗ୍ରହ ପୂର୍ବକ ଅନୁଧ୍ୟାନ ଜାରି ରହିଛି। ବାଘ ଚମଡ଼ା ବେପାରୀଙ୍କୁ ଗିରଫ କରିବା ପରେ ଶିକାରୀଙ୍କୁ ଧରିବାରେ ବନବିଭାଗ ଓ ଏସ୍‌ଟିଏଫ୍‌ ଫେଲ ମାରିଥିବାରୁ ଜନ ଅସନ୍ତୋଷ ତୀବ୍ର ରୂପ ଧାରଣ କରିବାକୁ ଯାଉଛି । ଖୁବ୍‌ ଶୀଘ୍ର ଶିକାରୀମାନଙ୍କୁ ଗିରଫ କରା ନ ଗଲେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରାଯିବ ବୋଲି ସଜବାଜ ଚାଲିଥିବା ସୂଚନା ମିଳିଛି।
ମୟୂରଭଞ୍ଜ ଜିଲା ଉଦଳା ବନଖଣ୍ଡ ଅଧୀନ ବିସିପୁର ଅଞ୍ଚଳରେ ମହାବଳ ବାଘ ଚମଡା ବିକ୍ରି ଅଭିଯୋଗରେ ଏସ୍‌ଟିଏଫ୍‌ ଚଢ଼ାଉ କରି ୨ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ା ଅଭିଯୁକ୍ତ ଦ୍ୱୟ ହେଲେ ଉଦଳା ଥାନା ମୂଷାମାରୀ ଗ୍ରାମର ଦେବାଶିଷ ପାତ୍ର ଓ ଦେବକୁଣ୍ଡ ନିକଟ ଶ୍ରୀଦାମଚନ୍ଦ୍ରପୁର ଗ୍ରାମର ଫାଗୁ ହାଁସଦା। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ବିଭାଗୀୟ ତଦନ୍ତ ଜୋର ଧରିଛି। ବାଘ ଚମଡ଼ା ଜବତ ହେବାର ୭୨ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଶିକାରରେ ଜଡିତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାରେ ଉଭୟ ବିଭାଗର ଅପାରଗତା ପଦାରେ ପଡ଼ିଛି। ସୂଚନାଯୋଗ୍ୟ, ଜଙ୍ଗଲକୁ ଶିକାର ଉଦ୍ଦେଶ୍ୟରେ ୨ ପ୍ରକାର ଶିକାରୀ ଯାଇଥାନ୍ତିି। ପର୍ବପର୍ବାଣୀ ସମୟରେ ଛୋଟ ଜୀବଜନ୍ତୁକୁ ଶିକାର କରି ପର୍ବ ପାଳନ କରୁଥିବା ସୌଖିନ ଶିକାରୀ ରହିଛନ୍ତି । ସେମାନେ କେବଳ ବର୍ଷରେ ଥରେ କିମ୍ବା ଦୁଇ ଥର ଶିକାର ଉଦ୍ଦେଶ୍ୟରେ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥାନ୍ତି । ସେହିପରି ବୃତ୍ତିଗତ ଶିକାରୀମାନେ ବାଘ, ହାତୀ, ହରିଣ ଏବଂ ଶମ୍ବର ଶିକାର କରିଥାନ୍ତି। ବାଘ ଶିକାର କରୁଥିବା ଶିକାରୀ ହାତୀ କିମ୍ବା ଅନ୍ୟ ଜନ୍ତୁୁ ଶିକାର କରିବାରେ ଅପାରଙ୍ଗମ । ସେହିପରି ହାତୀ ଶିକାର କରୁଥିବା ଶିକାରୀ ବାଘ କିମ୍ବା ଅନ୍ୟ ଜୀବଜନ୍ତୁ ଶିକାର କରିବାରେ ଅକ୍ଷମ। ଏମାନେ ବର୍ଷ ତମାମ ଜୀବଜନ୍ତୁଙ୍କ ଗତବିଧି ଉପରେ ନଜର ରଖି ଶିକାର କରିବାରେ ସକ୍ଷମ ହୋଇଥାନ୍ତି। ବନ୍ୟଜନ୍ତୁଙ୍କ ଗତିବିଧି ଓ ଶିକାରୀଙ୍କ ଚଲାପଥ ଉପରେ ନଜର ରଖିବା ପାଇଁ କୋର୍‌ ଅଞ୍ଚଳରେ କ୍ୟାମେରା ଲଗାଯାଇଛି। କ୍ୟାମେରାରେ କଏଦ ହେଉଥିବା ଶିକାରୀମାନଙ୍କୁ ଠାବ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରିବର୍ତ୍ତେ ସେମାନଙ୍କୁ ବିଭାଗ ପକ୍ଷରୁ ଅଭୟ ପ୍ରଦାନ ପୂର୍ବକ ଅନୁକମ୍ପା ସ୍ପଷ୍ଟ ବାରି ହୋଇପଡୁଛି। ତେବେ ଭିନ୍ନ ଶିକାରୀଙ୍କଠାରୁ ବାଘ ଚମଡ଼ା ଓ ଦାନ୍ତ ସଂଗ୍ରହ କରୁଥିବା ବେପାରୀଙ୍କୁ ଧରିବା ପରେ ଶିକାରୀମାନଙ୍କୁ ଗିରଫ କରିବାରେ ଉଭୟ ବିଭାଗ ଫେଲ ମାରିଛି। ଫାଗୁ ହାଁସଦାଙ୍କ ନିକଟରେ ଅନ୍ୟ ଏକ ମହାବଳ ଓ କଲରାପତରିଆ ବାଘ ଚମଡ଼ା ସହ ୮କେ.ଜି. ଓଜନର ହାତୀ ଦାନ୍ତ ରହିଥିବା ନେଇ ଡିଲ୍‌ ବେଳେ ଜଣାପଡ଼ିଥିଲା। ଏହାକୁ ଜବତ କରାଯାଇଛି କି ନାହିଁ ତାହାକୁ ନେଇ ଜିଲାବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି। ବନବିଭାଗକୁ ସୁରକ୍ଷା ଦେବା ପାଇଁ ଏହା ଏକ ସୁପରିକଳ୍ପିତ ଯୋଜନା ବୋଲି ପ୍ରାଣୀପ୍ରେମୀମାନେ ମତବ୍ୟକ୍ତ କରିଛନ୍ତି। ମିଳିମିଶି ଘଟଣାକୁ ଚାପି ଆଗକୁ ନ ବଢ଼ିବାକୁ ଯୋଜନା କରାଯାଉଥିବା ନେଇ ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ସଂଯୁକ୍ତା ବସା କହିଛନ୍ତିି। ମହାବଳ ଶିକାରରେ ଅନ୍ୟ କେଉଁମାନେ ଜଡିତ ରହିଛନ୍ତି ତାର ତଦନ୍ତ ପାଇଁ ପିସିସିଏଫ୍‌ର ଏକ ଟିମ ଶିମିଳିପାଳକୁ ଯିବାର ଦିନକ ପରେ ଏସ୍‌ଟିଏଫ୍‌ ଟିମ୍‌ ପହଞ୍ଚତ୍ ତଦନ୍ତ ଜାରି ରଖିଛି। ତେବେ ଫାଗୁଙ୍କ ନିକଟରେ ଥିବା ଚମଡ଼ା ଜବତ କରିବାରେ ବିଭାଗ ସଫଳ ହେଉଛି ନା ଅପାରଗତାକୁ ଢାଙ୍କିବା ପାଇଁ ପ୍ରୟାସ କରାଯାଉଛି ତାହା ଦେଖିବାକୁ ବାକି ରହିଲା। ଏ ସଂକ୍ରାନ୍ତରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଟି. ଅଶୋକ କୁମାର କହନ୍ତି, ୨/୩ ଦିନ ମଧ୍ୟରେ ହାତୀ ମୃତ୍ୟୁ ଘଟଣାରେ ଜଡିତ ଥିବା ଅପରାଧୀ ଓ ଶିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାଘ ଚମଡ଼ା ବିକ୍ରିି ଘଟଣାରେ ଏସ୍‌ଟିଏଫ ତଦନ୍ତ କରୁଥିବା ବେଳେ ଫେରାର ଅଭିଯୁକ୍ତମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?