ଆରମ୍ଭ ହେଲା ମିଳିତ ତଦନ୍ତ

ବାରିପଦା ଅଫିସ,୧୭ା୧୨: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ମହାବଳ ଶିକାର ପରେ ଚମଡ଼ା ବିକ୍ରି ଘଟଣାରେ ମିଳିତ ତଦନ୍ତ ଆରମ୍ଭ ହୋଇଛି। ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ(ପିସିସିଏଫ୍‌) ଓ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌)ର ସ୍ବତନ୍ତ୍ର ପ୍ରତିନିଧି ଦଳ ଅଭୟାରଣ୍ୟକୁ ଆସି ତଦନ୍ତ ଜାରି ରଖିଛନ୍ତି। ବାଘ ଓ ଦନ୍ତାହାତୀ ଶିକାର ଘଟଣାକୁ ନେଇ ସବିଶେଷ ରିପୋର୍ଟ ସଂଗ୍ରହ ପୂର୍ବକ ଅନୁଧ୍ୟାନ ଜାରି ରହିଛି। ବାଘ ଚମଡ଼ା ବେପାରୀଙ୍କୁ ଗିରଫ କରିବା ପରେ ଶିକାରୀଙ୍କୁ ଧରିବାରେ ବନବିଭାଗ ଓ ଏସ୍‌ଟିଏଫ୍‌ ଫେଲ ମାରିଥିବାରୁ ଜନ ଅସନ୍ତୋଷ ତୀବ୍ର ରୂପ ଧାରଣ କରିବାକୁ ଯାଉଛି । ଖୁବ୍‌ ଶୀଘ୍ର ଶିକାରୀମାନଙ୍କୁ ଗିରଫ କରା ନ ଗଲେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରାଯିବ ବୋଲି ସଜବାଜ ଚାଲିଥିବା ସୂଚନା ମିଳିଛି।
ମୟୂରଭଞ୍ଜ ଜିଲା ଉଦଳା ବନଖଣ୍ଡ ଅଧୀନ ବିସିପୁର ଅଞ୍ଚଳରେ ମହାବଳ ବାଘ ଚମଡା ବିକ୍ରି ଅଭିଯୋଗରେ ଏସ୍‌ଟିଏଫ୍‌ ଚଢ଼ାଉ କରି ୨ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ା ଅଭିଯୁକ୍ତ ଦ୍ୱୟ ହେଲେ ଉଦଳା ଥାନା ମୂଷାମାରୀ ଗ୍ରାମର ଦେବାଶିଷ ପାତ୍ର ଓ ଦେବକୁଣ୍ଡ ନିକଟ ଶ୍ରୀଦାମଚନ୍ଦ୍ରପୁର ଗ୍ରାମର ଫାଗୁ ହାଁସଦା। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ବିଭାଗୀୟ ତଦନ୍ତ ଜୋର ଧରିଛି। ବାଘ ଚମଡ଼ା ଜବତ ହେବାର ୭୨ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଶିକାରରେ ଜଡିତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାରେ ଉଭୟ ବିଭାଗର ଅପାରଗତା ପଦାରେ ପଡ଼ିଛି। ସୂଚନାଯୋଗ୍ୟ, ଜଙ୍ଗଲକୁ ଶିକାର ଉଦ୍ଦେଶ୍ୟରେ ୨ ପ୍ରକାର ଶିକାରୀ ଯାଇଥାନ୍ତିି। ପର୍ବପର୍ବାଣୀ ସମୟରେ ଛୋଟ ଜୀବଜନ୍ତୁକୁ ଶିକାର କରି ପର୍ବ ପାଳନ କରୁଥିବା ସୌଖିନ ଶିକାରୀ ରହିଛନ୍ତି । ସେମାନେ କେବଳ ବର୍ଷରେ ଥରେ କିମ୍ବା ଦୁଇ ଥର ଶିକାର ଉଦ୍ଦେଶ୍ୟରେ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥାନ୍ତି । ସେହିପରି ବୃତ୍ତିଗତ ଶିକାରୀମାନେ ବାଘ, ହାତୀ, ହରିଣ ଏବଂ ଶମ୍ବର ଶିକାର କରିଥାନ୍ତି। ବାଘ ଶିକାର କରୁଥିବା ଶିକାରୀ ହାତୀ କିମ୍ବା ଅନ୍ୟ ଜନ୍ତୁୁ ଶିକାର କରିବାରେ ଅପାରଙ୍ଗମ । ସେହିପରି ହାତୀ ଶିକାର କରୁଥିବା ଶିକାରୀ ବାଘ କିମ୍ବା ଅନ୍ୟ ଜୀବଜନ୍ତୁ ଶିକାର କରିବାରେ ଅକ୍ଷମ। ଏମାନେ ବର୍ଷ ତମାମ ଜୀବଜନ୍ତୁଙ୍କ ଗତବିଧି ଉପରେ ନଜର ରଖି ଶିକାର କରିବାରେ ସକ୍ଷମ ହୋଇଥାନ୍ତି। ବନ୍ୟଜନ୍ତୁଙ୍କ ଗତିବିଧି ଓ ଶିକାରୀଙ୍କ ଚଲାପଥ ଉପରେ ନଜର ରଖିବା ପାଇଁ କୋର୍‌ ଅଞ୍ଚଳରେ କ୍ୟାମେରା ଲଗାଯାଇଛି। କ୍ୟାମେରାରେ କଏଦ ହେଉଥିବା ଶିକାରୀମାନଙ୍କୁ ଠାବ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରିବର୍ତ୍ତେ ସେମାନଙ୍କୁ ବିଭାଗ ପକ୍ଷରୁ ଅଭୟ ପ୍ରଦାନ ପୂର୍ବକ ଅନୁକମ୍ପା ସ୍ପଷ୍ଟ ବାରି ହୋଇପଡୁଛି। ତେବେ ଭିନ୍ନ ଶିକାରୀଙ୍କଠାରୁ ବାଘ ଚମଡ଼ା ଓ ଦାନ୍ତ ସଂଗ୍ରହ କରୁଥିବା ବେପାରୀଙ୍କୁ ଧରିବା ପରେ ଶିକାରୀମାନଙ୍କୁ ଗିରଫ କରିବାରେ ଉଭୟ ବିଭାଗ ଫେଲ ମାରିଛି। ଫାଗୁ ହାଁସଦାଙ୍କ ନିକଟରେ ଅନ୍ୟ ଏକ ମହାବଳ ଓ କଲରାପତରିଆ ବାଘ ଚମଡ଼ା ସହ ୮କେ.ଜି. ଓଜନର ହାତୀ ଦାନ୍ତ ରହିଥିବା ନେଇ ଡିଲ୍‌ ବେଳେ ଜଣାପଡ଼ିଥିଲା। ଏହାକୁ ଜବତ କରାଯାଇଛି କି ନାହିଁ ତାହାକୁ ନେଇ ଜିଲାବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି। ବନବିଭାଗକୁ ସୁରକ୍ଷା ଦେବା ପାଇଁ ଏହା ଏକ ସୁପରିକଳ୍ପିତ ଯୋଜନା ବୋଲି ପ୍ରାଣୀପ୍ରେମୀମାନେ ମତବ୍ୟକ୍ତ କରିଛନ୍ତି। ମିଳିମିଶି ଘଟଣାକୁ ଚାପି ଆଗକୁ ନ ବଢ଼ିବାକୁ ଯୋଜନା କରାଯାଉଥିବା ନେଇ ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ସଂଯୁକ୍ତା ବସା କହିଛନ୍ତିି। ମହାବଳ ଶିକାରରେ ଅନ୍ୟ କେଉଁମାନେ ଜଡିତ ରହିଛନ୍ତି ତାର ତଦନ୍ତ ପାଇଁ ପିସିସିଏଫ୍‌ର ଏକ ଟିମ ଶିମିଳିପାଳକୁ ଯିବାର ଦିନକ ପରେ ଏସ୍‌ଟିଏଫ୍‌ ଟିମ୍‌ ପହଞ୍ଚତ୍ ତଦନ୍ତ ଜାରି ରଖିଛି। ତେବେ ଫାଗୁଙ୍କ ନିକଟରେ ଥିବା ଚମଡ଼ା ଜବତ କରିବାରେ ବିଭାଗ ସଫଳ ହେଉଛି ନା ଅପାରଗତାକୁ ଢାଙ୍କିବା ପାଇଁ ପ୍ରୟାସ କରାଯାଉଛି ତାହା ଦେଖିବାକୁ ବାକି ରହିଲା। ଏ ସଂକ୍ରାନ୍ତରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଟି. ଅଶୋକ କୁମାର କହନ୍ତି, ୨/୩ ଦିନ ମଧ୍ୟରେ ହାତୀ ମୃତ୍ୟୁ ଘଟଣାରେ ଜଡିତ ଥିବା ଅପରାଧୀ ଓ ଶିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାଘ ଚମଡ଼ା ବିକ୍ରିି ଘଟଣାରେ ଏସ୍‌ଟିଏଫ ତଦନ୍ତ କରୁଥିବା ବେଳେ ଫେରାର ଅଭିଯୁକ୍ତମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri