୨୧ରୁ ସର୍ବଭାରତୀୟ ଅନୁଗୋଳ କ୍ରିକେଟ୍‌ କପ୍‌

ଅନୁଗୋଳ ଅଫିସ,୨୦ା୧୨: ଅନୁଗୋଳ ଜିଲା କ୍ରିକେଟ୍‌ ସଂଘ (ଏଡିସିଏ) ଚଳିତବର୍ଷ ରୌପ୍ୟ ଜୟନ୍ତୀ ପାଳନ କରିବ। ଏ ନେଇ ଆସନ୍ତା ବୁଧବାରଠାରୁ ସ୍ଥାନୀୟ କଦମ ପଡ଼ିଆରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯିବ। ଏହି ଟୁର୍ନାମେଣ୍ଟରେ ରାଜ୍ୟ ଓ ରାଜ୍ୟ ବାହାରର ୮ଟି ଦଳ ଅଂଶ ଗ୍ରହଣ କରିବେ ବୋଲି ଏଡିସିଏ ପକ୍ଷରୁ ସଭାପତି ତଥା ଓସିଏ ଆପେକ୍ସ କାଉନସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ କଦମ ପଡ଼ିଆରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ବିଶ୍ୱକପ୍‌ ବିଜେତା ଭାରତୀୟ ଦଳର ପୂର୍ବତନ ଓପନର ଗୌତ୍ତମ ଗମ୍ଭୀର ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ସୂଚନା ଅନୁଯାୟୀ, ଅନୁଗୋଳ କଦମ ପଡ଼ିଆରେ ସର୍ବଭାରତୀୟ ଅନୁଗୋଳ କ୍ରିକେଟ୍‌ କପ୍‌ ଆସନ୍ତା ବୁଧବାର ଠାରୁ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟରେ ସମସ୍ତ ମ୍ୟାଚ୍‌ ଗୁଡ଼ିକ ଟି-୨୦ ଫର୍ମାଟ୍‌ରେ ଆୟୋଜନ କରାଯିବ। ଓଡ଼ିଶା ପୋଷ୍ଟାଲ, ସୋଲର କ୍ରିକେଟ୍‌ କ୍ଲବ, ୟୁନିୟନ୍‌ ସ୍ପୋର୍ଟିଂ, ଜାମସେଦ୍‌ପୁର ଇଲେଭେନ୍‌, ଅନୁଗୋଳ କ୍ରିକେଟ୍‌ କ୍ଲବ, କଲିକତା ରେଲୱେ, ରାଇଜିଂ ଷ୍ଟୁଡେଣ୍ଟ, ଏନ୍‌ସିଏ ଭିଲାଇ ଦଳ ଏଥିରେ ଅଂଶ ଗ୍ରହଣ କରିବେ। ଅନୁଗୋଳ ଜିଲା କ୍ରିକେଟ୍‌ ସଂଘର ରୌପ୍ୟ ଜୟନ୍ତୀ ଓ ଅନୁଗୋଳ ଜିଲାର ୩୦ ବର୍ଷ ପୂର୍ତ୍ତି ଅବସରରେ ଟୁର୍ନାମେଣ୍ଟକୁ ସ୍ମରଣୀୟ କରିବାକୁ ଆୟୋଜକଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏଥିସହ ଜିଲାର ବହୁ ବରିଷ୍ଠ ଖେଳାଳିଙ୍କ ସହ ରାଜ୍ୟ ସ୍ତରରେ ପ୍ରତିନିଧିତ୍ୱ କରିଥିବା ପ୍ରତିଭାବାନ ଖେଳାଳିଙ୍କୁ ଏହି ଅବସରରେ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଜିଲାରେ କିଭଳି ପ୍ରତାଭା ବାହାରିବେ ଓ ରାଜ୍ୟ ତଥା ଦେଶ ପାଇଁ ଖେଳିବେ ସେ ନେଇ ଏବେଠାରୁ ଖସଡ଼ା ପ୍ରସ୍ତୁତ କରାଯାଇଥିବା ସଭାପତି କହିଥିଲେ। ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘ ସମ୍ପାଦକ ସାଗରନାଥ ମିଶ୍ର ବରିଷ୍ଠ ସଦସ୍ୟ ଓ ଖେଳାଳିଙ୍କ ଜିଲା ସଂଘ ପ୍ରତି ରହିଥିବା ଅବଦାନ ବିଷୟରେ ସୂଚନା ଦେଇଥିଲେ। ବରିଷ୍ଠ ସଦସ୍ୟ ସେକ୍‌ ରଫିକ୍‌ ଅନୁଗୋଳ ଜିଲାରେ କ୍ରିକେଟ୍‌ ଖେଳକୁ ଆଗକୁ ନେବା ପାଇଁ ପଞ୍ଚାୟତ ସ୍ତରରେ ପ୍ରତିଭାବାନ ଖେଳାଳି ଖୋଜିବା ଉପରେ ଗୁରୁତ୍ୱ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଖେଳାଳି ତଥା ସଦସ୍ୟ ମାୟାଧର ମିଶ୍ର, ବରିଷ୍ଠ ସଦସ୍ୟ ଶିବ ରାଉତ, ଉପସଭାପତି ପ୍ରଭାତ କୁମାର ସିହ୍ନା, ଉପସଭାପତି ଅରୁଣ କୁମାର ପୁଷ୍ପାଳକ, ଯୁଗ୍ମ ସମ୍ପାଦକ ଗଙ୍ଗାଧର ପଟ୍ଟନାୟକ, ସଦସ୍ୟ ବୀରେନ ସାମଲ ଓ ଜଗଦୀଶ ସିଂହ, ଦୀପକ ସାହୁ, ଜୟକୃଷ୍ଣ ରାଉତ ଓ ଉତ୍‌ାନପାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri