ଭୋକରେ ମରୁଛନ୍ତି ୪ ସେକେଣ୍ଡରେ ଜଣେ
ନ୍ୟୁୟର୍କ,୨୧ା୯: ବିଶ୍ୱରେ ଖାଦ୍ୟ ସଙ୍କଟ ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି। ଖାଦ୍ୟ ଅଭାବରୁ ପ୍ରତି ୪ ସେକେଣ୍ଡରେ ଜଣଙ୍କର ମୃତ୍ୟୁ ଘଟୁଛି। ଏ ନେଇ ୨୦୦ରୁ ଊର୍ଦ୍ଧ୍ୱ ଏନ୍ଜିଓ ମଙ୍ଗଳବାର ଚେତାବନୀ ଦେବା ସହ କ୍ଷୁଧା ଦୂର କରିବା ପାଇଁ ଅନ୍ତର୍ଜାତୀୟ…
ପଞ୍ଜାବ ଜେଲରେ ଜୀବନସାଥୀଙ୍କ ସହ ସମୟ ବିତାଇବେ କଏଦୀ
ଚଣ୍ଡିଗଡ଼,୨୧ା୯: ବିଭିନ୍ନ ଅପରାଧରେ ପଞ୍ଜାବ ଜେଲରେ ବନ୍ଦୀ ଥିବା କଏଦୀମାନେ ନିଜ ଜୀବନସାଥୀଙ୍କ ସହ କିଛି ଘଣ୍ଟା ବିତାଇପାରିବେ। ଏଥିପାଇଁ ସ୍ବତନ୍ତ୍ର କୋଠରିର ବ୍ୟବସ୍ଥା କରାଯାଇଛି। ମଙ୍ଗଳବାରଠାରୁ କଏଦୀଙ୍କୁ ଏହି ସୁବିଧା ମିଳିଛି। ଏପରି କରିବାରେ ପଞ୍ଜାବ ଦେଶର ପ୍ରଥମ ରାଜ୍ୟ…
ଆଇଏଫ୍ଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ୱର,୨୧।୯(ବ୍ୟୁରୋ): ଆଇଏଫ୍ଏସ୍ ଅଧିକାରୀସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟସରକାର। ୧୯୯୪ ବ୍ୟାଚ୍ ଆଇଏଫ୍ଏସ୍ କେ.ମୁରୁଗେସନଙ୍କୁ ରାଜ୍ୟ ପରିବେଶ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ତେବେ ପୂର୍ବରୁ ପରିବେଶ ନିର୍ଦ୍ଦେଶକ ଥିବା ଆଇଏଫ୍ଏସ୍ ସୁଶାନ୍ତ ନନ୍ଦଙ୍କୁ ପିସିସିଏଫ(ନୋଡାଲ)କୁ ବଦଳି କରାଯାଇଛି। ସେ…
ବାଇଡେନ୍ଙ୍କୁ ଟ୍ରମ୍ପ୍ଙ୍କ କଟାକ୍ଷ: ସ୍ଥାନ ହିଁ ସବୁକିଛି
ଓ୍ବାଶିଂଟନ୍, ୨୧ା୯: ବ୍ରିଟେନ୍ ସମ୍ରାଜ୍ଞୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଶେଷକୃତ୍ୟରେ ଯୋଗଦେବା ସମୟରେ ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୧୪ ନମ୍ବର ଧାଡ଼ିରେ ବସିବା ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କୁ କଟାକ୍ଷ କରିଛନ୍ତି। ନିଜ ସାମାଜିକ ଗଣମାଧ୍ୟମ ଟ୍ରୁଥ୍…
ମାଲିକାଣୀ ସହ ନାଚିଲା ମଇଁଷି, ଭିଡିଓ ଭାଇରାଲ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରୁଛି। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ମଇଁଷିକୁ…
ପାନଛେପକୁ ବିରୋଧ କରିବାରୁ ଗାଡ଼ି ମଡ଼ାଇ ହତ୍ୟା
ବାରାଣସୀ,୨୧ା୯: ପାନଛେପ ପକାଇବାକୁ ଜଣେ ୫୯ ବର୍ଷୀୟ ବ୍ୟକ୍ତି ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରେ ଗାଡ଼ି ମଡ଼ାଇଦେଇଛନ୍ତି। ଉତ୍ତରପ୍ରଦେଶର ବାରାଣସୀ ସହର ଅନ୍ତର୍ଗତ ସିଗ୍ରାରେ ରବିବାର ରାତିରେ ଏହି ଘଟଣା ଘଟିଛି। ପୋଲିସ ୨ ଜଣଙ୍କୁ ଗିରଫ କରିବା ସହ…
୨୪ଘଣ୍ଟା ପରେ କମିବ ଲଘୁଚାପ ପ୍ରଭାବ
ଭୁବନେଶ୍ୱର,୨୧।୯(ବ୍ୟୁରୋ): ସ୍ଥଳ ଭାଗ ମୁହାଁ ଲଘୁଚାପ। ଏହାର ପ୍ରଭାବରେ ବୁଧବାର ପଶ୍ଚିମ ସମେତ କିଛି ଆଭ୍ୟନ୍ତରୀଣ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ୨୪ଘଣ୍ଟା…
ବେଙ୍ଗାଲୁରୁ ଡାକ୍ତରଙ୍କୁ ହତ୍ୟା
ବେଙ୍ଗାଲୁରୁ,୨୧ା୯: ଭାବୀସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ଶେୟାର କରିବାରୁ ବେଙ୍ଗାଲୁରୁର ଜଣେ ଡାକ୍ତରଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ବିଟିଏମ୍ ଲେଆଉଟରେ ରହୁଥିବା ଡା. ବିକାଶ ରଞ୍ଜନ(୨୭)। ଘଟଣାରେ ପୋଲିସ ଯୁବତୀଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରିଛି। ବିକାଶ…
ଭାରତ-ଇଜିପ୍ଟ ପ୍ରତିରକ୍ଷା ଏମ୍ଓୟୁ
କାଇରୋ,୨୧ା୯: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଇଜିପ୍ଟ ଗସ୍ତ ଅବସରରେ ମଙ୍ଗଳବାର ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ବୃଦ୍ଧି ଲାଗି ବୁଝାମଣା ପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହୋଇଛି। ୩ ଦିନିଆ ଗସ୍ତରେ ଯାଇଥିବା ରାଜନାଥ ତାଙ୍କ ଇଜିପ୍ଟ ପ୍ରତିପକ୍ଷ…
ତାମିଲ ଅଭିନେତ୍ରୀ ଜେସିକାଙ୍କ ଆତ୍ମହତ୍ୟା
ଚେନ୍ନାଇ,୨୧ା୯: ତାମିଲ ଅଭିନେତ୍ରୀ ପୌଲିନ୍ ଜେସିକାଙ୍କ ମୃତଦେହ ଚେନ୍ନାଇର ବିରୁଗାମ୍ବାକମ୍ ମଲ୍ଲିକା ଆଭେନ୍ୟୁ ଫ୍ଲାଟ୍ରୁ ରବିବାର ମିଳିଛି। ସେଠାରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି। ବିଫଳ ସମ୍ପର୍କ ତାଙ୍କ ମୃତ୍ୟୁର କାରଣ ବୋଲି ସେଥିରେ ଉଲ୍ଲେଖ ଅଛି। ଦୀପା…
ମ୍ୟାନ୍ମାରରେ ୩୦୦ ଭାରତୀୟ ପଣବନ୍ଦୀ
ଚେନ୍ନାଇ,୨୧ା୯: ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଚାକିରି ଲୋଭରେ ୬୦ ତାମିଲଙ୍କ ସମେତ ୩୦୦ରୁ ଊର୍ଦ୍ଧ୍ୱ ଭାରତୀୟ ଥାଇଲାଣ୍ଡ ଯିବାବେଳେ ମ୍ୟାନ୍ମାରରେ ଫସିଯାଇଛନ୍ତି। ନିଯୁକ୍ତି ଆଶାୟୀ ଭାରତୀୟଙ୍କୁ ସାଙ୍ଗରେ ନେଇ ଯାଉଥିବା ଏକ ଅନ୍ତର୍ଜାତୀୟ ରାକେଟ ସେମାନଙ୍କୁ ପଣବନ୍ଦୀ ରଖି ସାଇବାର ଅପରାଧ…
ପଟ୍ଟାମୁଣ୍ଡାଇ କଲେଜ ଓବିସି ହଷ୍ଟେଲ ଫାଟକରେ ତାଲା
ପଟ୍ଟାମୁଣ୍ଡାଇ,୨୧ା୯(ସ୍ବ.ପ୍ର.): ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ପଟ୍ଟାମୁଣ୍ଡାଇ କଲେଜ ପରିସରରେ ନିର୍ମାଣ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ଓବିସି ହଷ୍ଟେଲ ଫାଟକରେ ତାଲା ପଡିଛି। ନବନିର୍ମିତ ୩ ମହଲା ବିଶିଷ୍ଟ ଏହି ଓବିସି ହଷ୍ଟେଲରେ ତାଲା ପଡି ରହିବା…
Archives


