Posted inଜାତୀୟ

ସିଜେଆଇ ଥିବାବେଳେ ୪୦ ପିଅନ ରଖିଥିଲେ

ନୂଆଦିଲ୍ଲୀ,୨୮ା୧୨: ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଲିତ ତାଙ୍କର ୭୪ ଦିନିଆ କାର୍ଯ୍ୟକାଳ ମଧ୍ୟରେ ତାଙ୍କ ସରକାରୀ ବାସଭବନରେ ସର୍ବାଧିକ ୪୦ ଜଣ ପିଅନ ଓ ସହାୟକ କର୍ମଚାରୀ ରଖିଥିଲେ। ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବାଦ୍‌ ଦେଲେ ଅନ୍ୟ କୌଣସି ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତି ଏତେ ସଂଖ୍ୟାରେ ସହାୟକ କର୍ମଚାରୀ ରଖିନାହାନ୍ତି। ଜଷ୍ଟିସ୍‌ ଲଲିତ ୪୯ତମ ସିଜେଆଇ ଭାବେ ଗତ ଅଗଷ୍ଟ ୨୭ରୁ ନଭେମ୍ବର ୮ ପର୍ଯ୍ୟନ୍ତ ରହିଥିଲେ। ସେ ପିଅନ ଏବଂ ସହାୟକମାନଙ୍କୁ ନିଜ ଘରକାମ ଓ ଆବାସିକ କାର୍ଯ୍ୟାଳୟରେ ନିୟୋଜିତ କରିଥିଲେ। ଅବସର ଗ୍ରହଣ ପରେ ବି ତାଙ୍କ ୧୯, ଆକବର ରୋଡ୍‌ ବାସଭବନରେ ୨୮ ଜଣ ପିଅନ ଓ ସହାୟକ କର୍ମଚାରୀ ରହିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ କେତେଜଣ ବିଭିଜି ଇଣ୍ଡିଆ କର୍ମଚାରୀ, ଯାହାଙ୍କୁ ସୁପ୍ରିମକୋର୍ଟ ସଫେଇ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ଆଉଟ୍‌ସୋର୍ସିଂ କରିଥାଏ।
ସରକାରୀ ସୂଚନା ଅନୁଯାୟୀ ପୂର୍ବରୁ ସିଜେଆଇମାନଙ୍କ ସରକାରୀ ବାସଭବନରେ ୧୨ରୁ ୧୫ ଜଣ ପିଅନ ଓ ସହାୟକ କର୍ମଚାରୀ ରହୁଥିଲେ। ଅବସର ପରେ ସେମାନଙ୍କୁ ୨ କିମ୍ବା ୩ ଜଣ ସହାୟକ କର୍ମଚାରୀ ଯୋଗାଇଦିଆଯାଇଥାଏ। ଅବସର ପରେ ସିଜେଆଇ ଦିଲ୍ଲୀରେ ରହିଲେ ଏହି କର୍ମଚାରୀଙ୍କୁ ସୁପ୍ରିମକୋର୍ଟ ଯୋଗାଇଥାଏ। ଯଦି ସେ ନିଜ ରାଜ୍ୟକୁ ଫେରିଯାଆନ୍ତି, ତେବେ ତାଙ୍କ ପାଇଁ ସହାୟକ କର୍ମଚାରୀ ବ୍ୟବସ୍ଥା ସମ୍ପୃକ୍ତ ହାଇକୋର୍ଟ କରିଥାନ୍ତି।
ଗତ ଅଗଷ୍ଟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟ ବିଚାରପତି ନିୟମାବଳୀ, ୧୯୫୯ରେ ସଂଶୋଧନ କରି ଅବସରପ୍ରାପ୍ତ ସିଜେଆଇଙ୍କୁ ୬ ମାସ ବିନା ଭଡ଼ାରେ ଟାଇପ୍‌-୭ ବାସଭବନ ଯୋଗାଇଦେବା ବ୍ୟବସ୍ଥା ହୋଇଛି। ପୂର୍ବତନ ସିଜେଆଇ ଏନ୍‌.ଭି.ରମନାଙ୍କୁ ୨ ତୋଗଲକ୍‌ ରୋଡ୍‌ରେ ୬ ମାସ ପାଇଁ ଘର ମିଳିଥିବାବେଳେ ଜଷ୍ଟିସ୍‌ ଲଲିତଙ୍କୁ ଶାହଜାହାନ ରୋଡ୍‌ରେ ବଙ୍ଗଳା ମିଳିଥିଲା। ତେବେ ଉକ୍ତ ବିଲ୍ଡିଂର ଆକୃତି ଭଲ ନ ଥିବା ଦର୍ଶାଇ ଜଷ୍ଟିସ୍‌ ଲଲିତ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ନୂଆ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ୧୯, ଆକବର ରୋଡ୍‌କୁ ଯିବା ପାଇଁ ନିଷ୍ପତ୍ତି ନେବାରୁ ଜଷ୍ଟିସ୍‌ ଲଲିତଙ୍କୁ ୧୭ ସଫଦରଜଙ୍ଗ ରୋଡ୍‌ରେ ଏହାର ଏକ ପୁଲ୍‌ ବଙ୍ଗଳା ଯୋଗାଇ ଦିଆଯାଇଛି। ନୂଆବର୍ଷରେ ସେ ଏହି ବଙ୍ଗଳାକୁ ଯିବେ। ଘର ବଦଳାଇବା ପରେ ବର୍ତ୍ତମାନର ୨୮ ଜଣ କର୍ମଚାରୀଙ୍କ ମଧ୍ୟରୁ ଅନୂ୍ୟନ ୧୨ ଜଣଙ୍କୁ ଯୋଗାଇଦେବା ନିମନ୍ତେ ସେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?