ଜୈବିକ ସାର ପ୍ରୟୋଗକରି ଡ୍ରାଗନ ଚାଷ

ମହାକାଳପଡ଼ା ୨୮ା୧୨ (ଡି.ଏନ.ଏ.): ଚାଷୀଟିଏ ଚାଷ କରି ଅଭାବୀ ବିକ୍ରି ବଟାର ସମ୍ମୁଖୀନ ହେଉଛି। ନିଜସ୍ବ ଜମିକୁ ଅନ୍ୟକୁ ଭାଗ ଦେଇ ଦେଉଛନ୍ତି। ଠିକ୍‌ ସେତିକି ବେଳେ ଯୁବ ପରିବେଶବିତ୍‌ ଜୈବିକ ସାର, କୀଟ ନାଶକ ପ୍ରୟୋଗ କରି ଭିଏତ୍‌ନାମର ଡ୍ରାଗନ୍‌ ଫଳକୁ ନିଜର ଟାଙ୍ଗରା ଭୂଇଁରେ ଚାଷ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଖାଲି ସେତିକି ନୁହେଁ, ନିଜର ଖୁବ୍‌ ସ୍ବଳ୍ପ ଜମିରେ ଏକ ପୋଖରୀରେ ବିଭିନ୍ନ ପ୍ରକାରର ମାଛ ଚାଷ କରିବା ସହ ପୋଖରୀ ହୁଡ଼ାରେ ୬୦ରୁ ଅଧିକ ବିଭିନ୍ନ କିସମର ଦେଶୀ ଓ ବିଦେଶୀ ଫଳ ଚାଷ କରିଥିବା ଦେଖିବାକୁ ମିଳିଛି।
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣି ପଞ୍ଚାୟତ ଛପାଲୀ ଗଁାର ଯୁବ ପରିବେଶବିତ୍‌ ସମରେନ୍ଦ୍ର ମହାଳିଙ୍କ ବାଡିରେ ବିଭିନ୍ନ ପ୍ରକାର ଫୁଲ, ଫଳ ଦେଖିବାକୁ ମିଳିଛି। ଏହା ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ଚାଷ କରାଯାଉଛି। ବଜାରରେ ମିଳୁଥିବା ଫଳଠାରୁ ଏହା ଖୁବ୍‌ ସ୍ବାଦିଷ୍ଟଯୁକ୍ତ। ତେବେ ମାହାଳିଙ୍କ କହିବା କଥା, ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଭାରତର ବିଭିନ୍ନ ରାଜ୍ୟ ତଥା ଦିଲ୍ଲୀ, ହରିୟାଣା, ଚେନ୍ନାଇ, ବାଙ୍ଗାଲୁରୁ, ଗୁଜରାଟ ଆଦି ଅଞ୍ଚଳ ବୁଲିବା ପରେ ସେଠାକାର ଜଳବାୟୁରେ ଫଳ ଚାଷ ପ୍ରଣାଳୀକୁ ଦେଖି ଖୁବ୍‌ ବିମୋହିତ ହୋଇ ନିଜେ କିଛି କରିବାକୁ ସଂକଳ୍ପ ନେଇଥିଲି। ପରେ ସ୍ବଳ୍ପ ଟାଙ୍ଗରା ଜମିରେ ଏହି ଫଳ ଚାରାଗୁଡିକ କୋଲକାତାରୁ ଅନ୍‌ଲାଇନରେ ମଗାଇ ବାଡିରେ ରୋପଣ କରିଥିଲେ। ପରେ ଚାରା ମୂଳରେ ଜୈବିକ ଖତ ଅଣୁସାର ପ୍ରୟୋଗ କରିଥିଲି। ଏହାର କିଛି ମାସ ପରେ ଗଛଗୁଡିକରେ ଫୁଲ, ଫଳ ଧରିବାରୁ ରୋଗ ପ୍ରତିଷେଧକ ଭାବେ ଜୈବିକ ଉପାୟରେ ଗୋ ମୂତ୍ର, କାକର ଜଳ, ବର୍ଷା ଜଳ, ଶୁଖିଲା ଗୋବର, ସୋରିଷ ପିଡ଼ିଆ, ବେସନ, ଗୁଡ଼, ନିମ୍ନ ଓ କରଞ୍ଜ ପତ୍ରକୁ ମିଶାଇ ଏକ ନିବୁଜ ମାଟି ପାତ୍ରରେ ୭ଦିନ ପର୍ଯ୍ୟନ୍ତ ବନ୍ଦ କରି ରଖାଯାଇଥିଲା। ପରେ ଉକ୍ତ ମିଶ୍ରଣକୁ କୀଟନାଶକ ଭାବେ ସିଞ୍ଚନ କରାଯାଉଛି; ଯାହାଫଳରେ ଏହି ଗଛରେ ଫଳି ଥିବା ଫଳ ସାମ୍ପ୍ରତିକ ବଜାରରେ ମିଳୁଥିବା ଫଳ ତୁଳନାରେ ଢେର୍‌ ଉନ୍ନତମାନର ବୋଲି କୁହାଯାଇଛି। ଉକ୍ତ ହୁଡ଼ାରେ ଫଳୁ ଥିବା ଫଳ ମଧ୍ୟରେ ରହିଛି ଡ୍ରାଗନ୍‌, କଶ୍ମୀରୀ ଆପଲ, ଥାଇଲାଣ୍ଡ ଆପଲ ବାର, ଚାଇନା କମଳା, ଜାମୁ ଡୋଳ, ବାନାନା ଆମ୍ବ, ଥାଇ ପିଜୁଳି, କରମଙ୍ଗା, ଆଣ୍ଡାମାନ ଲଙ୍କା (ମିରିଚି ), ସପେଟା, ମୌସମୀ, ଇନୋ ଭଳି ବିଭିନ୍ନ ଦେଶୀୟ ଓ ବିଦେଶୀ ଫଳ ଏବେ ଫଳି ଥିବା ଦେଖିବାକୁ ମିଳିଛି। ଏହି ଦେଶୀ ବିଦେଶୀ ଫଳଗୁଡ଼ିକ ଦେଖିବାକୁ ମାହାଳିଙ୍କ ବାଡିରେ ଏବେ ଲୋକଙ୍କ ଭିଡ ହେଉଛି। ଉପକୂଳ ଅଞ୍ଚଳରେ ଡ୍ରାଗନ୍‌ ଭଳି ବିଦେଶୀ ଫଳ ଫଳିବାର ଉପଯୁକ୍ତ ଜଳବାୟୁ ସହାୟକ ହୋଇପାରିଛି। ସାପ୍ତାହିକ ବଜାରରେ ଡ୍ରାଗନ୍‌ କିଲୋ ପ୍ରତି ୩ ଶହରୁ ୪ଶହ ଟଙ୍କା ରହିଛି। ସ୍ଥାନୀୟ ବେକାର ଯୁବତୀଯୁବକମାନେ ଦାଦନ ଖଟିବାକୁ ନ ଯାଇ ଯଦି ଏହି ଚାଷ ପ୍ରତି ମନ ବଳାଇବେ ତାହା ହେଲେ ଖୁବ୍‌ ସ୍ବଳ୍ପ ସମୟ ମଧ୍ୟରେ ଅଧିକ ଚାଷ କରି ଲାଭବାନ ହୋଇପାରିବେ ବୋଲି ବୁଦ୍ଧିଜୀବୀ ସୁବାସ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ବେଆଇନ ନିଶା କଫସିରପ୍ ରାକେଟ‌ର ପର୍ଦ୍ଦାଫାଶ, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧।୭(ପ୍ରମୋଦ ବହିଦାର): ସମ୍ବଲପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ନିଷିଦ୍ଧ ନିଶା କଫସିରପ କାରବାରରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ସମ୍ବଲପୁରର ଅଇଁଠାପାଲି ଥାନା ପୋଲିସ…

RJD ପରେ JDU ନେତାଙ୍କ ଦାବି, ‘ନୀତୀଶ କୁମାରଙ୍କୁ ଉପ-ପ୍ରଧାନମନ୍ତ୍ରୀ କରାଯିବା ଉଚିତ’

ନୂଆଦିଲ୍ଲୀ,୧।୭: ଆରଜେଡି ପରେ, ଜେଡି(ୟୁ) ଏବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ଦାବି କରିଛି। ଜେଡି(ୟୁ) ବିଧାୟକ ପଙ୍କଜ ମିଶ୍ର କହିଛନ୍ତି ଯେ…

ସ୍ୱାମୀଙ୍କଠାରୁ ଅଧିକ ରୋଜଗାର କରୁଥିଲେ ମିଳିବନି ଭରଣପୋଷଣ ଟଙ୍କା: କର୍ନାଟକ ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୧।୭: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭରଣପୋଷଣ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ଶୁଣାଣି କରିଛନ୍ତି। ଯଦି ସ୍ତ୍ରୀର ଆୟ ସ୍ୱାମୀଙ୍କଠାରୁ ଅଧିକ, ତେବେ ସେ ଭରଣପୋଷଣ…

ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ: ଶୁଣିଲେ ପାକିସ୍ତାନର ଉଡ଼ିଯିବ ହୋଶ୍‌

ମସ୍କୋ/ନୂଆଦିଲ୍ଲୀ,୧।୭: ରୁଷିଆ ଭାରତକୁ Su-57E ଷ୍ଟିଲ୍ଥ ଲଢ଼ୁଆ ବିମାନର ଯୋଗାଣ ଏବଂ ମିଳିତ ଉତ୍ପାଦନ ସମ୍ପର୍କରେ ଏକ ପ୍ରମୁଖ ପ୍ରସ୍ତାବ ଦେଇଛି। ଏହି ଚୁକ୍ତି ଭାରତ-ପ୍ରଶାନ୍ତ ମହାସାଗରୀୟ…

ରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ, ଏହି ଶପଥ ନେଲେ ଛାତ୍ରୀଛାତ୍ର

ରାଇକିଆ,୧।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନାରେ ବୁଧବାର ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ନୂତନ ବ୍ଲକ ଶିକ୍ଷା ଅଧିକାରିଣୀ ଭାବେ ଯୋଗଦେଲେ ମଧୁସ୍ମିତା:ଏକ ନମ୍ବର ଶିକ୍ଷା ବ୍ଲକ କରିବା ଲକ୍ଷ୍ୟ

କର୍ଲାମୁଣ୍ଡା:୧/୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ବୁଧବାର ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ ଯୋଗଦେବା…

ଗଜପତି ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ, ୬ ନାବାଳିକା…

ଗଜପତି,୧।୭(ଗିରିଧାରୀ ପରିଛା): ଗଜପତି ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ କରି ୬ ଜଣ ନାବାଳିକାଙ୍କ ସମେତ ୭ ଜଣ ପୀଡ଼ିତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି।…

ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ରୋଗୀସେବା ବନ୍ଦ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବଞ୍ଚୋ,୧।୭(ପ୍ରଦୋଷ ବିଶ୍ୱାଳ ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓମ୍‌ସା)ର ୮ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଜାତୀୟ ଡାକ୍ତର ଦିବସ ଅବସରରୁ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri