୩୨୯ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା

ଧାମନଗର, ୨୮।୧୨(ଡି.ଏନ୍‌.ଏ):  ଭଦ୍ରକ ଜିଲା ଧାମନଗର ବ୍ଲକ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୮ ଦଫା ଦାବି ନେଇ ଅଲ୍‌ ଓଡ଼ିଶା ଅଙ୍ଗନୱାଡି ୱାର୍କର୍ସ ଆସୋସିଏଶନ ଓ ଭାରତୀୟ ମଜଦୁର ସଂଘ ପକ୍ଷରୁ ଚାଲିଥିବା ବିକ୍ଷୋଭ ଓ ଧାରଣା ମଙ୍ଗଳବାର ୩୭ ଦିନରେ ପହଞ୍ଚିଛି। ଦାବି ପୂରଣ ନ ହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। କର୍ମୀ ଓ ସହାୟିକାମାନଙ୍କ ଆନ୍ଦୋଳନ ଚାଲିଥିବାରୁ ସମନ୍ବିତ ଶିଶୁ ବିକାଶ ଯୋଜନା ବାଟବଣା ହୋଇଛି। ରାଜଧାନୀଠାରୁ ଆରମ୍ଭ କରି ପ୍ରତ୍ୟେକ ବ୍ଲକ ସଦର ମହକୁମାରେ କାର୍ଯ୍ୟ ବନ୍ଦ ସେମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଫଳରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକ ବନ୍ଦ ରହିଥିବାରୁ ଏହାର ପ୍ରଭାବ ଶିଶୁମାନଙ୍କ ଉପରେ ପଡ଼ିଛି। ଧାମନଗର ବ୍ଲକ ଓ ଏନ୍‌ଏସିରେ ମୋଟ ୩୫୩ ଅଙ୍ଗନୱାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ୩୦୧ କେନ୍ଦ୍ର ଓ ୫୨ ମିନି କେନ୍ଦ୍ର ଥିବାବେଳେ ପ୍ରାୟ ୧୦ ହଜାର ପାଖାପାଖି ଶିଶୁ ରହିଛନ୍ତି। ୨୪ ଅଙ୍ଗନଓ୍ବାଡି କେନ୍ଦ୍ର ଧାରଣାକୁ ସମର୍ଥନ ନ କରି କେନ୍ଦ୍ର ଖୋଲୁଥିବା ବେଳେ ୩୨୯ଟିରେ ତାଲା ଝୁଲୁଛି। ଏଭଳି ସ୍ଥିତିରେ ଶିଶୁମାନେ ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହେବା ସହ ସହାୟତା ପାଉଥିବା କିଶୋରୀ, ଗର୍ଭବତୀ ଓ ପ୍ରସୂତି ମହିଳାମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କର୍ମୀ ଓ ସହାୟିକାଙ୍କ ଅନୁପସ୍ଥିତିରେ ମହିଳା ଓ ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ ନିକଟରେ ବ୍ଲକର ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀକୁ ନେଇ ଛତୁଆ ବଣ୍ଟାଯିବା ଆରମ୍ଭ ହୋଇଥିଲେ ମଧ୍ୟ ଏହା କିନ୍ତୁ ସଫଳ ହୋଇପାରି ନାହିଁ।
ଏ ସମ୍ପର୍କରେ ଧାମନଗର ସିଡିପିଓ ନମିତା ଦାସ କହିଛନ୍ତି, ଅଙ୍ଗନଓ୍ବାଡି କର୍ମୀଙ୍କ ଆନ୍ଦୋଳନ ରାଜ୍ୟ ସମସ୍ୟା। ଆମେ ଛତୁଆ ବାଣ୍ଟିବାକୁ ସ୍ବୟଂସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦେଇଛୁ। ଅଣ୍ଡା ବାଣ୍ଟିବା ଦାୟିତ୍ୱ ନେବାକୁ ଗୋଷ୍ଠୀ ରାଜି ନ ହେବାରୁ ସରକାର ମଧ୍ୟ ମନା କରିଥିଲେ। ଧାମନଗର ବ୍ଲକ ଏବଂ ଭଦ୍ରକ ଜିଲା ଅଙ୍ଗନୱାଡି ସଂଘର ସମ୍ପାଦିକା ଜୟନ୍ତୀ ଜେନା କେନ୍ଦ୍ର ଅଚଳାବସ୍ଥାକୁ ନେଇ କୁହନ୍ତି, ସେମାନେ ଅଧିକାଂଶ ସରକାରୀ କାର୍ଯ୍ୟ କରୁଥିବା ବେଳେ ବର୍ଷ ବର୍ଷ ଧରି କର୍ମୀ ଅବହେଳାର ଶିକାର ହୋଇଚାଲିଛନ୍ତି। ରାଜ୍ୟ ଏବଂ କେନ୍ଦ୍ର ସରକାର କର୍ମୀ ଓ ସହାୟିକାଙ୍କ ଆବଶ୍ୟକ ଦାବିଗୁଡ଼ିକ ପୂରଣ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ବ୍ଲକକୁ ମିଳିଲେ ନୂଆ ଅଧ୍ୟକ୍ଷା, ବିଧାୟକଙ୍କ ଉପସ୍ଥିତିରେ ନେଲେ ଦାୟିତ୍ୱ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଏସ୍. ସାରଦା ରେଡ୍ଡୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ମ୍ୟୁନିସିପାଲିଟି…

ଓଲଟିଲା ବସ୍‌: ଭିତରେ ଥିଲେ ୩୦ ଯାତ୍ରୀ, ସେଥିରୁ ୨ ଜଣ…

ବଣାଇଁ,୯ା୧୦(ପ୍ରଦୀପ ତ୍ରିପାଠୀ): ସମ୍ବଲପୁର ଜିଲା କୁଚିଣ୍ଡାରୁ ବଣାଇଁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଅଂଶିକା’ ଗୁରୁଣ୍ଡିଆ ନିକଟସ୍ଥ ମଧୁପୁରଠାରେ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସେଥିରେ…

ଶୌଚ ଯିବା ହେଲା କାଳ, ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ଜୀବନ

କୁଚିଣ୍ଡା,୯।୧୦(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ କୁଚିଣ୍ଡା ରେଞ୍ଜ ଅଧୀନ କୁଚିଣ୍ଡା ଏନ୍‌ଏସି ୧୦ ନମ୍ବର ୱାର୍ଡ ସଇଡାରେ ଶୁକ୍ରବାର ଏକ ହାତୀ ଆକ୍ରମଣରେ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?