କରୋନା ସଂକ୍ରମଣ ପ୍ରତିହତ ପାଇଁ ମକ୍‌ ଡ୍ରିଲ୍‌

କେନ୍ଦ୍ରାପଡ଼ା ଅଫିସ, ୨୮ା୧୨: ଚାଇନା ସମେତ ଅନ୍ୟ କେତେଗୋଟି ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ଚଳଚଞ୍ଚଳ ହୋଇଛନ୍ତି। ସଂକ୍ରମଣକୁ ପ୍ରତିହତ ପାଇଁ ମକ୍‌ ଡ୍ରିଲ ସହ ଆନୁଷଙ୍ଗିକ ବ୍ୟବସ୍ଥାର ତନଖି କରାଯାଉଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହିକ୍ରମରେ ମଙ୍ଗଳବାର ଏକ ମକ୍‌ ଡ୍ରିଲ ହୋଇଯାଇଛି। ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ଏକ ଡମି ସଂକ୍ରମିତଙ୍କୁ ଶାମଗୁଡିଆସ୍ଥିତ ନବନିର୍ମିତ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ବ୍ୟବସ୍ଥାକୁ ତନଖି କରାଯାଇଛି। ଅପରପକ୍ଷରେ ଜିଲାର ସ୍ବାସ୍ଥ୍ୟସେବା ଓ ବ୍ୟବସ୍ଥାର ଅଧୋଗତି ହୋଇଥିବା ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ଅମରବର ବିଶ୍ୱାଳ, ରବୀନ୍ଦ୍ର କୁମାର ଦାସ, ରବି ନାରାୟଣ ପତି, ବୀରେନ କୁମାର ଦାସ, ପ୍ରସନ୍ନ କୁମାର ଧଳ ପ୍ରମୁଖ କହିଛନ୍ତି, ୨୦୨୦ ଏପ୍ରିଲ ୭ରୁ କରୋନା ସଂକ୍ରମିତଙ୍କୁ ଜିଲାରେ ଚିହ୍ନଟ କରାଯାଉଛି। ଏଥିପାଇଁ ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ସେଣ୍ଟର ଖୋଲିବାଠାରୁ ସ୍ଥାନୀୟ ଜିଲାବାସୀଙ୍କୁ ଭାକ୍‌ସିନ ଯୋଗାଇ ଦିଆଯାଉଥିଲା। ତେବେ ସମ୍ଭାବ୍ୟ ଚତୁର୍ଥ ଲହରକୁ କେନ୍ଦ୍ରାପଡ଼ା ଜିଲା ସ୍ବାସ୍ଥ୍ୟ ବିଭାଗ ପରିଚାଳନାକୁ ନେଇ ସନ୍ଦେହ ଅଛି। ଶାମଗୁଡିଆସ୍ଥିତ ନବନିର୍ମିତ ମାତୃ ମଙ୍ଗଳ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲା ମୁଖ୍ୟ ଚିକିତ୍ସାଳୟ ଗୃହକୁ ମୁଖ୍ୟମନ୍ତ୍ରୀ ଗତ ବର୍ଷକ ମଧ୍ୟରେ ୨ ଥର ଉଦ୍‌ଘାଟନ କରିଛନ୍ତି। ହେଲେ ଅଦ୍ୟାବଧି ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଏବେବି ପୁରୁଣା ସ୍ଥାନରେ ମାତୃ ମଙ୍ଗଳ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁ ଜନ୍ମ ନେଉଛନ୍ତି। ସେହିପରି ଡାକ୍ତର, କର୍ମଚାରୀଙ୍କ ଅଭାବ ସମ୍ଭାବ୍ୟ ସଂକ୍ରମଣ ଓ ଚିକିତ୍ସା ସେବା ଯୋଗାଇବାକୁ ଅକ୍ଷମ ହେବ। ଏହାବ୍ୟତୀତ ହିତାଧିକାରୀଙ୍କୁ ଭାକ୍‌ସିନ ଯୋଗାଣ ଧାର୍ଯ୍ୟ ଲକ୍ଷ୍ୟଠାରୁ ବହୁ ଦୂରରେ ଅଛି। କୋଭିଡ୍‌ ୧୯ ଡ୍ୟାସ ବୋର୍ଡ ତଥ୍ୟ ଅନୁଯାୟୀ ବୁଷ୍ଟର ଡୋଜ ଅପେକ୍ଷାରେ ୩,୮୭,୩୦୯ ଜଣ ଅଛନ୍ତି। ଏହି ଜିଲାରେ ମୋଟ ୫୨,୧୯୪ ଜଣଙ୍କୁ କୋର୍ବେଭାକ୍ସ ଭାକ୍‌ସିନ ଲଗାଇବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ୧୨ରୁ ୧୪ ବର୍ଷ ମଧ୍ୟରେ ଥିବା କିଶୋର ଏହି ଭାକ୍‌ସିନର ପ୍ରଥମ ଡୋଜ ନେଇଥିବା ବେଳେ ଦ୍ୱିତୀୟ ଡୋଜ ୮୨ ପ୍ରତିଶତ ନେଇଛନ୍ତି। ସେହିପରି ୧୫ରୁ ୧୮ବର୍ଷ ବୟସ୍କଙ୍କୁ ଧାର୍ଯ୍ୟ ଲକ୍ଷ୍ୟ ୮୨,୧୦୦ ମଧ୍ୟରୁ କୋଭାକ୍ସସିନର ପ୍ରଥମ ଡୋଜ ୮୭ ଓ ଦ୍ୱିତୀୟ ଡୋଜ ୮୬ ପ୍ରତିଶତ ଦିଆଯାଇଛି। ୧୧, ୦୬୯୮୫ ଜଣ ୧୮ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ କୋଭିସିଲଡ୍‌ ଭାକ୍‌ସିନ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଡୋଜ ୯୩ ପ୍ରତିଶତ ଓ ଦ୍ୱିତୀୟ ଡୋଜ ୮୯ ପ୍ରତିଶତ ପାଇଛନ୍ତି। ବୁଷ୍ଟର ଡୋଜ ପାଇଁ ଅଦ୍ୟାବଧି ପ୍ରାୟ ୪ ଲକ୍ଷ ଲୋକ ଅପେକ୍ଷା କରିଛନ୍ତି। ମାତ୍ର ଜିଲାରେ ମାଗଣା ବୁଷ୍ଟର ଡୋଜ ବନ୍ଦ ହୋଇଛି। ଟିକାକରଣ ନ ହେଲେ ସଂକ୍ରମଣ ଅଧିକ ହେବ। ଗତ ୨ ବର୍ଷ ମଧ୍ୟରେ ଜିଲାରୁ ୨୮, ୩୭୬ ଜଣ ସଂକ୍ରମିତ ହୋଇଥିବା ବେଳେ ସରକାରୀ ତଥ୍ୟରେ ୨୭୭ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଏହି ସଂଖ୍ୟାଠାରୁ ଢେର ଅଧିକ ଲୋକ କରୋନା ସଂକ୍ରମଣରେ ଜୀବନ ଯାଇଛି। ସେହିପରି ସ୍ବାସ୍ଥ୍ୟ କର୍ମୀଙ୍କ ଅବହେଳା ଯୋଗୁ ଆଗାମୀ ସଂକ୍ରମଣ ପ୍ରତି ଆଶଙ୍କା ଥିବା ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ଓ ଡା. ମିଶ୍ରଙ୍କୁ ପଚାରିବାରେ ନବନିର୍ମିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ମୋଟ ୭୦ ଶଯ୍ୟା ମଧ୍ୟରୁ ୭ ଭେଣ୍ଟିଲେଟର ଆଇସିୟୁ ଓ କରୋନା ସଂକ୍ରମିତଙ୍କ ପାଇଁ ୨୦ଟି ଅବଜରଭେସନ ଶଯ୍ୟା ପ୍ରସ୍ତୁତ କରାଯାଇଛି। ଅକ୍ସିଜେନ ପାଇପ ଲାଇନ ସପ୍ଲାଇରୁ ପ୍ରତ୍ୟେକ ବେଡ୍‌କୁ ସଂଯୋଗୀକରଣ ହୋଇଛି। ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ଭାକ୍‌ସିନ ଓ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?