କରୋନା ସଂକ୍ରମଣ ପ୍ରତିହତ ପାଇଁ ମକ୍‌ ଡ୍ରିଲ୍‌

କେନ୍ଦ୍ରାପଡ଼ା ଅଫିସ, ୨୮ା୧୨: ଚାଇନା ସମେତ ଅନ୍ୟ କେତେଗୋଟି ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ଚଳଚଞ୍ଚଳ ହୋଇଛନ୍ତି। ସଂକ୍ରମଣକୁ ପ୍ରତିହତ ପାଇଁ ମକ୍‌ ଡ୍ରିଲ ସହ ଆନୁଷଙ୍ଗିକ ବ୍ୟବସ୍ଥାର ତନଖି କରାଯାଉଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହିକ୍ରମରେ ମଙ୍ଗଳବାର ଏକ ମକ୍‌ ଡ୍ରିଲ ହୋଇଯାଇଛି। ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ଏକ ଡମି ସଂକ୍ରମିତଙ୍କୁ ଶାମଗୁଡିଆସ୍ଥିତ ନବନିର୍ମିତ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ବ୍ୟବସ୍ଥାକୁ ତନଖି କରାଯାଇଛି। ଅପରପକ୍ଷରେ ଜିଲାର ସ୍ବାସ୍ଥ୍ୟସେବା ଓ ବ୍ୟବସ୍ଥାର ଅଧୋଗତି ହୋଇଥିବା ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ଅମରବର ବିଶ୍ୱାଳ, ରବୀନ୍ଦ୍ର କୁମାର ଦାସ, ରବି ନାରାୟଣ ପତି, ବୀରେନ କୁମାର ଦାସ, ପ୍ରସନ୍ନ କୁମାର ଧଳ ପ୍ରମୁଖ କହିଛନ୍ତି, ୨୦୨୦ ଏପ୍ରିଲ ୭ରୁ କରୋନା ସଂକ୍ରମିତଙ୍କୁ ଜିଲାରେ ଚିହ୍ନଟ କରାଯାଉଛି। ଏଥିପାଇଁ ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ସେଣ୍ଟର ଖୋଲିବାଠାରୁ ସ୍ଥାନୀୟ ଜିଲାବାସୀଙ୍କୁ ଭାକ୍‌ସିନ ଯୋଗାଇ ଦିଆଯାଉଥିଲା। ତେବେ ସମ୍ଭାବ୍ୟ ଚତୁର୍ଥ ଲହରକୁ କେନ୍ଦ୍ରାପଡ଼ା ଜିଲା ସ୍ବାସ୍ଥ୍ୟ ବିଭାଗ ପରିଚାଳନାକୁ ନେଇ ସନ୍ଦେହ ଅଛି। ଶାମଗୁଡିଆସ୍ଥିତ ନବନିର୍ମିତ ମାତୃ ମଙ୍ଗଳ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲା ମୁଖ୍ୟ ଚିକିତ୍ସାଳୟ ଗୃହକୁ ମୁଖ୍ୟମନ୍ତ୍ରୀ ଗତ ବର୍ଷକ ମଧ୍ୟରେ ୨ ଥର ଉଦ୍‌ଘାଟନ କରିଛନ୍ତି। ହେଲେ ଅଦ୍ୟାବଧି ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଏବେବି ପୁରୁଣା ସ୍ଥାନରେ ମାତୃ ମଙ୍ଗଳ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁ ଜନ୍ମ ନେଉଛନ୍ତି। ସେହିପରି ଡାକ୍ତର, କର୍ମଚାରୀଙ୍କ ଅଭାବ ସମ୍ଭାବ୍ୟ ସଂକ୍ରମଣ ଓ ଚିକିତ୍ସା ସେବା ଯୋଗାଇବାକୁ ଅକ୍ଷମ ହେବ। ଏହାବ୍ୟତୀତ ହିତାଧିକାରୀଙ୍କୁ ଭାକ୍‌ସିନ ଯୋଗାଣ ଧାର୍ଯ୍ୟ ଲକ୍ଷ୍ୟଠାରୁ ବହୁ ଦୂରରେ ଅଛି। କୋଭିଡ୍‌ ୧୯ ଡ୍ୟାସ ବୋର୍ଡ ତଥ୍ୟ ଅନୁଯାୟୀ ବୁଷ୍ଟର ଡୋଜ ଅପେକ୍ଷାରେ ୩,୮୭,୩୦୯ ଜଣ ଅଛନ୍ତି। ଏହି ଜିଲାରେ ମୋଟ ୫୨,୧୯୪ ଜଣଙ୍କୁ କୋର୍ବେଭାକ୍ସ ଭାକ୍‌ସିନ ଲଗାଇବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ୧୨ରୁ ୧୪ ବର୍ଷ ମଧ୍ୟରେ ଥିବା କିଶୋର ଏହି ଭାକ୍‌ସିନର ପ୍ରଥମ ଡୋଜ ନେଇଥିବା ବେଳେ ଦ୍ୱିତୀୟ ଡୋଜ ୮୨ ପ୍ରତିଶତ ନେଇଛନ୍ତି। ସେହିପରି ୧୫ରୁ ୧୮ବର୍ଷ ବୟସ୍କଙ୍କୁ ଧାର୍ଯ୍ୟ ଲକ୍ଷ୍ୟ ୮୨,୧୦୦ ମଧ୍ୟରୁ କୋଭାକ୍ସସିନର ପ୍ରଥମ ଡୋଜ ୮୭ ଓ ଦ୍ୱିତୀୟ ଡୋଜ ୮୬ ପ୍ରତିଶତ ଦିଆଯାଇଛି। ୧୧, ୦୬୯୮୫ ଜଣ ୧୮ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ କୋଭିସିଲଡ୍‌ ଭାକ୍‌ସିନ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଡୋଜ ୯୩ ପ୍ରତିଶତ ଓ ଦ୍ୱିତୀୟ ଡୋଜ ୮୯ ପ୍ରତିଶତ ପାଇଛନ୍ତି। ବୁଷ୍ଟର ଡୋଜ ପାଇଁ ଅଦ୍ୟାବଧି ପ୍ରାୟ ୪ ଲକ୍ଷ ଲୋକ ଅପେକ୍ଷା କରିଛନ୍ତି। ମାତ୍ର ଜିଲାରେ ମାଗଣା ବୁଷ୍ଟର ଡୋଜ ବନ୍ଦ ହୋଇଛି। ଟିକାକରଣ ନ ହେଲେ ସଂକ୍ରମଣ ଅଧିକ ହେବ। ଗତ ୨ ବର୍ଷ ମଧ୍ୟରେ ଜିଲାରୁ ୨୮, ୩୭୬ ଜଣ ସଂକ୍ରମିତ ହୋଇଥିବା ବେଳେ ସରକାରୀ ତଥ୍ୟରେ ୨୭୭ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଏହି ସଂଖ୍ୟାଠାରୁ ଢେର ଅଧିକ ଲୋକ କରୋନା ସଂକ୍ରମଣରେ ଜୀବନ ଯାଇଛି। ସେହିପରି ସ୍ବାସ୍ଥ୍ୟ କର୍ମୀଙ୍କ ଅବହେଳା ଯୋଗୁ ଆଗାମୀ ସଂକ୍ରମଣ ପ୍ରତି ଆଶଙ୍କା ଥିବା ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ଓ ଡା. ମିଶ୍ରଙ୍କୁ ପଚାରିବାରେ ନବନିର୍ମିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ମୋଟ ୭୦ ଶଯ୍ୟା ମଧ୍ୟରୁ ୭ ଭେଣ୍ଟିଲେଟର ଆଇସିୟୁ ଓ କରୋନା ସଂକ୍ରମିତଙ୍କ ପାଇଁ ୨୦ଟି ଅବଜରଭେସନ ଶଯ୍ୟା ପ୍ରସ୍ତୁତ କରାଯାଇଛି। ଅକ୍ସିଜେନ ପାଇପ ଲାଇନ ସପ୍ଲାଇରୁ ପ୍ରତ୍ୟେକ ବେଡ୍‌କୁ ସଂଯୋଗୀକରଣ ହୋଇଛି। ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ଭାକ୍‌ସିନ ଓ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri