Home Left

ଫାର୍ମା କମ୍ପାନୀ ଖୋଲିବେ ଯୁବ ବୈଜ୍ଞାନିକ ଶେଷ କିଷାନ

ରେଢାଖୋଲ,୨୩ା୧୧(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ ନାକ୍ଟିଦେଉଳ ବ୍ଲକ ଅଧୀନ ବଲାସିଙ୍ଗା ଗ୍ରାମର ଯୁବ ବୈଜ୍ଞାନିକ ଡ. ଶେଷ କିଷାନ ଖୁବ୍‌ଶୀଘ୍ର ଏକ ଫାର୍ମା କମ୍ପାନୀ ଖୋଲିବାକୁ ଯାଉଛନ୍ତି। ମଙ୍ଗଳବାର ତାଙ୍କ ବିବାହ ରିସେପ୍‌ସନ ଅବସରରେ ରେଢ଼ାଖୋଲ ବିଜୁ ପଟ୍ଟନାୟକ କଲ୍ୟାଣ…

ମହିମାଗାଦିରେ ବୁଲିଲା ଜେସିବି

ଢେଙ୍କାନାଳ ଅଫିସ, ୨୩।୧୧: ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପ୍ରମୁଖ ପୀଠସ୍ଥଳୀ ଢେଙ୍କାନାଳ ଜିଲା ଯୋରନ୍ଦାସ୍ଥିତ ମହିମାଗାଦିର ବିବାଦୀୟ ତୃତୀୟ ବେଢ଼ାରୁ ମଙ୍ଗଳବାର ଉଚ୍ଛେଦ କାର୍ଯ୍ୟ ସରିଛି। କୌପିନଧାରୀ ମହିମା ଧର୍ମାବଲମ୍ବୀଙ୍କ ମୁଖ୍ୟ ଉପାସନାସ୍ଥଳୀରେ ଥିବା ବତି ମନ୍ଦିର, ଧୁନି ମନ୍ଦିର,…

ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ ଉନ୍ନତୀକରଣ ପାଇଁ ଅନୁମତି

ବାରିପଦା ଅଫିସ,୨୩ା୧୧:ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁରସ୍ଥିତ ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ର ଉନ୍ନତୀକରଣ ନିମନ୍ତେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ମଞ୍ଜୁରୀ ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କୁ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ(ଡିଆର୍‌ଡିଓ)…

ମାଲକାନଗିରି ବିକାଶ ସବୁଠୁ ଅଧିକ ଖୁସି ଦିଏ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(ବ୍ୟୁରୋ)/ମାଲକାନଗିରି,୨୩ା୧୧(ଡି.ଏନ୍‌.ଏ.):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ମାଲକାନଗିରି ଜିଲା ପାଇଁ ୬ଟି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହିସବୁ ପ୍ରକଳ୍ପ ଜିଲାର ସାମାଜିକ ଓ ଆର୍ଥିକ…

‘ସ୍ବଚ୍ଛତାର ସହ ହୋଇଛି ଏଏସ୍‌ଓ ପରୀକ୍ଷା’

  କଟକ ଅଫିସ, ୨୩ା୧୧: ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ୨୫ଶହ ପଦବୀ ପୂରଣ କରିବା ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଲକ୍ଷ୍ୟ ରଖିଛି। ୨୦୨୨-୨୩ ବର୍ଷ ପାଇଁ ପ୍ରାୟ ୪ହଜାର ପଦବୀ ପୂରଣ…

ହାତୀ ମୃତ୍ୟୁ ତଦନ୍ତ ବାଟବଣା

ଅସମାପିକା ସାହୁ ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ): ହାତୀ ମୃତ୍ୟୁ ଏବଂ ଅପମୃତ୍ୟୁ ଲୁଚେଇବା କ୍ଷେତ୍ରରେ ଓଡ଼ିଶା ଅନେକ ଅପଯଶ ଲାଭ କରିଛି। ରାଜ୍ୟରେ ବିଦ୍ୟୁତ୍‌ ତାର ଜନିତ ଦୁର୍ଘଟଣା ଏବଂ ଶିକାର ଯୋଗୁ ହାତୀ ମୃତ୍ୟୁ ସଂଖ୍ୟା ବଢୁଛି। ସେହିପରି ବିଷ ପ୍ରୟୋଗ…

ନୂଆ ଫର୍ମାଟରେ ଖେଳାଯିବ ଆସନ୍ତା ଟି୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ, ୨୨ା୧୧: ନୂଆ ଫର୍ମାଟରେ ଖେଳାଯିବ ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍‌ ୨୦୨୪। ଏଥିରେ ଅଂଶଗ୍ରହଣ କରିବାକୁ ଥିବା ୨୦ଟି ଦଳକୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ପ୍ରଥମ ରାଉଣ୍ଡ ପରେ ସୁପର ୮ ପର୍ଯ୍ୟାୟ ଖେଳାଯିବ। ୨୦୨୧ ଓ ୨୦୨୨…

ନଭେମ୍ବର ୨୬ରେ ରାଜ୍ୟବ୍ୟାପୀ ପାଳନ ହେବ ସମ୍ବିଧାନ ଦିବସ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେବାର ଦିବସ ନଭେମ୍ବର ୨୬କୁ ସାରା ଦେଶରେ ସମ୍ବିଧାନ ଦିବସ ରୂପେ ପାଳନ ପାଇଁ ଜାତୀୟ ସ୍ତରରେ ନିଷ୍ପତ୍ତି ହୋଇଛି। ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ରାଜ୍ୟ ସରକାରଙ୍କୁ ପତ୍ର…

ଗୋବିନ୍ଦାଙ୍କ ପାଦ ଛୁଇଁଲେ ପାକିସ୍ତାନୀ ଅଭିନେତା; ବଢ଼ୁଛି ଉତ୍ତେଜନା

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଗୋବିନ୍ଦା ଏପରି ଜଣେ କଳାକାର, ଯାହାଙ୍କ ପ୍ରଶଂସକ ଦେଶବିଦେଶରେ ରହିଛନ୍ତି। ନିକଟରେ ପାକିସ୍ତାନ ଅଭିନେତା ପହାଦ ମୁସ୍ତଫା ଗୋବିନ୍ଦାଙ୍କ ପ୍ରତି ଭଲପାଇବାକୁ ଦେଖାଇବାକୁ ଯାଇ ତାଙ୍କ ପାଦ ଛୁଇଁଥିଲେ। ଏବେ ଏହାକୁ ନେଇ କଟ୍ଟରପନ୍ଥୀ(ମୌଳିକବାଦୀ)ମାନେ ଖପ୍ପା ହୋଇଛନ୍ତି।…

ଇଂଲଣ୍ଡ ବିପକ୍ଷରେ ଓ୍ବାର୍ନରଙ୍କ ବିସ୍ଫୋରକ ବ୍ୟାଟିଂ: ଭାଙ୍ଗିଲେ ଏକାଧିକ ରେକର୍ଡ

ମେଲବୋର୍ନ,୨୨।୧୧: ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ବିସ୍ଫୋରକ ବ୍ୟାଟିଂ ସହ ଅନେକ ରେକର୍ଡ ଭାଙ୍ଗିଛନ୍ତି ଅଷ୍ଟ୍ରେଲିଆ ଓପନର୍‌ ଡେଭିଡ୍‌ ଓ୍ବାର୍ନର। ମ୍ୟାଚ୍‌ରେ ସେ ୯୭ ବଲ୍‌ରେ ନିଜର ୧୯ତମ ଦିନିକିଆ ଶତକ ମାରିଥିଲେ। ୧୦୪୩ ଦିନ ପରେ ଦିନିକିଆରେ ଏଭଳି ସଫଳତା…

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲା କୃଷି ବିଭାଗର କନିଷ୍ଠ କିରାଣୀ

ଝାରସୁୁଗୁଡ଼ା ଅଫିସ,୨୨।୧୧: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ଅଜୟ ପାଣ୍ଡେ। ଫସଲ ବୀମା କରାଇଦେବା ନେଇ ଜଣେ ଚାଷୀଙ୍କ ନିକଟରୁ ସେ ମଙ୍ଗଳବାର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…

ବିବାହ କରିବେ ଅର୍ଶୀ

ବମ୍ବେ: ବିବାହ କରିବେ ବିଗ୍‌ବସ୍‌ ଫେମ୍‌ ଅର୍ଶୀ ଖାଁ। ବ୍ୟବସାୟୀ ପ୍ରେମିକଙ୍କ ହାତ ଧରିବେ ସେ। ଏନେଇ ନିକଟରେ ସେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି। ହେଲେ ସେ କେବେ ଆଉ କାହାକୁ ବିବାହ କରିବେ ତାହାକୁ ଗୋପନୀୟ ରଖିବାକୁ ଚାହିଁଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri