ଏହି କାରଣରୁ ଅନୁଷ୍କାଙ୍କୁ ବିବାହ କରିବାକୁ ମନା କରିଥିଲେ ବାହୁବଳୀ

ମୁମ୍ବାଇ: ଆଜିକାଲି ବାହୁବଳୀ ଅଭିନେତା ପ୍ରଭାସଙ୍କ ନାଁ ତାଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ଅଭିନେତ୍ରୀ କ୍ରୀତି ସାନନଙ୍କ ସହ ଚର୍ଚ୍ଚା ହେଉଛି। ଯଦିଓ କ୍ରୀତି ଏ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି, ତଥାପି ଗୁଜବ ବନ୍ଦ ହେବାର ନାମ ନେଉନାହିଁ। ପୂର୍ବରୁ ପ୍ରଭାସ ଏବଂ ତାଙ୍କ ବାହୁବଳୀ ଫିଲ୍ମର ଅଭିନେତ୍ରୀ ଦେବସେନା ତଥା ଅନୁଷ୍କା ଶେଟ୍ଟୀ ପରସ୍ପରକୁ ଡେଟ୍‌ କରୁଥିବାର ଚର୍ଚ୍ଚା ହେଉଥିଲା। ପ୍ରଶଂସକମାନେ ଉଭୟଙ୍କ ଯୋଡ଼ିକୁ ମଧ୍ୟ ପସନ୍ଦ କରିଥିଲେ। ଉଭୟ ନିଜ ସମ୍ପର୍କକୁ ଖୋଲାଖୋଲି ଭାବେ ଗ୍ରହଣ କରିନାହାନ୍ତି। ବର୍ତ୍ତମାନ ପ୍ରଭାସ ଏବଂ ଅନୁଷ୍କାଙ୍କ ବ୍ରେକ୍‌ଅପ୍‌ ହୋଇଥିବାର କାରଣ ସାମ୍ନାକୁ ଆସିଛି।

ଅନୁଷ୍କା ଏବଂ ପ୍ରଭାବ ବିଲାସେଟ୍‌ରେ ପରସ୍ପରକୁ ଭେଟିଥିଲେ। ଏହା ପରେ ଦୁହେଁ ଅନେକ ହିଟ୍‌ ଫିଲ୍ମ ଦେଇଥିଲେ। ପ୍ରଭାସ ଏବଂ ଅନୁଷ୍କା ଉଭୟ ଫିଲ୍ମ ବାହୁବଳୀ ଏବଂ ବାହୁବଳୀ ପାର୍ଟ-୨ରେ ଅଭିନୟ କରିଛନ୍ତି। ଏହି ଫିଲ୍ମଗୁଡ଼ିକ ପରେ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା। ଫିଲ୍ମ ବ୍ୟତୀତ ଉଭୟଙ୍କ ଯୋଡ଼ି ବାସ୍ତବ ଜୀବନରେ ମଧ୍ୟ ଭଲ ମ୍ୟାଚ୍‌ କରୁଥିଲା। ଦୁହେଁ ପରସ୍ପରକୁ ଭଲ ବନ୍ଧୁ ବୋଲି କୁହନ୍ତି।

କିଛିଦିନ ପରେ ଅନୁଷ୍କାଙ୍କ ସମ୍ପର୍କ ଜଣେ ବରିଷ୍ଠ ଅଭିନେତାଙ୍କ ସହ ଚର୍ଚ୍ଚା ହୋଇଥିଲା। ଯେତେବେଳେ ଏହି କଥା ପ୍ରଭାସଙ୍କ ମା’ଙ୍କ କାନରେ ପଡ଼ିଥିଲା, ସେତେବେଳେ ସେ ପ୍ରଭାସ ଏବଂ ଅନୁଷ୍କାଙ୍କ ବିବାହକୁ ମନା କରିଦେଇଥିଲେ। ଅବଶ୍ୟ ଏହା ପରେ ମଧ୍ୟ ଉଭୟ ଭଲ ବନ୍ଧୁ ଭାବେ ରହିଲେ। ପରେ ପ୍ରଭାସଙ୍କ ନାମ କ୍ରୀତି ସାନନଙ୍କ ସହ ଯୋଡ଼ି ହୋଇଥିଲା। କେବଳ ଏତିକି ନୁହେଁ, ଯେତେବେଳେ ଉଭୟଙ୍କୁ ଏକାଠି ଦେଖାଯାଉଥିଲା, ପ୍ରଶଂସକମାନେ ସେମାନଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ କରୁଥିଲେ। କିନ୍ତୁ ପ୍ରଭାସ ଏହି ଖବରକୁ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?