Home Left

୧୦ ଜିଲା କୋର୍ଟ ଡିଜିଟାଇଜେଶନ ହବ୍‌ ଆରମ୍ଭ

କଟକ ଅଫିସ,୧୩ା୧୨:ସମଗ୍ର ରାଜ୍ୟରେ ଜିଲାକୋର୍ଟଗୁଡ଼ିକର ରେକର୍ଡ ଡିଜିଟାଇଜେଶନ ନିମନ୍ତେ ୧୦ଟି ଜିଲା କୋର୍ଟ ଡିଜିଟାଇଜେଶନ ହବ୍‌ କାର୍ଯ୍ୟାରମ୍ଭ କରିଛି। ହବ୍‌ଗୁଡ଼ିକ ଅନୁଗୋଳ, ଭଦ୍ରକ, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼ ଓ ସୁବର୍ଣ୍ଣପୁର ଜିଲାରେ ସ୍ଥାପିତ ହୋଇଛି। ଏହି…

ସାବାସ୍‌ ଶାଲିନି

ଭୋପାଳ,୧୩।୧୧: ମଧ୍ୟପ୍ରଦେଶର ମହିଳା କନଷ୍ଟେବଳ ଶାଲିନି ଚୌହାନ ଇନ୍ଦୋରର ଗାନ୍ଧୀ ମେମୋରିଆଲ୍‌ ମେଡିକାଲ କଲେଜରୁ ଏକ ରାଗିଂ ଗ୍ୟାଙ୍ଗ୍‌ ଉପରୁ ପର୍ଦ୍ଦା ହଟାଇଛନ୍ତି। ଏ ପ୍ରକାର ସ୍ବତନ୍ତ୍ର ମିଶନରେ ଶାଲିନିଙ୍କ କାର୍ଯ୍ୟକରିବା ପ୍ରଣାଳୀକୁ ଲୋକେ ପସନ୍ଦ କରିବା ସହ ଅନେକେ ତାଙ୍କୁ…

ପିପିସିପି ମଡେଲ୍‌ରେ କମିପାରିବ ହାତୀ-ମଣିଷ ବିବାଦ

ଭୁବନେଶ୍ୱର, ୧୩ା୧୨(ବ୍ୟୁରୋ):ହାତୀ-ମଣିଷ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟରେ କେତେକ ସ୍ଥାନରେ ଏହା ମୁଣ୍ଡବ୍ୟଥାର କାରଣ ହୋଇଛି। ଏହି ବିବାଦ ମଧ୍ୟରେ ବି ଆମକୁ ମନେ ରଖିବାକୁ ପଡ଼ିବ ଯେ ପରସ୍ପର ସହ ସଂଶ୍ଳିଷ୍ଟ ଜୈବ ମଣ୍ଡଳ, ସମାଜ ଓ…

କର୍ନାଟକରେ ଜିକା ଭାଇରସ

ବେଙ୍ଗାଲୁରୁ,୧୩ ।୧୨: କରୋନା ଭାଇରସ ଏବେ ଦେଶରୁ ପ୍ରାୟ ଶେଷ ହେବାକୁ ବସିଥିବା ବେଳେ ଏବେ ଜିକା ଭାଇରସ ପୁଣି ସରକାରଙ୍କ ଚିନ୍ତା ବଢାଇବାରେ ଲାଗିଛି । ପୁଣେ ପରେ ଏବେ କର୍ନାଟକରେ ଜିକା ଭାଇରସର ସନ୍ଧାନ ମିଳିଛି । ରାଜ୍ୟରେ…

ମୁଖ୍ୟ ଅଭିଯୁକ୍ତଙ୍କ ସ୍ତ୍ରୀ ଖୋଲିଲେ ଗୁମର

ନୟାଗଡ଼ ଅଫିସ/ନୂଆଗଁା, ୧୩।୧୨(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗଁା ଥାନା ମହିପୁର ଫାଣ୍ଡି ଅନ୍ତର୍ଗତ ପଥରପାଟଣା ଗଁାରେ ଘଟିଥିବା ହତ୍ୟାକାଣ୍ଡର ଗୁମର ଫିଟିଛି। ପରକୀୟାରୁ କଟକ ଜିଲା ଲାଲବାଗ୍‌ ଥାନା ସତୀଚଉରା ମହାନ୍ତିପଡ଼ାର ଶୈଳେନ୍ଦ୍ରନାଥ ଜେନାଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଥିବା ପ୍ରମାଣ…

ଏଜିଙ୍କ କୁଶପୁତ୍ତଳିକା ଦାହ, ପୋଲିସକୁ ଦାୟୀକଲେ ଓକିଲ

ସମ୍ବଲପୁର,୧୩ା୧୨(ବ୍ୟୁରୋ):ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ସୋମବାର ସମ୍ବଲପୁର କୋର୍ଟ ପରିସରରେ ତୁମୂଳ କାଣ୍ଡ ଘଟିଛି। ଶତାଧିକ ଆନ୍ଦୋଳନକାରୀ କୋର୍ଟ ପରିସରକୁ ଧସେଇ ପଶି ହୋହଲ୍ଲା, ଭଙ୍ଗାରୁଜା କରିଥିଲେ। ପରେ କୋର୍ଟ ପରିସରରୁ ବିଚାରପତିମାନଙ୍କୁ ବାହାର କରିଦେଇଥିଲେ। ଏଭଳି…

ଡିଜିପିଙ୍କ ଉପରେ ସୁପ୍ରିମକୋର୍ଟ କ୍ଷୁବ୍ଧ: ପାରୁନ ଯଦି ଜଣାଅ

ନୂଆଦିଲ୍ଲୀ, ୧୩ା୧୨:ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଇନଜୀବୀମାନେ ଚଳାଇଥିବା ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ହୋଇପାରୁନାହିଁ। କୋର୍ଟ ପରିସରକୁ ନ୍ୟାୟିକ ଅଧିକାରୀ, ମହକିଲମାନେ ଯାଇପାରୁନାହାନ୍ତି। ଏଭଳି ସ୍ଥିତିର ମୁକାବିଲା କରିବାରେ ପୋଲିସ…

ସମ୍ବଲପୁରର ୨୯ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ, ୧୩ା୧୨:ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚଳାଇଥିବା ସମ୍ବଲପୁର ଜିଲା ବାର୍‌ କାଉନସିଲର ଆଇନଜୀବୀଙ୍କ ଉପରେ ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଚାରପତିଙ୍କୁ କାର୍ଯ୍ୟରେ ଯୋଗଦେବାକୁ ସୁଯୋଗ ନ ଦେବା,…

ମୋଦିଙ୍କ ସହ ସହମତ ବ୍ରିଟେନ ବୈଦେଶିକ ମନ୍ତ୍ରୀ

ଲଣ୍ଡନ,୧୩।୧୨: ବ୍ରିଟେନ ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଲିଭର୍ଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ସହ ସହମତ ହୋଇଛନ୍ତି। ସେ କହିଛନ୍ତି, ପୁଟିନଙ୍କ ସାମ୍ନାରେ ପ୍ରଧାନମନ୍ତ୍ରୀ ମୋଦି ହିଁ କହିଥିଲେ ଏବଂ ମୁଁ ତାଙ୍କ ମନ୍ତବ୍ୟରେ ସହମତ। ମୁଁ ଜାଣେ ଆଜିର ଯୁଗ…

ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ଉମର ଖାଲିଦ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୧୨।୧୨: ଦିଲ୍ଲୀ ଦଙ୍ଗା ମାମଲାରେ ଗିରଫ ହୋଇଥିବା ଜେଏନ୍‌ୟୁ ଛାତ୍ର ଅଭିଯୁକ୍ତ ଉମର ଖାଲିଦଙ୍କୁ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୋମବାର ଦିଲ୍ଲୀର କର୍କାଡୋମା କୋର୍ଟ ଉମର ଖାଲିଦଙ୍କୁ ଏକ ସପ୍ତାହ ପାଇଁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।…

ଚନ୍ଦନକାଠ ସହ ୨ବେପାରୀଙ୍କୁ ଧରିଲା ବନବିଭାଗ

କୋରାପୁଟ,୧୨।୧୨(ସ୍ବ.ପ୍ର.): କୋରାପୁଟ ବନ ବିଭାଗ ପକ୍ଷରୁ ସଦର ବ୍ଲକର ବାରିଗୁଡା ଜଙ୍ଗଲରେ ଚଢାଉ କରାଯାଇ ୨୦ହଜାର ଟଙ୍କାର ଚନ୍ଦନକାଠ ସହ ୨ଜଣ ଚନ୍ଦନ ବେପାରୀଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଛି। କୋରାପୁଟ ରେଞ୍ଜ ଅଧିକାରୀ ରୋହିତ କୁମାର ଏହି…

ମହିଳାଙ୍କୁ ପ୍ରତାରଣା, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୧୨ା୧୨: ଜଣେ ମହିଳାଙ୍କୁ ପ୍ରତାରିତ କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପୋଚିଲିମାର ରଞ୍ଜନ ଦାସ। ସୋମବାର ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଛି। ସନ୍ଧ୍ୟାରେ ପୀଡ଼ିତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri