ଜିଲାପାଳଙ୍କ ଅଫିସରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୨୦।୩: କୃଷିକ୍ଷେତ୍ରକୁ ବିଦ୍ୟୁତ୍‌ ବିଲ ସମ୍ପୂର୍ଣ୍ଣ ଛାଡ କର, ଟାଟା ପାୱାର ଦାଦାଗିରି ବନ୍ଦ କର, ପ୍ରତି ପରିବାରକୁ ୨ଶହ ୟୁନିଟ୍‌ ବିଦ୍ୟୁତ୍‌ ଫ୍ରି କର ଏଭଳି ବିଭିନ୍ନ ନାରାବାଜି କରି ସୋମବାର ବରଗଡ଼ ଜିଲାପାଳଙ୍କ ଅଫିସରେ ଗର୍ଜି ଉଠିଛନ୍ତି ଚାଷୀ । ଜୟ କିଷାନ ଆନ୍ଦୋଳନର ନେତୃତ୍ୱରେ ହଜାର ହଜାର ଚାଷୀ ବରଗଡ଼ ଗୋଶାଳା ଛକରେ ସମବେତ ହୋଇଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସକୁ ଆସିଥିଲେ। ଚାଷୀଙ୍କ ଆସିବା ପୂର୍ବରୁ ପୋଲିସ ଜିଲାପାଳଙ୍କ ଅଫିସ ମୁଖ୍ୟ ଫାଟକ ବନ୍ଦ କରି ଦେଇଥିଲା । କିନ୍ତୁ ଚାଷୀମାନେ ଜିଲାପାଳଙ୍କ ଅଫିସ ଭିତରକୁ ଧସେଇ ପଶି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ।

ଚାଷୀନେତା ଲିଙ୍ଗରାଜ, ସୁଶିଲ କୁମାର ସାହୁ, ହର ବଣିଆ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, କର୍ନାଟକ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଆଦି ରାଜ୍ୟ ସରକାର କୃଷି ପାଇଁ ଉଦ୍ଦିଷ୍ଟ ବିଦ୍ୟୁତ୍‌ ବିଲ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେଇ କୃଷକମାନଙ୍କ ଆର୍ଥିକ ବୋଝ ଲାଘବ କରୁଥିବା ବେଳେ ପଞ୍ଜାବ ଏବଂ ଦିଲ୍ଲୀ ସରକାର ପ୍ରତି ପରିବାରକୁ ୨ଶହ ୟୁନିଟ୍‌ ବିଦ୍ୟୁତି ମାଗଣାରେ ଯୋଗାଇ ଆସୁଛନ୍ତି। କିନ୍ତୁ ଓଡ଼ିଶାରେ ବିଦ୍ୟୁତ୍‌ ଉତ୍ପାଦନ ହେଉଥିବା ସତ୍ତ୍ୱେ ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ସେଭଳି ଆଭିମୁଖ୍ୟ ନ ରହିବା ଦୁର୍ଭାଗ୍ୟଜନକ ବୋଲି ଚାଷୀନେତାମାନେ ପ୍ରକାଶ କରିଥିଲେ। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲାର ସବୁ ବ୍ଲକର ଚାଷୀ ପ୍ରତିନିଧି ଉପସ୍ଥିତ ଥିଲେ। । କୃଷିକ୍ଷେତ୍ରରେ ବ୍ୟବହୃତ ବିଜୁଳି ବିଲ୍‌ ସମ୍ପୂର୍ଣ୍ଣ ଛାଡ, ବିଜୁଳି କ୍ଷତ୍ରର ଘରୋଇକରଣ ପ୍ରକ୍ରିୟା ବନ୍ଦ କରି ସରକାର ନିଜେ ଏହାର ଦାୟିତ୍ୱ ବହନ କରିବା, ବକେୟା ଥିବା ସମସ୍ତ ଦେୟ ସରକାର ବହନ କରିବା, ପ୍ରତି ପରିବାରକୁ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଦେବା, କୌଣସି ପରିସ୍ଥିତିରେ ଫସଲ ଥିବା ସମୟରେ ବିଜୁଳି କାଟ କରା ନ ଯିବା, ଲୋଭୋଲେଟେଜ୍‌ ପାୱାର କଟ୍‌ ବନ୍ଦ କରାଯିବା, ଟ୍ରାନ୍ସଫର୍ମର ଅଚଳ ହେଲେ ୨୪ ଘଣ୍ଟା ମଧ୍ୟରେ ନୂତନ ଟ୍ରାନ୍ସଫର୍ମର ଲଗାଇବାର ବ୍ୟବସ୍ଥ କରାଯିବା ଏବଂ ଅର୍ଥ ପଇଠ ହୋଇଥିବା ୯୮୨୩ଟି ଗଭୀର ନଳକୂପ ଶୀଘ୍ର ଖନନ କରାଯିବା ଦାବିରେ ଚାଷୀମାନେ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହସିବ ଓଡ଼ିଶା…ଫେରିବ ଖୁସିର ଦିନ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ବାତ୍ୟା ହେଉ କି ବନ୍ୟା। ଦୃଢତାର ସହ ମୁକାବିଲା କରିବାରେ କେବେ ପଛଘୁଞ୍ଚା ଦେଇନି ଓଡ଼ିଶା। ଯେତେ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ବି ଭାଙ୍ଗିପଡ଼ିନାହାନ୍ତି...

ଶର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ: ଜୀବନ୍ତ ଜଳିଗଲେ ମହିଳା

ଭଦ୍ରକ ଅଫିସ,୧୩।୩: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଧୀନ ବାଣିତିଆ ପଞ୍ଚାୟତ ମହଲାସାହିରେ ଶନିବାର ରାତିରେ ବିଦ୍ୟୁତ୍‌ ଶର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟି ଜଣେ ମହିଳା...

ଏଣ୍ଡୋକ୍ରାଇନୋଲୋଜି ବିଭାଗରେ ତାଲା ଝୁଲିବ

କଟକ ଅଫିସ,୩୧ା୧୦: ଏସ୍‌ସିବି ମେଡିକାଲ୍‌ର ଗୋଟିକ ପରେ ଗୋଟିଏ ବିଭାଗ ଏବେ ବନ୍ଦ ହେବା ସ୍ଥିତିରେ। ଗୁରୁତ୍ୱପୂର୍ଣ୍ଣ ହୃଦ୍‌ବକ୍ଷଶଲ୍ୟ (ସିଟିଭିଏସ୍‌) ବିଭାଗ ଡାକ୍ତର ଅଭାବରୁ ଅଚଳାବସ୍ଥାକୁ...

ବାଇକ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ

କୋରାପୁଟ,୧୬।୨(ସ୍ବ.ପ୍ର.): କୋରାପୁଟ-ଜୟପୁର ୨୬ ନମ୍ବର ଜାତୀୟ ରାଜପଥର କଫି ବୋର୍ଡ ନିକଟରେ ବାଇକ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ...

ଆଜି ରାଜ୍ୟରେ ୩୮୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୭୫ ଜଣ...

ଗୁରୁବାର ଦିଲ୍ଲୀ ଯିବେ ଭାଜପାର ୧୦ ବିଧାୟକ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଜ୍ୟ ଭାଜପାର ୧୦ ଜଣ ବିଧାୟକ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର ସାରେ ଦିଲ୍ଲୀ ଗସ୍ତ କରିବା ନେଇ ସୂଚନା ମିଳିଛି। ରାଷ୍ଟ୍ରପତି...

ମାସ୍କ ବ୍ୟବସାୟୀ ଦେଲେ ଜରିମାନା

ଦାରିଙ୍ଗବାଡ଼ି,୨୮।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମାସ୍କ ପିନ୍ଧି ନ ଥିବା ମୋଟ ୧୧ ଜଣଙ୍କ ଠାରୁ ୨୨ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେମାନଙ୍କ...

ଓଡ଼ିଶା ବିଧାନସଭା ଟ୍ରେଣ୍ଡ୍‌: ବିଜେଡି ୭୫, ଭାଜପା ୨୩, କଂଗ୍ରେସ ୯ଟି ଆସନରେ ଆଗୁଆ

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ଓଡ଼ିଶା ବିଧାନସଭା ୧୪୬ଟି ବିଧାନସଭା ଆସନ ମଧ୍ୟରୁ ୧୦୮ଟି ଫଳାଫଳ ସାମ୍ନାକୁ ଆସୁଛି। ଏହି ସବୁ ଆସନରେ ଏବେବି ଗଣତି ଚାଲିଥିବା ବେଳେ...

Advertisement
Archives

Model This Week