ବୟସ୍କମାନଙ୍କ ଯତ୍ନ

ଗତ ବର୍ଷ ଜୁଲାଇ ୧୧ରେ ପାଳିତ ହେଲା ‘ବିଶ୍ୱ ଜନସଂଖ୍ୟା ଦିବସ’। ସେଦିନ ଜାତିସଂଘ ଏକାଧିକ ରିପୋର୍ଟ ପ୍ରକାଶ କରିଥିଲା। ଆଗାମୀ ବର୍ଷଗୁଡ଼ିକରେ ଜନସଂଖ୍ୟା ବୃଦ୍ଧିର ଗତି ପ୍ରକୃତି କିପରି ହେବ ସେହି ବିଷୟରେ। ସେହି ରିପୋର୍ଟ ଅନୁଯାୟୀ ୨୦୨୨ରୁ ୨୦୩୦ ମଧ୍ୟରେ ପୃଥିବୀର ଲୋକସଂଖ୍ୟା ୮୦୦ କୋଟିରୁ ୮୫୦ କୋଟିରେ ପହଞ୍ଚତ୍ ଯାଇଥିବ। ୨୦୫୦ ମସିହାରେ ସଂଖ୍ୟାଟି ୯୭୦ ଏବଂ ୨୧୦୦ ମସିହା ବେଳକୁ ତାହା ବୃଦ୍ଧି ପାଇ ୧୦୪୦ କୋଟିରେ ପହଞ୍ଚତ୍ବା କଥା।
ରିପୋର୍ଟ ଅନୁଯାୟୀ ୧୯୫୦ ମସିହା ପରେ ୨୦୨୦ରେ ପ୍ରଥମ ଥର ପାଇଁ ବିଶ୍ୱବ୍ୟାପୀ ଜନସଂଖ୍ୟା ବୃଦ୍ଧିର ହାର ବାର୍ଷିକ ହିସାବରେ ଏକ ଶତାଂଶରୁ ତଳକୁ ଖସି ଆସିଛି। କାରଣ ପୃଥିବୀବ୍ୟାପୀ ହାରାହାରି ଜନ୍ମହାର-୧୯୫୦ ମସିହାରେ ଯାହା ଥିଲା (ମହିଳା ପିଛା ପାଞ୍ଚଟି ସନ୍ତାନ) ତାହା ଏବେ କମି ବର୍ତ୍ତମାନ ହୋଇଯାଇଛି ୨.୩। ଏକ ରିପୋର୍ଟ ଅନୁସାରେ ୨୦୨୭ ମସିହା ପରିବର୍ତ୍ତେ ୨୦୨୩ ମସିହାରେ ହିଁ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଭାବରେ ପରିଗଣିତ ହେବ। ବର୍ତ୍ତମାନ ଆମ ଦେଶରେ ଜନ୍ମ ହାର ରହିଛି ୨.୦। ଏଠାରେ ମଧ୍ୟ ଜନସଂଖ୍ୟା ବୃଦ୍ଧିର ହାର ବାର୍ଷିକ ଏକ ଶତାଂଶରୁ ଊଣା। ଅନୁମାନ କରାଯାଉଛି ଯେ, ୨୦୪୮ ମସିହାରେ ଭାରତର ଜନସଂଖ୍ୟା ତାହାର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ ହୋଇଯିବ ୧୬୦ କୋଟି। ଯଦିଓ ସେହି ସମୟରେ ଜନ୍ମହାର ଆହୁରି ହ୍ରାସ ପାଇ ୧.୩ ହୋଇଯିବ ଏବଂ ଏକାସାଙ୍ଗରେ ପ୍ରଧାନତଃ ବୟସ୍କମାନଙ୍କ ମଧ୍ୟରେ ମୃତ୍ୟୁର ହାର ବୃଦ୍ଧି ଯୋଗୁ ୨୧୦୦ ମସିହାରେ ଜନସଂଖ୍ୟା କମିଯାଇ ୧୧୦ କୋଟି ହୋଇଯିବାର ସମ୍ଭାବନା ରହିଛି।
ପ୍ରଥମତଃ ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତର ଜନସଂଖ୍ୟାର ଏକ ବଡ଼ ଅଂଶ କର୍ମକ୍ଷମ ବୟସରେ ପହଞ୍ଚତ୍ଥିବେ। ବିଶ୍ୱର ପ୍ରତି ପାଞ୍ଚଜଣ କର୍ମକ୍ଷମ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହୋଇଥିବେ ଭାରତୀୟ। ଦେଶର ୬୨ ପ୍ରତିଶତ ବ୍ୟକ୍ତି ରହିଥିବେ କର୍ମକ୍ଷମ ବୟସ୍କ ଗୋଷ୍ଠୀରେ। ଏହି ପ୍ରସଙ୍ଗରେ ମନେ ରହିବା ଉଚିତ ଯେ, କର୍ମକ୍ଷମ ବୟସସୀମାରେ ଜନସଂଖ୍ୟାର ସିଂହଭାଗ ରହିବାର ଅର୍ଥ ଅନେକ ସଂଖ୍ୟକ କର୍ମୀ, ତାହା କିନ୍ତୁ ଆଦୌ ନୁହେଁ। ଭାରତରେ କ୍ରମ ଶକ୍ତିର ଆୟତନ ମୂଳତଃ ଦୁଇଟି କାରଣରୁ ସୀମାବଦ୍ଧ। ଏକ ଶ୍ରମଶକ୍ତିର ଦକ୍ଷତାର ଅଭାବ। ୨୦୨୧ର ‘ଇଣ୍ଡିଆ ସ୍କିଲ୍‌ ରିପୋର୍ଟ ଅନୁଯାୟୀ ଦେଶର ଯୁବତୀ-ଯୁବକମାନଙ୍କ ମଧ୍ୟରୁ କେବଳ ୪୫.୯ ଶତାଂଶ ନିୟୋଗଯୋଗ୍ୟ।
ଦ୍ୱିତୀୟତଃ ଆନ୍ତଃରାଜ୍ୟ ସ୍ତରରେ ଜନସଂଖ୍ୟାର ବିନ୍ୟାସ ହୋଇଉଠିବ ଏକ ଜରୁରୀ ବିଷୟ। ଦକ୍ଷିଣ, ପଶ୍ଚିମ ଏବଂ ପୂର୍ବ ଭାରତର ରାଜ୍ୟଗୁଡ଼ିକ ଏହାମଧ୍ୟରେ ଜନ୍ମହାର କମେଇ ଚାଲିଛନ୍ତି। ଫଳରେ ଜନ୍ମ ନିୟନ୍ତ୍ରଣରେ ପଛରେ ପଡ଼ିଥିବା ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଏବଂ ରାଜସ୍ଥାନରୁ ଭବିଷ୍ୟତ କର୍ମୀମାନେ ମୂଳତଃ ଆସିବେ। ଫଳରେ ଆଗାମୀ ଦିନର କଥା ମନରେ ରଖି ପ୍ରଥମେ ଉଲ୍ଲିଖିତ ରାଜ୍ୟଗୁଡ଼ିକରେ ସାମଗ୍ରିକ ଶିକ୍ଷାବ୍ୟବସ୍ଥାର ମାନରେ ଉନ୍ନତି ବିଧାନ କରିବା, ବିଶେଷକରି କାରିଗରି ଶିକ୍ଷାର ପର୍ଯ୍ୟାପ୍ତ ପ୍ରସାର ଜରୁରୀ। ଅନ୍ୟପକ୍ଷରେ ଦକ୍ଷିଣରେ ଅବସ୍ଥିତ ରାଜ୍ୟଗୁଡ଼ିକରେ ଓ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ପଞ୍ଜାବରେ ଇତିମଧ୍ୟରେ ୬୫ ବା ତଦୂର୍ଦ୍ଧ୍ୱ ବୟସ୍କ ଜନଗୋଷ୍ଠୀର ଦେଖାଶୁଣା ସମସ୍ୟା ବୃଦ୍ଧି ପାଇଛି। ଏପରି କି ଭବିଷ୍ୟତରେ ଏଭଳି ସମସ୍ୟା ଆହୁରି ଜଟିଳ ହେବାର ଆଶଙ୍କା ରହିଛି।
ତୃତୀୟତଃ ଆନ୍ତଃ ପ୍ରଜନ୍ମଭିତ୍ତିକ ସମ୍ପର୍କଗୁଡିକ ମଧ୍ୟ ଆଗାମୀ ଦିନରେ ବଦଳି ଯିବ। ୨୦୫୦ ମସିହା ବେଳକୁ ଦେଶରେ ବୟସ୍କମାନଙ୍କ ସଂଖ୍ୟା ତୀବ୍ର ଭାବରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ୨୧୦୦ ମସିହାରେ ପହଞ୍ଚତ୍ଲା ବେଳକୁ ୬୫ ବର୍ଷ କିମ୍ବା ତା’ଠାରୁ ବେଶି ବୟସ୍କମାନେ ହୋଇଉଠିବେ ଭାରତର ମୋଟ ଜନସଂଖ୍ୟାର ୩୦ ଶତାଂଶ। ଛୋଟ ପରିବାର ହୋଇଥିବାରୁ ଏହି ବରିଷ୍ଠ ନାଗରିକମାନଙ୍କର ଦେଖାଶୁଣା କରିବାର ଦାୟିତ୍ୱ ବହନ କରିବା ପାଇଁ ପଡ଼ିବ ସର୍ବାଧିକ ଗୋଟିଏ କିମ୍ବା ଦୁଇଟି ସନ୍ତାନ ଉପରେ। ଫଳରେ ବୟସ୍କମାନଙ୍କ ପକ୍ଷେ ବୃହତ୍ତର ପରିବାରରେ ରହି ଚିରାଚରିତ କର୍ମରତ ଦମ୍ପତି ଏବଂ ସେମାନଙ୍କର ସନ୍ତାନମାନଙ୍କର ମନସ୍ତାତ୍ତ୍ୱିକ ଭାରସାମ୍ୟ ବଜାୟ ରଖିବା ହୋଇପଡ଼ିବ ଅନ୍ୟତମ କର୍ତ୍ତବ୍ୟ। ଏଇଥିରୁ ସହଜରେ ଅନୁମେୟ ଯେ, କେବଳ ମାତ୍ର ବୟସ୍କମାନଙ୍କ ଯତ୍ନର ଏକ ସ୍ଥାୟୀ ବ୍ୟବସ୍ଥା କରିବା ଯଥେଷ୍ଟ ନୁହେଁ। ଛୋଟ ପରିବାରର ସନ୍ତାନଙ୍କ ପାଇଁ ମଧ୍ୟ ପ୍ରୟୋଜନ ବ୍ୟକ୍ତିଗତ ସଞ୍ଚୟ, ସାମାଜିକ ସୁରକ୍ଷା, ଅବସର ପରବର୍ତ୍ତୀ ଠିକା କାମର ବ୍ୟବସ୍ଥା ଏବଂ ଭବିଷ୍ୟତ ସଞ୍ଚୟ ସୁଯୋଗ।
୨୦୦୦ ମସିହାର ଜାତୀୟ ଜନସଂଖ୍ୟା ନୀତି ଗୁରୁତ୍ୱ ଦେଇଥିଲା ଛୋଟ ପରିବାର ଆଇନ ପ୍ରଣୟନ ଏବଂ ଜନସଂଖ୍ୟାର ସ୍ଥିତିଶୀଳତା ଉପରେ। ବର୍ତ୍ତମାନ ଆହୁରି ଏକ ଜାତୀୟ ଜନସଂଖ୍ୟା ନୀତିର ପ୍ରୟୋଜନ, ଯାହା ଗୁରୁତ୍ୱ ଦେବ ପରବର୍ତ୍ତୀ ଦଶକରେ ଦେଶର ପରିବର୍ତ୍ତିତ ଜନସଂଖ୍ୟାର ଆକାର, ଗଠନ ଓ ପ୍ରକୃତିକୁ ସମ୍ଭାଳିନେବା ଭଳି ବିଷୟଟି ଉପରେ।

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ‘ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡ଼ାନାସୀ, କଟକ
ମୋ: ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?