ବୟସ୍କମାନଙ୍କ ଯତ୍ନ

ଗତ ବର୍ଷ ଜୁଲାଇ ୧୧ରେ ପାଳିତ ହେଲା ‘ବିଶ୍ୱ ଜନସଂଖ୍ୟା ଦିବସ’। ସେଦିନ ଜାତିସଂଘ ଏକାଧିକ ରିପୋର୍ଟ ପ୍ରକାଶ କରିଥିଲା। ଆଗାମୀ ବର୍ଷଗୁଡ଼ିକରେ ଜନସଂଖ୍ୟା ବୃଦ୍ଧିର ଗତି ପ୍ରକୃତି କିପରି ହେବ ସେହି ବିଷୟରେ। ସେହି ରିପୋର୍ଟ ଅନୁଯାୟୀ ୨୦୨୨ରୁ ୨୦୩୦ ମଧ୍ୟରେ ପୃଥିବୀର ଲୋକସଂଖ୍ୟା ୮୦୦ କୋଟିରୁ ୮୫୦ କୋଟିରେ ପହଞ୍ଚତ୍ ଯାଇଥିବ। ୨୦୫୦ ମସିହାରେ ସଂଖ୍ୟାଟି ୯୭୦ ଏବଂ ୨୧୦୦ ମସିହା ବେଳକୁ ତାହା ବୃଦ୍ଧି ପାଇ ୧୦୪୦ କୋଟିରେ ପହଞ୍ଚତ୍ବା କଥା।
ରିପୋର୍ଟ ଅନୁଯାୟୀ ୧୯୫୦ ମସିହା ପରେ ୨୦୨୦ରେ ପ୍ରଥମ ଥର ପାଇଁ ବିଶ୍ୱବ୍ୟାପୀ ଜନସଂଖ୍ୟା ବୃଦ୍ଧିର ହାର ବାର୍ଷିକ ହିସାବରେ ଏକ ଶତାଂଶରୁ ତଳକୁ ଖସି ଆସିଛି। କାରଣ ପୃଥିବୀବ୍ୟାପୀ ହାରାହାରି ଜନ୍ମହାର-୧୯୫୦ ମସିହାରେ ଯାହା ଥିଲା (ମହିଳା ପିଛା ପାଞ୍ଚଟି ସନ୍ତାନ) ତାହା ଏବେ କମି ବର୍ତ୍ତମାନ ହୋଇଯାଇଛି ୨.୩। ଏକ ରିପୋର୍ଟ ଅନୁସାରେ ୨୦୨୭ ମସିହା ପରିବର୍ତ୍ତେ ୨୦୨୩ ମସିହାରେ ହିଁ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଭାବରେ ପରିଗଣିତ ହେବ। ବର୍ତ୍ତମାନ ଆମ ଦେଶରେ ଜନ୍ମ ହାର ରହିଛି ୨.୦। ଏଠାରେ ମଧ୍ୟ ଜନସଂଖ୍ୟା ବୃଦ୍ଧିର ହାର ବାର୍ଷିକ ଏକ ଶତାଂଶରୁ ଊଣା। ଅନୁମାନ କରାଯାଉଛି ଯେ, ୨୦୪୮ ମସିହାରେ ଭାରତର ଜନସଂଖ୍ୟା ତାହାର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ ହୋଇଯିବ ୧୬୦ କୋଟି। ଯଦିଓ ସେହି ସମୟରେ ଜନ୍ମହାର ଆହୁରି ହ୍ରାସ ପାଇ ୧.୩ ହୋଇଯିବ ଏବଂ ଏକାସାଙ୍ଗରେ ପ୍ରଧାନତଃ ବୟସ୍କମାନଙ୍କ ମଧ୍ୟରେ ମୃତ୍ୟୁର ହାର ବୃଦ୍ଧି ଯୋଗୁ ୨୧୦୦ ମସିହାରେ ଜନସଂଖ୍ୟା କମିଯାଇ ୧୧୦ କୋଟି ହୋଇଯିବାର ସମ୍ଭାବନା ରହିଛି।
ପ୍ରଥମତଃ ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତର ଜନସଂଖ୍ୟାର ଏକ ବଡ଼ ଅଂଶ କର୍ମକ୍ଷମ ବୟସରେ ପହଞ୍ଚତ୍ଥିବେ। ବିଶ୍ୱର ପ୍ରତି ପାଞ୍ଚଜଣ କର୍ମକ୍ଷମ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହୋଇଥିବେ ଭାରତୀୟ। ଦେଶର ୬୨ ପ୍ରତିଶତ ବ୍ୟକ୍ତି ରହିଥିବେ କର୍ମକ୍ଷମ ବୟସ୍କ ଗୋଷ୍ଠୀରେ। ଏହି ପ୍ରସଙ୍ଗରେ ମନେ ରହିବା ଉଚିତ ଯେ, କର୍ମକ୍ଷମ ବୟସସୀମାରେ ଜନସଂଖ୍ୟାର ସିଂହଭାଗ ରହିବାର ଅର୍ଥ ଅନେକ ସଂଖ୍ୟକ କର୍ମୀ, ତାହା କିନ୍ତୁ ଆଦୌ ନୁହେଁ। ଭାରତରେ କ୍ରମ ଶକ୍ତିର ଆୟତନ ମୂଳତଃ ଦୁଇଟି କାରଣରୁ ସୀମାବଦ୍ଧ। ଏକ ଶ୍ରମଶକ୍ତିର ଦକ୍ଷତାର ଅଭାବ। ୨୦୨୧ର ‘ଇଣ୍ଡିଆ ସ୍କିଲ୍‌ ରିପୋର୍ଟ ଅନୁଯାୟୀ ଦେଶର ଯୁବତୀ-ଯୁବକମାନଙ୍କ ମଧ୍ୟରୁ କେବଳ ୪୫.୯ ଶତାଂଶ ନିୟୋଗଯୋଗ୍ୟ।
ଦ୍ୱିତୀୟତଃ ଆନ୍ତଃରାଜ୍ୟ ସ୍ତରରେ ଜନସଂଖ୍ୟାର ବିନ୍ୟାସ ହୋଇଉଠିବ ଏକ ଜରୁରୀ ବିଷୟ। ଦକ୍ଷିଣ, ପଶ୍ଚିମ ଏବଂ ପୂର୍ବ ଭାରତର ରାଜ୍ୟଗୁଡ଼ିକ ଏହାମଧ୍ୟରେ ଜନ୍ମହାର କମେଇ ଚାଲିଛନ୍ତି। ଫଳରେ ଜନ୍ମ ନିୟନ୍ତ୍ରଣରେ ପଛରେ ପଡ଼ିଥିବା ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଏବଂ ରାଜସ୍ଥାନରୁ ଭବିଷ୍ୟତ କର୍ମୀମାନେ ମୂଳତଃ ଆସିବେ। ଫଳରେ ଆଗାମୀ ଦିନର କଥା ମନରେ ରଖି ପ୍ରଥମେ ଉଲ୍ଲିଖିତ ରାଜ୍ୟଗୁଡ଼ିକରେ ସାମଗ୍ରିକ ଶିକ୍ଷାବ୍ୟବସ୍ଥାର ମାନରେ ଉନ୍ନତି ବିଧାନ କରିବା, ବିଶେଷକରି କାରିଗରି ଶିକ୍ଷାର ପର୍ଯ୍ୟାପ୍ତ ପ୍ରସାର ଜରୁରୀ। ଅନ୍ୟପକ୍ଷରେ ଦକ୍ଷିଣରେ ଅବସ୍ଥିତ ରାଜ୍ୟଗୁଡ଼ିକରେ ଓ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ପଞ୍ଜାବରେ ଇତିମଧ୍ୟରେ ୬୫ ବା ତଦୂର୍ଦ୍ଧ୍ୱ ବୟସ୍କ ଜନଗୋଷ୍ଠୀର ଦେଖାଶୁଣା ସମସ୍ୟା ବୃଦ୍ଧି ପାଇଛି। ଏପରି କି ଭବିଷ୍ୟତରେ ଏଭଳି ସମସ୍ୟା ଆହୁରି ଜଟିଳ ହେବାର ଆଶଙ୍କା ରହିଛି।
ତୃତୀୟତଃ ଆନ୍ତଃ ପ୍ରଜନ୍ମଭିତ୍ତିକ ସମ୍ପର୍କଗୁଡିକ ମଧ୍ୟ ଆଗାମୀ ଦିନରେ ବଦଳି ଯିବ। ୨୦୫୦ ମସିହା ବେଳକୁ ଦେଶରେ ବୟସ୍କମାନଙ୍କ ସଂଖ୍ୟା ତୀବ୍ର ଭାବରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ୨୧୦୦ ମସିହାରେ ପହଞ୍ଚତ୍ଲା ବେଳକୁ ୬୫ ବର୍ଷ କିମ୍ବା ତା’ଠାରୁ ବେଶି ବୟସ୍କମାନେ ହୋଇଉଠିବେ ଭାରତର ମୋଟ ଜନସଂଖ୍ୟାର ୩୦ ଶତାଂଶ। ଛୋଟ ପରିବାର ହୋଇଥିବାରୁ ଏହି ବରିଷ୍ଠ ନାଗରିକମାନଙ୍କର ଦେଖାଶୁଣା କରିବାର ଦାୟିତ୍ୱ ବହନ କରିବା ପାଇଁ ପଡ଼ିବ ସର୍ବାଧିକ ଗୋଟିଏ କିମ୍ବା ଦୁଇଟି ସନ୍ତାନ ଉପରେ। ଫଳରେ ବୟସ୍କମାନଙ୍କ ପକ୍ଷେ ବୃହତ୍ତର ପରିବାରରେ ରହି ଚିରାଚରିତ କର୍ମରତ ଦମ୍ପତି ଏବଂ ସେମାନଙ୍କର ସନ୍ତାନମାନଙ୍କର ମନସ୍ତାତ୍ତ୍ୱିକ ଭାରସାମ୍ୟ ବଜାୟ ରଖିବା ହୋଇପଡ଼ିବ ଅନ୍ୟତମ କର୍ତ୍ତବ୍ୟ। ଏଇଥିରୁ ସହଜରେ ଅନୁମେୟ ଯେ, କେବଳ ମାତ୍ର ବୟସ୍କମାନଙ୍କ ଯତ୍ନର ଏକ ସ୍ଥାୟୀ ବ୍ୟବସ୍ଥା କରିବା ଯଥେଷ୍ଟ ନୁହେଁ। ଛୋଟ ପରିବାରର ସନ୍ତାନଙ୍କ ପାଇଁ ମଧ୍ୟ ପ୍ରୟୋଜନ ବ୍ୟକ୍ତିଗତ ସଞ୍ଚୟ, ସାମାଜିକ ସୁରକ୍ଷା, ଅବସର ପରବର୍ତ୍ତୀ ଠିକା କାମର ବ୍ୟବସ୍ଥା ଏବଂ ଭବିଷ୍ୟତ ସଞ୍ଚୟ ସୁଯୋଗ।
୨୦୦୦ ମସିହାର ଜାତୀୟ ଜନସଂଖ୍ୟା ନୀତି ଗୁରୁତ୍ୱ ଦେଇଥିଲା ଛୋଟ ପରିବାର ଆଇନ ପ୍ରଣୟନ ଏବଂ ଜନସଂଖ୍ୟାର ସ୍ଥିତିଶୀଳତା ଉପରେ। ବର୍ତ୍ତମାନ ଆହୁରି ଏକ ଜାତୀୟ ଜନସଂଖ୍ୟା ନୀତିର ପ୍ରୟୋଜନ, ଯାହା ଗୁରୁତ୍ୱ ଦେବ ପରବର୍ତ୍ତୀ ଦଶକରେ ଦେଶର ପରିବର୍ତ୍ତିତ ଜନସଂଖ୍ୟାର ଆକାର, ଗଠନ ଓ ପ୍ରକୃତିକୁ ସମ୍ଭାଳିନେବା ଭଳି ବିଷୟଟି ଉପରେ।

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ‘ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡ଼ାନାସୀ, କଟକ
ମୋ: ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri