Home Left

କାବୁଲ ହୋଟେଲରେ ସୁଇସାଇଡ ଆଟାକ, ୨ ପୋଲିସ ଅଧିକାରୀଙ୍କ ସମେତ ୫ ମୃତ

କାବୁଲ,୧୨ ।୧୨: ଆଫଗାନିସ୍ତାନର ରାଜଧାନୀ କାବୁଲରେ ସୋମବାର ଏକ ହୋଟେଲରେ ସୁଇସାଇଡ ଆଟାକ ହୋଇଛି । ଏହି ହୋଟେଲରେ ଅଧିକାଂଶ ଚାଇନା ନାଗରିକ ଥିଲେ । ଏବେ ପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ, ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି…

ରୁଖସାନା ଭୂମିକାରେ ନଜର ଆସିବେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ ବାୟୋପିକ ଟ୍ରେଣ୍ଡରେ ଏବେ ଆଉ ଜଣଙ୍କ ନାଁ ସାମିଲ ହେବାକୁ ଯାଉଛି । ୮ ଅଗଷ୍ଟ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ଟିକଲ ୩୦ ଶେଷ ହେବାକୁ ନେଇ ଏକ ଭାଷଣ ଦେଇଥିଲେ । ଏହି ଭାଷଣର ଶେଷକୁ…

ପୂର୍ବତନ ଏମ୍‌ପି ମୋହନ ଜେନାଙ୍କ ପରଲୋକ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ପରଲୋକରେ ପୂର୍ବତନ ଏମ୍‌ପି ମୋହନ ଜେନା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ଯାଜପୁରରୁ ୨ ଥର ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ।

ସ୍ବାମୀଙ୍କୁ ବିଧାୟକ ଭାବେ ଜିତାଇବା ପଛରେ ୨ ସ୍ତ୍ରୀଙ୍କ ହାତ

ଅହମ୍ମଦାବାଦ,୧୨।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଦେଡିଆପଡାରୁ ନିର୍ବାଚିତ ହୋଇଥିବା ଆମ୍‌ ଆଦମୀ ପାର୍ଟି(ଏଏପି)ବିଧାୟକ ଚୈତର ବାସଭା ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସେ ଏଏପିର ୫ ବିଜୟୀ ବିଧାୟକଙ୍କ ମଧ୍ୟରୁ ଜଣେ। ଗୁଜରାଟରେ ଭାଜପାର ରେକର୍ଡ ବିଜୟ ଭିତରେ ଚୈତର ଏଏପି…

ପରୀକ୍ଷାଫଳକୁ ନେଇ ଛାତ୍ରୀ ଅଶାନ୍ତି: ପ୍ରତିବାଦରେ ରାସ୍ତାରୋକୋ ଆନ୍ଦୋଳନ

କେନ୍ଦୁଝର,୧୨।୧୨(ସ୍ବ.ପ୍ର.): ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ପରୀକ୍ଷାଫଳକୁ ନେଇ ଛାତ୍ରୀ ଅଶାନ୍ତି ଦେଖାଦେଇଛି। ଏହାର ପ୍ରତିବାଦରେ ସୋମବାର ଛାତ୍ରୀମାନେ କଲେଜ ଗେଟ୍‌ ଏବଂ କଲେଜ ସମ୍ମୁଖ ରାସ୍ତା ଅବରୋଧକରି ଆନ୍ଦୋଳନ କରିଥିଲେ। ଛାତ୍ରୀମାନଙ୍କ ଆଭିଯୋଗ ଅନୁସାରେ, ଯୁକ୍ତ ୩ ତୃତୀୟ ବର୍ଷର…

ବିବାହର ୧୦ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ଏହି ଅଭିନେତା

ଦକ୍ଷିଣ ସିନେମାର ସୁପରଷ୍ଟାର ରାମ ଚରଣ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ ଉପସନା କାମିନେନି ଗର୍ଭବତୀ ଅଛନ୍ତି। ରାମ ଚରଣଙ୍କ ପିତା ଚିରଞ୍ଜୀବୀ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଶ୍ରୀ ହନୁମାନ…

ହାତୀ ମୃତ୍ୟୁକୁ ନେଇ ସ୍ବତନ୍ତ୍ର ଟିମ୍‌ର ତଦନ୍ତ: ସିବିଆଇ ତଦନ୍ତ ଦାବିକଲା ଭଞ୍ଜସେନା

ବାରିପଦା ଅଫିସ,୧୨।୧୨: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନରେ ଦନ୍ତାହାତୀର ଶିକାର ଓ ପ୍ରମାଣ ନଷ୍ଟ ଘଟଣାରେ ସୋମବାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ କାର୍ଯ୍ୟାଳୟ ଭୁବନେଶ୍ୱରରୁ ଏକ ସ୍ବତନ୍ତ୍ର ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।…

‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେଲେ ପ୍ରିୟଙ୍କାଙ୍କ ଝିଅ

ଜୟପୁର,୧୨।୧୨: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ରାଜସ୍ଥାନର ବୁନ୍ଦି ଜିଲାରେ ଦଳର ‘ଭାରତ ଯୋଡୋ ଯାତ୍ରା’ ସୋମବାର ପୁଣି ଥରେ ଆରମ୍ଭ ହୋଇଛି। ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ଭଉଣୀ ତଥା ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ, ତାଙ୍କ…

ତୃତୀୟଥର ବାପା ହେଲେ ମନୋଜ

ନୂଆଦିଲ୍ଲୀ,୧୨।୧୨: ଭାଜପା ଏମ୍‌ପି ତଥା ଭୋଜପୁରୀ ଅଭିନେତା ମନୋଜ ତିୱାରୀ ତୃତୀୟଥର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ସ୍ତ୍ରୀ ସୁରଭି ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ମନୋଜ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ମନୋଜ କହିଛନ୍ତି,…

ବନ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, କାରଣ ଅସ୍ପଷ୍ଟ

ବାରିପଦା ଅଫିସ,୧୨।୧୨: ବାରିପଦା ହାତୀ ଶିକାର ଘଟଣାକୁ ନେଇ ତିନି ଜଣ ବନ କର୍ମଚାରୀ ନିଲମ୍ବିତ ହେବା ଘଟଣା ପରେ ପୁଣି ଚର୍ଚ୍ଚା ଘେରକୁ ଆସିଛି ଶିମିଳିପାଳ। ଉକ୍ତ ଜେନାବିଲ ରେଞ୍ଜର ଜଣେ ବନ କର୍ମଚାରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ…

ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୨।୧୨: ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଭୂପେନ୍ଦ୍ର ପଟେଲ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଟୁଇଟ୍‌ ଯୋଗେ କହିଛନ୍ତି,ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ଭୁପେନ୍ଦ୍ର ଭାଇ ପଟେଲ ଜୀଙ୍କୁ…

ଶିକାରୀ ଗୁଳିରେ ଶିକାରୀ ମୃତ

ଜମନକିରା,୧୨।୧୨(ଡି.ଏନ.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ ମେଣ୍ଢାବହାଲ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜନ୍ତୁ ଶିକାର କରିବାକୁ ଯାଇ ଶିକାରୀ ଗୁଳିରେ ଶିକାରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୁଚିଣ୍ଡା ଥାନା ଶିରିଡ଼ି ଗ୍ରାମର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri