ଚିନ୍ତା ବଢ଼ାଇଲା କରୋନା: ମଧ୍ୟପ୍ରଦେଶର ୫ଟି ଜିଲାରେ ପଜିଟିଭ୍‌ ଚିହ୍ନଟ

ଭୋପାଳ,୨୦।୩: କିଛି ମାସର ବ୍ୟବଧାନ ପରେ ପୁଣି ଥରେ କରୋନା ନିଜର କାୟା ମେଲାଇଲାଣି। ଦେଶର କେତେକ ରାଜ୍ୟରେ କରୋନା ପୁଣି ଚିନ୍ତା ବଢ଼ାଇଛି। ଇତିମଧ୍ୟରେ ମଧ୍ୟପ୍ରଦେଶର ୫ଟି ଜିଲାରେ କରୋନା କାୟା ବିସ୍ତାର କରିଛି। ଫଳରେ ଲଗାତର ଭାବେ କରୋନା ଭାଇରସ୍‌ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ପଟେ କୋଭିଡଜନିତ ମୃତ୍ୟୁ ସଂଖ୍ୟା ଥମିଥିବା ବେଳେ ଅନ୍ୟପଟେ ଟିକାକରଣରେ ଅବହେଳା ପ୍ରସଙ୍ଗ ସାମ୍ନାକୁ ଆସିଛି। କିଛି ମାସ ପୂର୍ବରୁ ମଧ୍ୟପ୍ରଦେଶରେ କରୋନା ଭାଇରସ୍‌ ମାମଲା ଶୂନ ହୋଇଯାଇଥିଲା। କିନ୍ତୁ ପାଣିପାଗ ଯୋଗୁ ଏବେ ଧିରେ ଧିରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଉଛି। ମଧ୍ୟପ୍ରଦେଶର ୫ଟି ଜିଲାରେ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ମଧ୍ୟପ୍ରଦେଶର ଇନ୍ଦୋରରେ ସର୍ବାଧିକ ୨୦ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଭୋପାଳରେ ୫, ବାରୱାନୀରେ ଏବଂ ସାଗରରେ ୧ ଓ ଜବଲପୁରରେ ୨ଜଣ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ସମଗ୍ର ମଧ୍ୟପ୍ରଦେଶରେ ମୋଟ କରୋନା ଭାଇରସ୍‌ ମାମଲା ୨୯ରେ ପହଞ୍ଚିଛି। ଅନ୍ୟପଟେ ମଧ୍ୟପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୪ଟି ପ୍ରିକୋଶନ୍‌ ଡୋଜ ଦିଅଯାଇଛି। କେବଳ ଗ୍ବାଲିଅର ବ୍ୟତୀତ ରାଜ୍ୟର କୌଣସି ଜିଲାରେ ଗୋଟିଏ ବି ଟିକାକରଣର କରାଯାଇ ନ ଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟର ୧୭ ଜେଲରେ ସାରା ରାତି ଚଢାଉ, କିଛି ମୋବାଇଲ ଫୋନ ଜବତ

ଗାନ୍ଧିନଗର,୨୫ ।୩: ସାବରମତି ସମେତ ଗୁଜରାଟର ୧୭ ଜେଲରେ ଶୁକ୍ରବାର-ଶନିବାର ମଧ୍ୟ ରାତିରେ ଚଢାଉ କରାଯାଇଛି । ଏସବୁ ଜିଲାରୁ କିଛି ମୋବାଇଲ ଫୋନ ଜବତ...

ଅସ୍ତ୍ର ସଂଶୋଧନ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ବଣ୍ଡା,୧୬ା୧୨(ପି.ଟି.): ଅସ୍ତ୍ର(ସଂଶୋଧନ) ବିଲ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିବା ପରେ ଏହା ଆଇନରେ ପରିଣତ ହୋଇଛି। ଫଳରେ କୌଣସି ବ୍ୟକ୍ତି ବେଆଇନ ଭାବେ ଅସ୍ତ୍ରଶସ୍ତ୍ର...

ପୁଣି ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟରେ ଇଡି

ନୂଆଦିଲ୍ଲୀ,୪।୮: ନ୍ୟାଶନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗୁରୁବାର ପୁଣି ଥରେ ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟରେ ପହଞ୍ଚିଛି। କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ...

ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦ା୬(ପି.ଟି.): ଗୁଜରାଟରେ ଦୁଇଟି ରାଜ୍ୟ ସଭା ଆସନ ଲାଗି ଅଲଗା ଉପନିର୍ବାଚନ କରିବା ନିମନ୍ତେ ନିର୍ବାଚନ କମିଶନ (ଇସି) ନିଷ୍ପତ୍ତି ନେଇଥିବାବେଳେ ରାଜ୍ୟ କଂଗ୍ରେସ ପକ୍ଷରୁ...

ରାଜ୍ୟ ସଭାର ଫ୍ରଣ୍ଟ ରୋରେ ବସିବେ ଚିଦାମ୍ବରମ, ଦିଗବିଜୟ, ପଛକୁ ଗଲେ ମନମୋହନ

ନୂଆଦିଲ୍ଲୀ,୩ ।୨: ପୂର୍ବତନ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ରାଜ୍ୟ ସଭାରେ ବସିବାର ସିଟରେ ପରିବର୍ତ୍ତନ କରାଯାଇଛି । ରାଜ୍ୟ ସଭାରେ ଚିଦାମ୍ବରମଙ୍କ ବସିବାରୁ ନେଇ...

ଜାଲିଆନାୱାଲାବାଗ: ଐତିହାସିକ ଶହୀଦ କୂଅରେ ଆଉ ପର୍ଯ୍ୟଟକ ପକାଇ ପାରିବେ ନାହିଁ ମୁଦ୍ରା

ଅମୃତସର,୨୬ ।୭: ପଞ୍ଜାବର ଅମୃତସରରେ ଥିବା ଐତିହାସିକ ଜାଲିଆନାୱାଲାବାଗକୁ ଦେଖିବାକୁ ସାରା ବିଶ୍ୱରୁ ପର୍ଯ୍ୟଟକ ଆସିଥାଆନ୍ତି । ଏଠାରେ ଥିବା କୂଅରେ ପର୍ଯ୍ୟଟକମାନେ କଏନ ପକାଇ...

ପଡ଼ିଲା ତେଜସ୍ବୀଙ୍କ ହାତଗଣ୍ଠି

ନୂଆଦିଲ୍ଲୀ,୧୦।୧୧: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତେଜସ୍ବୀ ଯାଦବ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ବିବାହ ସମ୍ପର୍କରେ ତେଜସ୍ବୀ ଯାଦବଙ୍କ ପୁରା...

ଭାରତକୁ ଦୋହଲାଇ ଦେବାର ଷଡଯନ୍ତ୍ର! ପିଓକେରେ ଆତଙ୍କବାଦୀ ସଙ୍ଗଠନ ସହ ବୈଠକ କଲା ଆଇଏସ୍‌ଆଇ

ନୂଆଦିଲ୍ଲୀ,୧୫ ।୧୦: ପାକିସ୍ତାନ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ବିସେସ ଇଣ୍ଟଲିଜେନ୍ସ (ଆଇଏସ୍‌ଆଇ) ଓ କିଛି ଆତଙ୍କବାଦୀ ସଙ୍ଗଠନର ମୁଖ୍ୟଙ୍କ ମଧ୍ୟରେ ନିକଟରେ ବୈଠକ ହୋଇଥିବା ସୂଚନା...

Advertisement
Archives

Model This Week