ଐଶ୍ୱର୍ଯ୍ୟାଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ଗହଣା ଚୋରି

ଚେନ୍ନାଇ: ସାଉଥ ସୁପରଷ୍ଟାର ରଜନିକାନ୍ତଙ୍କ ବଡ ଝିଅ ଐଶ୍ୱର୍ଯ୍ୟା ରଜନିକାନ୍ତ ତେୟନମପେଟ ପୋଲିସ ଷ୍ଟେଶନରେ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗରେ ଦାବି କରିଛନ୍ତି କି ତାଙ୍କ ଚେନ୍ନାଇ ସ୍ଥିତ ଘରୁ ଲକରରେ ଥିବା ୬୦ ତୋଲା ଗହଣା ଚୋରି ହୋଇଯାଇଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩.୬୦ ଲକ୍ଷ ଟଙ୍କା ହେବ । ଅଭିଯୋଗରେ କୁହାଯାଇଛି କି ସେ ୨୦୧୯ରେ ତାଙ୍କ ଭଉଣୀ ସୌନ୍ଦର୍ଯ୍ୟାଙ୍କ ବିବାହରେ ସେସବୁ ଗହଣା ପିନ୍ଧିଥିଲେ ।
ଏଫଆଇଆର କପିର ସୂଚନା ଅନୁଯାୟୀ, ଐଶ୍ୱର୍ଯ୍ୟା ଏସବୁ ଜୁଏଲରୀ ଏକ ଲକରରେ ରଖିଥିଲେ ଆଉ ଏ ସମ୍ପର୍କରେ ତାଙ୍କର କେତେଜଣ କେୟାରଟେକର ଜାଣିଥିଲେ । ଚୋରି ହୋଇଥିବା ଗହଣା ମଧ୍ୟରେ କିଛି ସୁନା ଗହଣା, ଡାଇମଣ୍ଡ ସେଟ, ନବରତ୍ନ ହାର ଓ ଚୁଡି ରହିଛି । ତେୟନମପେଟ ପୋଲିସ ଏହି ମାମଲାକୁ ଆଇପିସି ଧାରା ୩୮୧ ଆଧାରରେ ମାମଲା ରୁଜୁ କରି ଘଟଣାର ଯାଞ୍ଚ ଆରମ୍ଭ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଠ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

ସଲମାନଙ୍କୁ ଭେଟିବାକୁ ଗାଲାକ୍ସି ଆପାର୍ଟମେଣ୍ଟରେ ପହଞ୍ଚିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ

ବମ୍ବେ: ନିକଟରେ ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କ ଘର ଉପରେ ୨ ଜଣ ଅଜ୍ଞାତ ବ୍ୟକ୍ତି ଗୁଳିମାଡ଼ କରିଥିଲେ। ଏହି ଘଟଣା ଅନେକଙ୍କୁ ଚକିତ କରିଥିଲା। ପୋଲିସ...

ସ୍ବାସ୍ଥ୍ୟଗତ କାରଣରୁ ନିର୍ବାଚନ ଲଢ଼ୁନାହାନ୍ତି କିରନ

ନୂଆଦିଲ୍ଲୀ: ଚଣ୍ଡିଗଡ଼ରୁ ଲଗାତର ୨ ଥର ଏମ୍‌ପି ଥିବା ବଲିଉଡ୍‌ ଅଭିନେତ୍ରୀ କିରନ ଖେର୍‌ ଚଳିତ ଲୋକ ସଭା ନିର୍ବାଚନ ଲଢ଼ୁନାହାନ୍ତି। ଚଣ୍ଡିଗଡ଼ରୁ ଭାଜପା ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri