ଧଳା ଜହର ଲୁଣ

”ଆମେ ଖାଉଥିବା ଲୁଣର ରାସାୟନିକ ନାମ ହେଲା ‘ସୋଡିୟମ କ୍ଲୋରାଇଡ୍‌’। ଏଥିରେ ଥିବା ସୋଡିୟମ୍‌ ହିଁ ଆମ ସ୍ବାସ୍ଥ୍ୟ ଉପରେ ଭଲମନ୍ଦ ପ୍ରଭାବ ଲାଗି ଦାୟୀ। ଲୁଣ ଏହାର ମୁଖ୍ୟ ଉତ୍ସ ହେଲେ ହେଁ, ଆମେ ଖାଉଥିବା ଅନ୍ୟାନ୍ୟ ବହୁ ଖାଦ୍ୟରେ ମଧ୍ୟ ଏହା ଅନ୍ୟତମ ଉପାଦାନ ରୂପେ ରହୁଛି। ଏସବୁଗୁଡ଼ିକରେ ଥିବା ସୋଡିୟମର ଏକତ୍ର ପରିମାଣ ଦିନକୁ ୨୩୦୦ ମିଲିଗ୍ରାମ୍‌ ଅତିକ୍ରମ କରିଗଲେ ତାହା ଆମ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।“

ଲୁଣ ଆମର ଦୈନନ୍ଦିନ ଖାଦ୍ୟର ଏକ ଅବିଚ୍ଛେଦ୍ୟ ଅଂଶ। କେବଳ ସ୍ବାଦ ପାଇଁ ନୁହେଁ, ସ୍ବାସ୍ଥ୍ୟ ପାଇଁ ମଧ୍ୟ ଏହା ଏକାନ୍ତ ଆବଶ୍ୟକ। ଲୁଣ ଆମ ଶରୀରରେ ତରଳ ପଦାର୍ଥ ଏବଂ ବୈଦ୍ୟୁତିକ ଦ୍ରବଣର ଭାରସାମ୍ୟ ରକ୍ଷା କରିବା ସହ ସ୍ନାୟୁ ସଙ୍କେତ ପ୍ରେରଣ କରିଥାଏ। ତେବେ ଏହା ପ୍ରତି ଆମର ଆକର୍ଷଣ ଏତେ ବଢ଼ିଯାଇଛି ଯେ, ଆମେ ଅଧିକାଂଶ ଖାଦ୍ୟରେ ଏହାକୁ ମାତ୍ରାଧିକ ଭାବେ ବ୍ୟବହାର କରିବାରେ ଲାଗିଛେ। ଫଳରେ ଶରୀର ପାଇଁ ମଙ୍ଗଳକର ହୋଇଥିବା ଲୁଣର ସର୍ବାଧିକ ମାତ୍ରା ଏକ ଚତୁର୍ଥାଂଶ ଚାମଚ ପରିମାଣ ଅତିକ୍ରମ କରିଯାଉଛି। ପରିମାଣ ସ୍ବରୂପ ‘ଅତି ସର୍ବତ୍ର ଗର୍ହିତମ୍‌’ ନ୍ୟାୟରେ ଏବେ ଏହା ‘ଧଳା ଜହର’ର ରୂପ ନେଇ ଆମ ସ୍ବାସ୍ଥ୍ୟ ପ୍ରତି ବିପଦର କାରଣ ସାଜିଛି।
ନିକଟରେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା (ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ ବା ‘ହୁ’)। ଏହାର ସଦ୍ୟ ପ୍ରକାଶିତ (ଫେବୃୟାରୀ ୨୦୨୩) ‘ଗ୍ଲୋବାଲ ରିପୋର୍ଟ ଅନ୍‌ ସୋଡିୟମ ଇନ୍‌ଟେକ୍‌ ରିଡକ୍ସନ’ ରିପୋର୍ଟରେ ସତର୍କ କରାଇ ଦିଆଯାଇଛି ଯେ ଯଦି ଏହାଦ୍ୱାରା ପ୍ରଦତ୍ତ ମାର୍ଗଦର୍ଶିକା ଅନୁସରଣ କରି ଲୁଣ ଖାଇବା ଆବଶ୍ୟକତାଠାରୁ କମ୍‌ କରିଦିଆଯାଏ, ତେବେ ଆଗାମୀ ୭ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୩୦ ମସିହା ସୁଦ୍ଧା ବିଶ୍ୱର ପ୍ରାୟ ୭୦ ଲକ୍ଷ ଲୋକଙ୍କର ତାହା ଅକାଳ ମୃତ୍ୟୁର କାରଣ ହେବ। ଏଣୁ ଏ ସମ୍ପର୍କରେ ସଚେତନତା ପ୍ରସାର ଲାଗି ଚଳିତ ବର୍ଷ ମାର୍ଚ୍ଚ ୧୪-୨୦ ତାରିଖ ପର୍ଯ୍ୟନ୍ତ ‘ହୁ’ ଦ୍ୱାରା ପାଳନ କରାଯାଉଛି ଏକ କାର୍ଯ୍ୟକ୍ରମ ସପ୍ତାହ।
ଆମେ ଖାଉଥିବା ଲୁଣର ରାସାୟନିକ ନାମ ହେଲା ‘ସୋଡିୟମ କ୍ଲୋରାଇଡ୍‌’। ଏଥିରେ ଥିବା ସୋଡିୟମ୍‌ ହିଁ ଆମ ସ୍ବାସ୍ଥ୍ୟ ଉପରେ ଭଲମନ୍ଦ ପ୍ରଭାବ ଲାଗି ଦାୟୀ। ଲୁଣ ଏହାର ମୁଖ୍ୟ ଉତ୍ସ ହେଲେ ହେଁ, ଆମେ ଖାଉଥିବା ଅନ୍ୟାନ୍ୟ ବହୁ ଖାଦ୍ୟରେ ମଧ୍ୟ ଏହା ଅନ୍ୟତମ ଉପାଦାନ ରୂପେ ରହୁଛି। ଏସବୁଗୁଡ଼ିକରେ ଥିବା ସୋଡିୟମର ଏକତ୍ର ପରିମାଣ ଦିନକୁ ୨୩୦୦ ମିଲିଗ୍ରାମ ଅତିକ୍ରମ କରିଗଲେ ତାହା ଆମ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ତେବେ ବିଶ୍ୱର ମାତ୍ର ତିନି ଶତାଂଶ ଲୋକ ଏହି ସୀମାଠାରୁ କମ୍‌ ଲୁଣ ଖାଇଲା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ୧୯୪ଟି ସଦସ୍ୟଙ୍କ ମଧ୍ୟରୁ ମାତ୍ର ୭ଟି ଦେଶର ଲୋକ ଏହା କରିଥାଆନ୍ତି। ସେଗୁଡ଼ିକ ହେଲେ ବ୍ରାଜିଲ, ଚିଲି, ମାଲେସିଆ, ସାଉଦି ଆରବ, ସ୍ପେନ୍‌ ଏବଂ ଉରୁଗୁଏ।
ଅଧିକ ଲୁଣ ଖାଇବାର ସ୍ବାସ୍ଥ୍ୟ ପ୍ରତି ଥିବା ଘାତକ ପ୍ରଭାବଗୁଡ଼ିକ ହେଲା, ଉଚ୍ଚ ରକ୍ତଚାପ ଏବଂ ତଜ୍ଜନିତ ହୃଦ୍‌ରୋଗ ଏବଂ ସଂଘାତ। ଏହାର କୁପ୍ରଭାବ ମାଂସପେଶୀ, ସ୍ନାୟୁ ଏବଂ ମସ୍ତିଷ୍କ ଉପରେ ମଧ୍ୟ ପଡ଼ିଥାଏ। ଏପରିକି ହାଡ଼ ପାପରା, ପାକସ୍ଥଳୀ କ୍ୟାନ୍‌ସର ଏବଂ କିଡ୍‌ନୀ ସମସ୍ୟା ପାଇଁ ଅଧିକ ଲୁଣ ଖାଇବା ଅନେକାଂଶରେ ଦାୟୀ। ଏପରିସ୍ଥଳେ ଲୁଣ ଏବଂ ଅଧିକ ଲୁଣ ଅର୍ଥାତ୍‌ ସୋଡିୟମଯୁକ୍ତ ଖାଦ୍ୟ ଯଥାସମ୍ଭବ ହ୍ରାସ କରିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ପରାମର୍ଶ ଦେଇଛି। ତେବେ ଆମର ଆଜିକାଲିର ପସନ୍ଦ ଅନେକ ଖାଦ୍ୟରେ ଏହା ପ୍ରଚୁର ପରିମାଣରେ ରହିଛି। ଅନ୍ୟପକ୍ଷରେ ଏହା ଏକ ଚିନ୍ତାଜନକ ବିଷୟ ଯେ, ଏଗୁଡ଼ିକ ପ୍ରତି ଆମର ଆକର୍ଷଣ ବଢ଼ିଚାଲିଛି।
ଏପରିସ୍ଥଳେ ଅଧିକ ଲୁଣ ସହିତ ଏଗୁଡ଼ିକୁ ମଧ୍ୟ ବର୍ଜନ କରିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଆହ୍ବାନ ଦେଇଛି। ଅନ୍ୟପକ୍ଷରେ ଘରେ ତିଆରି ସୁପ୍‌, ଛେନା, ସାଲାଡ୍‌, ନାନାପ୍ରକାର ପିଠା, ଉପମା, ଦୋସା, ମାଛ-ମାଂସ ତରକାରି ଓ ଏବଂ ତଟକା ଫଳମୂଳ କମ୍‌ ସୋଡିୟମଯୁକ୍ତ ଏବଂ ସ୍ବାସ୍ଥ୍ୟ ପାଇଁ ହିତକର। ଏଣୁ ଏଗୁଡ଼ିକୁ ଆମେ ଖାଦ୍ୟ ରୂପେ ଗ୍ରହଣ କରିବା ଉଚିତ ବୋଲି ଏହି ସଂସ୍ଥା ପରାମର୍ଶ ଦେଇଛି।

ପ୍ର. ରମେଶ ଚନ୍ଦ୍ର ପରିଡ଼ା

-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri