ଧଳା ଜହର ଲୁଣ

”ଆମେ ଖାଉଥିବା ଲୁଣର ରାସାୟନିକ ନାମ ହେଲା ‘ସୋଡିୟମ କ୍ଲୋରାଇଡ୍‌’। ଏଥିରେ ଥିବା ସୋଡିୟମ୍‌ ହିଁ ଆମ ସ୍ବାସ୍ଥ୍ୟ ଉପରେ ଭଲମନ୍ଦ ପ୍ରଭାବ ଲାଗି ଦାୟୀ। ଲୁଣ ଏହାର ମୁଖ୍ୟ ଉତ୍ସ ହେଲେ ହେଁ, ଆମେ ଖାଉଥିବା ଅନ୍ୟାନ୍ୟ ବହୁ ଖାଦ୍ୟରେ ମଧ୍ୟ ଏହା ଅନ୍ୟତମ ଉପାଦାନ ରୂପେ ରହୁଛି। ଏସବୁଗୁଡ଼ିକରେ ଥିବା ସୋଡିୟମର ଏକତ୍ର ପରିମାଣ ଦିନକୁ ୨୩୦୦ ମିଲିଗ୍ରାମ୍‌ ଅତିକ୍ରମ କରିଗଲେ ତାହା ଆମ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।“

ଲୁଣ ଆମର ଦୈନନ୍ଦିନ ଖାଦ୍ୟର ଏକ ଅବିଚ୍ଛେଦ୍ୟ ଅଂଶ। କେବଳ ସ୍ବାଦ ପାଇଁ ନୁହେଁ, ସ୍ବାସ୍ଥ୍ୟ ପାଇଁ ମଧ୍ୟ ଏହା ଏକାନ୍ତ ଆବଶ୍ୟକ। ଲୁଣ ଆମ ଶରୀରରେ ତରଳ ପଦାର୍ଥ ଏବଂ ବୈଦ୍ୟୁତିକ ଦ୍ରବଣର ଭାରସାମ୍ୟ ରକ୍ଷା କରିବା ସହ ସ୍ନାୟୁ ସଙ୍କେତ ପ୍ରେରଣ କରିଥାଏ। ତେବେ ଏହା ପ୍ରତି ଆମର ଆକର୍ଷଣ ଏତେ ବଢ଼ିଯାଇଛି ଯେ, ଆମେ ଅଧିକାଂଶ ଖାଦ୍ୟରେ ଏହାକୁ ମାତ୍ରାଧିକ ଭାବେ ବ୍ୟବହାର କରିବାରେ ଲାଗିଛେ। ଫଳରେ ଶରୀର ପାଇଁ ମଙ୍ଗଳକର ହୋଇଥିବା ଲୁଣର ସର୍ବାଧିକ ମାତ୍ରା ଏକ ଚତୁର୍ଥାଂଶ ଚାମଚ ପରିମାଣ ଅତିକ୍ରମ କରିଯାଉଛି। ପରିମାଣ ସ୍ବରୂପ ‘ଅତି ସର୍ବତ୍ର ଗର୍ହିତମ୍‌’ ନ୍ୟାୟରେ ଏବେ ଏହା ‘ଧଳା ଜହର’ର ରୂପ ନେଇ ଆମ ସ୍ବାସ୍ଥ୍ୟ ପ୍ରତି ବିପଦର କାରଣ ସାଜିଛି।
ନିକଟରେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା (ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ ବା ‘ହୁ’)। ଏହାର ସଦ୍ୟ ପ୍ରକାଶିତ (ଫେବୃୟାରୀ ୨୦୨୩) ‘ଗ୍ଲୋବାଲ ରିପୋର୍ଟ ଅନ୍‌ ସୋଡିୟମ ଇନ୍‌ଟେକ୍‌ ରିଡକ୍ସନ’ ରିପୋର୍ଟରେ ସତର୍କ କରାଇ ଦିଆଯାଇଛି ଯେ ଯଦି ଏହାଦ୍ୱାରା ପ୍ରଦତ୍ତ ମାର୍ଗଦର୍ଶିକା ଅନୁସରଣ କରି ଲୁଣ ଖାଇବା ଆବଶ୍ୟକତାଠାରୁ କମ୍‌ କରିଦିଆଯାଏ, ତେବେ ଆଗାମୀ ୭ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୩୦ ମସିହା ସୁଦ୍ଧା ବିଶ୍ୱର ପ୍ରାୟ ୭୦ ଲକ୍ଷ ଲୋକଙ୍କର ତାହା ଅକାଳ ମୃତ୍ୟୁର କାରଣ ହେବ। ଏଣୁ ଏ ସମ୍ପର୍କରେ ସଚେତନତା ପ୍ରସାର ଲାଗି ଚଳିତ ବର୍ଷ ମାର୍ଚ୍ଚ ୧୪-୨୦ ତାରିଖ ପର୍ଯ୍ୟନ୍ତ ‘ହୁ’ ଦ୍ୱାରା ପାଳନ କରାଯାଉଛି ଏକ କାର୍ଯ୍ୟକ୍ରମ ସପ୍ତାହ।
ଆମେ ଖାଉଥିବା ଲୁଣର ରାସାୟନିକ ନାମ ହେଲା ‘ସୋଡିୟମ କ୍ଲୋରାଇଡ୍‌’। ଏଥିରେ ଥିବା ସୋଡିୟମ୍‌ ହିଁ ଆମ ସ୍ବାସ୍ଥ୍ୟ ଉପରେ ଭଲମନ୍ଦ ପ୍ରଭାବ ଲାଗି ଦାୟୀ। ଲୁଣ ଏହାର ମୁଖ୍ୟ ଉତ୍ସ ହେଲେ ହେଁ, ଆମେ ଖାଉଥିବା ଅନ୍ୟାନ୍ୟ ବହୁ ଖାଦ୍ୟରେ ମଧ୍ୟ ଏହା ଅନ୍ୟତମ ଉପାଦାନ ରୂପେ ରହୁଛି। ଏସବୁଗୁଡ଼ିକରେ ଥିବା ସୋଡିୟମର ଏକତ୍ର ପରିମାଣ ଦିନକୁ ୨୩୦୦ ମିଲିଗ୍ରାମ ଅତିକ୍ରମ କରିଗଲେ ତାହା ଆମ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ତେବେ ବିଶ୍ୱର ମାତ୍ର ତିନି ଶତାଂଶ ଲୋକ ଏହି ସୀମାଠାରୁ କମ୍‌ ଲୁଣ ଖାଇଲା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ୧୯୪ଟି ସଦସ୍ୟଙ୍କ ମଧ୍ୟରୁ ମାତ୍ର ୭ଟି ଦେଶର ଲୋକ ଏହା କରିଥାଆନ୍ତି। ସେଗୁଡ଼ିକ ହେଲେ ବ୍ରାଜିଲ, ଚିଲି, ମାଲେସିଆ, ସାଉଦି ଆରବ, ସ୍ପେନ୍‌ ଏବଂ ଉରୁଗୁଏ।
ଅଧିକ ଲୁଣ ଖାଇବାର ସ୍ବାସ୍ଥ୍ୟ ପ୍ରତି ଥିବା ଘାତକ ପ୍ରଭାବଗୁଡ଼ିକ ହେଲା, ଉଚ୍ଚ ରକ୍ତଚାପ ଏବଂ ତଜ୍ଜନିତ ହୃଦ୍‌ରୋଗ ଏବଂ ସଂଘାତ। ଏହାର କୁପ୍ରଭାବ ମାଂସପେଶୀ, ସ୍ନାୟୁ ଏବଂ ମସ୍ତିଷ୍କ ଉପରେ ମଧ୍ୟ ପଡ଼ିଥାଏ। ଏପରିକି ହାଡ଼ ପାପରା, ପାକସ୍ଥଳୀ କ୍ୟାନ୍‌ସର ଏବଂ କିଡ୍‌ନୀ ସମସ୍ୟା ପାଇଁ ଅଧିକ ଲୁଣ ଖାଇବା ଅନେକାଂଶରେ ଦାୟୀ। ଏପରିସ୍ଥଳେ ଲୁଣ ଏବଂ ଅଧିକ ଲୁଣ ଅର୍ଥାତ୍‌ ସୋଡିୟମଯୁକ୍ତ ଖାଦ୍ୟ ଯଥାସମ୍ଭବ ହ୍ରାସ କରିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ପରାମର୍ଶ ଦେଇଛି। ତେବେ ଆମର ଆଜିକାଲିର ପସନ୍ଦ ଅନେକ ଖାଦ୍ୟରେ ଏହା ପ୍ରଚୁର ପରିମାଣରେ ରହିଛି। ଅନ୍ୟପକ୍ଷରେ ଏହା ଏକ ଚିନ୍ତାଜନକ ବିଷୟ ଯେ, ଏଗୁଡ଼ିକ ପ୍ରତି ଆମର ଆକର୍ଷଣ ବଢ଼ିଚାଲିଛି।
ଏପରିସ୍ଥଳେ ଅଧିକ ଲୁଣ ସହିତ ଏଗୁଡ଼ିକୁ ମଧ୍ୟ ବର୍ଜନ କରିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଆହ୍ବାନ ଦେଇଛି। ଅନ୍ୟପକ୍ଷରେ ଘରେ ତିଆରି ସୁପ୍‌, ଛେନା, ସାଲାଡ୍‌, ନାନାପ୍ରକାର ପିଠା, ଉପମା, ଦୋସା, ମାଛ-ମାଂସ ତରକାରି ଓ ଏବଂ ତଟକା ଫଳମୂଳ କମ୍‌ ସୋଡିୟମଯୁକ୍ତ ଏବଂ ସ୍ବାସ୍ଥ୍ୟ ପାଇଁ ହିତକର। ଏଣୁ ଏଗୁଡ଼ିକୁ ଆମେ ଖାଦ୍ୟ ରୂପେ ଗ୍ରହଣ କରିବା ଉଚିତ ବୋଲି ଏହି ସଂସ୍ଥା ପରାମର୍ଶ ଦେଇଛି।

ପ୍ର. ରମେଶ ଚନ୍ଦ୍ର ପରିଡ଼ା

-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ହେଲା ହୋଇନି ଛତ୍ରପୁର ପଞ୍ଚାୟତ ସମିତି ବୈଠକ, ବ୍ଲକ ଅଧ୍ୟକ୍ଷା ଜିଲାପାଳଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ବୈଠକ ତୁରନ୍ତ କରିବାକୁ ଗୁରୁବାର ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ ଗଞ୍ଜାମ ଜିଲାପାଳଙ୍କୁ ଭେଟି…

କାଦୁଅ ପଚପଚରେ ଖୋଲା ଜିମ୍‌ କେନ୍ଦ୍ର ନିର୍ମାଣ, ବିନା ସୂଚନାଫଳକକୁ ନେଇ ତାତିଲେ ଗ୍ରାମବାସୀ

କେସିଙ୍ଗା,୩୦ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ତୁର୍ଳାଖମାନ ଗ୍ରାମରେ ଲୋକଙ୍କ ସ୍ବାସ୍ଥ୍ୟ ସୁଦୃଢ଼ କରିବା ପାଇଁ ଲୋକ ସଭା ଏମ୍‌ପି ସୁଜିତ କୁମାର ଏକ…

ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡଲ; ଗ୍ରୀନ କରିଡ଼ରରେ ୮୦ କିମି ଗଲେ, ଓଡ଼ିଶାରେ ପ୍ରଥମ

କୃଷ୍ଣପ୍ରସାଦ,୩୦।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ପଥରକଟା ଗାଁରୁ ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରଭୁଦତ୍ତ ଜେନାଙ୍କ ପାଇଁ ସାଇକେଲ ସାଜିଲା…

ଫସଲ ବୀମା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି ଦାବି, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ହିତ ପାଇଁ ୮ ଦଫା ଦାବି ନେଇ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ…

ଭାରତୀୟ ଏମପିଙ୍କ ଠୁ ଏତେ ଅଧିକ ଦରମା ପାଆନ୍ତି ପାକିସ୍ତାନୀ ଏମପି? ଜାଣନ୍ତୁ ସାଲାରୀ-ଭତ୍ତା ସବୁକିଛି…

ନୂଆଦିଲ୍ଲୀ,୩୦।୭: ଆଇନପ୍ରଣେତା ବା ସାଂସଦମାନଙ୍କ ସୁବିଧା ସୁଯୋଗକୁ ତୁଳନା କଲେ ଜଣାପଡ଼େ ଯେ, ପାକିସ୍ତାନୀ ଏବଂ ଭାରତୀୟ ସାଂସଦମାନେ ପ୍ରାୟ ସମାନ ମୂଳ ଦରମା ପାଇଥାନ୍ତି, କିନ୍ତୁ…

‘ଆପଣଙ୍କ ମୁହଁ ଖୋଲୁନାହିଁ, କିଏ ସିଲ୍ କରିଦେଇଛି…’, ଶାହାଙ୍କୁ ଖାର୍ଗେଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୩୦।୭: ରାଜ୍ୟ ସଭାରେ ପେପର ଲିକ୍ ପ୍ରସଙ୍ଗକୁ ନେଇ ଆଲୋଚନା ସମୟରେ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା…

ଭଞ୍ଜନଗରରେ ଖୁବ୍‌ଶୀଘ୍ର ‘ଘୁମୁସର ରେଡିଓ’, ୪୦ କିଲୋମିଟର ପରିଧିରେ ହେବ ପ୍ରସାରଣ

ଭଞ୍ଜନଗର,୩୦ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରବାସୀଙ୍କ ପାଇଁ ଖୁସି ଖବର। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସ୍ବର, ସମସ୍ୟା ଓ ସଂସ୍କୃତିକୁ ନେଇ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି…

ସରକାରୀ ଦେଶୀ ମଦଭାଟି ବନ୍ଦ ଦାବି ଜୋର୍‌ ଧରିଲା, ଜିଲାପାଳ-ଅବକାରୀ ଅଧୀକ୍ଷକଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଅବକାରୀ ଅଧୀନରେ ଥିବା ନୋଳିଆ ନୂଆଗାଁ ସରକାରୀ ଦେଶୀ ମଦଭାଟି ବନ୍ଦ କରିବା ଦାବି ନେଇ ଗୁରୁବାର ଛତ୍ରପୁର ବ୍ଲକ ଅଧ୍ୟକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri