ପିଏନ୍ବିର ୪ର୍ଥ ତ୍ରୈମାସିକ ଫଳାଫଳ
ନୂଆଦିଲ୍ଲୀ,୨୨।୫: ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କ (ପିଏନବି)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପିଏନବି ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରିଛି। ଏପରିକି ବ୍ୟାଙ୍କ ୪ର୍ଥ ତ୍ରୈମାସରେ ଆଶାତୀତ ସଫଳତା ହାସଲ…
ମାଲାବାରକୁ ପ୍ରଥମ ଟିଆରକ୍ୟୁ ଲାଇସେନ୍ସ
ନୂଆଦିଲ୍ଲୀ,୨୨।୫: ଦେଶର ସର୍ବବୃହତ୍ ଅଳଙ୍କାର ପ୍ରତିଷ୍ଠାନ ତଥା ସୁନା ଓ ହୀରାର ପ୍ରମୁଖ ରିଟେଲ ଚେନ୍ସ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସକୁ ନିକଟରେ ତାରିଫ ରେଟ୍ କୋଟା (ଟିଆରକ୍ୟୁ)ର ଲାଇସେନ୍ସ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଡାଇରେକ୍ଟର ଜେନେରାଲ ଅଫ୍ ଫରେନ ଟ୍ରେଡ୍…
୨୯ରେ ଜୀ ସାର୍ଥକର ‘ସବୁଠୁ ବଡ଼ ଦିନ’
ଭୁବନେଶ୍ୱର,୨୨।୫: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଓଡ଼ିଆ ଚ୍ୟାନେଲ ଜୀ ସାର୍ଥକରେ ପ୍ରସାରିତ ହେଉଥିବା କେତେକ ଧାରାବାହିକକୁ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ସବୁଠୁ ବଡ଼ ଦିନ’ (ମେଗା ଧାରାବାହିକ)ର ଆୟୋଜନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ୨୦୨୩ ମେ ୨୯ ସନ୍ଧ୍ୟାରେ ପ୍ରସାରିତ…
କଣ୍ଟ୍ରୋଲ ଚାଉଳରେ ମିଶାଯାଉଛି ଫର୍ଟିଫାଏଡ ଚାଉଳ
ବୋଲଗଡ଼,୨୨ା୫(ଡି.ଏନ୍.ଏ.): ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ଦିଆଯାଉଥିବା ଚାଉଳରେ ମିଶାଯାଉଛି ଫର୍ଟିଫାଏଡ ଚାଉଳ। ତେବେ ପ୍ରଶାସନର ସଚେତନତା ଅଭାବରୁ ହିତାଧିକାରୀମାନେ ଉକ୍ତ ଫର୍ଟିଫାଏଡ ଚାଉଳକୁ ପ୍ଲାଷ୍ଟିକ ଚାଉଳ ବୋଲି ସନ୍ଦେହ କରୁଛନ୍ତି। ବୋଲଗଡ଼ ବ୍ଲକ ଅନ୍ତର୍ଗତ ଡାବରଧୁଆପାଟଣା ଓ ଆଖପାଖ ପଞ୍ଚାୟତର…
ମୁଖ୍ୟ ଶାସନ ସଚିବଙ୍କ ତଦନ୍ତ ନିର୍ଦ୍ଦେଶ
କୋଣାର୍କ,୨୨ା୫(ଡି.ଏନ୍.ଏ): କୋଣାର୍କସ୍ଥିତ ଭଗବତୀ ମହାବିଦ୍ୟାଳୟରେ ଗତ ୨୦୧୭ରୁ ୨୦୨୨ ମସିହା ପର୍ଯ୍ୟନ୍ତ କାର୍ଯ୍ୟରତ ଜଣେ କିରାଣିଙ୍କ ଦ୍ବାରା ଜାଲ୍ରସିଦ ମାଧ୍ୟମରେ ୬ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗ ହୋଇଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ କାର୍ଯ୍ୟାନୁଷ୍ଠାନ ପାଇଁ କୋଣାର୍କ ଅଞ୍ଚଳର ସାମାଜିକ…
ଅବ୍ୟବସ୍ଥା ଘେରରେ କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
କାଶୀନଗର/ପାରଳାଖେମୁଣ୍ଡି,୨୨ା୫ (ଡି.ଏନ୍.ଏ): ଗଜପତି ଜିଲା କାଶୀନଗର ବ୍ଲକରେ ଥିବା ୧୧ନଂ ୱାର୍ଡ ତଥା ବ୍ଲକ କଲୋନୀର ରାସ୍ତା କଡ଼ରେ କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବ୍ୟବହୃତ ଆବର୍ଜନା ପଡ଼ିରହିଥିବା ଦେଖିବାକୁ ମିଳିଛି। ପ୍ରସବ ମହିଳାମାନଙ୍କ ପାଇଁ ବ୍ୟବହାର କରାଯାଇଥିବା ବସ୍ତୁ, ଔଷଧୀୟ ଜିନିଷଗୁଡ଼ିକ…
ପ୍ରକୃତି-ମାନବ ଜୀବନ ମଧ୍ୟରେ ରହିଛି ସ୍ଥାୟୀ ସମ୍ପର୍କ
ଜୈବ ବିବିଧତାର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ଜୈବ ବିବିଧତା କ୍ଷୟ ସମେତ ବିଶ୍ୱ ସ୍ତରୀୟ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ପାଇଁ ୨୨ ମେ ରେ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ କରାଯାଇଥାଏ। ପ୍ରକୃତି ଏବଂ…
କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି
ଆସିକା/ହିଞ୍ଜିଳିକାଟୁ/ ପାରଳାଖେମୁଣ୍ଡି, ୨୨ା୫(ଡି.ଏନ୍.ଏ.): ଆସିକା ଅଞ୍ଚଳରେ ରବିବାର ଅପରାହ୍ନରେ କାଳବୈଶାଖୀ ଯୋଗୁ ପ୍ରବଳ ବେଗରେ ପବନ ବୋହିଥିଲା। ଏହାର ପ୍ରଭାବରେ ବହୁ ସ୍ଥାନରେ ବଡ଼ ବଡ଼ ଡାଳ ସବୁ ଭାଙ୍ଗିପଡ଼ିଛି। ଆସିକା ଏନ୍ଏସିର ରେଡିକା ସାହିଠାରେ ନିଜ ପରିବାର ସହ ରହୁଥିବା…
ଅବକାରୀ କାର୍ଯ୍ୟାଳୟରେ ଝୁଲୁଛି ତାଲା
ପଟ୍ଟାମୁଣ୍ଡାଇ,୨୨ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦିନକୁଦିନ ବଢ଼ି ଚାଲିଛି ବେଆଇନ ନିଶା କାରବାର। ଏହା ସାଧାରଣ ଜନତାଙ୍କୁ ଅତିଷ୍ଠ କରୁଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ସୁଧୁରୁନି ଅବସ୍ଥା। ନିଶା କାରବାର ରୋକିବା ପାଇଁ ଅବକାରୀ ବିଭାଗ ରହିଛି। ହେଲେ…
ଜିଲାର ଏକମାତ୍ର ରକ୍ତଭଣ୍ଡାର ହୀନିମାନରେ ଚାଲିଛି
କେନ୍ଦ୍ରାପଡ଼ା ଅଫିସ, ୨୨ା୫: କେନ୍ଦ୍ରାପଡ଼ା ଜିଲାର ଏକମାତ୍ର ବ୍ଲଡ୍ ବ୍ୟାଙ୍କରେ ଘୋର ରକ୍ତସଙ୍କଟ ଦେଖାଦେଇଛି। ମାସକୁ ଅନୂ୍ୟନ ୬୦୦ରୁ ୭୦୦ ୟୁନିଟ ରକ୍ତ ଆବଶ୍ୟ୍ୟକ ଥିବାବେଳେ ଅଦ୍ୟାବଧି ମାତ୍ର ୫୦ ୟୁନିଟ ମଧ୍ୟରେ ଷ୍ଟକ ରହିଛି। ଫଳରେ ଥାଲାସେମିଆ, ପ୍ରସୂତି ଓ…
କାମ ନ କରି ଅର୍ଥ ବାଟମାରଣା
ନାଉଗାଁ,୨୨ା୫(ସ୍ବ.ପ୍ର.): ନାଉଗାଁ ବ୍ଲକରେ ଏମ୍ଜିଏନ୍ଆର୍ଇଜିଏସ୍(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା)ରେ ବ୍ୟାପକ ଦୁର୍ନୀତି ହୋଇଛି। ଏଠାରେ କେଉଁଠି ପ୍ରକଳ୍ପ ନିର୍ମାଣ ହୋଇ ନ ଥିବା ବେଳେ ଆଉ କେଉଁଠି ମାତ୍ର ୧୦ କିମ୍ବା ୨୦ ହଜାର ଟଙ୍କା…
ମୁଁ ନଡ୍ଡାଙ୍କ ପିଏ, ଟଙ୍କା ଦେଲେ ତୁମକୁ ମନ୍ତ୍ରୀ କରାଇଦେବି
ନାଗପୁର,୨୨ା୫: ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମ୍ଓ)ର ଅତିରିକ୍ତ ନିର୍ଦ୍ଦେଶକ ପରିଚୟ ଦେଇ ଲୋକଙ୍କୁ ଠକିବା ଅଭିଯୋଗରେ କିଛି ଦିନ ତଳେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଗୁଜରାଟର ମହାଠକ କିରନ୍ ପଟେଲ ଧରାପଡ଼ିଥିବାବେଳେ ତାଙ୍କ ଭଳି ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗୁଜରାଟର ଅହମଦାବାଦ ଜିଲା…
Archives


