Home Left

ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ ନିର୍ମାଣରେ ବିଳମ୍ବ

ଛତ୍ରପୁର,୨୨ା୫(ଡି.ଏନ.ଏ): ଗଞ୍ଜାମ ଜିଲାରେ ପ୍ରସ୍ତାବିତ ବ୍ରହ୍ମପୁର ବାଇପାସ ରିଙ୍ଗ୍‌ ରୋଡ୍‌ ନିର୍ମାଣରେ ଅହେତୁକ ବିଳମ୍ବ ହୋଇଛି। ୧୦ ବର୍ଷ ପରେ ବି ଏହି ରିଙ୍ଗ୍‌ ରୋଡ୍‌ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନାହିଁ। ମୁଖ୍ୟତଃ ଘରୋଇ ଜମି ଅଧିଗ୍ରହଣ ସମସ୍ୟା ଦେଖାଦେଇଆସୁଛି। ଫଳରେ…

ଭଦ୍ରକ ସହରରୁ ଜବରଦଖଲ ଉଚ୍ଛେଦ

ଭଦ୍ରକ ଅଫିସ, ୨୨।୫: ବହୁ ବାଦବିବାଦ ପରେ ଭଦ୍ରକ ସହରର ମୋଚି ଛକଠାରୁ ଭଦ୍ରକାଳୀ ଭାୟା ପୁରୁଣାବଜ଼ାର ରାସ୍ତା ନିର୍ମାଣ ପାଇଁ ରବିବାର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ମୋଚି ଛକଠାରୁ ଉଚ୍ଛେଦ ଆରମ୍ଭ ହୋଇଥିବା ବେଳେ…

ଉଡ଼ିଲା ଘର ଛପର

ଢେଙ୍କିକୋଟ,୨୨ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟ ପଞ୍ଚାୟତରେ ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା, ଝଡ଼ ତୋଫାନ ହୋଇଥିଲା। ଅନେକ ଗଛ ଭାଙ୍ଗିବା ସହ ଘରର ଛପର ଉଡ଼ିଯାଇଥିଲା। ଢେଙ୍କିକୋଟ୍‌ ପଞ୍ଚାୟତ, ଲଙ୍ଗଳକଣ୍ଟି ଗ୍ରାମ, ଢେଙ୍କିକୋଟ ଗ୍ରାମ, ବଡ଼ମସିଣାବିଲା ପଞ୍ଚାୟତ ପେଚା ସାହିରେ…

ପ୍ରଶାସନ ଶୁଣିଲାନି, ରାସ୍ତା ତିଆରି କଲେ ଗ୍ରାମବାସୀ

ଲଙ୍ଗଳେଶ୍ୱର,୨୨।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅଧୀନ ସାଉଡ଼ି ପଞ୍ଚାୟତର ମନସା ଛକ ରାସ୍ତାକୁ ଗ୍ରାମବାସୀ ନିଜ ଉଦ୍ୟମରେ ତିଆରି କରିଛନ୍ତି। ଜଣେ ପୂର୍ବତନ ସରପଞ୍ଚ କଂକ୍ରିଟ୍‌ ରାସ୍ତାକୁ ବିଳମ୍ବିତ ରାତିରେ ଜେସିବି ଲଗାଇ ଉଚ୍ଛେଦ କରିଦେବା ପରେ ଦୀର୍ଘ ମାସ…

ମନ୍ଦିରକୁ ଲାଗି ଶୌଚାଳୟ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ମାହାଙ୍ଗା,୨୨ା୫(ସ୍ବ.ପ୍ର.): ମନ୍ଦିରକୁ ଲାଗି ଶୌଚାଳୟ ନିର୍ମାଣ କରାଯାଉଛି। ଏହାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ମାହାଙ୍ଗା ବ୍ଲକ ଅନ୍ତର୍ଗତ ଉମର ପଞ୍ଚାୟତସ୍ଥିତ ଓସ୍ତପୁର ଗ୍ରାମର ଇଷ୍ଟଦେବ ନୀଳକଣ୍ଠେଶ୍ୱର ମହାଦେବ ପରିସରରେ ଏଭଳି ଘଟଣା ଘଟିଛି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ବିଡିଓଙ୍କ ନିକଟରେ ଅଭିଯୋଗ…

ଆନନ୍ଦ ବଜାରରୁ ହଟିବେ ଅଣଲାଇସେନ୍ସପ୍ରାପ୍ତ ବ୍ୟବସାୟୀ

ପୁରୀ ଅଫିସ,୨୨ା୫: ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ଏବେ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଆନନ୍ଦ ବଜାରରେ ବ୍ୟବସାୟ କରୁଥିବା ଅଣଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କୁ ଉଠିଯିବାକୁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଆନନ୍ଦବଜାରର ଏକାଧିକ ସ୍ଥାନରେ ଅଣଲାଇସେନ୍ସପ୍ରାପ୍ତ ବ୍ୟବସାୟୀମାନେ ମନଇଚ୍ଛା…

ଉତ୍କଳ ଟ୍ୟାଲେଣ୍ଟ କ୍ୱେଷ୍ଟ କରାଟେ ଉଦ୍‌ଯାପିତ

ଭୁବନେଶ୍ୱର, ୨୨ା୫ (ସ୍ପୋଟର୍‌ସ ବ୍ୟୁରୋ): ଉତ୍କଳ କରାଟେ ସ୍କୁଲ ପରିସରରେ ଉତ୍କଳ ଟ୍ୟାଲେଣ୍ଟ କ୍ୱେଷ୍ଟ କରାଟେ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମୋଟ ୪୦୦ ପ୍ରତିଯୋଗୀ ଅଂଶଗ୍ରହଣ କରି ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିଥିଲେ। ଭୁବନେଶ୍ୱର ଏବଂ କଟକ ଶାଖାରୁ…

ଆଦିତ୍ୟ ବିକ୍ରମ ଚାମ୍ପିୟନ

ଭୁବନେଶ୍ୱର, ୨୨ା୫ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଦ୍ୱିତୀୟ କେ. ଡି. ପିଲାଇ ରାଜ୍ୟ ସ୍କୁଲ ଚେସ୍‌ ଚାମ୍ପିୟନଶିପ୍‌ ସ୍ଥାନୀୟ ଟଙ୍କପାଣି ରୋଡ୍‌ସ୍ଥିତ ସାଇ ବୀଣାପାଣି ଜ୍ଞାନମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ଏହି…

୨୪ ବର୍ଷ ଧରି ଭଙ୍ଗାଘରେ ପୂଜା ପାଉଛନ୍ତି ଶ୍ରୀଜଗନ୍ନାଥ

ଗୋପ,୨୨।୫(ଡି.ଏନ୍‌.ଏ.): ପୁରାତନ ଫୁଲୁବାଙ୍କ ମଠ ଏବେ ଜରାଜୀର୍ଣ୍ଣ ଓ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଦୀର୍ଘ ୨୪ ବର୍ଷ ଧରି ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟିଏ ଭଙ୍ଗାଘରେ ପୂଜା ପାଉଥିବାବେଳେ କେହି ଏଥିପ୍ରତି ଗୁରୁତ୍ୱ ନ ଦେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।…

ଗୋକୁଳମ କେରଳକୁ ହ୍ୟାଟ୍ରିକ୍‌ ଟାଇଟଲ

ଅହମଦାବାଦ, ୨୨ା୫ (ପି.ଟି.): ଗୋକୁଳମ କେରଳ ଚଳିତବର୍ଷର ଇଣ୍ଡିଆନ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌) ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଦଳ ୫-୦ ଗୋଲ୍‌ରେ କିକ୍‌ଷ୍ଟାର୍ଟ ଏଫ୍‌ସି କର୍ନାଟକକୁ ପରାସ୍ତ କରିଛି। କ୍ରମାଗତ ୩ ସିଜନ ଚାମ୍ପିୟନ ହୋଇ ଦଳ ହ୍ୟାଟ୍ରିକ…

ପାଣି ପାଇଁ ଲମ୍ବା ଧାଡ଼ି

ବାରଙ୍ଗ,୨୨।୫(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠରେ ପିଇବା ପାଣି ସମସ୍ୟା ବଢ଼ିବାରେ ଲାଗିଛି। ବାରଙ୍ଗ ବ୍ଲକ ଦାଢ଼ାପାଟଣା ଗ୍ରାମ ପଞ୍ଚାୟତ ଅଧୀନ ବଙ୍ଗାଳୀ ସାହିରେ ପାଣି ନେବାକୁ ଟ୍ୟାଙ୍କର ପାଖରେ ଲମ୍ବା ଧାଡ଼ି ଲାଗିଥିବା ରବିବାର ଦେଖିବାକୁ ମିଳିଛି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ…

ପ୍ରାରମ୍ଭିକ ରୋଗ ଚିହ୍ନଟକୁ ଗୁରୁତ୍ୱ

ଭୁବନେଶ୍ୱର,୨୨।୫: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ଏଲ୍‌ ଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ (ଏଲ୍‌ଭିପିଇଆଇ) ଭୁବନେଶ୍ୱରର ମିଥୁ ତୁଳସୀ ଚନରାଇ କ୍ୟାମ୍ପସ୍‌ ପକ୍ଷରୁ ରବିବାର ରେଟିନୋବ୍ଲାଷ୍ଟୋମା (ଚକ୍ଷୁ କର୍କଟ ରୋଗ)ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଲିଉଡ ଅଭିନେତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri