ଅଂଶଗ୍ରହଣ କରିବେ ୨୧ ଦଳ

ଭୁବନେଶ୍ୱର, ୨୮।୮ (ତପନ ସ୍ବାଇଁ): ୟୁନିଟ-୬ ଆଥ୍‌ଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଜୟନ୍ତ ମହାପାତ୍ର ସ୍ମାରକୀ ଆନ୍ତଃ-ସ୍କୁଲ ଫୁଟବଲ ଟୁର୍ନାମେଣ୍ଟ ଚଳିତ ମାସ ୨୯ ତାରିଖରେ ଆରମ୍ଭ ହେବ। ୟୁନିଟ-୬ସ୍ଥିତ ସରକାରୀ ହାଇସ୍କୁଲ ପଡ଼ିଆରେ ଏହା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ।

ଏଥିରେ ମୋଟ ୨୧ଟି ଦଳ ଅଂଶଗ୍ରହଣ କରିବେ। ସେଗୁଡ଼ିକ ହେଲା ସେଣ୍ଟ ଜାଭିଅର ସ୍କୁଲ କେଦାରଗୌରୀ, ୟୁନିଟ-୬ ସରକାରୀ ବାଳକ ହାଇସ୍କୁଲ, ଓଡିଏମ୍‌ ଗ୍ଲୋବାଲ ସ୍କୁଲ, ଆଇଆରସି ଭିଲେଜ ସରକାରୀ ହାଇସ୍କୁଲ, ଦିଲ୍ଲୀ ପବ୍ଲିକ୍‌ ସ୍କୁଲ, ୟୁନିଟ-୧ ସରକାରୀ ହାଇସ୍କୁଲ, ଚନ୍ଦ୍ରଶେଖରପୁର ଡିଏଭି, କଳିଙ୍ଗ ନଗର ଡିଏଭି, କଣ୍ଟାବାଡ଼ ହାଇସ୍କୁଲ, ବିଜେଇଏମ୍‌ ସ୍କୁଲ, କିସ୍‌ ସ୍କୁଲ, ଓଡିଏମ୍‌ ପବ୍ଲିକ୍‌ ସ୍କୁଲ, ଲୟୋଲା ଓଡ଼ିଆ ସ୍କୁଲ, ସେଣ୍ଟ ଜାଭିଅର ସ୍କୁଲ ଖଣ୍ଡଗିରି, ପୋଖରୀପୁଟ ଡିଏଭି, ୟୁନିଟ-୩ ସରକାରୀ ହାଇସ୍କୁଲ, ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ, ଟିଏସ୍‌ଜି ଗୁରୁକୂଳ, ସାଇ ରେସିଡେନ୍ସି, ରାମକୃଷ୍ଣ ଶିକ୍ଷାକେନ୍ଦ୍ର ଓ ବିକାଶ ସ୍କୁଲ। ଭାଗ ନେଉଥିବା ଦଳ ଗୁଡ଼ିକୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି।

ଏବର୍ଷ ଟୁର୍ନାମେଣ୍ଟ ନକ୍‌ଆଉଟ ଭିତ୍ତିରେ ଅନୁଷ୍ଠିତ ହେବ। ଏହା ବ୍ୟତୀତ ଚଳିତ ବର୍ଷ ରାଜ୍ୟ ବାହାରୁ କେତେକ ଦଳକୁ ମିଶାଇ ଏକ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନର ଯୋଜନା ରହିଛି ବୋଲି ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଆୟୋଜକ ଆସୋସିଏଶନ ସମ୍ପାଦକ ଦିଲୀପ ଦାସ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ସଭାପତି ତପନ ମହାନ୍ତି, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ପାତ୍ର, ଯୁଗ୍ମ ସମ୍ପାଦକ ଗିରଜା ଶଙ୍କର ଦାସ, ଏମ୍‌.ଏସ. ରେଡ୍ଡୀ ଓ ଜିତେନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?