ଚାକିରି ଛାଡ଼ି ଚାଷ ଆପଣାଇଲେ

ଖୋର୍ଦ୍ଧା,୨୮ା୮(ପ୍ରଭାତ ପାଣିଗ୍ରାହୀ): କଥାରେ ଅଛି, ଇଚ୍ଛା ଥିଲେ ସଫଳତା ଆପେ ଆପେ ମିଳିଥାଏ। ଦୃଢ଼ ମନୋବଳ ଓ କଠିନ ପରିଶ୍ରମ ଶୀର୍ଷରେ ପହଞ୍ଚାଇଥାଏ। ଏହାର ଉଦାହରଣ ସାଜିଛନ୍ତି ୩ ଯୁବବନ୍ଧୁ। କଲେଜ ପାଠପଢ଼ା ସାରିବା ପରେ କିଛିଦିନର ଚାକିରିକୁ ଛାଡ଼ି ପରିବା ଚାଷକରି ସ୍ବାବଲମ୍ବୀ ହୋଇଛନ୍ତି। ବର୍ଷକୁ ୧୦ରୁ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ନିଜେ ଆତ୍ମନିର୍ଭରଶୀଳ ହେବା ସହ ଗ୍ରାମର ଏକାଧିକ ଯୁବକଙ୍କୁ ରୋଜଗାର ଯୋଗାଇଛନ୍ତି। ଚାଷରୁ ମୁହଁ ଫେରାଇ ଚାକିରି ପଛରେ ଧାଉଁଥିବା ଯୁବପିଢିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଏମାନେ ହେଉଛନ୍ତି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଶଗଡ଼ଭଙ୍ଗା ଗ୍ରାମର ସନ୍ତୋଷ, ଲିପୁ ଓ ସିତାଂଶୁ ସ୍ବାଇଁ। ଏହି ୩ ସାଙ୍ଗ ଧାନ ପରିବର୍ତ୍ତେ ପନିପରିବା ଚାଷକୁ ପ୍ରାଥମିକତା ଦେଇଛନ୍ତି। ଆଧୁନିକ ଜ୍ଞାନକୌଶଳ ଆପଣାଇ ଜୈବିକ ପଦ୍ଧତିରେ ଚାଷ କରି ବାଇଗଣ, କଲରା, ଝୁଡ଼ଙ୍ଗ, କାକୁଡ଼ି, ଜହ୍ନି, ଭେଣ୍ଡି, ପୋଟଳ, ଟମାଟୋ, କଞ୍ଚାଲଙ୍କା ଓ କୁନ୍ଦୁରି ପ୍ରଭୃତି ବିଭିନ୍ନ ପନିପରିବା ଅମଳ କରୁଛନ୍ତି। ଖରାଟିଆ ଓ ଶୀତଦିନିଆ ପରିବାଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି।
କହିଛନ୍ତି, ଆମେ ତିନି ସାଙ୍ଗ ପିଲାଟିବେଳୁ ଗାଁ ଦାଣ୍ଡରେ ଏକାଠି ବୁଲିବା, ଖେଳିବା ସହ ପାଠପଢା ଜାରି ରଖିଥିଲୁ। ସ୍ନାତକ ପାସ୍‌ କରିବା ପରେ ଚାକିରି ଉଦ୍ଦେଶ୍ୟରେ ବାହାର ରାଜ୍ୟକୁ ଚାଲିଯାଇଥିଲୁ। ସେଠାରେ କିଛିମାସ ଘରୋଇ କମ୍ପାନୀରେ କାମ କରିବା ପରେ ଫେରିଆସିଥିଲୁ। ଏଠାରେ ଏକାଠି ମିଶି ଏକ ବ୍ୟବସାୟ କରିବାକୁ ଚିନ୍ତା କରିଥିଲୁ। ତେବେ ପରେ ଚାଷ କରିବାକୁ ମନସ୍ଥ କଲୁ। ଧାନ ପରିବର୍ତ୍ତେ ପରିବା ଚାଷ ପାଇଁ ନିଷ୍ପତ୍ତି ନେଇଥିଲୁ। ନିଜ ନିଜ ବାପାଙ୍କ ସହ ଏ ସମ୍ପର୍କରେ କଥା ହୋଇଥିଲୁ। ଆମେ ଚାଷୀଘର ପିଲା ହୋଇଥିବାରୁ ପୂର୍ବରୁ ଚାଷକାର୍ଯ୍ୟ ନେଇ କିଛି ଅଭିଜ୍ଞତା ଥିଲା। ପରିବାର ଲୋକେ ମଧ୍ୟ ଏଥିରେ ସହମତି ପ୍ରକାଶ କରିଥିଲେ। ଫଳରେ ପରିବା ଚାଷ ଆରମ୍ଭ କରିଥିଲୁ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ଲିପୁ କହିଛନ୍ତି, ବଜାରରେ ପରିବା ଦର ଯାହା, ପୁଣି ଜଳସେଚନ, ବିହନ, ସାର ସମସ୍ୟା ମଧ୍ୟ ରହିଛି। ବହୁ ଘାତ ପ୍ରତିଘାତ ମଧ୍ୟରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲୁ। ଦୀର୍ଘ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ଯେତେବେଳେ ପ୍ରଥମ ଫଳ ଧରିବା ଆରମ୍ଭ କରିଥିଲା, ସେତେବେଳେ ମନରେ ଆନନ୍ଦ ଖେଳିଯାଇଥିଲା। ସିତାଂଶୁ କହିଛନ୍ତି, ପନିପରିବାରୁ ମାସିକ ୩୦ରୁ ୪୦ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେଉଛି। ଚାଷ କାର୍ଯ୍ୟରେ ଏକାଧିକ ଯୁବକଙ୍କୁ ମଧ୍ୟ ନିଯୁକ୍ତି ଦେଇଛୁ। ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇପାରିଛୁ। ପୂର୍ବରୁ ସ୍ଥାନୀୟ ବଜାର, ଖୋଦ୍ଧର୍ର୍ା ସମେତ ରଣପୁର, ବାଙ୍କୀ ପ୍ରଭୃତି ଅଞ୍ଚଳକୁ ପରିବା ବିକ୍ରି କରିବାକୁ ନେଉଥିଲେ। ଏବେ କିନ୍ତୁ ବେପାରୀ ତାଙ୍କ ନିକଟକୁ ଆସି କିଣି ନେଉଛନ୍ତି ବୋଲି ସିତାଂଶୁ ପ୍ରକାଶ କରିଛନ୍ତି। ଗ୍ରାମର ଦୁର୍ଗାପ୍ରସାଦ ସ୍ବାଇଁ କହିଛନ୍ତି, ଏହି ତିନିଜଣ ଯୁବକ ଗ୍ରାମର ଅନ୍ୟମାନଙ୍କ ଆଖି ଖୋଲିଦେଇଛନ୍ତି। ଚାକିରି ପଛରେ ଗୋଡ଼ାଇବା ପରିବର୍ତ୍ତେ ଚାଷ କାର୍ଯ୍ୟରୁ ମଧ୍ୟ ସଫଳ ଉଦ୍ୟୋଗୀ ହୋଇପାରିବ ତାହା ଏମାନେ କରି ଦେଖାଇଛନ୍ତି। ଏମାନଙ୍କୁ ଦେଖି ଗ୍ରାମର ଅନ୍ୟ ଯୁବକଙ୍କ ମନରେ ଚାଷକାର୍ଯ୍ୟ ପ୍ରତି ଆଗ୍ରହ ସୃଷ୍ଟି ହୋଇଛି। ଏଠାରେ ଶୀତଳଭଣ୍ଡାର ବ୍ୟବସ୍ଥା କରାଗଲେ ଅମଳ ପରିବାକୁ ସଂରକ୍ଷଣ ରଖାଯିବା ସୁବିଧା ହୋଇପାରନ୍ତା ବୋଲି ସେ ମତ ଦେଇଛନ୍ତି। ଏବେ ସନ୍ତୋଷ, ଲିପୁ ଓ ସିତାଂଶୁଙ୍କୁ ଚାରିଆଡୁ ପ୍ରଂଶସାର ସୁଅ ଛୁଟିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?