ଚାକିରି ଛାଡ଼ି ଚାଷ ଆପଣାଇଲେ

ଖୋର୍ଦ୍ଧା,୨୮ା୮(ପ୍ରଭାତ ପାଣିଗ୍ରାହୀ): କଥାରେ ଅଛି, ଇଚ୍ଛା ଥିଲେ ସଫଳତା ଆପେ ଆପେ ମିଳିଥାଏ। ଦୃଢ଼ ମନୋବଳ ଓ କଠିନ ପରିଶ୍ରମ ଶୀର୍ଷରେ ପହଞ୍ଚାଇଥାଏ। ଏହାର ଉଦାହରଣ ସାଜିଛନ୍ତି ୩ ଯୁବବନ୍ଧୁ। କଲେଜ ପାଠପଢ଼ା ସାରିବା ପରେ କିଛିଦିନର ଚାକିରିକୁ ଛାଡ଼ି ପରିବା ଚାଷକରି ସ୍ବାବଲମ୍ବୀ ହୋଇଛନ୍ତି। ବର୍ଷକୁ ୧୦ରୁ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ନିଜେ ଆତ୍ମନିର୍ଭରଶୀଳ ହେବା ସହ ଗ୍ରାମର ଏକାଧିକ ଯୁବକଙ୍କୁ ରୋଜଗାର ଯୋଗାଇଛନ୍ତି। ଚାଷରୁ ମୁହଁ ଫେରାଇ ଚାକିରି ପଛରେ ଧାଉଁଥିବା ଯୁବପିଢିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଏମାନେ ହେଉଛନ୍ତି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଶଗଡ଼ଭଙ୍ଗା ଗ୍ରାମର ସନ୍ତୋଷ, ଲିପୁ ଓ ସିତାଂଶୁ ସ୍ବାଇଁ। ଏହି ୩ ସାଙ୍ଗ ଧାନ ପରିବର୍ତ୍ତେ ପନିପରିବା ଚାଷକୁ ପ୍ରାଥମିକତା ଦେଇଛନ୍ତି। ଆଧୁନିକ ଜ୍ଞାନକୌଶଳ ଆପଣାଇ ଜୈବିକ ପଦ୍ଧତିରେ ଚାଷ କରି ବାଇଗଣ, କଲରା, ଝୁଡ଼ଙ୍ଗ, କାକୁଡ଼ି, ଜହ୍ନି, ଭେଣ୍ଡି, ପୋଟଳ, ଟମାଟୋ, କଞ୍ଚାଲଙ୍କା ଓ କୁନ୍ଦୁରି ପ୍ରଭୃତି ବିଭିନ୍ନ ପନିପରିବା ଅମଳ କରୁଛନ୍ତି। ଖରାଟିଆ ଓ ଶୀତଦିନିଆ ପରିବାଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି।
କହିଛନ୍ତି, ଆମେ ତିନି ସାଙ୍ଗ ପିଲାଟିବେଳୁ ଗାଁ ଦାଣ୍ଡରେ ଏକାଠି ବୁଲିବା, ଖେଳିବା ସହ ପାଠପଢା ଜାରି ରଖିଥିଲୁ। ସ୍ନାତକ ପାସ୍‌ କରିବା ପରେ ଚାକିରି ଉଦ୍ଦେଶ୍ୟରେ ବାହାର ରାଜ୍ୟକୁ ଚାଲିଯାଇଥିଲୁ। ସେଠାରେ କିଛିମାସ ଘରୋଇ କମ୍ପାନୀରେ କାମ କରିବା ପରେ ଫେରିଆସିଥିଲୁ। ଏଠାରେ ଏକାଠି ମିଶି ଏକ ବ୍ୟବସାୟ କରିବାକୁ ଚିନ୍ତା କରିଥିଲୁ। ତେବେ ପରେ ଚାଷ କରିବାକୁ ମନସ୍ଥ କଲୁ। ଧାନ ପରିବର୍ତ୍ତେ ପରିବା ଚାଷ ପାଇଁ ନିଷ୍ପତ୍ତି ନେଇଥିଲୁ। ନିଜ ନିଜ ବାପାଙ୍କ ସହ ଏ ସମ୍ପର୍କରେ କଥା ହୋଇଥିଲୁ। ଆମେ ଚାଷୀଘର ପିଲା ହୋଇଥିବାରୁ ପୂର୍ବରୁ ଚାଷକାର୍ଯ୍ୟ ନେଇ କିଛି ଅଭିଜ୍ଞତା ଥିଲା। ପରିବାର ଲୋକେ ମଧ୍ୟ ଏଥିରେ ସହମତି ପ୍ରକାଶ କରିଥିଲେ। ଫଳରେ ପରିବା ଚାଷ ଆରମ୍ଭ କରିଥିଲୁ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ଲିପୁ କହିଛନ୍ତି, ବଜାରରେ ପରିବା ଦର ଯାହା, ପୁଣି ଜଳସେଚନ, ବିହନ, ସାର ସମସ୍ୟା ମଧ୍ୟ ରହିଛି। ବହୁ ଘାତ ପ୍ରତିଘାତ ମଧ୍ୟରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲୁ। ଦୀର୍ଘ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ଯେତେବେଳେ ପ୍ରଥମ ଫଳ ଧରିବା ଆରମ୍ଭ କରିଥିଲା, ସେତେବେଳେ ମନରେ ଆନନ୍ଦ ଖେଳିଯାଇଥିଲା। ସିତାଂଶୁ କହିଛନ୍ତି, ପନିପରିବାରୁ ମାସିକ ୩୦ରୁ ୪୦ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେଉଛି। ଚାଷ କାର୍ଯ୍ୟରେ ଏକାଧିକ ଯୁବକଙ୍କୁ ମଧ୍ୟ ନିଯୁକ୍ତି ଦେଇଛୁ। ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇପାରିଛୁ। ପୂର୍ବରୁ ସ୍ଥାନୀୟ ବଜାର, ଖୋଦ୍ଧର୍ର୍ା ସମେତ ରଣପୁର, ବାଙ୍କୀ ପ୍ରଭୃତି ଅଞ୍ଚଳକୁ ପରିବା ବିକ୍ରି କରିବାକୁ ନେଉଥିଲେ। ଏବେ କିନ୍ତୁ ବେପାରୀ ତାଙ୍କ ନିକଟକୁ ଆସି କିଣି ନେଉଛନ୍ତି ବୋଲି ସିତାଂଶୁ ପ୍ରକାଶ କରିଛନ୍ତି। ଗ୍ରାମର ଦୁର୍ଗାପ୍ରସାଦ ସ୍ବାଇଁ କହିଛନ୍ତି, ଏହି ତିନିଜଣ ଯୁବକ ଗ୍ରାମର ଅନ୍ୟମାନଙ୍କ ଆଖି ଖୋଲିଦେଇଛନ୍ତି। ଚାକିରି ପଛରେ ଗୋଡ଼ାଇବା ପରିବର୍ତ୍ତେ ଚାଷ କାର୍ଯ୍ୟରୁ ମଧ୍ୟ ସଫଳ ଉଦ୍ୟୋଗୀ ହୋଇପାରିବ ତାହା ଏମାନେ କରି ଦେଖାଇଛନ୍ତି। ଏମାନଙ୍କୁ ଦେଖି ଗ୍ରାମର ଅନ୍ୟ ଯୁବକଙ୍କ ମନରେ ଚାଷକାର୍ଯ୍ୟ ପ୍ରତି ଆଗ୍ରହ ସୃଷ୍ଟି ହୋଇଛି। ଏଠାରେ ଶୀତଳଭଣ୍ଡାର ବ୍ୟବସ୍ଥା କରାଗଲେ ଅମଳ ପରିବାକୁ ସଂରକ୍ଷଣ ରଖାଯିବା ସୁବିଧା ହୋଇପାରନ୍ତା ବୋଲି ସେ ମତ ଦେଇଛନ୍ତି। ଏବେ ସନ୍ତୋଷ, ଲିପୁ ଓ ସିତାଂଶୁଙ୍କୁ ଚାରିଆଡୁ ପ୍ରଂଶସାର ସୁଅ ଛୁଟିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri