Posted inଖେଳ

ଏସିଆ କପ୍‌ ପାଇଁ ଆଫଗାନିସ୍ତାନ ଦଳ

କାବୁଲ, ୨୮ା୮ (ପି.ଟି.): ଆଗାମୀ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଏସିଆ କପ୍‌ ପାଇଁ ରବିବାର ୧୭ ଜଣିଆ ଆଫଗାନିସ୍ତାନ ଦଳ ଘୋଷଣା କରାଯାଇଛି। ଅଲରାଉଣ୍ଡର କରିମ ଜନତ ୬ ବର୍ଷ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚୟନକର୍ତ୍ତାମାନେ ପୁରୁଖା ବାମହାତୀ ବ୍ୟାଟର ନାଜିବୁଲ୍ଲା ଜାଦ୍ରାନଙ୍କୁ ଦଳରେ ସ୍ଥାନ ଦେଇଛନ୍ତି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟ ଲାଗି ବାମହାତୀ ଦକ୍ଷ ବ୍ୟାଟର ହସ୍‌ମାତୁଲ୍ଲା ଶାହିଦୀଙ୍କୁ ଅଧିନାୟକ ମନୋନୀତ କରାଯାଇଛି। ପାକିସ୍ତାନ ବିପକ୍ଷରେ ଦିନିକିଆ ସିରିଜ ଖେଳିଥିବା ଦୁଇ ଫାଷ୍ଟ ବୋଲର ମହମ୍ମଦ ସଲିମ ସାଫି ଓ ଅବ୍‌ଦୁଲ ରହମାନ ସେମାନଙ୍କ ସ୍ଥାନ ବଜାୟ ରଖିଥିବା ବେଳେ ଫରିଦ ଅହମ୍ମଦ ଓ ଓ୍ବାଫାଦାର ମୋମାନ୍ଦ ଦଳରୁ ବାଦ୍‌ପଡ଼ିଛନ୍ତି। ଇଞ୍ଜୁରି ଯୋଗୁ ସିମ୍‌ ବୋଲିଂ ଅଲରାଉଣ୍ଡର ଅଜମ୍‌ତୁଲ୍ଲା ଓମାରଜାଇ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଛନ୍ତି। ସୂଚନାଯୋଗ୍ୟ ୬ ବର୍ଷ ପରେ ଦିନିକିଆ ଦଳକୁ ଫେରିଥିବା ୨୫ ବର୍ଷୀୟ ଜନତ ଜାତୀୟ ଟି୨୦ ଦଳର ସଦସ୍ୟ ରହି ଆସିଛନ୍ତି।

ଆଫଗାନିସ୍ତାନ ଦଳ: ହସ୍‌ମାତୁଲ୍ଲା ଶାହିଦୀ (ଅଧିନାୟକ), ରହମାନୁଲ୍ଲା ଗୁର୍‌ବାଜ (ଉଇକେଟକିପର), ଇବ୍ରାହିମ ଜାଦ୍ରାନ, ରିଆଜ ହସନ, ରହମତ ଶାହା, ନାଜିବୁଲ୍ଲା ଜାଦ୍ରାନ, ମହମ୍ମଦ ନାବି, କରିମ୍‌ ଜନତ, ଗୁଲ୍‌ବାଦିନ ନାଇବ୍‌, ରଶିଦ ଖାଁ, ଅବଦୁଲ୍‌ ରହମନ, ଶାରାଫୁଦ୍ଦିନ ଅଶ୍ରଫ, ମୁଜିବୁର ରେହମାନ, ନୁର ଅହମଦ, ମହମ୍ମଦ ସଲିମ ସାଫି ଓ ଫଜଲ ହକ୍‌ ଫାରୁକି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri