ନକଲି ଡାକ୍ତରଙ୍କୁ କଟକଣା ନାହିଁ

ନୟାଗଡ଼ ଅଫିସ,୨୮ା୮(ଲୋକନାଥ ମିଶ୍ର): ବଣପାହାଡ ଘେରା ନୟାଗଡ଼ ଜିଲାରେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ରହିଥିଲେ ହେଁ ଅପାଠୁୁଆ, ନକଲି ଡାକ୍ତର ତଥା କ୍ୱାକ୍‌ଙ୍କ ଚାହିଦା ବଢ଼ି ଚାଲିଛି। ଘରକୁ ଘର ବୁଲି କ୍ୱାକ୍‌ ରୋଗୀମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ପୁଣି ଟଙ୍କା ନ ଥିଲେ ରୋଗ ଭଲ ହେଲେ ଦେବ ଦର୍ଶାଇ ଔଷଧ, ଇଞ୍ଜେକଶନ ରୋଗୀଙ୍କୁ ଦେଉଛନ୍ତି। ଧୀରେ ଧୀରେ କ୍ୱାକ୍‌ମାନେ ଗାଁ ଗହଳି ତଥା ସହରରେ ଡାକ୍ତର ଭାବେ ନିଜର ଭଲ ପରିଚୟ ସୃଷ୍ଟି କରି ପୁଳା ପୁଳା ଟଙ୍କା ରୋଜଗାର କରୁଛନ୍ତି। ଏପଟେ ନକଲି ଡାକ୍ତର ଧରପଗଡ଼ କରିବାରେ ପ୍ରଶାସନ ବ୍ୟର୍ଥ ହୋଇଛି। ସରକାର ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଉଛନ୍ତି ବୋଲି ଡିଣ୍ଡିମ ପିଟୁଥିବାବେଳେ ଗାଁ ଗହଳି ଓ ସହର ସବୁଠି ନକଲି ଡାକ୍ତରଙ୍କୁ ରାତି ପାହିଲେ ଖୋଜା ପଡୁଛି। ସ୍ବାସ୍ଥ୍ୟ ବିଭାଗର କେଉଁଠି ନା କେଉଁଠି ତ୍ରୁଟି ନକଲି ଡାକ୍ତରଙ୍କ ଲୋକପ୍ରିୟତା ବଢ଼ାଇବାରେ ସହଯୋଗ କରୁଛି। ହେଲେ ସରକାର ଓ ପ୍ରଶାସନ ଏହାର କାରଣ ଖୋଜୁନାହାନ୍ତି। ଏଭଳିସ୍ଥଳେ ଅପାଠୁଆ ଡାକ୍ତରଙ୍କ ସ୍ବାସ୍ଥ୍ୟସେବାରେ ରୋଗୀଙ୍କ ମୃତ୍ୟୁ ହେଉଥିଲେ ବି ଅଭିଯୋଗ ନ ଥିବାରୁ ଚପି ଯାଉଛି। ଅନ୍ୟପକ୍ଷେ ସ୍ଥିତି ଏପରି ହେଲାଣି ରୋଗୀ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନ ଆସି କ୍ୱାକ୍‌ଙ୍କ ପାଖରେ ଚିକିତ୍ସିତ ହେବାକୁ ଗୁରୁତ୍ୱ ଦେଉଛନ୍ତି।
ଜିଲାରେ ଏପରି ଗାଁ ଅଛି ଯେଉଁଠିକି ଏଯାବତ ରାସ୍ତା ନାହିଁ। ପୁଣି ସଂପୃକ୍ତ ଗାଁରେ ସ୍ବାସ୍ଥ୍ୟସେବା ଆଦୌ ନାହିଁ। ଗାଁଠାରୁ ୨୦ରୁ ୪୦ କିମି ଦୂରକୁ ଆସିଲେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଏଠାରେ ପୁଣି କେଉଁଠି ଡାକ୍ତର ଥାଇ ଆସୁନାହାନ୍ତି ତ ଆଉ କେଉଁଠି ଡାକ୍ତର ଥାଇ ବି ସେବା ମିଳୁନି। ସେହିପରି କିଛି ଗାଁରେ ସ୍ବାସ୍ଥ୍ୟକେନ୍ଦ୍ର ଅଛି ଡାକ୍ତର ନାହାନ୍ତି। ଏଣୁ ଏହାର ଫାଇଦା ନେଇ କ୍ୱାକମାନେ ଗାଁ ଓ ସହରରେ ସେମାନଙ୍କର ନେଟୱାର୍କ କରି ଭଲ ରୋଜଗାର କରୁଛନ୍ତି। ଭାପୁର ବ୍ଲକର ବଡସରା, ଭଗବାନପୁର, ବାଇଗୁଣିଆ, ବାଘୁଆପଲ୍ଲୀ, ବନ୍ଧଦ୍ୱାର, ନିମାଣ୍‌ି, ନୂଆଗାଁ ବ୍ଲକର ଡିମିରିପଲ୍ଲୀ, ଖାଲମଡା, ଗୁମ ଓ କାପ୍ତାପଲ୍ଲୀ, ଦଶପଲ୍ଲା ବ୍ଲକର ଟାକରା, ବୁଗୁଡା ବାଣିଗୋଛା, ପୋଖରୀଗୋଛା, ଚଢ଼େୟାପଲ୍ଲୀ, ଚିନାପହଁରା, ନୂଆଗାଁ , ଡିହ ଗାଁ , ମଧ୍ୟଖଣ୍ଡ ଅଞ୍ଚଳରେ ଅପାଠୁଆ ଡାକ୍ତର ଗାଁ ଗାଁ ବୁଲି ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ରଣପୁର ବ୍ଲକର ବନ୍ଧମୁଣ୍ଡା, ନେଳିପଡା, ରାଇପଡା, ଓଡ଼ଗାଁ ବ୍ଲକର ବାଣ୍ଠପୁର, ଜାକେଡା, କୋମଣ୍ଡା, ଭୋବସର ଅଞ୍ଚଳରେ ଅପାଠୁଆ ଡାକ୍ତର ଘୂରି ବୁଲୁଛନ୍ତି। ଗଣିଆ ବ୍ଲକର ଗଣିଆ, ଛାମୁଣ୍ଡିଆରେ ସ୍ବାସ୍ଥ୍ୟକେନ୍ଦ୍ର ରହିଥିଲେ ମଧ୍ୟ ଗଣିଆ, ଛାମୁଣ୍ଡିଆ, ରାସଙ୍ଗ, ବଡସିଲିଙ୍ଗା ଅଞ୍ଚଳରେ କ୍ୱାକଙ୍କ ରାଜୁତି ବଢ଼ୁଛି।
ଏନେଇ ବନ୍ଧମୁଣ୍ଡାର ରାମ ପ୍ରଧାନ, ବଡସିଲିଙ୍ଗାର ରଶ୍ମିତା ପ୍ରଧାନ କୁହନ୍ତି, ଆମ ଗାଁ ଓ ଆଖପାଖ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଆଦୌ ନାହିଁ। ଆମ୍ଭ ଗାଁରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବାକୁ ହେଲେ ୨୫ରୁ ୩୦କିମି ଯିବାକୁ ପଡେ। ଜଣେ ରୋଗୀ ଦୂରଦୂରାନ୍ତର ସ୍ବାସ୍ଥ୍ୟକେନ୍ଦ୍ରକୁ ଗଲାବେଳକୁ ଡାକ୍ତର ନ ଥିବେ। ଝାଡ଼ା ହେଉ ବା ଜ୍ୱର ରୋଗୀ ବହୁ ସମୟ ଅପେକ୍ଷା କରିବା କଷ୍ଟକର। ଏଭଳିସ୍ଥଳେ କେତେଜଣ ଅପାଠୁଆ ଡାକ୍ତର ଆମକୁ ଭଲ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ସେମାନେ ଡାକ୍ତର ନ ହୋଇ ପାରିଥାନ୍ତି କିନ୍ତୁ ଡାକ୍ତରଠାରୁ ଅଧିତ୍କ ସେବା ଦିଅନ୍ତି। ଡାକ୍ତର ସରକାରଙ୍କଠାରୁ ଦରମା ପାଇ ମଧ୍ୟ ଆମକୁ ସେବା ଦେଉନାହାନ୍ତି। ଅପାଠୁଆ ଡାକ୍ତରମାନେ କିନ୍ତୁ ରୋଗ ଖବର ପାଇ ଔଷଧ ଓ ଇଞ୍ଜେକଶନ ଦେଇ ଚାଲି ଯାଆନ୍ତି। ପରେ ଆସି ସୁବିଧା ଅନୁସାରେ ସେମାନଙ୍କ ପ୍ରାପ୍ୟ ନିଅନ୍ତି। ସେମାନେ ଆମକୁ ଠକୁ ଥିବାର ଜାଣିଥିଲେ ହେଁ ତ୍ୱରିତ ସେବା ଯୋଗୁ ଆମେ ପ୍ରତିବାଦ କରୁ ନାହୁଁ। ସେମାନେ ନେଉଥିବା ଅର୍ଥ ୩୦ରୁ ୪୦ କିମି ଯାଇ ଚିକିସତ୍ା ହେବାଠାରୁ ବହୁ କମ। ଏଣୁ ସରକାରୀ ସ୍ବାସ୍ଥ୍ୟସେବା ମୋ ଗାଁ କାହିଁକି ବିଭିନ୍ନ ଅଞ୍ଚଳରେ ଲୋକେ ପାଉନାହାନ୍ତି ବୋଲି କ୍ଷୋଭର ସହ କହିଥିଲେ।

ବଙ୍ଗାଳି କ୍ଲିନିକରେ ଭିଡ଼
ଗାଁ ଗାଁ ରେ ବଙ୍ଗାଳି କ୍ଲିନିକ୍‌ ଗଢ଼ି ଉଠିଛି। ଏହି କ୍ଲିନିକଗୁଡିକ ଲାଇସେନ୍ସ ପାଇ ନ ଥିଲେ ହେଁ ଏହାର ମାଲିକ ନିଜକୁ ଡାକ୍ତର ବୋଲି ଦାବି କରୁଛନ୍ତି। ଏପରିକି କିଛି କ୍ଲିନିକ ସମ୍ମୁଖରେ ନକଲି ପ୍ରମାଣପତ୍ର ବି ଝୁଲୁଛି। ଡାକ୍ତର ଅସଲି କି ନକଲି ଜଣାପଡି ନ ଥିଲେ ହେଁ କ୍ଲିନିକ୍‌ଗୁଡିକରେ ରୋଗୀଙ୍କ ଭିଡ଼ ଜମୁଛି। ସ୍ବାସ୍ଥ୍ୟ ବିଭାଗର ମଧ୍ୟ ଚଢ଼ାଉ ନାହିଁ। ଏଣୁ ବଙ୍ଗାଳି ଡାକ୍ତର ହୁଅନ୍ତୁ ଅଥବା ଓଡିଆ ଏମାନେ ଯେ ଅପାଠୁଆ କ୍ୱାକର ଆଉ ପରିଚୟ ଦେବାକୁ ଅଛପା ନାହିଁ। ସବୁ ସତ୍ତ୍ୱେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ ନାହିଁ। ଜିଲାର ରଣପୁର ବ୍ଲକର ମହୁଲିଆ, ଦର୍ପନାରାୟଣପୁର, ନୂଆଗାଁ ବ୍ଲକର ଖାଲମଡା, କୋରଡା ପରି ଗାଁରେ ବଙ୍ଗାଳିମାନେ କ୍ଲିନିକ୍‌ କରି ରୋଗୀ ସେବା କରି ଆସୁଛନ୍ତି ବୋଲି ଅଭିଯୋଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?