ଏଥର ସହର ପାଇଁ ୬୬ କୋଟିର ପ୍ରକଳ୍ପ

କଟକ, ୨୮ା୮ (ସୁପ୍ରିୟା ପ୍ରିୟଦର୍ଶିନୀ): ଆସନ୍ତା ୩୧ରେ ସ୍ବାୟତ ଶାସନ ଦିବସ ପାଳନ କରାଯିବ। ଏଥିପାଇଁ କଟକ ମହାନଗର ନିଗମ (ସିଏମ୍‌ସିି) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅଗଷ୍ଟ ୨୮ ଓ ୨୯ ତାରିଖରେ ୬୬ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ୧୯ କୋଟି ୫୭ ଲକ୍ଷ ଟଙ୍କା ବ୍ୟୟରେ ୧୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରାଯିବ। ନୀଳକଣ୍ଠେଶ୍ୱର ପୋଖରୀର ପୁନରୁଦ୍ଧାର, ଚାଉଳିଆଗଞ୍ଜରେ ଲାଇଟ୍‌ ହାଉସ କେନ୍ଦ୍ର ନିର୍ମାଣ, ନିମପୁର ଶ୍ମଶାନର ପୁନରୁଦ୍ଧାର, ୩୯ ନଂ. ୱାର୍ଡ ହନୁମାନ ଛକରୁ ବର୍ଦ୍ଧମାନ କମ୍ପାଉଣ୍ଡ ପର୍ଯ୍ୟନ୍ତ ପେଭର ବ୍ଲକ ରାସ୍ତା, ଅନନ୍ତ ଗୋପାଳ ଆଶ୍ରମ ନିକଟରେ ଏମ୍‌ଏସ୍‌ଜି ନିର୍ମାଣ ଓ ମୋ ଖତ କେନ୍ଦ୍ର ନିର୍ମାଣ, ଗାନ୍ଧିପଲ୍ଲୀରେ ଓଏସ୍‌ଡି, ଛୋଟ ଉଦ୍ୟାନ, ଅପର୍ଣ୍ଣାନଗର ଏବଂ ସିଦ୍ଧେଶ୍ବର ମନ୍ଦିର ନିକଟରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଉଦ୍‌ଘାଟନ ହେବ। ସେହିପରି କଟକ ସଦର ନିର୍ବାଚନ ମଣ୍ଡଳୀରେ ୧୫.୨୫ କୋଟି ଟଙ୍କା ବ୍ୟୟରେ ୧୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରାଯିବ। ବାଲିସାହିରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଉଦ୍‌ଘାଟନ, ବାଳାଶ୍ରମରେ ଆମ ପୋଖରୀ, ଖପୁରିଆ ଶିଳ୍ପାଞ୍ଚଳରେ ୟୁଏଚ୍‌ଡବ୍ଲ୍ୟୁସି, ନୂଆପଡ଼ାରେ ସ୍ମାର୍ଟ ଫୁଟ୍‌ପାଥ, ନୂଆବଜାରରେ ୟୁପିଏଚ୍‌ସି, ବାଲିସାହିରେ ଆଦର୍ଶ ପ୍ରିଫାବ ପାଠାଗାର, ଗୋପାଳପୁର ଦେହୁରି ସାହି ଓ ନୂଆପାଟଣାରେ ସ୍ମାର୍ଟ ପାଠାଗାର, ଗୋପାଳପୁର-ଭୁବନେଶ୍ୱର ରାସ୍ତାରେ ଜୈବ ଶୌଚାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହେବ। ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ ୩୧.୮ କୋଟି ଟଙ୍କା ବ୍ୟୟରେ ୧୦ଟି ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରାଯିବ। କନିକା ଛକରୁ ହରିଣ ପାର୍କ ଦେଇ ବିଜୁ ପଟ୍ଟନାୟକ ଛକରୁ ଷ୍ଟାଡିୟମ ପର୍ଯ୍ୟନ୍ତ ସ୍ମାର୍ଟ ଫୁଟ୍‌ପାଥ୍‌ର ଭିତ୍ତିପ୍ରସ୍ତର ସ୍ଥାପନ, ବିଜୁ ପଟ୍ଟନାୟକ ଛକ, ସିଡିଏ ସେକ୍ଟର-୯ ଓ ୧୦ରେ ସ୍ମାର୍ଟ ଉଦ୍ୟାନ, ସେକ୍ଟର-୯ରେ ୟୁଏଚ୍‌ଡବ୍ଲ୍ୟୁସି ଉଦ୍‌ଘାଟନ, ସିଡିଏ ଚକ୍ଷୁ ଚିକିତ୍ସାଳୟ ନିକଟରେ ସ୍ମାର୍ଟ ଫୁଟ୍‌ପାଥ୍‌ର ଭିତ୍ତିପ୍ରସ୍ତର ସ୍ଥାପନ, ଚାନ୍ଦିନୀଚୌକ ଓ ସାହେବଜାଦା ବଜାରରେ ୟୁଏଚ୍‌ଡବ୍ଲ୍ୟୁସି, ଝୋଲ୍ଲାସାହିରେ ୟୁପିଏଚ୍‌ସି ଓ ୨୨ ନଂ. ୱାର୍ଡରେ ମିଶନ ଶକ୍ତି ଗୃହ ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଥିବା ସିଏମ୍‌ସି ପକ୍ଷରୁ ଜଣାପଡିଛି। ସୂଚନାଯୋଗ୍ୟ, ପ୍ରତିବର୍ଷ ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ସହୀଦ ଭବନରେ ସଭା ଆୟୋଜନ କରାଯାଇଥାଏ। ହେଲେ ଚଳିତବର୍ଷ ସହୀଦ ଭବନର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ସେକ୍ଟର-୬ସ୍ଥିତ ୱିଣ୍ଡ୍‌ସର ପ୍ଲେସ୍‌ରେ ଏହି କାର୍ଯ୍ୟକ୍ରମ ପାଳନ କରାଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri