ଏଥର ସହର ପାଇଁ ୬୬ କୋଟିର ପ୍ରକଳ୍ପ

କଟକ, ୨୮ା୮ (ସୁପ୍ରିୟା ପ୍ରିୟଦର୍ଶିନୀ): ଆସନ୍ତା ୩୧ରେ ସ୍ବାୟତ ଶାସନ ଦିବସ ପାଳନ କରାଯିବ। ଏଥିପାଇଁ କଟକ ମହାନଗର ନିଗମ (ସିଏମ୍‌ସିି) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅଗଷ୍ଟ ୨୮ ଓ ୨୯ ତାରିଖରେ ୬୬ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ୧୯ କୋଟି ୫୭ ଲକ୍ଷ ଟଙ୍କା ବ୍ୟୟରେ ୧୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରାଯିବ। ନୀଳକଣ୍ଠେଶ୍ୱର ପୋଖରୀର ପୁନରୁଦ୍ଧାର, ଚାଉଳିଆଗଞ୍ଜରେ ଲାଇଟ୍‌ ହାଉସ କେନ୍ଦ୍ର ନିର୍ମାଣ, ନିମପୁର ଶ୍ମଶାନର ପୁନରୁଦ୍ଧାର, ୩୯ ନଂ. ୱାର୍ଡ ହନୁମାନ ଛକରୁ ବର୍ଦ୍ଧମାନ କମ୍ପାଉଣ୍ଡ ପର୍ଯ୍ୟନ୍ତ ପେଭର ବ୍ଲକ ରାସ୍ତା, ଅନନ୍ତ ଗୋପାଳ ଆଶ୍ରମ ନିକଟରେ ଏମ୍‌ଏସ୍‌ଜି ନିର୍ମାଣ ଓ ମୋ ଖତ କେନ୍ଦ୍ର ନିର୍ମାଣ, ଗାନ୍ଧିପଲ୍ଲୀରେ ଓଏସ୍‌ଡି, ଛୋଟ ଉଦ୍ୟାନ, ଅପର୍ଣ୍ଣାନଗର ଏବଂ ସିଦ୍ଧେଶ୍ବର ମନ୍ଦିର ନିକଟରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଉଦ୍‌ଘାଟନ ହେବ। ସେହିପରି କଟକ ସଦର ନିର୍ବାଚନ ମଣ୍ଡଳୀରେ ୧୫.୨୫ କୋଟି ଟଙ୍କା ବ୍ୟୟରେ ୧୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରାଯିବ। ବାଲିସାହିରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଉଦ୍‌ଘାଟନ, ବାଳାଶ୍ରମରେ ଆମ ପୋଖରୀ, ଖପୁରିଆ ଶିଳ୍ପାଞ୍ଚଳରେ ୟୁଏଚ୍‌ଡବ୍ଲ୍ୟୁସି, ନୂଆପଡ଼ାରେ ସ୍ମାର୍ଟ ଫୁଟ୍‌ପାଥ, ନୂଆବଜାରରେ ୟୁପିଏଚ୍‌ସି, ବାଲିସାହିରେ ଆଦର୍ଶ ପ୍ରିଫାବ ପାଠାଗାର, ଗୋପାଳପୁର ଦେହୁରି ସାହି ଓ ନୂଆପାଟଣାରେ ସ୍ମାର୍ଟ ପାଠାଗାର, ଗୋପାଳପୁର-ଭୁବନେଶ୍ୱର ରାସ୍ତାରେ ଜୈବ ଶୌଚାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହେବ। ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ ୩୧.୮ କୋଟି ଟଙ୍କା ବ୍ୟୟରେ ୧୦ଟି ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରାଯିବ। କନିକା ଛକରୁ ହରିଣ ପାର୍କ ଦେଇ ବିଜୁ ପଟ୍ଟନାୟକ ଛକରୁ ଷ୍ଟାଡିୟମ ପର୍ଯ୍ୟନ୍ତ ସ୍ମାର୍ଟ ଫୁଟ୍‌ପାଥ୍‌ର ଭିତ୍ତିପ୍ରସ୍ତର ସ୍ଥାପନ, ବିଜୁ ପଟ୍ଟନାୟକ ଛକ, ସିଡିଏ ସେକ୍ଟର-୯ ଓ ୧୦ରେ ସ୍ମାର୍ଟ ଉଦ୍ୟାନ, ସେକ୍ଟର-୯ରେ ୟୁଏଚ୍‌ଡବ୍ଲ୍ୟୁସି ଉଦ୍‌ଘାଟନ, ସିଡିଏ ଚକ୍ଷୁ ଚିକିତ୍ସାଳୟ ନିକଟରେ ସ୍ମାର୍ଟ ଫୁଟ୍‌ପାଥ୍‌ର ଭିତ୍ତିପ୍ରସ୍ତର ସ୍ଥାପନ, ଚାନ୍ଦିନୀଚୌକ ଓ ସାହେବଜାଦା ବଜାରରେ ୟୁଏଚ୍‌ଡବ୍ଲ୍ୟୁସି, ଝୋଲ୍ଲାସାହିରେ ୟୁପିଏଚ୍‌ସି ଓ ୨୨ ନଂ. ୱାର୍ଡରେ ମିଶନ ଶକ୍ତି ଗୃହ ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଥିବା ସିଏମ୍‌ସି ପକ୍ଷରୁ ଜଣାପଡିଛି। ସୂଚନାଯୋଗ୍ୟ, ପ୍ରତିବର୍ଷ ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ସହୀଦ ଭବନରେ ସଭା ଆୟୋଜନ କରାଯାଇଥାଏ। ହେଲେ ଚଳିତବର୍ଷ ସହୀଦ ଭବନର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ସେକ୍ଟର-୬ସ୍ଥିତ ୱିଣ୍ଡ୍‌ସର ପ୍ଲେସ୍‌ରେ ଏହି କାର୍ଯ୍ୟକ୍ରମ ପାଳନ କରାଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?