ତମାଖୁରେ ବର୍ଷକୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୮।୮(ଅସମାପିକା ସାହୁ): ଜାତୀୟ ଓ ରାଜ୍ୟସ୍ତରୀୟ ନୀତିରେ ପରିବର୍ତ୍ତନ ଆଣି ତମାଖୁ ସେବନ ହ୍ରାସ କରିବା ଉଦ୍ଦେଶ୍ୟରେ କୋଆଲିଶନ୍‌ ଫର୍‌ ଟବାକୋ ଫ୍ରି ଓଡ଼ିଶା ଏବଂ ‘ପିକକ୍‌’ର ମିଳିତ ଉଦ୍ୟମରେ ଏକ ଜନ ପରାମର୍ଶ କାର୍ଯ୍ୟକ୍ରମ ରବିବାର ଭାରତୀୟ ବିଦ୍ୟାଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ‘ତମାଖୁ ବ୍ୟବହାର ହ୍ରାସ କରି ଜନସ୍ବାସ୍ଥ୍ୟରେ ଉନ୍ନତି’ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁସାରେ, ତମାଖୁ ଦ୍ୱାରା ପ୍ରତିବର୍ଷ ୧୦ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ଏହା ମୋଟ ମୃତ୍ୟୁର ୯.୫%। ଗ୍ଲୋବାଲ୍‌ ୱାର୍ଲଡ ତମାଖୁ ସର୍ଭେ (ଜିଏଟିଏସ୍‌) ୨୦୧୬-୧୭ର ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ୧୫ବର୍ଷରୁ ଅଧିକ(୨୯%) ବୟସର ପ୍ରାୟ ୨୬୭ ମିଲିୟନ୍‌ ଲୋକ ହେଉଛନ୍ତି ତମାଖୁ ବ୍ୟବହାରକାରୀ। ଏଥିସହିତ ୩୮.୭% କିଶୋର ଘରେ, ୩୦.୨% କର୍ମ କ୍ଷେତ୍ରରେ ଏବଂ ୭.୪% ରେଷ୍ଟୁରାଣ୍ଟର ପରୋକ୍ଷ ଭାବେ ତମାଖୁ ଦ୍ୱାରା ପ୍ରଭାବିତ ହୋଇଥାନ୍ତି ବୋଲି ମତପ୍ରକାଶ ପାଇଛି। ରାଜ୍ୟସଭା ସଦସ୍ୟା ସୁଲତା ଦେଓ ଯୋଗଦେଇ କହିଲେ, ତମାଖୁ ସେବନ କରୁଥିବା ଲୋକଙ୍କ ଅପେକ୍ଷା ତମାଖୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ଅଧିକ ପ୍ରଭାବିତ କରିଥାଏ। ତମାଖୁ ଉତ୍ପାଦନ ଓ ବିକ୍ରିକୁ ହ୍ରାସ କରିବାରେ ଆମେ ଗଭୀର ଭାବରେ ଦୃଷ୍ଟି ଦେବା ଉଚିତ। କାରଣ ତମାଖୁ ବିକ୍ରୟରୁ ସଂଗୃହୀତ ରାଜସ୍ବ ଅପେକ୍ଷା ତମାଖୁ ସମ୍ବନ୍ଧୀୟ ରୋଗ ପାଇଁ ସ୍ବାସ୍ଥ୍ୟସେବା ଓ ଚିକିତ୍ସାରେ ଖର୍ଚ୍ଚ ଅଧିକ ହୋଇଥାଏ। ଏହିପରି ସଚେତନତା କାର୍ଯ୍ୟକ୍ରମ କେବଳ ସହରାଞ୍ଚଳ ନୁହେଁ, ଦୁର୍ଗମ ଅଞ୍ଚଳରେ ଏବଂ ଗ୍ରାମାଞ୍ଚଳରେ କରାଯିବା ଆବଶ୍ୟକ ବୋଲି ସୁଲତା କହିଥିଲେ। ପିକକ୍‌୍‌ର ସମ୍ପାଦକ ରଞ୍ଜନ କୁମାର ମହାନ୍ତ କହିଛନ୍ତି, ସହଜରେ ମିଳି ଯାଉଥିବାରୁ ଆଜିକାଲି ପିଲାମାନେ ତମାଖୁ ସେବନ କରୁଛନ୍ତି। ତମାଖୁର ବ୍ୟାପକ ବ୍ୟବହାର ତଥା ଏହାର କ୍ଷତିକାରକ ପରିଣାମକୁ ରୋକିବା ପାଇଁ କୋଟ୍‌ପା ଆଇନ ଆମର ପ୍ରୟାସରେ ଏକ ମୂଳଦୁଆ ଭାବରେ ଛିଡ଼ା ହୋଇଛି। ଏଥିପାଇଁ ଆମକୁ ଏହି ଆକ୍ଟକୁ ଆହୁରି ମଜବୁତ୍‌ କରିବା ଆବଶ୍ୟକ। କାର୍ଯ୍ୟକ୍ରମରେ ତମାଖୁ ନିୟନ୍ତ୍ରଣ ସେଲ୍‌ର ସହକାରୀ ପରିଚାଳକ ସୁଶାନ୍ତ କୁମାର ବିଶ୍ୱାଳ,ପିକକ୍‌୍‌ର ଚେୟାରମ୍ୟାନ୍‌ ମିନାକ୍ଷୀ ପଣ୍ଡା, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଏବଂ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ସତ୍ୟଶିବ ରଥ ଯୋଗଦେଇଥିଲେ। ଯୁବ ଆମ୍ବାସଡର୍‌ ତୃପ୍ତିମୟୀ ବେହେରା, ସସ୍ମିତା ଭୋଇ ଏବଂ ସୁଭାଷ ଚନ୍ଦ୍ର ମହାନ୍ତି ସେମାନଙ୍କ ଅନୁଭୂତି ବିଷୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଯୋଗଦେଇଥିଲେ। ମହିଳାମାନେ କିପରି ଘରେ ତଥା ସମାଜରେ ତମାଖୁ ସେବନ ଉପରେ ପରିବର୍ତ୍ତନ ଆଣିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ସେ ଉପରେ ମଧ୍ୟ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?