୩୧ରେ ଉତ୍କେଲା ବିମାନବନ୍ଦର ଲୋକାର୍ପଣ

ଭବାନୀପାଟଣା,(ଉତ୍ତମ କୁମାର ଦାଶ)/ ଭୁବନେଶ୍ୱର,୨୮।୮(ଅସମାପିକା ସାହୁ): ରାଜ୍ୟ ବିମାନ ସେବାରେ ଯୋଡ଼ିହେବ ନୂଆ ଅଧ୍ୟାୟ। କଳାହାଣ୍ଡି ଉତ୍କେଲାରୁ ଉଡ଼ିବ ବିମାନ। ଆଉ ୩ଦିନ ପରେ କଳାହାଣ୍ଡିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବ। ୩୧ ତାରିଖରେ ଲୋକାର୍ପଣ ହେବ ଜିଲାର ପ୍ରଥମ ଉତ୍କେଲା ବିମାନବନ୍ଦର। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲରେ ଏହାର ଉଦ୍‌ଘାଟନ କରିବେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିମାନବନ୍ଦରରୁ ସବୁଜ ପତାକା ଦେଖାଇ ଏହାର ଲୋକାର୍ପଣ କରିବେ। ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଭି.କେ. ସିଂ ମଧ୍ୟ ଭର୍ଚୁଆଲରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଥିବାବେଳେ ସେପଟେ ଉତ୍କେଲା ବିମାନବନ୍ଦର କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ସାମିଲ ହେବେ। ଗୁରୁବାର ସକାଳ ୧୦ଟା ୩୫ରେ ପ୍ରଥମ ବିମାନଟି ଭୁବନେଶ୍ୱରରୁ ଉତ୍କେଲା ଅଭିମୁଖେ ଯାତ୍ରା କରିବ। ଇଣ୍ଡିଆଓ୍ବାନ୍‌ ଏୟାର ଏହି ସେବା ପ୍ରଦାନ କରିବ। ଟିକେଟ ମୂଲ୍ୟ ପ୍ରଥମ ୧୦ ଦିନ ପାଇଁ ୧୨୦୦ ଟଙ୍କା ରଖାଯାଇଛି। ତେବେ ପରବର୍ତ୍ତୀ ସମୟରେ ଏହାକୁ ଛତିଶଗଡ଼ର ରାୟପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ। ବିମାନଟି ଭୁବନେଶ୍ୱରରୁ ଉତ୍କେଲା ଯାଇ ସେଠାରୁ ରାୟପୁର ଓ ରାୟପୁରରୁ ପୁଣି ଉତ୍କେଲା ଦେଇ ଭୁବନେଶ୍ୱର ଫେରିବ ବୋଲି ସୂଚନା ଦିଆଯାଇଛି।
ଉତ୍କେଲା ବିମାନବନ୍ଦର କାର୍ଯ୍ୟକ୍ଷମ ହେଲେ, ଓଡ଼ିଶାରେ ଏହା ୫ମ ବିମାନବନ୍ଦର ହେବ। ବିଶେଷକରି ଯୋଗାଯୋଗ କ୍ଷେତ୍ରରେ ଆଉ ପାଦେ ଆଗେଇବ କଳାହାଣ୍ଡି। ଏଥିସହ ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର ଓ ନବରଙ୍ଗପୁର ଜିଲାବାସୀଙ୍କୁ ଯୋଗାଯୋଗ କ୍ଷେତ୍ରରେ ଏହା ବେଶ୍‌ ସହାୟକ ହୋଇପାରିବ। ଦାରିଦ୍ର୍ୟତା ପାଇଁ ଯେଉଁ ଜିଲା ଦିନେ ବିଶ୍ୱ ଦରବାରରେ ବଦନାମ ମୁଣ୍ଡାଇ ଚାଲୁଥିଲା ଏବେ ସେହି ଜିଲାର ବିକାଶଧାରା ସମସ୍ତେ ଜାଣିବେ। ସରକାରଙ୍କ ବିକାଶ ନକ୍ସାରେ କଳାହାଣ୍ଡି ଯୋଡ଼ି ହେବା ପରେ ଜିଲାର ବୈପ୍ଲବିକ ପରିବର୍ତ୍ତନ ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ ନିଜର ସତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି କଳାହାଣ୍ଡି। ଏବେ ଏହି ଜିଲାକୁ ଆକାଶ ମାର୍ଗରେ ଯୋଗାଯୋଗ ଦାବି ପୂରଣ ହୋଇଛି। ଏହାକୁ ନେଇ ଜିଲାବାସୀ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ, ୧୯୬୨ରେ ସ୍ଥାପନ ହୋଇଥିଲା ଉତ୍କେଲା ଏୟାରଷ୍ଟ୍ରିପ। ଏଠାକୁ ୧୨ରୁ ୫୦ ସିଟ୍‌ ବିଶିଷ୍ଟ ଏୟାରକ୍ରାଫ୍ଟ ପାଇଁ ପ୍ରଯୁଜ୍ୟ ଥିଲା। ତେବେ ୨୦୧୬-୧୭ରେ ଉଡାଣ ଯୋଜନାରେ ଉତ୍କେଲା ବିମାନବନ୍ଦରକୁ ସାମିଲ କରାଯିବା ପରେ ୩ କୋଟି ଟଙ୍କା ଅନୁଦାନରେ ସମ୍ପ୍ରସାରଣ କାମ ଆରମ୍ଭ ହୋଇଥିଲା। ରନେୱ ନିର୍ମାଣ, ପାଚେରି, ଡ୍ରେନ, ଦୁଇ ପାଶର୍‌ବରେ ରାସ୍ତା, ସିଗ୍ନାଲ ରୁମ, କଣ୍ଟ୍ରୋଲ ରୁମ, ରେଷ୍ଟ ହାଉସ, ଗେଷ୍ଟ ହାଉସ ନିର୍ମାଣ କରାଯାଇଥିଲା। ଅନୁଦାନ ରାଶି ବଢ଼ିବା ପରେ ଟର୍ମିନାଲ ବିଲ୍ଡିଂ, ଟେକ୍ସିଇନ, ଫୁଏଲ ଷ୍ଟେଶନ ଆଦି ନିର୍ମାଣ କରାଯାଇଛି। ଉଡାଣ ଯୋଜନାରେ ୧୬ କୋଟି ବ୍ୟୟରେ ବଡ଼ ଏୟାରପୋର୍ଟ ପାଇଁ ୫୫ କୋଟି ଟଙ୍କାର ଟେଣ୍ଡର ପରେ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇଛି। ଏବେ ସେବା ପ୍ରଦାନ ପାଇଁ ବିମାନବନ୍ଦର ପୂରା ପ୍ରସ୍ତୁତ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?